ମୋଦି ୨.୦ର ପ୍ରସ୍ତୁତି; ଉଜ୍ଜ୍ୱଳାରେ ୫ କେଜିର ସିଲିଣ୍ଡର ହେବ ବାଧ୍ୟତାମୂଳକ

ନୂଆଦିଲ୍ଲୀ,୨୯-୫: ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନା ଯୋଗୁ ଗ୍ରାମାଞ୍ଚଳର ମହିଳାମାନଙ୍କ ଭୋଟ୍‌ ହାତେଇଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱାଧୀନ ଏନ୍‌ଡିଏ ସରକାର ଦ୍ୱିତୀୟ କାର୍ଯ୍ୟକାଳରେ ଆଉ ଏକ ଧମାକା କରିବାକୁ ଯାଉଛି। ଆଗାମୀ ଦିନରେ ଗରିବ ମହିଳାଙ୍କୁ ୫ କେଜିର ସିଲିଣ୍ଡର ନେବାକୁ ବାଧ୍ୟତାମୂଳକ କରାଯିବ। ମୋଦି ୨.୦ ସରକାର ଏଥିପାଇଁ ପ୍ରସ୍ତୁତି ଆରମ୍ଭ କରିଛି। ଏହାଦ୍ୱାରା ରିଫିଲିଙ୍ଗ୍‌ ଅଧିକ ସଂଖ୍ୟାରେ ହୋଇପାରିବ ବୋଲି ମନେ କରାଯାଉଛି। ଅନ୍ୟପକ୍ଷରେ ତୈଳ କମ୍ପାନୀଗୁଡ଼ିକ ମଧ୍ୟ ଏହାଦ୍ୱାରା ଲାଭାନ୍ବିତ ହେବେ।
ମୋଦି ସରକାର ଦ୍ୱିତୀୟ ଥର କ୍ଷମତାକୁ ଫେରିବା ପରେ ଏବେ ଉଜ୍ଜ୍ୱଳା ଯୋଜନାର ବିସ୍ତାର କରାଯିବ। ପ୍ରଥମ ପର୍ଯ୍ୟାୟରେ ଦାରିଦ୍ର୍ୟ ସୀମାରେଖା(ବିପିଏଲ୍‌) ତଳେ ଥିବା ପରିବାରଗୁଡ଼ିକୁ ମାଗଣାରେ ଗ୍ୟାସ୍‌ ସଂଯୋଗ ଦିଆଯାଇଥିଲା। ଏଥିରେ ୧୬୦୦ ଟଙ୍କାର ଖର୍ଚ୍ଚକୁ ସରକାର ବହନ କରୁଥିଲେ। ଏହି ସଂଯୋଗ ପରିବାରର ମହିଳା ସଦସ୍ୟଙ୍କ ନାମରେ ଜାରି କରାଯାଉଛି। ଏହି ସଂଯୋଗ ଅଧୀନରେ ଲୋକଙ୍କୁ ଗୋଟିଏ ଚୁଲ୍ଲି, ୧୪.୨ କେଜିର ସିଲିଣ୍ଡର ଏବଂ ରେଗୁଲେଟର ଦିଆଯାଉଛି। ପେଟ୍ରୋଲିୟମ ମନ୍ତ୍ରଣାଳୟ ଆସନ୍ତା ୧୦୦ ଦିନ ଭିତରେ ଏହି ଯୋଜନା ଅଧୀନରେ ୮ କୋଟି ଲୋକଙ୍କୁ ସଂଯୋଗ ଦେବାକୁ ଲକ୍ଷ୍ୟଧାର୍ଯ୍ୟ କରିଛି। ଅଦ୍ୟାବଧି ୭ କୋଟି ୧୯ ଲକ୍ଷ ଲୋକଙ୍କୁ ଗ୍ୟାସ୍‌ ସଂଯୋଗ ଦିଆଯାଇଛି। ଏହି ଲକ୍ଷ୍ୟ ପୂରଣ ହେବା ପରେ ଉକ୍ତ ଯୋଜନାରେ ୫ କେଜିର ସିଲିଣ୍ଡର ନେବାକୁ ବାଧ୍ୟ କରାଯିବ। କାରଣ ଦେଖାଯାଇଛି ଯେ, ବଣ୍ଟାଯାଇଥିବା ସିଲିଣ୍ଡର ମଧ୍ୟରୁ ଅଧିକାଂଶ ରିଫିଲିଙ୍ଗ୍‌ ହେଉ ନାହିଁ। କାରଣ ସିଲିଣ୍ଡର ରିଫିଲିଙ୍ଗ୍‌ ପାଇଁ ଲୋକଙ୍କୁ ଅତିକମ୍‌ରେ ୭ଶହରୁ ୮ଶହ ଟଙ୍କା ଖର୍ଚ୍ଚ କରିବାକୁ ପଡୁଛି। ଏହି ରିଫିଲ୍‌ ପାଇଁ ସେମାନଙ୍କୁ କୌଣସି ପ୍ରକାର ସବ୍‌ସିଡି ଦିଆଯାଉନାହିଁ। ସୂଚନାଥାଉ କି, ଉଜ୍ଜ୍ୱଳା ଯୋଜନାରେ ଦିଆଯାଇଥିବା ସଂଯୋଗ ମଧ୍ୟରୁ ବର୍ଷକରେ ହାରାହାରି ୩ଥର ରିଫିଲ୍‌ କରାଯାଉଛି, ଯାହା କି ରାଷ୍ଟ୍ରୀୟ ହାରାହାରି ଠାରୁ କମ୍‌। ସାରା ଦେଶରେ ଲୋକେ ବର୍ଷକ ମଧ୍ୟରେ ୭ ଥର ରିଫିଲ୍‌ କରାଉଛନ୍ତି। ଦିଲ୍ଲୀରେ ଏବେ ୧୪.୨ କେଜିର ଏକ ସିଲିଣ୍ଡର ଦର ୭୧୨ ଟଙ୍କା ପଡ଼ୁଛି। ଏହା ଉପରେ ୨୧୫ ଟଙ୍କାର ସବ୍‌ସିଡି ମିଳୁଛି। ଅନ୍ୟପକ୍ଷରେ ୫ କେଜିର ସିଲିଣ୍ଡରକୁ ରିଫିଲ୍‌ କରିବାକୁ ମାତ୍ର ୨୬୦ ଟଙ୍କା ଖର୍ଚ୍ଚ କରିବାକୁ ହେବ ଏବଂ ଏଥିରେ ୮୦ ଟଙ୍କାର ସବ୍‌ସିଡି ବାବଦ ଅର୍ଥ ବ୍ୟାଙ୍କ ଆକାଉଣ୍ଟକୁ ଆସିବ। ଏହାକୁ ଦେଖିଲେ ସିଲିଣ୍ଡର ରିଫିଲ୍‌ ମୂଲ୍ୟ ୧୮୦ ଟଙ୍କା ପଡିବ। ଗରିବ ପରିବାର ପାଇଁ ସିଲିଣ୍ଡର ରିଫିଲ୍‌ କରିବା ସୁବିଧାଜନକ ହେବ। ସେହିପରି ୫ କେଜିର ସିଲିଣ୍ଡର ଓଜନ ମଧ୍ୟ କମ୍‌ ହେବ। ଫଳରେ ଏହାକୁ ସହଜରେ ଅନ୍ୟତ୍ର ନେଇ ହେବ। ସବୁଠୁ ବଡ଼ କଥା ହେଲା, ଏହି ଯୋଜନାର ପରିଧିକୁ ଆଗାମୀ ଦିନରେ ବୃଦ୍ଧି କରିବା ଉଦ୍ଦେଶ୍ୟରେ ଏଥିରେ ଥିବା ନିୟମକୁ କୋହଳ କରାଯିବ। ଫଳରେ ଗରିବ ପରିବାର ନିକଟରେ ଏହି ଯୋଜନାର ଲାଭ ସହଜରେ ଉପଲବ୍ଧ ହେବ। ଉଲ୍ଲେଖ କରାଯାଇପାରେ ଯେ, ୨୦୧୬ରେ ଉତ୍ତର ପ୍ରଦେଶରେ ପ୍ରଥମେ ଉକ୍ତ ଯୋଜନାର ଶୁଭାରମ୍ଭ କରାଯାଇଥିଲା। ପ୍ରାରମ୍ଭିକ ସ୍ତରରେ ହିତାଧିକାରୀଙ୍କ ସଂଖ୍ୟା କମ୍‌ ରଖାଯାଇଥିଲା। ତେବେ ଏହି ଯୋଜନା ଲୋକପ୍ରିୟ ହେବା ପରେ କେନ୍ଦ୍ର ସରକାର ତୈଳ କମ୍ପାନୀଗୁଡ଼ିକ ଲକ୍ଷ୍ୟବୃଦ୍ଧି କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଏବେ ନୂଆ ସରକାର ରିଫିଲ୍‌ ସଂଖ୍ୟା ବଢ଼ାଇବାର ଟାର୍ଗେଟ କରିବେ ବୋଲି ଜଣାପଡିଛି।


