ମୋବାଇଲ୍‌ ଲାଇଟ୍‌ରେ ବ୍ରେନ୍‌ ଅପରେଶନ୍‌ କଲେ ଡାକ୍ତର

ସେନ୍‌ ମେଗୁଏଲ୍‌,୩୦।୧: ଚିଲିରେ ଏକ ଅଭାବନୀୟ ଘଟଣା ଘଟିଛି। ଏକ ହସ୍ପିଟାଲରେ ଜଣେ ଲୋକଙ୍କ ବ୍ରେନ୍‌ ଅପରେଶନ୍‌ ସମୟରେ ପାଓ୍ବାର କଟ୍‌ ହେବାରୁ ଡାକ୍ତରୀ ଦଳ ବାଧ୍ୟ ହୋଇ ମୋବାଇଲ୍‌ ଲାଇଟ୍‌ରେ ଅପରେଶନ୍‌ ଶେଷ କରିଛନ୍ତି। ଏବେ ଏହା ସୋସିଆଲ୍‌ ମିଡ଼ିଆରେ ବେଶ୍‌ ଭାଇରାଲ ହେବାରେ ଲାଗିଛି। ସ୍ଥାନୀୟ ବାରୋସ ଲୁକୋ ହସ୍ପିଟାଲରେ ଏଭଳି ଘଟଣା ଘଟିଛି। ଅନ୍ୟ କୌଣସି ବିକଳ୍ପ ନ ଥିବାରୁ ଡାକ୍ତରୀ ଦଳ ଏଭଳି କରିଥିବା କୁହାଯାଉଛି। ତେବେ ଅପରେଶନ ସଫଳ ରହିଥିବା ସ୍ଥାନୀୟ ସ୍ବାସ୍ଥ୍ୟ ଅଧିକାରୀ ଅର୍ତୁରୋ ଜୁନିଗା ସୂଚନା ଦେଇଛନ୍ତି। ୩୪ ବର୍ଷ ବୟସ୍କ ଜଣେ ବ୍ୟକ୍ତିଙ୍କ ବ୍ରେନ୍‌ ଟ୍ର୍ୟୁମର ଅପରେଶନ ସମୟରେ ଅଚାନକ ପାଓ୍ବାର କଟ୍‌ ହୋଇଥିଲା। ହସ୍ପିଟାଲରେ ଥିବା ଜେନେରେଟର ମଧ୍ୟ କାମ କରି ନ ଥିଲା। ତେବେ ଡାକ୍ତରୀ ଦଳ ସାହାସର ସହିତ ଏଭଳି ପଦକ୍ଷେପ ଗ୍ରହଣ କରିଥିଲେ। ସୋସିଆଲ୍‌ ମିଡ଼ିଆରେ ୟୁଜର ଅପରେଶନ୍‌ କରିଥିବା ଡାକ୍ତରଙ୍କୁ ପ୍ରଶଂସା କରିବାରେ ଲାଗିଛନ୍ତି। ହସ୍ପିଟାଲରେ ଜେନେରେଟର କାହିଁକି କାମ କଲାନି ଏହାର ତଦନ୍ତ ଜାରି ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ପୁଟିନ୍‌ଙ୍କୁ ବ୍ୟଙ୍ଗ କଲେ ଟ୍ରମ୍ପ୍‌: ଏଥର ରାଷ୍ଟ୍ରପତି ନିର୍ବାଚନରେ ହସ୍ତକ୍ଷେପ କରିବ ନାହିଁ

ଓସାକା,୨୯ା୬(ଆଇଏଏନ୍‌ଏସ୍‌): ଜାପାନର ଓକାସା ସହରରେ ଚାଲିଥିବା ୨ ଦିନିଆ ଜି-୨୦ ସମ୍ମିଳନୀରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ତାଙ୍କ ରୁଷିଆ ପ୍ରତିପକ୍ଷ ଭ୍ଲାଡିମିର ପୁଟିନ୍‌ଙ୍କୁ ସାକ୍ଷାତ୍‌...

୧୧ ଖ୍ରୀଷ୍ଟିଆନ୍‌ଙ୍କୁ ହତ୍ୟାକଲା ଆଇଏସ୍‌

କାନୋ,୨୮ା୧୨: ଉତ୍ତର-ପୂର୍ବ ନାଇଜେରିଆରେ ଆଇଏସ୍‌ ଆତଙ୍କବାଦୀମାନେ ୧୧ ଜଣ ଖ୍ରୀଷ୍ଟିଆନ୍‌ଙ୍କୁ ହତ୍ୟା କରିଛନ୍ତି। ଆଖିରେ କଳାପଟି ବନ୍ଧାଯାଇଥିବା ଏହି ଖ୍ରୀଷ୍ଟିଆନ୍‌ମାନଙ୍କୁ ଏକ ଅଜଣା ଜାଗାକୁ ନେଇ...

ବେଲଗାମ ହେଉଛି କରୋନା: ପାକିସ୍ତାନରେ ସଂକ୍ରମିତଙ୍କ ସଂଖ୍ୟା ୯୦୦ରୁ ଊର୍ଦ୍ଧ୍ୱ, ପାସେଞ୍ଜର ଟ୍ରେନ୍‌ ବାତିଲ୍‌

ଇସ୍‌ଲାମାବାଦ,୨୪।୩: ସାରା ବିଶ୍ୱରେ ମହାମାରୀ କରୋନା ଭାଇରସ୍‌ ଆତଙ୍କ ଖେଳାଇ ଚାଲିଛି। ଦିନକୁ ଦିନ ବେଲଗାମ ହେଉଥିବା କରୋନା ଭାଇରସ୍‌ ଭାରତର ପଡୋଶୀ ଦେଶ ପାକିସ୍ତାନରେ...

ପରୀକ୍ଷା ଶେଷ ପରେ ଖୁସିରେ ଏମିତି ଡ୍ୟାନ୍ସ କଲେ ଛାତ୍ରୀଛାତ୍ର, ଭିଡିଓ ଭାଇରାଲ

ପିଲାମାନଙ୍କ ପାଇଁ ପରୀକ୍ଷା ଶେଷ ହେବାର ଆନନ୍ଦଠାରୁ ଆଉ ଅଧିକ ଆନନ୍ଦ ବୋଧହୁଏ କିଛି ନାହିଁ। ପରୀକ୍ଷା ଶେଷ ହେବା ମାତ୍ରେ ସମସ୍ତ ପିଲା ଚାପମୁକ୍ତ...

ଗାଁରେ ନାହିଁ ବିଜୁଳି, କୃଷକଙ୍କ ପୁଅ ୯୮.୨ ପ୍ରତିଶତ ମାର୍କ ରଖି ବିଦେଶରେ ପଢିବାକୁ ହାସଲ କଲେ ଯୋଗ୍ୟତା

ଲକ୍ଷ୍ନୌ,୧୫।୭: ସିବିଏସି ଦ୍ୱାଦଶ ବୋର୍ଡ ପରୀକ୍ଷାରେ ୯୮.୨ ପ୍ରତିଶତ ମାର୍କ ପାଇଥିବା ଜଣେ କୃଷକଙ୍କ ପୁଅ ଏବେ ବିଦେଶରେ ପଢିବେ। ସେ ଆମେରିକାରେ ଥିବା ନ୍ୟୁୟର୍କର...

ମୋଦିଙ୍କ କରୋନା କୂଟନୀତିକୁ ଭୟ: ମିଥ୍ୟା ପ୍ରଚାର ଆରମ୍ଭ କଲା ଗ୍ଲୋବାଲ ଟାଇମ୍ସ୍‌

ନୂଆଦିଲ୍ଲ/ବେଜିଂ, ୨୫।୧: କରୋନା ମହାମାରୀ ସଂକ୍ରମଣରୁ ଦୂରେଇ ରହିବା ଲାଗି ଭାରତରେ ସାର୍ବଜନୀକ ଭାବେ ଟିକାକରଣ ଜାରି ରହିଛି। ଏହା ସହିତ ଭାରତ ପକ୍ଷରୁ ବାଂଲାଦେଶ,...

ପିଲାଙ୍କୁ ପାଠ ପଢାଇବାକୁ ଆସୁଛି ସ୍କୁଲ

ମୁମ୍ବାଇର ଝୁଙ୍ଗିଆ ଇଲାକାର ବସ୍ତି ଅଞ୍ଚଳରେ ରହୁଥିବା ଗରିବ ପିଲାମାନେ ସ୍କୁଲ୍‌ ପଢ଼ିବାକୁ ନୁହଁ ବରଂ ସ୍କୁଲ୍‌ ଏମାନଙ୍କୁ ପଢ଼ାଇବାକୁ ଆସିଥାଏ। ‘ସ୍କୁଲ୍‌-ଅନ୍‌-ହ୍ବିଲ୍‌ସ’ ନାମରେ ଚାଲିଥିବା...

ଅଷ୍ଟ୍ରେଲିଆରେ ଉତ୍ସବ ମନାଇଲେ ଭାଜପା ସମର୍ଥକ

ସିଡ୍‌ନୀ,୨୩।୫: ଭାରତର ଲୋକ ସଭା ନିର୍ବାଚନ ଫଳାଫଳ ଉପରେ ସାରା ବିଶ୍ୱର ନଜର ରହିଛି। ଗୁରୁବାର ସକାଳୁ ଭୋଟ ଗଣତି ଆରମ୍ଭ ହୋଇଥିବା ବେଳେ ଭାଜପା...

Advertisement
Archives

Model This Week