Posted inଫୁରସତ

ମୟୂରଙ୍କୁ ନୂଆ ଜୀବନ ଦେଉଛନ୍ତି ହଂସରାଜ

ଭିଓ୍ବାନି: ହରିୟାଣାରେ ଚାଷୀମାନେ କ୍ଷେତରେ କୀଟନାଶକ ପ୍ରୟୋଗ କରିବା ଦ୍ୱାରା ମୟୂର ଉପରେ ବିପଦ ଘନେଇ ଆସିଛି। କିନ୍ତୁ ଏମାନଙ୍କୁ ବିପଦରୁ ରକ୍ଷା କରିବା ଲାଗି ଆଗେଇ ଆସିଛନ୍ତି ‘ରିୟଲ ସୋସାଇଟି ପ୍ରୋବେଶନ ଅଫ୍‌ କ୍ରୁଏଲିଟି ଟୁ ଆନିମଲ୍‌’ର ଅଧ୍ୟକ୍ଷ ହଂସରାଜ । ଏବେ ସୁଦ୍ଧା ସେ ୫୦୦ ଆହତ ମୟୂରଙ୍କ ଜୀବନ ବଞ୍ଚାଇପାରିଛନ୍ତି। ହଂସରାଜ ଆହତ ମୟୂରଙ୍କ ଚିକିତ୍ସାର ସୁବିଧା ଲାଗି ଆମ୍ବୁଲାନ୍ସ ଓ ଓଷଧ ବ୍ୟବସ୍ଥା ମଧ୍ୟ କରିଛନ୍ତି। ହରିୟାଣାର ଭିଓ୍ବାନି ଜିଲା ଟାଣିହରିସିଂ ଗୁଜରାଣୀ ନିବାସୀ ମାଷ୍ଟର ହଂସରାଜ ଗତ ୨୦ ବର୍ଷ ଧରି ସାରା ରାଜ୍ୟରେ ମୟୂରଙ୍କୁ ବଞ୍ଚାଇବା ଲାଗି ଅଭିଯାନ ଚଳାଇଆସୁଛନ୍ତି। ଗତ ୭ରୁ ୮ ବର୍ଷ ହେବ ମୟୂରଙ୍କ ମୃତ୍ୟୁ ହାର ବୃଦ୍ଧିପାଇଛି ଓ ବହୁ ଗାଁରେ ଏବେ ମୟୂର ସଂଖ୍ୟା ଖୁବ୍‌ କମ୍‌ ରହିଛି ବୋଲି କୁହନ୍ତି ହଂସରାଜ। ତେବେ ବିଭିନ୍ନ ଅଞ୍ଚଳରେ ମୟୂୂର ଆହତ ହେବା ଖବର ମିଳିଲେ ସେ ତା’ର ସୁରକ୍ଷା ଲାଗି ଆମ୍ବୁଲାନ୍ସ ସହ ହାଜର ହୋଇଯାଆନ୍ତି। ମୁଖ୍ୟତଃ ଗହମ ବୁଣିବା ସମୟରେ ଏଭଳି ଘଟଣା ବେଶି ଦେଖିବାକୁ ମିଳେ। ଏକ ସମୟରେ ୧୦୦ରୁ ୧୫୦ ମୟୂର ଆହତ ହୋଇଯାଆନ୍ତି। ଯେଉଁମାନେ ଆହତ ଅବସ୍ଥାରେ ମିଳନ୍ତି ସେମାନଙ୍କ ଚିକିତ୍ସା କରାଯାଏ ଓ ପ୍ରାୟ ୭୦ ପ୍ରତିଶତ ମୟୂର ଚିକିତ୍ସା ପାଇବାରୁ ବଞ୍ଚିତ ହେବା ଦ୍ୱାରା ସେମାନଙ୍କର ମ୍ୟତ୍ୟୁ ଘଟିଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ବ୍ୟକ୍ତିଙ୍କ ପେଟ ଭିତରେ ଥିଲା ଏମିତି ଜିନିଷ, ଡାକ୍ତର ଦେଖି ଆଶ୍ଚର୍ଯ୍ୟ

ଚାଇନାରେ ଏକ ଅଜବ ଘଟଣା ସାମ୍ନାକୁ ଆସିଛି। ଏଠାରେ ଜଣେ ବ୍ୟକ୍ତିଙ୍କ ପେଟରୁ ଡାକ୍ତରମାନେ ବିୟର ବୋତଲ ବାହାର କରିଛନ୍ତି। ବ୍ୟକ୍ତିଙ୍କ ପେଟରୁ ଗ୍ଲାସ ବାହାର...

ଦାଗ ଲାଗିଥିବା ଏହି ମଇଳା ଜିନ୍ସର ଦାମ୍‌ ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ

ବର୍ତ୍ତମାନ ଲୋକମାନେ ବହୁତ ଫ୍ୟାଶନେବୁଲ ହୋଇଯାଇଛନ୍ତି। ଭିନ୍ନ ଷ୍ଟାଇଲ୍‌ ଏବଂ ଧାରା ଅନୁଯାୟୀ ପୋଷାକ ପିନ୍ଧିବାର ଶୈଳୀ ମଧ୍ୟ ବଦଳିଯାଇଛି। କେତେବେଳେ ଫ୍ୟାଶନରେ ଟାଇଟ୍‌ ଜିନ୍ସକୁ...

ପାଠ ପୂର୍ବରୁ ସମାଚାର

ଖଣ୍ଡଓ୍ବା: ନମସ୍କାର, ଆଜିର ମୁଖ୍ୟ ସମାଚାର, ‘ଅଯୋଧ୍ୟା ନିଷ୍ପତ୍ତି ପରେ ସହରରେ ଶାନ୍ତି, ସୌହାର୍ଦ୍ଦ୍ୟ ଜାରି’।….‘ମହାରାଷ୍ଟ୍ରରେ ରାଷ୍ଟ୍ରପତି ଶାସନ ଜାରି ହେବା ପରେ ରାଜନୈତିକ ଦ୍ୱନ୍ଦ୍ୱରେ...

ଲକ୍‌ଡାଉନ୍‌ରେ ଏମିତି ସମୟ ବିତାଉଛନ୍ତି କୋଟିପତି

କରୋନା ଭାଇରସ ସହ ସମଗ୍ର ବିଶ୍ୱ ଏବେ ଲଢ଼େଇ କରୁଛି। ଏଥିରୁ ରକ୍ଷା ପାଇବା ପାଇଁ ଲକ୍‌ଡାଉନ୍‌ ଏବଂ ଶଟ୍‌ଡାଉନ୍‌ ପରି ପଦକ୍ଷେପ ନିଆଯାଉଛି। ଏଥିସହ...

ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ଶାଳୀ ଏବେ ଫୁଟ୍‌ପାଥରେ, ଏମିତି ମିଳିଲା ପରିଚୟ

କୋଲକାତା,୧୧ା୯: ଭାଗ୍ୟ କାହାକୁ କେତେବେଳେ ନେଇ କେଉଁଠି ପହଞ୍ଚାଇ ଦେବ ତାହା କହିହେବ ନାହିଁ। ଠିକ୍‌ ଏମିତି ଦେଖିବାକୁ ମିଳିଛି ଜଣେ ଆଭିଜାତ୍ୟ ପରିବାର ସଦସ୍ୟଙ୍କ...

ସାଧନା ପୀଠ ବେଣ୍ଟପୁର

ଶ୍ରୀଜଗନ୍ନାଥ ସଂସ୍କୃତି ସର୍ବଧର୍ମ ସମ୍ମନ୍ବୟର ପ୍ରତୀକ। ଯେଉଁଠାରେ ନାମ ସଂକୀର୍ତ୍ତନ ହୁଏ ସେଠାରେ ସ୍ବୟଂ ଭଗବାନ ପ୍ରକଟ ହୁଅନ୍ତିି ବୋଲି ଧର୍ମ ବିଶ୍ୱାସ ରହିଛି। ପ୍ରତି...

ସ୍ବାମୀ ଅଣ୍ଡା ଖାଇବାକୁ ନ ଦେବାରୁ ପ୍ରେମିକଙ୍କ ସହ ସ୍ତ୍ରୀ ଫେରାର

ସ୍ତ୍ରୀ-ସ୍ବାମୀଙ୍କ ମଧ୍ୟରେ ପାଟିତୁଣ୍ଡ କିଛି ନୂଆ କଥା ନୁହେଁ। କୁହାଯାଏ ଛୋଟବଡ଼ ପାଟିତୁଣ୍ଡ ପ୍ରେମ ସମ୍ପର୍କକୁ ମଜବୁତ କରିଥାଏ। ହେଲେ ଅନେକ ସମୟରେ ଏହି ପାଟିତୁଣ୍ଡ...

ଘିଅ, ଲହୁଣୀ ଖାଇ ୫୦ କେଜି ଓଜନ କମାଇଲେ ମହିଳା

ଆଜିର ସମୟରେ ଲୋକମାନେ ଫିଟ୍‌ନେସ୍‌ ବିଷୟରେ ବହୁତ ସଚେତନ। ଅଧିକାଂଶ ଲୋକ ଫିଟ୍‌ ରହିବା ପାଇଁ ନାନା ଉପାୟ ଅବଲମ୍ବନ କରୁଛନ୍ତି। ଭବିଷ୍ୟତରେ ସେପରି ରୋଗବ୍ୟାଧି...

Advertisement
Archives

Model This Week