Enter your email to get our daily news in your inbox.

All Right Reserved By Dharitri.Com

ପାକିସ୍ତାନକୁ ବିଶ୍ୱକପ୍‌ରୁ ବିଦା କଲା ଭାରତ

ନୂଆଦିଲ୍ଲୀ,୧୯।୮: FIH ହକି ବିଶ୍ୱକପ୍ ୨୦୨୬ ର ଏକ ରୋମାଞ୍ଚକର ମ୍ୟାଚ୍‌ରେ ଭାରତୀୟ ପୁରୁଷ ହକି ଦଳ ପାକିସ୍ତାନକୁ ୫-୩ ଗୋଲ୍‌ରେ ପରାସ୍ତ କରି ପରବର୍ତ୍ତୀ ରାଉଣ୍ଡ…

ଦେଶୀ ମଦ ଚୋରାଚାଲାଣ ବେଳେ ମାଡିବସିଲା ଅବକାରୀ ବିଭାଗ; ମହିଳାଙ୍କ ସମେତ ୩ ଗିରଫ, ମିଳିଲା…

ଦିଗପହଣ୍ଡି,୧୯।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପଦ୍ମପୁର ଗ୍ରାମ ନିକଟ ଦୁର୍ଗମ ଜଙ୍ଗଲରେ ବୁଧବାର ଦିଗପହଣ୍ଡି ଓ ଚିକିଟି ଅବକାରୀ ବିଭାଗ ପକ୍ଷରୁ ମିଳିତ…

ନିୟମ କଡ଼ାକଡ଼ି କଲେ ଉପଜିଲାପାଳ; ସାର୍ବଜନୀନ ସ୍ଥାନରେ ନିଶାଦ୍ରବ୍ୟ ସେବନ ମନା, ପାଳନ ନକଲେ….

ଗୁଣପୁର,୧୯।୮(ସୁଜାତା ପାଢ଼ୀ)- ସାର୍ବଜନୀନ ସ୍ଥାନରେ ନିଶାଦ୍ରବ୍ୟ ସେବନ ଉପରେ କଟକଣା ଜାରି କରାଯାଇଛି । ରାୟଗଡ଼ା ଜିଲା ଗୁଣପୁର ଉପଖଣ୍ଡର ବିଭିନ୍ନ ସାର୍ବଜନୀନ ସ୍ଥାନ, ସରକାରୀ କାର୍ଯ୍ୟାଳୟ…

କର୍କ ଆଣିବାକୁ ଯାଇଥିବା ବେଳେ ନାବାଳିକାଙ୍କୁ ବଳାତ୍କାର, ୨୦ ବର୍ଷ…

କଟକ,୧୯।୮(ପ୍ରଭୁକଲ୍ୟାଣ ପାଲ୍): ବ୍ୟାଡମିଣ୍ଟନ ଖେଳ ସମୟରେ ନାବାଳିକାଙ୍କୁ ବଳାତ୍କାର ମାମଲାରେ ଦୋଷୀଙ୍କୁ ସଜା ଶୁଣାଇଲେ କଟକ ସ୍ୱତନ୍ତ୍ର ପକ୍ସୋ ଅଦାଲତ । ଆସାମୀ ଜନ୍ମେଜୟ ମଲ୍ଲିକ ଓରଫ…

ଗୋବିନ୍ଦାଙ୍କ ଛାଡପତ୍ରକୁ ନେଇ ବଡ଼ ଖୁଲାସା କଲେ ମ୍ୟାନେଜର, ଏହି କାରଣରୁ କୋର୍ଟ ଯାଇଥିଲେ ସୁନିତା ଆହୁଜା

ମୁମ୍ବାଇ,୧୯।୮: ବଲିଉଡ୍ ଅଭିନେତା ଗୋବିନ୍ଦା ଓ ତାଙ୍କ ପତ୍ନୀ ସୁନିତା ଆହୁଜାଙ୍କ ବୈବାହିକ ଜୀବନକୁ ନେଇ ଦୀର୍ଘଦିନ ଧରି ଚର୍ଚ୍ଚା ଜାରି ରହିଛି । ଦୁହେଁଙ୍କ ମଧ୍ୟରେ…

ରାଜଧାନୀର CNG ପମ୍ପରେ ବଡ଼ ଧରଣର ବିସ୍ଫୋରଣ, ୩ମୃତ

ନୂଆଦିଲ୍ଲୀ,୧୯।୮: ରାଜଧାନୀ ଦିଲ୍ଲୀର ଟିକରୀ କଲାଁ ଅଞ୍ଚଳରେ ଥିବା ଏକ CNG ପମ୍ପରେ ଭୟଙ୍କର ବିସ୍ଫୋରଣ ହୋଇଛି । ଗ୍ୟାସ୍‌ ରିଫିଲିଂ ସମୟରେ ଏହି ଅଘଟଣ ହୋଇଥିବା…

ଗାଁକୁ ରାସ୍ତା ନାହିଁ, ଯାଇପାରିଲାନି ଆମ୍ବୁଲାନ୍ସ, ଭାରରେ ବୁହାହେଲେ ମହିଳା

ପାତ୍ରପୁର,୧୯ା୮(ଉମାଚରଣ ନେପାକ): ପକ୍କା ରାସ୍ତା ନ ଥିବାରୁ ଦୁର୍ଗମ ଅଞ୍ଚଳର ଲୋକଙ୍କ ପାଇଁ ଜରୁରୀକାଳିନ ସ୍ବାସ୍ଥ୍ୟସେବା ସାତସପନ। ଏହାର ଏକ ଦୁଃଖଦ ଚିତ୍ର ପାତ୍ରପୁର ବ୍ଲକ ଆଙ୍କୁଲି…

ଶ୍ରାବଣ ଶେଷ ସୋମବାରରେ ୩ଟି ଶୁଭ ଯୋଗ, ଏହି ରାଶିର ବ୍ୟକ୍ତିମାନଙ୍କୁ ମିଳିବ ପ୍ରଚୁର ଧନ-ସମ୍ପତ୍ତି

ଶ୍ରାବଣ ମାସର ଶେଷ ସୋମବାର ବ୍ରତ ଜ୍ୟୋତିଷ ଶାସ୍ତ୍ର ଦୃଷ୍ଟିରୁ ଅତ୍ୟନ୍ତ ମହତ୍ତ୍ୱପୂର୍ଣ୍ଣ ମନେକରାଯାଏ। ଏହି ଦିନ ଭଗବାନ ଶିବଙ୍କର ବିଶେଷ ପୂଜାର୍ଚ୍ଚନା କରାଯାଏ। ଚଳିତ ଶ୍ରାବଣର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri