‘ମୋ ସ୍କୁଲ ମୋବାଇଲ ଆପ୍‌’ ଉନ୍ମୋଚିତ

ଭୁବନେଶ୍ୱର,୧୫ା୧୧(ବ୍ୟୁରୋ) : ‘ମୋ ସ୍କୁଲ’ ଅଭିଯାନକୁ ଦୁଇବର୍ଷ ପୂରିଛି। ଏହି ପରିପ୍ରେକ୍ଷୀରେ ଗୁରୁବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ଅବସରରେ ମୁଖ୍ୟମନ୍ତ୍ରୀ ‘ମୋ ସ୍କୁଲ ମୋବାଇଲ ଆପ୍‌’ ସହ ‘କଫିଟେବୁଲ’ ପୁସ୍ତକ ଓ ନ୍ୟୁଜ୍‌ ଲେଟର ମଧ୍ୟ ଉନ୍ମୋଚନ କରିଛନ୍ତି। ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଏହି ଆପ୍‌ ଜରିଆରେ ପୁରାତନ ଛାତ୍ରୀଛାତ୍ର ଏବଂ ଅନୁଷ୍ଠାନ, ସଂସ୍ଥା ଯୋଡ଼ିହୋଇ ବିଦ୍ୟାଳୟର ବିକାଶ ପାଇଁ ଦାନ କରିପାରିବେ। ଏହି ଆନ୍ଦୋଳନରେ ସମସ୍ତେ ଯୋଗଦେବାକୁ ମୁଖ୍ୟମନ୍ତ୍ରୀ ଆହ୍ବାନ କରିଥିଲେ। ‘ମୋ ସ୍କୁଲ ମୋବାଇଲ ଆପ୍‌’ରେ ଉଲ୍ଲେଖନୀୟ ଅବଦାନ ପାଇଁ ମୁଖ୍ୟମନ୍ତ୍ରୀ ନେଷ୍ଟଆଓ୍ବେ ସହପ୍ରତିଷ୍ଠାତା ଅମରେନ୍ଦ୍ର ସାହୁଙ୍କୁ ସମ୍ବର୍ଦ୍ଧିତ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବନ୍ଦ ହେଲା ଯାତ୍ରୀନିବାସ ଟିକାକରଣ କେନ୍ଦ୍ର

ଭୁବନେଶ୍ୱର, ୪।୫ (ବ୍ୟୁରୋ):  କାର୍ଯ୍ୟରତ ଖବରଦାତାଙ୍କୁ ଟିକାକରଣ ନେଇ ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ପକ୍ଷରୁ ସୋମବାର ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଥିଲା। ପ୍ରଥମ ପର୍ଯ୍ୟାୟରେ ଯାତ୍ରୀନିବାସଠାରେ...

ଦୁର୍ଘଟଣା ପରେ ବଦଳିଲା ଟ୍ରେନ୍‌ ଗତିପଥ

କଟକ ଅଫିସ,୧୬।୧: କଟକ ଶାଳଗାଁ ନିକଟରେ ମୁମ୍ବାଇ-ଭୁବନେଶ୍ୱର ଲୋକମାନ୍ୟ ତିଳକ ଏକ୍ସପ୍ରେସ ଗୁରୁବାର ସକାଳ ପ୍ରାୟ ୭ଟା ସମୟରେ ଲାଇନଚ୍ୟୁତ ହୋଇଛି। ୮ଟି ବଗି ଲାଇନଚ୍ୟୁତ...

ଭଞ୍ଜନଗରରେ କରୋନା ଭୟ: ପରୀକ୍ଷା କରାଇବାକୁ କଟକ ଗଲେ ଡାକ୍ତରୀ ଛାତ୍ର

ଭଞ୍ଜନଗର,୧୫।୨ (ଡି.ଏନ.ଏ): ଗଞ୍ଜାମ ଜିଲା ଭଞ୍ଜନଗର ସହରରେ କରୋନା ଭୂତାଣୁ ଭୟ ଦେଖାଦେଇଛି। ଗତ ଜାନୁୟାରୀ ୧୪ରେ ଚାଇନାରୁ ଫେରିଥିବା ଜଣେ ଡାକ୍ତରୀ ଛାତ୍ରଙ୍କୁ କରୋନା...

ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ: ୧୦ରେ ବସିବ ସର୍ବଦଳୀୟ ବୈଠକ

ଭୁବନେଶ୍ୱର,୪।୧(ବ୍ୟୁରୋ): ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ଆସନ୍ତା ୧୦ରେ ନିର୍ବାଚନ କମିଶନ ସର୍ବଦଳୀୟ ବୈଠକ ଡାକିଛନ୍ତି। ଏହି ବୈଠକରେ ନିର୍ବାଚନ ପାଇଁ ଆଲୋଚନା ହେବାର ସୂଚନା...

ଡିଆରଡିଓକୁ ସଫଳତା:ଏଚଏସଟିଡିଭି ସଫଳ ପରୀକ୍ଷଣ

ବାଲେଶ୍ୱର ଅଫିସ୍‌, ୧୨।୬: ଭାରତୀୟ ପ୍ରତିରକ୍ଷା ଗବେଷଣା ପ୍ରତିଷ୍ଠାନକୁ ବୁଧବାର ଏକ ବଡ ସଫଳତା ମିଳିଛି। ଧାମରାଠାରେ ଥିବା ଅବଦୁଲ କଲାମ ଦ୍ୱୀପର ୪ ନମ୍ବର...

ଦଶମ ଶ୍ରେଣୀ ଛାତ୍ରୀଙ୍କୁ ହତ୍ୟା

ଭୁବନେଶ୍ୱର,୨୮।୭ (ବ୍ୟୁରୋ): ରାଜଧାନୀରେ ପୁଣି ଏକ ହତ୍ୟାକାଣ୍ଡ ଘଟିଛି। ଜଣେ ଦଶମ ଶ୍ରେଣୀ ଛାତ୍ରୀଙ୍କୁ ହତ୍ୟା ପରେ ଏକ ପିଜୁଳି ଗଛରେ ଟାଙ୍ଗି ଦିଆଯାଇଛି। ଖଣ୍ଡଗିରି...

ଜରୁରୀ ସାମଗ୍ରୀ ପରିବହନ କରିବ ପୂର୍ବତଟ ରେଳପଥ

ଭୁବନେଶ୍ୱର,୩୦ା୩(ବ୍ୟୁରୋ): କରୋନା ସଂକ୍ରମଣ ମୁକାବିଲା ଲାଗି ସମଗ୍ର ଦେଶରେ ୨୧ ଦିନିଆ ଲକ୍‌ଡାଉନ୍‌ ଜାରି ରହିଥିବାବେଳେ ଅତ୍ୟାବଶ୍ୟକ ସାମଗ୍ରୀର ପରିବହନରେ ସମସ୍ୟା ସୃଷ୍ଟି ହୋଇଛି। ଏଭଳିସ୍ଥିତିରେ...

ସ୍ଥଳଭାଗ ମୁହାଁ ସମ୍ଭାବ୍ୟ ବାତ୍ୟା; ସମସ୍ତ ଅଧିକାରୀଙ୍କ ଛୁଟି ବାତିଲ

ଭୁବନେଶ୍ୱର,୨୫।୯(ବ୍ୟୁରୋ): ସମ୍ଭାବ୍ୟ ବାତ୍ୟାକୁ ନେଇ ସଜାଗ ହୋଇଛି ପ୍ରଶାସନ। ଜରୁରୀ ପରିସ୍ଥିତିର ସାମ୍ନା ପାଇଁ ଗଜପତି ଜିଲାରେ ଅଫିସରଙ୍କ ଛୁଟି ବାତିଲ କରାଯାଇଛି। ସେପ୍ଟେମ୍ବର ୨୫...

Advertisement
Archives

Model This Week