ମୋ’ବସ୍‌ରେ ମାଗଣା ଖବରକାଗଜ : ଆଗାମୀ ଦିନରେ ମିଳିବ ଦୂରଭାଷ ପାଠାଗାର ସୁବିଧା

ଭୁବନେଶ୍ୱର,୨ା୯(ବ୍ୟୁରୋ) : କ୍ୟାପିଟାଲ ରିଜିଅନ ଅର୍ବାନ ଟ୍ରାନ୍ସପୋର୍ଟ (କ୍ରୁଟ୍‌) ଦ୍ୱାରା ପରିଚାଳିତ ‘ମୋ ବସ୍‌’ ସେବାରେ ନୂଆ ବ୍ୟବସ୍ଥା ଯୋଡିହୋଇଛି। ବ୍ୟସ୍ତ ଜୀବନଶୈଳୀ ଭିତରେ ଲୋକେ ଖବରକାଗଜ ପଢ଼ିପାରୁନାହାନ୍ତି। ତେବେ ମୋ ବସ୍‌ ଯାତ୍ରାବେଳେ ଦୈନିକ ଲୋକଙ୍କୁ ମାଗଣା ଖବରକାଗଜ ପଢ଼ିବାର ସୁବିଧା ମିଳିବ। ରବିବାର ପୂର୍ବହ୍ନରେ କ୍ରୁଟର ପରିଚାଳନା ନିର୍ଦ୍ଦେଶକ ଆଇପିଏସ୍‌ ଅଧିକାରୀ ଅରୁଣ ବୋଥ୍ରା ଏହି କାର୍ଯ୍ୟକ୍ରମର ଉଦ୍‌ଘାଟନ କରିବା ସହ ମାଷ୍ଟରକ୍ୟାଣ୍ଟିନସ୍ଥିତ ମୋ ବସ୍‌ ଟର୍ମିନାଲରେ ନିଜେ ଲୋକଙ୍କୁ ଖବରକାଗଜ ଦେଇଥିଲେ। ପ୍ରଥମ ପର୍ଯ୍ୟାୟରେ ଦୈନିକ ଇଂଲିଶ ଖବରକାଗଜର ବ୍ୟବସ୍ଥା ହୋଇଥିବାବେଳେ ପରବର୍ତ୍ତୀ ସମୟରେ ଓଡ଼ିଆ ଦୈନିକ ଓ ସାପ୍ତାହିକଗୁଡ଼ିକୁ ଯାତ୍ରୀଙ୍କୁ ଯୋଗାଇ ଦିଆଯିବ ବୋଲି କ୍ରୁଟ ପକ୍ଷରୁ ସୂଚନା ଦିଆଯାଇଛି।
ଏ ସମ୍ପର୍କରେ ସୂଚନା ଦେଇ ବୋଥ୍ରା କହିଛନ୍ତି, ଏହି ଅଭିଯାନ ଯାତ୍ରୀଙ୍କୁ ଅଯାଚିତ ସ୍ମାର୍ଟ ଫୋନ ବ୍ୟବହାରରୁ ଦୂରେଇ ରହିବା ପାଇଁ ପ୍ରୋତ୍ସାହିତ କରିବ। କର୍ମମୟ ଜୀବନ ମଧ୍ୟରେ ଜଣେ ବ୍ୟକ୍ତି ପ୍ରତ୍ୟହ ନିଜ ସହିତ ପୁସ୍ତକ ଧରି ବୁଲିବା କିମ୍ବା ଅବସରବେଳେ ଖବରକାଗଜ ପଢ଼ିବା ନିଶ୍ଚିତ ଭାବେ ଏକ ଚିନ୍ତାଯୋଗ୍ୟ ବିଷୟ। ତେଣୁ ଯାତ୍ରା ସମୟରେ ଉପଲବ୍ଧ ଏହି ସେବା ପଢିବା ଅଭ୍ୟାସକୁ ବଳବତ୍ତର କରିବା ନିମନ୍ତେ ସହାୟକ ହେବ। ଆଗାମୀ ଦିନରେ ସମସ୍ତ ମୋ ବସଗୁଡିକରେ ଏହା ଉପଲବ୍ଧ ହେବ। ଏଥିସହ ମୋ ବସ୍‌ଗୁଡିକରେ ଦୂରଭାଷ ପାଠାଗାରର ସୁବିଧା ଯୋଗାଇ ଦେବା ପାଇଁ କ୍ରୁଟ ବିଚାର କରୁଛି ବୋଲି ନିର୍ଦ୍ଦେଶକ ବୋଥ୍ରା କହିଛନ୍ତି। ଯାତ୍ରା ସମୟରେ ପଢିବା ଅଭ୍ୟାସକୁ ପ୍ରୋତ୍ସାହିତ, ପ୍ରଚାରିତ ଏବଂ ବିକଶିତ କରିବା ପାଇଁ କ୍ରୁଟ ପକ୍ଷରୁ ଏହି ବ୍ୟବସ୍ଥା କରାଯାଇଛି। ସକାଳୁ ଯାତ୍ରା କରୁଥିବା ଯାତ୍ରୀଙ୍କ ପାଇଁ ଏହି ସେବା ବହୁତ ଫଳପ୍ରଦ ହେବ। ଅଧିକରୁ ଅଧିକ ଯାତ୍ରୀଙ୍କୁ ଏହି ସେବା ସହ ଯୋଡିବା ନିମନ୍ତେ ଆମେ ଲକ୍ଷ୍ୟ ରଖିଛୁ ବୋଲି କ୍ରୁଟ୍‌ ମୁଖପାତ୍ର ଦୀପ୍ତି ମହାପାତ୍ର କହିଛନ୍ତି।
ଉଲ୍ଲେଖଥାଉ କି, ବର୍ତ୍ତମାନ ଦୈତ୍ୟନଗରୀର ୨୦ ରୁଟରେ ଦୈନିକ ୨୦୦ଟି ବସ୍‌ ଚଳାଚଳ କରୁଛି। ସ୍ବଚ୍ଛତା ଉପରେ ଗୁରୁତ୍ୱ ଦେଉଥିବା ମୋ ବସ୍‌ରେ ଯାତ୍ରା ସମୟରେ ୭୦ ହଜାର ଯାତ୍ରୀ ଉକୃଷ୍ଟ ଜ୍ଞାନକୌଶଳ ସହ ମାଗଣା ୱାଇ ଫାଇ ସୁବିଧା ପାଉଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବ୍ୟବସାୟୀଙ୍କଠାରୁ ୩.୭ ଲକ୍ଷ ଲୁଟ ପଛରେ ଗାଡ଼ି ଡ୍ରାଇଭର

ଗଞ୍ଜାମ,୧୩।୧୨(ଡି.ଏନ.ଏ.): ଗଞ୍ଜାମ ଜିଲା ରମ୍ଭା ଥାନା ଅଞ୍ଚଳରେ ଜଣେ ବ୍ୟବସାୟୀଙ୍କଠାରୁ ହୋଇଥିବା ଲକ୍ଷାଧିକ ଟଙ୍କା ଲୁଟ ଘଟଣାର ପୋଲିସ ପର୍ଦ୍ଦାଫାଶ କରିଛି । ବ୍ୟବସାୟୀଙ୍କ ପିକ୍‌ଅପ୍‌...

କାଳିଆ ଯୋଜନାରେ ଅଯୋଗ୍ୟ ହିତାଧିକାରୀ କେଁ: ୩ ଲକ୍ଷ ୪୧ ହଜାର ନୁହେଁ କେବଳ ୩୨ ହଜାର ଥିବା କହିଲେ ପ୍ରତାପ

ଭୁବନେଶ୍ୱର,୧୮।୯(ବ୍ୟୁରୋ): ରାଜ୍ୟର କୃଷକମାନଙ୍କୁ ସହାୟତା ପ୍ରଦାନ ଉଦ୍ଦେଶ୍ୟରେ ସରକାରଙ୍କ ପକ୍ଷରୁ କାଳିଆ ଯୋଜନା ଆରମ୍ଭ କରାଯାଇଥିଲା। ହେଲେ ଦିନକୁ ଦିନ କାଳିଆକୁ ନେଇ କେଁ ବଢ଼ିବାରେ...

ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ସ୍ଥାୟୀ ବେଞ୍ଚ ସ୍ଥାପନ ନେଇ ସରକାରଙ୍କ ଆନ୍ତରିକତା ନାହିଁ:  ସମିତି ଗଠନକରି ସମସ୍ୟା ସମାଧାନ କରିବାକୁ ଦାବି

ଭୁବନେଶ୍ୱର,୧।୭(ବ୍ୟୁରୋ): ପଶ୍ଚିମ ଓଡ଼ିଶାରେ ସ୍ଥାୟୀ ବେଞ୍ଚ ସ୍ଥାପନ ଏବଂ ହାଇକୋର୍ଟରେ ଚାଲିଥିବା ଓକିଲମାନଙ୍କ ଧର୍ମଘଟକୁ ନେଇ ବିଧାନସଭାରେ ଗଭୀର ଉଦ୍‌ବେଗ ପ୍ରକାଶ ପାଇଛି। ଓକିଲମାନଙ୍କ କାର୍ଯ୍ୟବନ୍ଦ...

ଖାଲି ଚାଉଳ ନିଅ

ଭୁବନେଶ୍ୱର,୨୭ା୫(ବ୍ୟୁରୋ):ଆସନ୍ତା ୧୦ ମାସ (ଜୁନ୍‌ରୁ ୨୦୨୩ ମାର୍ଚ୍ଚ) ପାଇଁ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍‌)ରେ ଗହମ ମିଳିବ ନାହିଁ। ଏଥିଯୋଗୁ ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନା...

ପୂର୍ବତନ ସିଡିଭିଓଙ୍କୁ ୨ ବର୍ଷ ଜେଲ ସହ ୫ ହଜାର ଜରିମାନା

ବ୍ରହ୍ମପୁର ଅଫିସ,୧୨।୫ : ଗଜପତି ଜିଲା ପାରଳାଖେମୁଣ୍ଡି ପୂର୍ବତନ ସିଡିଭିଓ ଡକ୍ଟର ଜଳଧର ମଲ୍ଲିକଙ୍କୁ ୨ବର୍ଷ କାରାଦଣ୍ଡ ସହିତ ୫ ହଜାର ଟଙ୍କା ଜରିମାନା। ବ୍ରହ୍ମପୁର...

ଜଳାଶୟ ଏବେ ଜଙ୍ଗଲ

ଭୁବନ, ୨୮।୫ କେବେ ଏଠାରେ ଲହଡ଼ି ଖେଳୁଥିଲା କାଚକେନ୍ଦୁ ଭଳି ପାଣି। କେବଳ ଗାଧୁଆପାଧୁଆ ଭଳି ଦୈନନ୍ଦିନ କାର୍ଯ୍ୟ ନୁହେଁ, ସ୍ଥାନୀୟ ବାସିନ୍ଦାଙ୍କ ଜଳକଷ୍ଟ ମଧ୍ୟ...

ଆଜି ମହିଳା ପୋଲିସ ସମ୍ମିଳନୀ

କଟକ ଅଫିସ,୬।୩: ଓଡ଼ିଶା ପୋଲିସ ଆନୁକୂଲ୍ୟରେ ‘ପୋଲିସରେ ମହିଳା’ ଶୀର୍ଷକ ଦିନିକିଆ ସମ୍ମିଳନୀ ଶୁକ୍ରବାର ଓଏସ୍‌ଏପି ଷଷ୍ଠ ବାଟାଲିୟନଠାରେ ଅନୁଷ୍ଠିତ ହେବ। ମହିଳା ପୋଲିସ ଅଧିକାରୀ...

କରୋନା ନେଲା ଆଉ ଦୁଇ ଜୀବନ, ରାଜ୍ୟରେ ମୃତ୍ୟୁସଂଖ୍ୟା ୩୮କୁ ବୃଦ୍ଧି

ଭୁବନେଶ୍ୱର,୬ା୭(ବ୍ୟୁରୋ): ରାଜ୍ୟରେ ସୋମବାର ଆଉ ଦୁଇ କରୋନା ରୋଗୀଙ୍କ ମୃତ୍ୟୁ ଘଟିଛି। ମୃତକ ଦ୍ୱୟ ଗଞ୍ଜାମ ଏବଂ ଯାଜପୁର ଜିଲାର ବୋଲି ରାଜ୍ୟ ସ୍ବାସ୍ଥ୍ୟ ଓ...

Advertisement
Archives

Model This Week