‘ମୋ ବସ୍‌’କୁ ଦେଶର ଶ୍ରେଷ୍ଠ ସିଟି ବସ୍‌ ସେବା ସମ୍ମାନ

ଭୁବନେଶ୍ୱର,୧୮ା୧୧(ବ୍ୟୁରୋ): ‘ମୋ ବସ୍‌’ ଭାରତର ଶ୍ରେଷ୍ଠ ସିଟି ବସ୍‌ ସେବା ଭାବେ ପୁରସ୍କୃତ ହୋଇଛି। ଉତ୍ତର ପ୍ରଦେଶର ଲକ୍ଷ୍ନୌରେ ଚାଲିଥିବା ଅର୍ବାନ ମୋବିଲିଟି ଇଣ୍ଡିଆ (ୟୁଏମ୍‌ଆଇ) କନଫରେନ୍ସର ଦ୍ୱିତୀୟ ଦିନରେ ମୋ ବସ୍‌କୁ ଏହି ପୁରସ୍କାର ମିଳିଛି। ବସ୍‌ ସେବା ଯୋଗାଉଥିବା କ୍ରୁଟ୍‌ର ପରିଚାଳନା ନିର୍ଦ୍ଦେଶକ ଅରୁଣ ବୋଥ୍ରା ପୁରସ୍କାର ଗ୍ରହଣ କରିଛନ୍ତି।
ୟୁଏମ୍‌ଆଇର ଉଦ୍‌ଘାଟନୀ ସମାରୋହରେ ‘ମୋ ବସ୍‌’ ସେବା ଉଚ୍ଚ ପ୍ରଶଂସିତ ହୋଇଥିଲା। ବାତ୍ୟା ‘ଫନୀ’ ପରେ ଯେଭଳି ମୋ’ବସ୍‌ ଦୈନିକ ୧ଲକ୍ଷ ପାସେଞ୍ଜରଙ୍କ ବିଶ୍ୱାସଭାଜନ ହୋଇପାରିଛି ଏହା ବାହାର ରାଜ୍ୟର ସିଟିବସ୍‌ ସେବା ଯୋଗାଉଥିବା ସଂସ୍ଥାଗୁଡ଼ିକ ପାଇଁ ଉଦାହରଣ ପାଲଟିଛି ବୋଲି ମତପ୍ରକାଶ ପାଇଥିଲା। ରବିବାର ଦେଶର ସମସ୍ତ ସିଟି ବସ୍‌ ସେବାକୁ ପଛରେ ପକାଇ ‘ମୋ ବସ୍‌’ ଏହି ସମ୍ମାନର ହକ୍‌ଦାର ହୋଇପାରିଛି। ଏହା କ୍ରୁଟ୍‌ର ବଡ଼ ସଫଳତା ଓ ଏଥିପାଇଁ ସମସ୍ତଙ୍କୁ ଧନ୍ୟବାଦ ଦେଇଛନ୍ତି ପରିଚାଳନା ନିର୍ଦ୍ଦେଶକ ବୋଥ୍ରା।
ଉଲ୍ଲେଖଯୋଗ୍ୟ, ୟୁଏମ୍‌ଆଇ କନ୍‌ଫରେନ୍ସରେ ଦେଶର ୪୫ରୁ ଊର୍ଦ୍ଧ୍ୱ ମହାନଗରର ବିଭିନ୍ନ ଅଧିକାରୀଙ୍କୁ କ୍ରୁଟ୍‌ ମଡେଲକୁ ନିଜ ରାଜ୍ୟରେ ଅନୁକରଣ କରିବା ପାଇଁ ପରାମର୍ଶ ଦିଆଯାଇଥିଲା। ଏଥିରେ କ୍ରୁଟ୍‌ ସମେତ ବିଭିନ୍ନ ରାଜ୍ୟରୁ ୧୦୦୦ରୁ ଊର୍ଦ୍ଧ୍ୱ ପ୍ରତିନିଧି ଓ ଏଥିସହ ସମ୍ପୃକ୍ତ ଅଧିକାରୀ ଯୋଗଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଆଖଣ୍ଡେଳଶ୍ୱର ମହାଦେବଙ୍କ ମନ୍ଦିର ବେଢ଼ାରେ ଆଶ୍ଚର୍ଯ୍ୟଜନିତ ଘଟଣା: କୂଅ ଓ ପୋଖରୀରେ ଭାସୁଛି ୫କେଜିର ପଥର

ନିମାପଡ଼ା,୧୩ା୮(ଡି.ଏନ୍‌.ଏ.)- ନିମାପଡ଼ା ବ୍ଲକ ଅନ୍ତର୍ଗତ ଡମ୍ପାଳୋ ଗ୍ରାମପଞ୍ଚାୟତର ଆଶାପୂରଣ ଗ୍ରାମରେ ଏକ ଆଶ୍ଚର୍ଯ୍ୟଜନିତ ଘଟଣା ଦେଖିବାକୁ ମିଳିଛି। ଗ୍ରାମର ଆରାଧ୍ୟ ଦେବତା ପ୍ରଭୁ ଆଖଣ୍ଡେଳଶ୍ୱର ମହାଦେବଙ୍କ...

ରାଜ୍ୟରେ ଚିହ୍ନଟ ହେଲେ ଆଉ ୯୭ କରୋନା ପଜିଟିଭ

ଭୁବନେଶ୍ୱର, ୩।୩(ବ୍ୟୁରୋ): ରାଜ୍ୟରେ ଏବେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି । ଗତ ୨୪ ଘଣ୍ଟା ମଧ୍ୟରେ ୯୭ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି...

‘ସଂରକ୍ଷିତ ଶିକ୍ଷକ ପଦବୀ ପାଇଁ ମିଳୁ ନାହାନ୍ତି ଯୋଗ୍ୟ ପ୍ରାର୍ଥୀ’

ଭୁବନେଶ୍ୱର,୧୩।୧୨(ବ୍ୟୁରୋ): ରାଜ୍ୟରେ ଶିକ୍ଷକ ପଦବୀ ପୂରଣ କରିବା ପାଇଁ ଯୋଗ୍ୟ ପ୍ରାର୍ଥୀ ମିଳୁ ନାହାନ୍ତି। ବିଶେଷ କରି ସଂରକ୍ଷିତ ପଦବୀ ପାଇଁ ଯୋଗ୍ୟ ପ୍ରାର୍ଥୀ ମିଳୁ...

ବାଲିପାଟଣାରେ ରଥଯାତ୍ରା

ବାଲିପାଟଣା,୫।୭(ଡି.ଏନ୍‌.ଏ.): ବାଲିପାଟଣା ବ୍ଲକର ବିଭିନ୍ନ ସ୍ଥାନରେ ରଥଯାତ୍ରା ଅନୁଷ୍ଠିତ ହୋଇଯାଇଛି। ବାଲିପାଟଣା ହାଟରେ ନିର୍ମିତ ଜଗନ୍ନାଥ ମନ୍ଦିରରୁ ଶ୍ରୀ ବିଗ୍ରହ ପହଣ୍ଡି ହୋଇ ମଧ୍ୟାହ୍ନରେ ରଥକୁ...

ରାଜ୍ୟ ସରକାର ବଦଳାଇଲେ ଗୁଇନ୍ଦା ନିର୍ଦ୍ଦେଶକ

ଭୁବନେଶ୍ୱର,୧୧।୪(ବ୍ୟୁରୋ): ରାଜ୍ୟ ସରକାର ଗୁଇନ୍ଦା ନିର୍ଦ୍ଦେଶକଙ୍କୁ ସୋମବାର ବଦଳାଇ ଦେଇଛନ୍ତି। ଗୁଇନ୍ଦା ନିର୍ଦ୍ଦେଶକ ଲଳିତ ଦାସଙ୍କୁ ଗୃହ ବିଭାଗର ଓଏସ୍‌ଡି ଭାବେ ନିଯୁକ୍ତ କରାଯାଇଛି। ତାଙ୍କ...

ମୁଖ୍ୟମନ୍ତ୍ରୀଙ୍କୁ ମିଶନ ଶକ୍ତି ସଦସ୍ୟାଙ୍କ କୃତଜ୍ଞତା

ଭୁବନେଶ୍ୱର, ୧୩ା୯(ବ୍ୟୁରୋ):ଢେଙ୍କାନାଳ, ମୟୂରଭଞ୍ଜ, ଭଦ୍ରକ ଓ ବାଲେଶ୍ୱର ଜିଲାର ମିଶନ ଶକ୍ତି ସଦସ୍ୟାମାନେ ସୋମବାର ସନ୍ଧ୍ୟାରେ ନବୀନ ନିବାସଠାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ୍‌ କରିଛନ୍ତି।...

ମହାନଦୀରେ ବନ୍ୟା

ଭୁବନେଶ୍ୱର, ୧୫ା୮(ବ୍ୟୁରୋ): ଲଗାଣ ବର୍ଷା ଓ ବନ୍ୟାରେ ପଶ୍ଚିମ ଓଡ଼ିଶାରେ ସଙ୍ଗିନ ସ୍ଥିତି ସୃଷ୍ଟି ହୋଇଥିବାବେଳେ ବିଭିନ୍ନ ନଦୀରେ ବନ୍ୟାଜଳ ପ୍ରବାହିତ ହେଉଛି। ଉପରମୁଣ୍ଡରେ ପ୍ରବଳ...

ବମିଖାଲ ଫ୍ଲାଏଓଭର: ବନ୍ଦ ହେଉନି ରଙ୍ଗରୁଟ୍‌ରେ ଚଳପ୍ରଚଳ

ଭୁବନେଶ୍ୱର, ୧୫।୯(ବ୍ୟୁରୋ): ଭଲ କାମ କରି ପୁରସ୍କାର ନିଅ, ନହେଲେ ଦଣ୍ଡ ପାଅ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏଭଳି ଗୁରୁମନ୍ତ୍ର ଦେଇଛନ୍ତି ସତ, ହେଲେ ପ୍ରକୃତରେ...

Advertisement
Archives

Model This Week