‘ମୋ ଉପକାରୀ ବଗିଚା’ କାର୍ଯ୍ୟକ୍ରମର ଶୁଭାରମ୍ଭ: ପୁଷ୍ଟିହୀନମୁକ୍ତ ପଞ୍ଚାୟତକୁ ମିଳିବ ପୁରସ୍କାର

ଭୁବନେଶ୍ୱର, ୧୯ା୧୦(ବ୍ୟୁରୋ): ରାଜ୍ୟରେ ୨୦୦୫-୦୬ ବେଳକୁ ଶିଶୁ ମୃତ୍ୟୁହାର ୬୫% ଥିବାବେଳେ ୨୦୧୫-୧୬ ବେଳକୁ ହ୍ରାସ ପାଇ ୪୦%ରେ ପହଞ୍ଚତ୍ଛି। ଶିଶୁ ମୃତ୍ୟୁର ପ୍ରମୁଖ କାରଣ ପୁଷ୍ଟିହୀନତା। ରାଜ୍ୟକୁ ପୁଷ୍ଟିହୀନମୁକ୍ତ କରିବା ପାଇଁ ‘ମୋ ଉପକାରୀ ବଗିଚା’ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ଏହି ଯୋଜନାରେ ଲୋକେ ପନିପରିବା ବାଡ଼ିବଗିଚାରେ ଲଗାଇପାରିବେ। ସରକାର ଲୋକଙ୍କୁ ମଞ୍ଜି ବାଣ୍ଟିବା ସହ ପ୍ରଶିକ୍ଷଣ ଦେବେ। ଏହାଦ୍ୱାରା ଲୋକେ ଜୈବିକ ପନିପରିବା ପାଇପାରିବେ ଏବଂ ରାଜ୍ୟକୁ ପୁଷ୍ଟିହୀନମୁକ୍ତ କରିହେବ ବୋଲି ପଞ୍ଚାୟତିରାଜ ଓ ପାନୀୟଜଳ ମନ୍ତ୍ରୀ ପ୍ରତାପ ଜେନା କହିଛନ୍ତି। ଅଜିମ୍‌ ପ୍ରେମ୍‌ଜୀ ଫିଲାନ୍‌ଥ୍ରୋପିକ ସଂସ୍ଥା ସହଯୋଗରେ ପଞ୍ଚାୟତିରାଜ ଓ ପାନୀୟଜଳ ବିଭାଗ ଏବଂ ରାଜ୍ୟ ଜୀବିକା ମିଶନ ପକ୍ଷରୁ ଶୁକ୍ରବାର ସ୍ଥାନୀୟ ଏକ ହୋଟେଲରେ ‘ପୁଷ୍ଟିସାର ପ୍ରୋତ୍ସାହନ ଅନ୍ତର୍ଜାତୀୟ କର୍ମଶାଳା’ ହୋଇଥିଲା। ଏହି ଅବସରରେ ମନ୍ତ୍ରୀ ଜେନା କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ।
ପୁଷ୍ଟିହୀନମୁକ୍ତ ପଞ୍ଚାୟତଗୁଡ଼ିକୁ ରାଜ୍ୟ ସରକାର ପୁରସ୍କୃତ କରିବେ ବୋଲି ପଞ୍ଚାୟତିରାଜ ବିଭାଗ ପ୍ରମୁଖ ସଚିବ ଦେଓରଞ୍ଜନ କୁମାର ସିଂହ କହିଥିଲେ। ‘ମୋ ଉପକାରୀ ବଗିଚା’ କାର୍ଯ୍ୟକ୍ରମରେ ମହିଳାମାନେ ଚାଷବାସର ନିଷ୍ପତ୍ତି ନେବାରେ ଅଂଶଗ୍ରହଣ କରିବେ ବୋଲି କୃଷି ବିଭାଗ ପ୍ରମୁଖ ସଚିବ ସୌରଭ ଗର୍ଗ କହିଥିଲେ। ପୁଷ୍ଟିହୀନତା ଦୂର ଲାଗି ବିଭାଗଗୁଡ଼ିକ ମଧ୍ୟରେ ସମନ୍ବୟ ଉପରେ ମହିଳା ଓ ଶିଶୁ ବିକାଶ ବିଭାଗ ପ୍ରମୁଖ ସଚିବ ଅନୁ ଗର୍ଗ ଗୁରୁତ୍ୱ ଦେଇଥିଲେ। କର୍ମଶାଳାରେ ଅଜିମ୍‌ ପ୍ରେମ୍‌ଜୀ ଫିଲାନ୍‌ଥ୍ରୋପିକ ସିଇଓ ଆନନ୍ଦ ସ୍ବାମୀନାଥନଙ୍କ ସମେତ ବାଂଲାଦେଶ ଓ ଫିଲିପାଇନ୍ସ ସରକାରଙ୍କ ବରିଷ୍ଠ ଅଧିକାରୀମାନେ ଯୋଗଦେଇଥିଲେ। ‘ସୌହାର୍ଦ୍ଦୋ’ କାର୍ଯ୍ୟକ୍ରମ ମାଧ୍ୟମରେ ବାଂଲାଦେଶ ସରକାର କିପରି ଲିଙ୍ଗଗତ ନିର୍ବିଶେଷରେ ଖାଦ୍ୟ ଓ ପୁଷ୍ଟିର ସୁରକ୍ଷା ହାସଲ କରିପାରିଛନ୍ତି, ସେ ବିଷୟରେ ବାଂଲାଦେଶ ସରକାରଙ୍କ ପ୍ରତିନିଧି କହିଥିଲେ। ରାଜ୍ୟ ଜୀବିକା ମିଶନର ନିର୍ଦ୍ଦେଶକ ସ୍ମୃୃତି ରଞ୍ଜନ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରହଲ୍ଲାଦ ନାଟକର ଶାସ୍ତ୍ରୀୟ ଉପସ୍ଥାପନାରେ ଦର୍ଶକ ମନ୍ତ୍ରମୁଗ୍ଧ

କୋଣାର୍କ,୫ା୧୨(ଡି.ଏନ.ଏ.): ସୂର୍ଯ୍ୟମନ୍ଦିର ପାଦଦେଶ ମୁକ୍ତାକାଶ ରଙ୍ଗମଞ୍ଚରେ ଚାଲିଥିବା କୋଣାର୍କ ଉତ୍ସବର ଚତୁର୍ଥ ସାରେ କଳାକାରମାନେ କୁଚିପୁଡ଼ି ଓ ଓଡ଼ିଶୀରେ ଦେଶଭକ୍ତି ଓ ପୁରାଣର ପ୍ରସଙ୍ଗ ନିଖୁଣ...

ନଦୀ ସୁରକ୍ଷା ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ

ଭୁବନେଶ୍ୱର,୨୬ା୪(ବ୍ୟୁରୋ): ରାଜ୍ୟରେ ଅସହ୍ୟ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ଏଭଳି ସ୍ଥିତିରେ ଜଳର ଘୋର ଅଭାବ ମଧ୍ୟ ଦେଖାଦେଇଛି। ସାଧାରଣ ଲୋକ ପିଇବା ପାଣି ମୁନ୍ଦାଏ...

୩ କମ୍ପାନୀର ୨.୫୨ କୋଟି ଅଚଳ

ଭୁବନେଶ୍ୱର,୩୧।୭ (ବ୍ୟୁରୋ): ଗ୍ରାହକଙ୍କୁ ଆପ୍‌ ଦ୍ୱାରା ଲୋନ୍‌ ଦେଇ ପରବର୍ତ୍ତୀ ସମୟରେ ମାନସିକ ନିର୍ଯାତନା ଦେବା ସହ ଅଧିକ ଟଙ୍କା ଆଦାୟ ମାମଲାରେ ବଡ଼ କାର୍ଯ୍ୟାନୁଷ୍ଠାନ...

ଯୋଗାଣ କର୍ମଚାରୀଙ୍କୁ ଅଫିସରୁ ବାହାର କରି ଧାରଣା ଦେଲା ଓକିଲ ସଂଘ

ବରଗଡ଼ ଅଫିସ,୨୩।୬: ବରଗଡ଼ ଜିଲାରେ ରବି ଧାନ ବିକ୍ରି ସମସ୍ୟା ଅସମାହିତ ହୋଇ ରହି ଯାଇଛି । ମଣ୍ଡିକୁ ବିକ୍ରି ପାଇଁ ଚାଷୀମାନେ ଧାନ ଆଣୁଥିଲେ...

୪ ଜିଲା କରୋନା ମୁକ୍ତ

ଭୁବନେଶ୍ୱର, ୨୧।୪(ବ୍ୟୁରୋ): ରାଜ୍ୟରେ ମଙ୍ଗଳବାର ଆଉ ୫ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ସେମାନେ ଭୁବନେଶ୍ୱର, ଢେଙ୍କାନାଳ, କଳାହାଣ୍ଡି, ସୁନ୍ଦରଗଡ଼ ଓ କେନ୍ଦ୍ରାପଡ଼ା ଜିଲାର ଜଣେ...

୧୦ ଦିନରେ ହସ୍ପିଟାଲ ପ୍ରସ୍ତୁତ ରଖ

ଭୁବନେଶ୍ୱର,୫।୧(ବ୍ୟୁରୋ): ଓମିକ୍ରନ୍‌ ସଂକ୍ରମଣ ଦିନକୁ ଦିନ ବଢ଼ିବାରେ ଲାଗିଛି। ରାଜ୍ୟରେ ମଧ୍ୟ ଏହି ସଂକ୍ରମିତଙ୍କ ସଂଖ୍ୟା ବଢୁଛି। ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ପ୍ରସ୍ତୁତି...

ବାଲେଶ୍ୱର ଉନ୍ନତି ପାଇଁ କେନ୍ଦ୍ରମନ୍ତ୍ରୀଙ୍କ ରୋଡ୍‌ମ୍ୟାପ୍‌: ୫୦କୋଟି ବ୍ୟୟରେ ହେବ ଅନ୍ତଃରାଷ୍ଟ୍ରୀୟ ମାଛ ମାର୍କେଟ୍‌

ବାଲେଶ୍ୱର ଅଫିସ, ୨୪।୮-ବାଲେଶ୍ୱର ଜିଲାବାସୀଙ୍କୁ ଆମତ୍ନିର୍ଭରଶୀଳ କରାଇବା ପାଇଁ କେନ୍ଦ୍ରମନ୍ତ୍ରୀ ତଥା ବାଲେଶ୍ୱର ଏମ୍‌ପି ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ କେତେକ କୁଟୀରଶିଳ୍ପ, ମାଛଚାଷ, ସହରର ଉନ୍ନତୀକରଣ,...

ଭିଜିଲାନ୍ସ ଜାଲରେ କ୍ଷୁଦ୍ର ଜଳସେଚନ ବିଭାଗର କାର୍ଯ୍ୟନିର୍ବାହୀ ଯନ୍ତ୍ରୀ

ବାଲେଶ୍ୱର ଅଫିସ,୧୪ା୧୦: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ବାଲେଶ୍ୱର ଜିଲା କ୍ଷୁଦ୍ର ଜଳସେଚନ ବିଭାଗ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ମହେଶ ପ୍ରସାଦ ପଟ୍ଟନାୟକ ଭିଜିଲାନ୍ସ ଜାଲରେପଡ଼ିଛନ୍ତି।...

Advertisement
Archives

Model This Week