ମୋବାଇଲ ଟାରିଫ ବଢାଇବେ ଭୋଡାଫୋନ-ଆଇଡିଆ,ଏୟାରଟେଲ

ନୂଆଦିଲ୍ଲୀ,୧୯-୧୧: ଡିସେମ୍ବର ୧ରୁ ଭୋଡାଫୋନ-ଆଇଡିଆ ଏବଂ ଏୟାରଟେଲ ଭଳି କମ୍ପାନୀ ସେମାନଙ୍କ ସର୍ଭିସ ରେଟ୍‌ ବଢାଇବା ନେଇ ସୂଚନା ଦେଇଛନ୍ତି। ଏହି କମ୍ପାନୀଗୁଡିକ ବର୍ତ୍ତମାନ ବିଭିନ୍ନ ସମସ୍ୟା ଦେଇ ଗତି କରୁଥିବା ବେଳେ ଟାରିଫରେ ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏଭଳି ସ୍ଥିତିରେ ଗ୍ରାହକଙ୍କୁ ବିଶ୍ୱସ୍ତରୀୟ ଡିଜିଟାଲ ଏକ୍ସପେରିଏନ୍ସ ଯୋଗାଣ ଧାରା ଜାରି ରହିବ ବୋଲି ଭୋଡାଫୋନ-ଆଇଡିଆ କହିଛନ୍ତି। କେଉଁ ବର୍ଗରେ କେତେ ପରିମାଣର ଟାରିଫ ବୃଦ୍ଧି ହେବ ସେ ନେଇ ଏହି କମ୍ପାନୀ ପକ୍ଷରୁ କିଛି ସୂଚନା ଦିଆଯାଇ ନାହିଁ। ନିକଟରେ ପ୍ରକାଶିତ ଦ୍ୱିତୀୟ ତ୍ରୈମାସ ଫଳାଫଳରେ ଭୋଡାଫୋନ-ଆଇଡିଆ ୫୦,୯୨୧ କୋଟି ଟଙ୍କା କ୍ଷତି ସହିଛନ୍ତି। ଆଡଜଷ୍ଟେଟ ଗ୍ରସ ରେଭେନ୍ୟୁ ବାବଦ ଦେୟ ପ୍ରଦାନ ନେଇ ରହିଥିବା ନିୟମ ପାଳନକୁ ଆଧାରରେ କମ୍ପାନୀଗୁଡିକର କ୍ଷତି ବଢିଥିବା ସେମାନେ କହିଛନ୍ତି। ଟେଲିକମ୍‌ ବିଭାଗ ଦାବି କରିଥିବା ଅର୍ଥ ପ୍ରଦାନ କରିବାକୁ ସୁପ୍ରିମକୋର୍ଟ ପ୍ରମୁଖ ଟେଲିକମ୍‌ କମ୍ପାନୀଗୁଡିକୁ କହିଛନ୍ତି। ସରକାରଙ୍କ ସହାୟତା ନ ମିଳିଲେ ବ୍ୟବସାୟ ଜାରି ରଖିବା କଷ୍ଟକର ବୋଲି ଭୋଡାଫୋନ-ଆଇଡିଆ କହିଛନ୍ତି। ଟେଲିକମ୍‌ କମ୍ପାନୀଗୁଡିକର ସମସ୍ୟା ସମାଧାନ ଲାଗି କ୍ୟାବିନେଟ ସଚିବଙ୍କ ଅଧ୍ୟକ୍ଷତାରେ ଏକ ସଚିବ କମିଟି ଗଠନ ହୋଇଛି। ଅଂଶୀଦାରଙ୍କଠାରୁ ମତାମତ ଗ୍ରହଣ କରିବା ପରେ ଏନେଇ ସରକାର କାର୍ଯ୍ୟପନ୍ଥା ଗ୍ରହଣ କରିବେ ବୋଲି ସୁଚନା ରହିଛି। ସୂଚନା ଯୋଗ୍ୟ ବର୍ତ୍ତମାନ ଭୋଡାଫୋନ ଏବଂ ଆଇଡିଆ ନିକଟରେ ୩୦୦ ନିୟୁତ ଗ୍ରାହକ ଅଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

BSNL ଆଣିଲା iPhoneଠାରୁ ବି ମହଙ୍ଗା ଫୋନ୍, ଦାମ୍ ୧.୩୪ ଲକ୍ଷ ଟଙ୍କା; ଜାଣନ୍ତୁ ଏଥିରେ କ’ଣ ରହିଛି ଖାସ୍‌

ନୂଆଦିଲ୍ଲୀ, ୯।୭: ସରକାରୀ ଟେଲିକମ୍ କମ୍ପାନୀ ବିଏସଏନଏଲ୍ (BSNL) ଭାରତରେ ଏକ ନୂଆ ସାଟେଲାଇଟ୍ ଫୋନ୍ ଲଞ୍ଚ କରିଛି। ଏହି ଫୋନ୍‌ଟି ବିଶେଷ କରି ବ୍ୟବସାୟିକ ତଥା…

ଭାଙ୍ଗିଲା ସବୁ ରେକର୍ଡ; ଗୋଟିଏ ଦିନରେ ୬,୭୦୦ ଟଙ୍କା ଶସ୍ତା ହେଲା ରୁପା, ସୁନା ବି…

ନୂଆଦିଲ୍ଲୀ, ୮।୭: ଯଦି ଆପଣ ସୁନା କିମ୍ବା ରୁପା କିଣିବାକୁ ଯୋଜନା କରୁଛନ୍ତି, ତେବେ ଆପଣଙ୍କ ପାଇଁ ଏକ ବଡ଼ ଖବର ଅଛି। ଆନ୍ତର୍ଜାତୀୟ ବଜାରଠାରୁ ଆରମ୍ଭ…

ଜିଓର ଦମଦାର୍ ପ୍ଲାନ୍ ‘JioTV Pro Pack’: ମାତ୍ର ୫୫ ଟଙ୍କାରେ ମିଳିବ ୧୦୦୦ରୁ ଅଧିକ ଲାଇଭ୍ ଟିଭି ଚ୍ୟାନେଲ୍‌

ନୂଆଦିଲ୍ଲୀ, ୮।୭: ରିଲାଏନ୍ସ ଜିଓ ନିଜ ଗ୍ରାହକମାନଙ୍କ ପାଇଁ ଏକ ଶସ୍ତା ଏବଂ ଦମଦାର୍ ଏଣ୍ଟରଟେନମେଣ୍ଟ ପ୍ଲାନ୍ ଲଞ୍ଚ କରିଛି। କମ୍ପାନୀ ମାତ୍ର ୫୫ ଟଙ୍କାରେ ନୂଆ…

ଏଣିକି WhatsAppରେ ମିଳିବ ଆୟୁଷ୍ମାନ କାର୍ଡର ସବୁ ସୁବିଧା; ଘରେ ବସି ଚେକ୍ କରନ୍ତୁ ବାଲାନ୍ସ, ସେଭ୍ କରନ୍ତୁ ଏହି ନମ୍ବର

ନୂଆଦିଲ୍ଲୀ, ୮।୭: ଦେଶର କୋଟି କୋଟି ଆୟୁଷ୍ମାନ ଭାରତ ହିତାଧିକାରୀଙ୍କ ପାଇଁ ଏକ ବଡ଼ ଖୁସି ଖବର। ଏବେ ଆୟୁଷ୍ମାନ କାର୍ଡର ବାଲାନ୍ସ ଏବଂ ଅନ୍ୟାନ୍ୟ ସେବା ବିଷୟରେ…

ଟ୍ରମ୍ପଙ୍କ ବୟାନ ପରେ ଶେୟାର ବଜାରରେ ହାହାକାର! ନିବେଶକଙ୍କ ବୁଡ଼ିଲା ୪ ଲକ୍ଷ କୋଟି

ନୂଆଦିଲ୍ଲୀ,୮।୭: ବୁଧବାର ଭାରତୀୟ ଶେୟାର ବଜାରରେ ଏକ ବଡ଼ ଧରଣର ଉତ୍ଥାନ ଦେଖିବାକୁ ମିଳିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଏକ କଡ଼ା ବୟାନ ଅସ୍ଥିର ବିଶ୍ୱ…

PF ଆକାଉଣ୍ଟଧାରୀଙ୍କ ପାଇଁ ଖୁସି ଖବର! ଖାତାକୁ ଆସିବ ୮.୨୫% ସୁଧ, ଘରେ ବସି ଏମିତି ଚେକ୍‌ କରନ୍ତୁ ବାଲାନ୍ସ

ନୂଆଦିଲ୍ଲୀ, ୭।୭: ଯଦି ଆପଣଙ୍କର ମଧ୍ୟ EPFରେ ପଇସା ଜମା ହେଉଛି, ତେବେ ଆପଣଙ୍କ ପାଇଁ ବଡ଼ ଖୁସି ଖବର। EPFO ଆର୍ଥିକ ବର୍ଷ ୨୦୨୫-୨୬ ପାଇଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri