Posted inଫୁରସତ

ମୟୂରଙ୍କୁ ନୂଆ ଜୀବନ ଦେଉଛନ୍ତି ହଂସରାଜ

ଭିଓ୍ବାନି: ହରିୟାଣାରେ ଚାଷୀମାନେ କ୍ଷେତରେ କୀଟନାଶକ ପ୍ରୟୋଗ କରିବା ଦ୍ୱାରା ମୟୂର ଉପରେ ବିପଦ ଘନେଇ ଆସିଛି। କିନ୍ତୁ ଏମାନଙ୍କୁ ବିପଦରୁ ରକ୍ଷା କରିବା ଲାଗି ଆଗେଇ ଆସିଛନ୍ତି ‘ରିୟଲ ସୋସାଇଟି ପ୍ରୋବେଶନ ଅଫ୍‌ କ୍ରୁଏଲିଟି ଟୁ ଆନିମଲ୍‌’ର ଅଧ୍ୟକ୍ଷ ହଂସରାଜ । ଏବେ ସୁଦ୍ଧା ସେ ୫୦୦ ଆହତ ମୟୂରଙ୍କ ଜୀବନ ବଞ୍ଚାଇପାରିଛନ୍ତି। ହଂସରାଜ ଆହତ ମୟୂରଙ୍କ ଚିକିତ୍ସାର ସୁବିଧା ଲାଗି ଆମ୍ବୁଲାନ୍ସ ଓ ଓଷଧ ବ୍ୟବସ୍ଥା ମଧ୍ୟ କରିଛନ୍ତି। ହରିୟାଣାର ଭିଓ୍ବାନି ଜିଲା ଟାଣିହରିସିଂ ଗୁଜରାଣୀ ନିବାସୀ ମାଷ୍ଟର ହଂସରାଜ ଗତ ୨୦ ବର୍ଷ ଧରି ସାରା ରାଜ୍ୟରେ ମୟୂରଙ୍କୁ ବଞ୍ଚାଇବା ଲାଗି ଅଭିଯାନ ଚଳାଇଆସୁଛନ୍ତି। ଗତ ୭ରୁ ୮ ବର୍ଷ ହେବ ମୟୂରଙ୍କ ମୃତ୍ୟୁ ହାର ବୃଦ୍ଧିପାଇଛି ଓ ବହୁ ଗାଁରେ ଏବେ ମୟୂର ସଂଖ୍ୟା ଖୁବ୍‌ କମ୍‌ ରହିଛି ବୋଲି କୁହନ୍ତି ହଂସରାଜ। ତେବେ ବିଭିନ୍ନ ଅଞ୍ଚଳରେ ମୟୂୂର ଆହତ ହେବା ଖବର ମିଳିଲେ ସେ ତା’ର ସୁରକ୍ଷା ଲାଗି ଆମ୍ବୁଲାନ୍ସ ସହ ହାଜର ହୋଇଯାଆନ୍ତି। ମୁଖ୍ୟତଃ ଗହମ ବୁଣିବା ସମୟରେ ଏଭଳି ଘଟଣା ବେଶି ଦେଖିବାକୁ ମିଳେ। ଏକ ସମୟରେ ୧୦୦ରୁ ୧୫୦ ମୟୂର ଆହତ ହୋଇଯାଆନ୍ତି। ଯେଉଁମାନେ ଆହତ ଅବସ୍ଥାରେ ମିଳନ୍ତି ସେମାନଙ୍କ ଚିକିତ୍ସା କରାଯାଏ ଓ ପ୍ରାୟ ୭୦ ପ୍ରତିଶତ ମୟୂର ଚିକିତ୍ସା ପାଇବାରୁ ବଞ୍ଚିତ ହେବା ଦ୍ୱାରା ସେମାନଙ୍କର ମ୍ୟତ୍ୟୁ ଘଟିଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ଝାରଖଣ୍ଡର ସନ୍ଦିଗ୍ଧ ଡକାୟତ ଗ୍ୟାଙ୍ଗ ସକ୍ରିୟ: ଜନସାଧାରଣଙ୍କ ପାଇଁ ସୂଚନା ଜାରି କଲା ନନ୍ଦିପଦା ପୋଲିସ

ହାଟଡିହୀ, ୪।୮(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲାରେ ଝାରଖଣ୍ଡର ଏକ ସନ୍ଦିଗ୍ଧ ଡକାୟତ ଗ୍ୟାଙ୍ଗ ସକ୍ରିୟ ଥିବା ନେଇ ସୂଚନା ମିଳିବା ପରେ, ନନ୍ଦିପଦା ପୋଲିସ ପକ୍ଷରୁ ଜନସାଧାରଣଙ୍କ…

ସୁୁପ୍ରିମକୋର୍ଟଙ୍କ କଡ଼ା ନିର୍ଦ୍ଦେଶ, ଏମାନଙ୍କୁ ଆଉ ମିଳିବନି ପେଟ୍ରୋଲ…

ନୂଆଦିଲ୍ଲୀ,୪।୮: ବିନା ଥାର୍ଡ ପାର୍ଟି ବୀମାରେ ଚାଲୁଥିବା ଗାଡ଼ିକୁ ନେଇ କଠୋର ହେଲେ ସୁପ୍ରିମକୋର୍ଟ। ଅଦାଲତ କହିଛନ୍ତି ଯେଉଁ ଗାଡ଼ିଗୁଡ଼ିକର ବୈଧ ଥାର୍ଡ ପାର୍ଟି ବୀମା ନାହିଁ…

ବିଜୟଙ୍କ ଉପରେ ସଙ୍ଗୀନ ଅଭିଯୋଗ ଆଣିଲେ ଜୁନିୟର ଷ୍ଟାଲିନ୍‌, କହିଲେ ମୋ ସହ…

ନୂଆଦିଲ୍ଲୀ,୪।୮: ତାମିଲନାଡୁର ବିରୋଧୀ ଦଳ ନେତା ଏବଂ ଡିଏମକେ ନେତା ଉଦୟନିଧି ଷ୍ଟାଲିନ୍ ମଙ୍ଗଳବାର ଦିନ ଟିଭିକେ ସରକାରଙ୍କ ବିରୋଧରେ ଗମ୍ଭୀର ଅଭିଯୋଗ ଆଣିଛନ୍ତି। ଏକ ଜନସଭାରେ…

ଉପନିର୍ବାଚନରେ ପରାଜୟ ପରେ ଭାଜପାର ବଡ଼ ଆକ୍ସନ, ଭାଙ୍ଗିଦେଲା ଦଳର…

ନୂଆଦିଲ୍ଲୀ,୪।୮: ଦତିଆ ବିଧାନସଭା ଉପନିର୍ବାଚନରେ ମିଳିଥିବା ଶୋଚନୀୟ ପରାଜୟ ପରେ ଭାଜପା ଏକ ବଡ଼ ନିଷ୍ପତ୍ତି ନେଇଛି। ଦଳ ସଂଗଠନରେ ପରିବର୍ତ୍ତନ ଆଣିବା ଉଦ୍ଦେଶ୍ୟରେ ସମଗ୍ର ଜିଲ୍ଲା…

ପୃଥିବୀରେ ମାଡ଼ ହେବ ଭୟଙ୍କର ଆଷ୍ଟ୍ରୋଏଡ, ବୈଜ୍ଞାନିକ କହିଦେଲେ ତାରିଖ; ୨୨ଟି ପରମାଣୁ ବୋମା ଭଳି ଘଟିବ ପ୍ରଳୟ !

ନୂଆଦିଲ୍ଲୀ,୪।୮: ପୃଥିବୀରେ ମାଡ଼ ହେବ ବିରାଟ ଆଷ୍ଟ୍ରୋଏଡ୍ । ଧ୍ୱଂସ ହୋଇଯିବ ସବୁ କିଛି । ଛାରଖାର ହୋଇଯିବ ପୃଥିବୀ। ଯାହାକୁ ନେଇ ବୈଜ୍ଞାନିକମାନେ ଛାନିଆ ହେଲେଣି…

ବୁଧବାର ଚନ୍ଦ୍ରରେ ହେବ ଭୟଙ୍କର ବିସ୍ଫୋରଣ, ପ୍ରଚଣ୍ଡ ଶବ୍ଦରେ ହୋଇଯିବ ଛାରଖାର!

ନୂଆଦିଲ୍ଲୀ,୪।୮: ଆସନ୍ତା ୫ ତାରିଖ ବୁଧବାରରେ ସ୍ପେସ୍ ଏକ୍ସ ରକେଟର ୩,୯୦୦ କି.ଗ୍ରା ଓଜନର ଏକ ଟୁକୁଡା ଚନ୍ଦ୍ରପୃଷ୍ଠରେ ବିସ୍ଫୋରଣ ହେବ। ୨୦୨୫ ଜାନୁଆରୀ ୧୫ରେ ସ୍ପେସ…

ଆସନ୍ତାକାଲି ଠାରୁ ମିଳିବ ଶୁଦ୍ଧ ପେଟ୍ରୋଲ? E20ରୁ ମିଳିବ ମୁକ୍ତି, ବଡ଼ ବୟାନ ଦେଲେ ସରକାର…

ନୂଆଦିଲ୍ଲୀ,୪।୮:: ଗତ କିଛି ଦିନ ଧରି, ସୋସିଆଲ ମିଡିଆରେ ଏକ ଖବର ଭାଇରାଲ ହେଉଛି, ଯେଉଁଥିରେ ଦାବି କରାଯାଉଛି ଯେ, ସରକାର E20 ପେଟ୍ରୋଲକୁ ପର୍ଯ୍ୟାୟକ୍ରମେ ବନ୍ଦ…

ଏଣିକି UPI ପେମେଣ୍ଟରେ ଲାଗିବ ଏକ୍ସର୍ଟା ଚାର୍ଜ? ଜାଣନ୍ତୁ କେତେ ଟ୍ରାଞ୍ଜାକ୍ସନ କଲେ ଦେବାକୁ ପଡିବ ଟଙ୍କା…

ନୂଆଦିଲ୍ଲୀ,୪।୮: ସରକାର ୟୁପିଆଇ (UPI) ମାଧ୍ୟମରେ ପେମେଣ୍ଟ କରିବାକୁ ନେଇ ଏକ ବଡ଼ ପରିବର୍ତ୍ତନ କରିବାକୁ ପ୍ରସ୍ତୁତି କରୁଛନ୍ତି। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସଂସଦରେ ‘ପେମେଣ୍ଟ ଆଣ୍ଡ୍…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri