ମୌସୁମୀ ସକ୍ରିୟ: ଆଜିଠୁ ବଢ଼ିବ ବର୍ଷା ୨୬ ଯାଏ ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର,୧୯ା୬(ବ୍ୟୁରୋ): ୧୯ ତାରିଖରେ ଉତ୍ତର ବଙ୍ଗୋପସାଗର ଏବଂ ପଶ୍ଚିମବଙ୍ଗ ଉପକୂଳରେ ଲଘୁଚାପ ହେବା ନେଇ ପାଣିପାଗ ବିଭାଗ ପୂର୍ବାନୁମାନ କରିଥିଲା। ଏହାର ପ୍ରଭାବରେ ଉତ୍ତର ଏବଂ ଆଭ୍ୟନ୍ତରୀଣ ଓଡ଼ିଶାରେ ପ୍ରବଳ ବର୍ଷା ହେବ ବୋଲି ପୂର୍ବାନୁମାନ କରିଥିଲା। ତେବେ ଆଉ ଲଘୁଚାପ ହେବ ନାହିଁ ବିଭାଗ ପକ୍ଷରୁ କୁହାଯାଇଛି। ଝାଡ଼ଖଣ୍ଡ, ପଶ୍ଚିମବଙ୍ଗ ଉପରେ ଏକ ଟ୍ରପ୍‌ ଲାଇନ ରହିଛି। ଉତ୍ତରପ୍ରଦେଶ ଏବଂ ଏହାର ଆଖପାଖ ଅଞ୍ଚଳରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଏହାର ପ୍ରଭାବରେ ଆସନ୍ତା ୧୯ ତାରିଖରେ ଦେବଗଡ଼, ସୁନ୍ଦରଗଡ଼, ସମ୍ବଲପୁର, କେନ୍ଦୁଝର, ମୟୂରଭଞ୍ଜ ଏବଂ ବାଲେଶ୍ୱର ଜିଲାର ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ୨୦ ତାରିଖରେ ସମ୍ବଲପୁର, ଝାରସୁଗୁଡ଼ା, ସୁନ୍ଦରଗଡ଼, ବରଗଡ଼, ଦେବଗଡ଼ ଜିଲାର ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ସେହିପରି ସୁବର୍ଣ୍ଣପୁର, କଳାହାଣ୍ଡି, କନ୍ଧମାଳ, ବୌଦ୍ଧ, ଅନୁଗୋଳ, ଢେଙ୍କାନାଳ ଏବଂ କଟକ ଜିଲାର କେତେକ ସ୍ଥାନରେ ପ୍ରବଳ ବର୍ଷା ହେବ ବୋଲି ପାଣିପାଗ ବିଭାଗ
ପୂର୍ବାନୁମାନ କରିଛି। ଏ ନେଇ ପାଣିପାଗ ବିଭାଗ ପକ୍ଷରୁ ୟେଲୋ ଓ୍ବାର୍ନିଂ ଜାରି କରାଯାଇଛି। ମୌସୁମୀ ସକ୍ରିୟ ଥିବାରୁ ଆସନ୍ତା ୨୬ ତାରିଖ ଯାଏ ବର୍ଷା ପରିମାଣ ବୃଦ୍ଧି ପାଇବ। ତେବେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଆକାଶ ମେଘାଚ୍ଛନ୍ନ ରହିବା ସହ କାଁ ଭାଁ ବର୍ଷା ହେବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହୋଇଯାଇଛି। ଆଞ୍ଚଳିକ ପାଣିପାଗ କାର୍ଯ୍ୟାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ଝାରସୁଗୁଡ଼ାରେ ୪ ସେଣ୍ଟିମିଟର ବର୍ଷା ହୋଇଥିବା ବେଳେ ସୁନ୍ଦରଗଡ଼ ୪, ଯାଜପୁର ୩, ମୟୂରଭଞ୍ଜ, ଢେଙ୍କାନଳ, ମାଲକାନଗିରି, ଭଦ୍ରକରେ ୩ ମିଲିମିଟର ଲେଖାଏ ବର୍ଷା ରେକର୍ଡ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଅପହୃତ ବ୍ୟବସାୟୀ ଉଦ୍ଧାର, ଅଭିଯୁକ୍ତ ଅଟକ: ମୁହାଁମୁହିଁ ଜେରା …

ବଲାଙ୍ଗୀର, ୧୬।୮ (ସୁନିଲ କୁମାର ମହାନ୍ତି): ବଲାଙ୍ଗୀରରୁ ଅପହୃତ ବ୍ୟବସାୟୀ ନରେନ୍ଦ୍ର ସାହୁ ଓରଫ୍‌ ଗୁଣ୍ଡାଙ୍କୁ ବଲାଙ୍ଗୀର ପୋଲିସର ସ୍ୱତନ୍ତ୍ର ଟିମ୍‌ ଭୁବନେଶ୍ୱରରୁ ସୁରକ୍ଷିତ ଭାବେ ଉଦ୍ଧାର…

ପୂର୍ବତନ ଡେପୁଟି ସ୍ପିକରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ଖେଳିଗଲା ଚାଞ୍ଚଲ୍ୟ!

କୋଲକାତା,୧୬।୮: ପଶ୍ଚିମବଙ୍ଗର ବୀରଭୂମ ଜିଲ୍ଲାର ରାମପୁରହାଟରେ ତୃଣମୂଳ କଂଗ୍ରେସର ବରିଷ୍ଠ ନେତା ତଥା ପୂର୍ବତନ ବିଧାୟକ ଆଶିଷ ବାନାର୍ଜୀଙ୍କ ମୃତ୍ୟୁକୁ ନେଇ ଚାଞ୍ଚଲ୍ୟ ଖେଳିଯାଇଛି। ରବିବାର (୧୬…

ଇରାନ ସହ ଯୁଦ୍ଧ ଭିତରେ ଟ୍ରମ୍ପ ନେଲେ ବଡ଼ ନିଷ୍ପତ୍ତି, ଖୁସି ହୋଇଗଲା ଚାଇନା!

ଓ୍ବାଶିଂଟନ,୧୬/୮: ମଧ୍ୟପ୍ରାଚ୍ୟରେ ଇରାନ ସହିତ ‘ମହାଯୁଦ୍ଧ’ ମଧ୍ୟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ସେ ପ୍ରଶାନ୍ତ ମହାସାଗରରେ ମୁତୟନ ଥିବା ନିଜର…

ବଙ୍ଗୋପସାଗରରେ ପୁଣି ଲଘୁଚାପ: ରାଜ୍ୟରେ ପ୍ରବଳ ବର୍ଷା, ୩୦ରୁ ୪୦ କିମି ବେଗରେ…

ଭୁବନେଶ୍ୱର,୧୬।୮: ବଙ୍ଗୋପସାଗରରେ ପୁଣି ଏକ ଲଘୁଚାପ ସୃଷ୍ଟି ହୋଇଛି। ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ସକ୍ରିୟ ଘୂର୍ଣ୍ଣିବଳୟ ପ୍ରଭାବରେ ଆସନ୍ତା ୪୮ ଘଣ୍ଟା ମଧ୍ୟରେ ଏକ ଲଘୁଚାପ କ୍ଷେତ୍ର ଘନୀଭୂତ…

ନାଗ ପଞ୍ଚମୀରେ ଦୁର୍ଲଭ ଯୋଗ; ସୂର୍ଯ୍ୟ କରିବେ ଗୋଚର, ୩ ରାଶିଙ୍କ ଉପରେ ବର୍ଷିବ ଧନ ଦୌଲତ…

ଚଳିତବର୍ଷ, ପବିତ୍ର ନାଗ ପଞ୍ଚମୀ ତିଥି ଆସନ୍ତା ଅଗଷ୍ଟ ୧୭ ତାରିଖ ଅର୍ଥାତ୍ ସୋମବାରରେ ପାଳିତ ହେବାକୁ ଯାଉଛି । ଏହି ବର୍ଷ, ନାଗ ପଞ୍ଚମୀ ମଧ୍ୟ…

ଥୁଆମୂଳ ରାମପୁରରେ ସ୍ବାଧୀନତା ଦିବସ: କୋର୍ଟରେ ପତାକା ଉତ୍ତୋଳନ କଲେ ବିଚାରପତି

ଥୁଆମୂଳ ରାମପୁର,୧୫।୮(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକର ବିଭିନ୍ନ ସରକାରୀ ଏବଂ ବେସରକାରୀ ଅନୁଷ୍ଠାନଗୁଡ଼ିକରେ ୮୦ତମ ସ୍ବାଧୀନତା ଦିବସ ଉତ୍ସାହ ଏବଂ ଆନନ୍ଦର ସହିତ…

କଲ୍ୟାଣସିଂହପୁର ଭିଡ଼ ହିଂସାରୁ ଯୁବତୀଙ୍କୁ ଉଦ୍ଧାର କରିଥିବା ୩ ସାହସୀ ଯୁବକଙ୍କୁ ଜିଲାସ୍ତରୀୟ ସମ୍ମାନ

​କଲ୍ୟାଣସିଂହପୁର, ୧୫/୮(ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲାରେ ଉତ୍ସାହ ଓ ଦେଶଭକ୍ତିର ମାହୋଲ ମଧ୍ୟରେ ୮୦ତମ ସ୍ୱାଧୀନତା ଦିବସ ଅତ୍ୟନ୍ତ ଆଡ଼ମ୍ବରର ସହ ପାଳିତ ହୋଇଯାଇଛି। ସ୍ଥାନୀୟ…

ସ୍ବାଧୀନତା ଦିବସରେ ରକ୍ତଦାନ କଲେ ସ୍ବେଚ୍ଛାସେବୀ

ବରଗଡ଼,୧୫।୮(ପ୍ରେମାନନ୍ଦ ଖମାରୀ): ସ୍ବାଧୀନତା ଦିବସ ଅବସରରେ ବରଗଡ଼ର ସାମାଜିକ ଅନୁଷ୍ଠାନ ସଂକଳ୍ପ ପରିବାର ପକ୍ଷରୁ ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜିତ ହୋଇଥିଲା। ଜିଲାସ୍ତରୀୟ ସ୍ବାଧୀନତା ଦିବସ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri