ମୋରାଟୋରିୟମ ପରିଚାଳନରେ ବ୍ୟାଙ୍କଗୁଡିକୁ ସମସ୍ୟା

ନୂଆଦିଲ୍ଲୀ,୩୦। ୩: ସବୁ ପ୍ରକାରର ମିଆଦୀ ଋଣ ଉପରେ ଇଏମ୍‌ଆଇ ପ୍ରଦାନ କ୍ଷେତ୍ରରେ ସରକାର ୩ ମାସର ଆଶ୍ୱସ୍ତି ଦେଇଛନ୍ତି। ମାତ୍ର ଏହାକୁ ଲାଗୁ କରାଇବା ଏବଂ ଡକ୍ୟୁମେଣ୍ଟେଶନ କ୍ଷେତ୍ରରେ ଅସୁବିଧା ସ୍ଥିତି ଉପୁଯିବ ବୋଲି ଶିଳ୍ପ ପକ୍ଷରୁ ପ୍ରାରମ୍ଭିକ ପ୍ରତିକ୍ରିୟାରେ କୁହାଯାଇଛି। ଏ କ୍ଷେତ୍ରରେ ପରିଚାଳନାଗତ ଚ୍ୟାଲେଞ୍ଜ ଏବଂ ପେପରଓ୍ବାର୍କରେ ସମସ୍ୟା ଉପୁଜିପାରେ ବୋଲି ଆଶଙ୍କା କରାଯାଉଛି। ଏବେ ସାରା ଦେଶରେ ଲକ୍‌ଡାଉନ ଘୋଷଣା କରାଯାଇଥିବାରୁ କେତେକ ସାଧାରଣ ଧାରାକୁ ଲାଗୁ କରାଇବା ନେଇ ମଧ୍ୟ ସମସ୍ୟା ଉପୁଜୁଛି। ଏବେ ଶାଖାଗୁଡିକରେ କମ୍‌ ସଂଖ୍ୟକ କର୍ମଚାରୀ ରଖାଯିବା ସହ ଅତି ଦରକାରୀ କାମ କେବଳ ହେଉଛି। ସେହିଭଳି କଲ୍‌ ସେଣ୍ଟରଗୁଡିକରେ କମ୍‌ ସଂଖ୍ୟକ କର୍ମଚାରୀ କାମ କରୁଛନ୍ତି। ଗ୍ରାହକଙ୍କୁ ଇ-ମେଲ ଏବଂ ଏସ୍‌ଏମ୍‌ଏସ୍‌ ପଠାଯାଉଥିବା ବ୍ୟାଙ୍କଗୁଡିକ କହିଛନ୍ତି।
ମେସେଜ ଏବଂ ଇ-ମେଲ କେତେ ସଂଖ୍ୟକ ଗ୍ରାହକଙ୍କ ନିକଟରେ ପହଞ୍ଚିପାରିଲା ତାହା ମୋରାଟୋରିୟମର ସଫଳତା ନିର୍ଭର କରେ। କାହାକୁ ମୋରାଟୋରିମରେ ସାମିଲ କରାଯିବ କାହାକୁ ନାହିଁ ତାହା ଖୁବ୍‌ କମ୍‌ ସମୟରେ ବିଚାର କରିବା କଷ୍ଟକର। ଏବେ କମ୍‌ କର୍ମଚାରୀ କାମ କରୁଥିବାରୁ ସବୁ କର୍ମଚାରୀଙ୍କୁ ମୋରାଟୋରିୟମ ଭିତରେ ନେଇପାରନ୍ତି ବୋଲି ଅନୁମାନ କରାଯାଉଛି। ଏହି ଦିଗ ଉପରେ ଘରୋଇ ବ୍ୟାଙ୍କଗୁଡିକ ବିଚାର କରୁଛନ୍ତି। ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆର ଅଧ୍ୟକ୍ଷ ରଜନୀଶ କୁମାର କହିଛନ୍ତି ଯେ, ସିଧାସଳଖ ଭାବେ ସବୁ ଗ୍ରାହକଙ୍କୁ ମୋରାଟୋରିୟମରେ ସାମିଲ କରାଯିବ। ଏସ୍‌ବିଆଇ ନିଷ୍ପତ୍ତି ଉପରେ ସବୁ ବ୍ୟାଙ୍କ ଆଗକୁ ବଢିବେ ବୋଲି ଅନ୍ୟ ଜଣେ ବ୍ୟାଙ୍କର ଏମ୍‌ଡି କହିଛନ୍ତି। ଏହି ପ୍ରସଙ୍ଗ ଉପରେ ବର୍ତ୍ତମାନ ବିଚାର କରାଯାଉଛି ବୋଲି ଏକ ପ୍ରମୁଖ ଘରୋଇ ବ୍ୟାଙ୍କର ରିଟେଲ ବ୍ୟାଙ୍କିଙ୍ଗ ମୁଖ୍ୟ କହିଛନ୍ତି। ସରକାରଙ୍କ ଏଭଳି ନିଷ୍ପତ୍ତି ସତ୍ତ୍ୱେ ଏମିତି କିଛି ଗ୍ରାହକ ରହିଛନ୍ତି ଯେଉଁମାନେ ମୋରାଟୋରିୟର ସୁବିଧା ନେବାକୁ ଚାହଁୁନାହାନ୍ତି। କାରଣ କେବଳ ଋଣ କିସ୍ତି ଦେବା କିଛି ସମୟ ବନ୍ଦ ହୋଇଛି। ସୁଧରେ କୋହଳ କରାଯାଇ ନାହିଁ। ସୁଧହାର ସମାନ ଥିବାରୁ କିଛି ଗ୍ରାହକ ସେମାନଙ୍କ ବକେୟା ରାଶି ପଇଠ ପୂର୍ବବତ୍‌ ଧାରାରେ କରିବାକୁ ଚାହଁୁଥିବା ଜଣାପଡିଛି।


Enter your email to get our daily news in your inbox.

All Right Reserved By Dharitri.Com

UPI ନେଣଦେଣରେ PPI ଚାର୍ଜ କ’ଣ? କାହାର ଲାଭ-କାହାର କ୍ଷତି ଜାଣନ୍ତୁ…

ନୂଆଦିଲ୍ଲୀ,୨୬।୪: ଆଜିକାଲି ସମୟରେ ୟୁପିଆଇ ନେଣଦେଣ ସାମାନ୍ୟ କଥାରେ ପରିଣତ ହୋଇଗଲାଣି। ରାସ୍ତାକଡ଼ ବୁଲା ବେପାରୀଙ୍କଠାରୁ ଆରମ୍ଭ କରି ବଡ଼ ବଡ଼ ମଲ୍‌ରେ ମଧ୍ୟ ଏହାର...

୧୭ ହଜାର କ୍ରେଡିଟ୍‌ କାର୍ଡକୁ ବ୍ଲକ କଲା ICICI, ପ୍ରଭାବିତ ହୋଇଥିଲେ ଜାଣନ୍ତୁ କାରଣ…

ନୂଆଦିଲ୍ଲୀ,୨୬।୪: ବେସରକାରୀ ବ୍ୟାଙ୍କ ଆଇସିଆଇସିଆଇ ୧୭ ହଜାର କ୍ରେଡିଟ୍‌ କାର୍ଡକୁ ବ୍ଲକ୍‌ କରିଦେଇଛି। ନିକଟରେ କାର୍ଡଗୁଡ଼ିକ ଜାରି କରାଯାଇଥିବା ବେଳେ ଭୁଲ ୟୁଜର୍ସ ଥିବା ମାମଲା...

ଏହି କାରଣ ପାଇଁ ଦୁବେଙ୍କ ବଦଳରେ ହାର୍ଦ୍ଦିକଙ୍କୁ ଟି-୨୦ ବିଶ୍ୱକପ ଦଳରେ ମିଳିବ ସ୍ଥାନ: ରିପୋର୍ଟ

ନୂଆଦିଲ୍ଲୀ,୨୬।୪: ଭାରତ ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଭଲ ଫର୍ମ ନଥାଇ ପାରନ୍ତି କିନ୍ତୁ ତାଙ୍କର ପୂର୍ବ ପ୍ରଦର୍ଶନ ବଳରେ ବା ତାଙ୍କ ପ୍ରତିବଦଳ ଖେଳାଳି...

ଅନେକ ଦିନର ହ୍ରାସ ପରେ ବଦଳିଲା ଟ୍ରେଣ୍ଡ, ପୁଣି ବୃଦ୍ଧି ପାଇଲା ସୁନା ଏବଂ ରୂପା ମୂଲ୍ୟ

ନୂଆଦିଲ୍ଲୀ,୨୬।୪: ଗତ କିଛି ଦିନ ହେବ ସୁନା ମୂଲ୍ୟରେ ହ୍ରାସ ଘଟିଥିଲା, କିନ୍ତୁ ଶୁକ୍ରବାର ସୁନା ଓ ରୂପା ମୂଲ୍ୟ ବୃଦ୍ଧି ପାଇଛି। ବଜାରରେ ସୁନା...

ଚଳିତ ବର୍ଷ ୬୦୦୦ ଫ୍ରେଶରଙ୍କୁ ନିଯୁକ୍ତି ଦେବ ଟେକ୍ ମହିନ୍ଦ୍ରା

ମୁମ୍ବାଇ,୨୬ା୪: ପ୍ରମୁଖ ଆଇଟି କମ୍ପାନୀ ଟେକ୍ ମହିନ୍ଦ୍ରା, ଏପ୍ରିଲ୍ ୨୫ ରେ ଘୋଷଣା କରିଛି ଯେ ଏହା ୨୦୨୫ ଆର୍ଥିକ ବର୍ଷରେ ୬,୦୦୦ ଫ୍ରେଶର୍ ନିଯୁକ୍ତ...

ଏଚ୍‌ଏମ୍‌ଏସ୍‌ଆଇର ନୂତନ ମାଇଲଖୁଣ୍ଟ

ଭୁବନେଶ୍ୱର,୨୬ା୪: ହୋଣ୍ଡା ମୋଟରସାଇକେଲ ଆଣ୍ଡ ସ୍କୁଟର ଇଣ୍ଡିଆ (ଏଚ୍‌ଏମ୍‌ଏସ୍‌ଆଇ)କୁ ନିକଟରେ ଆଉ ଏକ ସଫଳତା ସହ ପୂର୍ବ ଭାରତ ବଜାରରେ କମ୍ପାନୀ ନୂତନ ମାଇଲଖୁଣ୍ଟ ହାସଲ...

ଅଟୋ ଏଜ୍‌-୨୦୨୪ ସମ୍ମିଳନୀ: ଅଟୋ ଉଦ୍ୟୋଗର ଆବଶ୍ୟକତା ପୂରଣ

ଭୁବନେଶ୍ୱର,୨୬ା୪: ବେଦାନ୍ତ ଆଲୁମିନିୟମର ବହୁ ପ୍ରତୀକ୍ଷିତ ତଥା ଜାତୀୟ ଅଟୋ ଦିବସ ଉପଲକ୍ଷେ ନୂଆଦିଲ୍ଲୀଠାରେ ‘ଅଟୋ ଏଜ୍‌-୨୦୨୪’ ସମ୍ମିଳନୀ ଆୟୋଜିତ ହୋଇଯାଇଛି। ଏଥିରେ ଶିଳ୍ପ ବିଶେଷଜ୍ଞ...

ଆକ୍ସିସ୍‌ ବ୍ୟାଙ୍କର ବାର୍ଷିକ ଫଳାଫଳ

ଭୁବନେଶ୍ୱର,୨୬ା୪: ଆକ୍ସିସ୍‌ ବ୍ୟାଙ୍କର ନିର୍ଦ୍ଦେଶକ ମଣ୍ଡଳୀ ବୈଠକ ନିକଟରେ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ ବ୍ୟାଙ୍କର କାରବାର ଓ ଆଗାମୀ କାର୍ଯ୍ୟକଳାପ ସହ ୨୦୨୩-୨୪ ଆର୍ଥତ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri