ମୋ ନିବେଦନ କାର୍ଯ୍ୟକ୍ରମ ଆରମ୍ଭ : ପଞ୍ଚାୟତ ସମସ୍ୟା ଜଣାଇଲେ ଲୋକେ

ଶେରଗଡ଼,୮।୮(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଶେରଗଡ଼ ବ୍ଲକ କୁମାରପାଣି ପଞ୍ଚାୟତ ରାଜୀବଗାନ୍ଧୀ ସେବାକେନ୍ଦ୍ର ଗୃହରେ ଗୁରୁବାର ପଞ୍ଚାୟତସ୍ତରୀୟ ଅଭିଯୋଗ ଶୁଣାଣି ମୋ ନିବେଦନ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ବ୍ଲକ ଅଧ୍ୟକ୍ଷ ସାରସ ସ୍ବାଇଁ ଯୋଗ ଦେଇ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। ପଞ୍ଚାୟତର ବିଭିନ୍ନ ଗ୍ରାମରେ ଉପୁଜିଥିବା ସାମସ୍ୟାକୁ ଉପସ୍ଥାପନ କରିବା ଉଦ୍ଦେଶ୍ୟରେ ଏହି କାର୍ଯ୍ୟକ୍ରମକୁ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୁତ କୁଲାଙ୍ଗେ ଆରମ୍ଭ କରିଥିଲେ। ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମରେ ପାନୀୟ ଜଳ ସମସ୍ୟା, ପଞ୍ଚାୟତରେ ମାଗଣା ଔଷଧ ମିଳୁ ନ ଥିବା ଉପସ୍ଥିତ ଲୋକମାନେ ଅଭିଯୋଗ କରିଥିଲେ। ପରେ ସ୍ବାସ୍ଥ୍ୟ ବିଭାଗ, କୃଷି ବିଭାଗ, ଉଦ୍ୟାନ କୃଷି ବିଭାଗ, ମାଛ ଚାଷ, ପଶୁ ଚିକିତ୍ସା, ରାଜସ୍ବ ବିଭାଗରେ ହେଉଥିବା ବିଭିନ୍ନ ଯୋଜନା ସମ୍ପର୍କରେ କୁହାଯାଇଥିଲା। ଉକ୍ତ କାର୍ଯ୍ୟକ୍ରମରେ ବିଡିଓ ସୁରଞ୍ଜନ କୁମାର ସାହୁ,ତହସିଲଦାର ଡ.ଦୟାସିନ୍ଧୁ ପରିଡ଼ା, ସହକାରୀ କୃଷି ଅଧିକାରୀ ସୁବ୍ରତ କୁମାର ବାରିକ, ମାଛ ଅଧିକାରୀ ଶୁଭ୍ରକାନ୍ତ ବାରିକ, ଉଦ୍ୟାନକୃଷି ବିଭାଗ ଅଧିକାରୀ ସୌରଭ ପାଣିଗ୍ରାହୀ, କୁମାରପାଣି ସରପଞ୍ଚ ଲଷ୍ମୀ ପ୍ରଧାନ, ସହକାରୀ ଯନ୍ତ୍ରୀ ମହୀନ୍ଦ୍ର କୁମାରଙ୍କ ସମେତ ବହୁ ବିଭାଗର ଅଧିକାରୀ ଯୋଗ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବ୍ଲୁ ଫ୍ଲାଗ୍‌ ବିଚ୍‌ ପର୍ଯ୍ୟଟକ ଉପକୃତ ହେବେ

ପୁରୀ ଅଫିସ, ୭।୧୧: ସମ୍ମାନଜନକ ବ୍ଲୁ ଫ୍ଲାଗ ମାନ୍ୟତା ପାଇଥିବା ପୁରୀର ସ୍ବର୍ଣ୍ଣିମ ବେଳାଭୂମିରେ ଶୁକ୍ରବାର ଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ନିଗମ (ଓଟିଡିସି) ପକ୍ଷରୁ କାଫେଟେରିଆ...

ଲକ୍‌ ଡାଉନ୍‌ ନିୟମ ଉଲ୍ଲଂଘନ: ୨୪୫ ଜଣଙ୍କଠାରୁ ୪୯,୩୦୦ ଟଙ୍କା ଜୋରିମାନା ଆଦାୟ

ବରଗଡ଼ ଅଫିସ୍‌,୨୧।୪: ଘାତକ କରୋନା(କୋଭିଡ୍‌-୧୯) ଭୂତାଣୁ ସଂକ୍ରମଣକୁ ପ୍ରତିହତ କରିବା ପାଇଁ ଦେଶବ୍ୟାପୀ ଲକ୍‌ ଡାଉନ୍‌ କଟକଣା ଲାଗୁ ହୋଇଛି । ଏହି କ୍ରମରେ ବରଗଡ଼...

ଭୁଶୁଡ଼ିଲା ନିର୍ମାଣାଧୀନ ବ୍ରିଜ୍‌, ୧୮ ଘଣ୍ଟାରେ ଖସିପଡ଼ିଲା ସ୍ଲାବ୍‌

କେନ୍ଦ୍ରାପଡ଼ା ଅଫିସ,୧୬ା୩: କେନ୍ଦ୍ରାପଡ଼ା ସହର ତିନିମୁହାଣୀ ଛକ ନିକଟ ନିର୍ମାଣାଧୀନ ଗୋବରୀ ନଦୀର ଦକ୍ଷିଣ ପାର୍ଶ୍ୱ ପୋଲ ବୁଧବାର ଭୁଶୁଡି ପଡିଛି। ଏହି ଦୁର୍ଘଟଣାରୁ କାର୍ଯ୍ୟରତ...

ଭୁବନେଶ୍ୱର ଏମ୍‌ପିଙ୍କ ଜନଶୁଣାଣି, ଲୋକଙ୍କ ଅଭିଯୋଗ ଶୁଣିଲେ: ସମାଧାନ ପାଇଁ ପଦକ୍ଷେପ ନେଲେ

ଖୋର୍ଦ୍ଧା ଅଫିସ,୨୮ା୧୨: ଖୋର୍ଦ୍ଧା ସହରସ୍ଥିତ ପୂର୍ତ୍ତ ବିଭାଗ ଡାକବଙ୍ଗଳାରେ ଖୋର୍ଦ୍ଧା ନିର୍ବାଚନମଣ୍ଡଳୀସ୍ତରୀୟ ଜନଶୁଣାଣି ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ଭୁବନେଶ୍ୱର ଏମ୍‌ପି ଅପରାଜିତା ଷଡଙ୍ଗୀ ଯୋଗଦେଇ...

ଟୁଇଟ୍‌ ପରେ ଚାଉଳ ମିଳିବା ଘଟଣା: ରିଟେଲର ନିଲମ୍ବିତ

ଭଦ୍ରକ ଅଫିସ, ୭।୯- ଭଦ୍ରକ ଜିଲା ଧାମନଗର ବ୍ଲକ ଭଗବାନପୁର ପଞ୍ଚାୟତ ଅଧୀନ ଅନହରପୁର ଗ୍ରାମର ହିତାଧିକାରୀ ପାଞ୍ଚାଳୀ ଜେନାଙ୍କୁ ଟୁଇଟ୍‌ ପରେ ଚାଉଳ ମିଳିବା...

ପୌର ପାଳିକାର ସ୍ବଚ୍ଛସାଥୀ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ :୩୬ ପଦବୀ, ୧୯୫ ଆବେଦନକାରୀ

ପାରାଦୀପ,୨୮ା୮(ସ୍ବ.ପ୍ର.): ରାଜ୍ୟର ସମସ୍ତ ପୌରାଞ୍ଚଳ ଓ ବିଜ୍ଞାପିତ ଅଞ୍ଚଳରେ ଏବେ ସରକାର ସ୍ବଚ୍ଛ ସାଥୀ ଓ ଓ୍ବାର୍ଡ ଅଫିସର ପଦ ପାଇଁ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ...

ଏଫଏମ୍‌ ସ୍ବୟଂଶାସିତ କଲେଜ: ପ୍ରକାଶ ପାଇଲା ସ୍ନାତକ, ସ୍ନାତକୋତ୍ତର ପରୀକ୍ଷା ଫଳ

ବାଲେଶ୍ୱର ଅଫିସ, ୧୧।୬- ବାଲେଶ୍ୱର ଫକୀରମୋହନ ସ୍ବୟଂଶାସିତ ମହାବିଦ୍ୟାଳୟର ସ୍ନାତକ ଓ ସ୍ନାତକୋତ୍ତର ପରୀକ୍ଷା ଫଳ ସୋମବାର ପ୍ରକାଶ ପାଇଛି। ଚଳିତ ଶିକ୍ଷାବର୍ଷରେ ଯୁକ୍ତ ୩...

ହୋଲିରେ ଦୁର୍ଘଟଣା: ୨ ଜୀବନ ଗଲା

ସମ୍ବଲପୁର,୩୧ା୩(ବ୍ୟୁରୋ): ସମ୍ବଲପୁର ଜିଲାରେ ହୋଲିରେ ଏକ ଅଘଟଣ ଘଟିଛି। ଶାସନ ଥାନା ନୂଅଁାମୁଣ୍ଡା ପେଟ୍ରୋଲ ପମ୍ପ ସମ୍ମୁଖରେ ସଡ଼କ ଦୁର୍ଘଟଣାରେ ଦୁଇ ଯୁବକଙ୍କ ଜୀବନ ଯାଇଛି।...

Advertisement
Archives

Model This Week