ମୋଦି ସରକାରଙ୍କ ୧୦୦ ଦିନ;ନିବେଶକଙ୍କୁ ୧୪ ଲକ୍ଷ କୋଟି କ୍ଷତି

ମୁମ୍ବାଇ, ୧୦-୯: କେନ୍ଦ୍ରରେ ଦ୍ୱିତୀୟ ଥର କ୍ଷମତାକୁ ଫେରିଥିବା ନରେନ୍ଦ୍ର ମୋଦିଙ୍କ ନେତୃତ୍ୱାଧିନ ଏନ୍‌ଡିଏ ସରକାର ତା’ର ୧୦୦ ଦିନ ପୂରଣର ସଫଳତାକୁ ବଖାଣୁଛି। ତେବେ ସରକାରଙ୍କ ତ୍ରୁଟିପୂର୍ଣ୍ଣ ଆର୍ଥତ୍କ ନୀତି କାରଣରୁ ଦେଶର ପୁଞ୍ଜିବଜାର କ୍ଷତିଗ୍ରସ୍ତ ହୋଇଥିବା ଜଣା ପଡିଛି। ସରକାରଙ୍କ ଦ୍ୱିତୀୟ ପାଳିର ୧୦୦ ଦିନ ମଧ୍ୟରେ ଷ୍ଟକ୍‌ ମାର୍କେଟ ନିବେଶକ ୧୪ ଲକ୍ଷ କୋଟି ଟଙ୍କା କ୍ଷତି ସହିଛନ୍ତି। ନରେନ୍ଦ୍ର ମୋଦି ପୁଣି ଥରେ ପ୍ରଧାନମନ୍ତ୍ରୀ ହେବା ପରେ ପୁଞ୍ଜିବଜାରର ଆଶା ବଢିଯାଇଥିଲା। ମାତ୍ର ଚଳିତ ଆର୍ଥିକ ବର୍ଷ ଲାଗି ବଜେଟ ଉପସ୍ଥାପନ ପରେ ବଜାରରେ ଉତ୍ସାହ ଦେଖିବାକୁ ମିଳିଲା ନାହିଁ। କ୍ରମାଗତ ଶେୟାର ବିକ୍ରି ଯୋଗୁ ନିବେଶକ ବିଶାଳ କ୍ଷତି ସହିବାକୁ ବାଧ୍ୟ ହୋଇଛନ୍ତି। ମୋଟାମୋଟି ଭାବେ କହିବାକୁ ସରକାରଙ୍କ ଏହି ୧୦୦ ଦିନ ପୁଞ୍ଜିବଜାର ଲାଗି ନିରୁତ୍ସାହଜନକ ରହିଛି।
ଲାଭ ଦେଇଛି ମାତ୍ର ୧୪% ଶେୟାର
ଅର୍ଥନୀତିରେ ଆସିଥିବା ମାନ୍ଦାବସ୍ଥା ଏବଂ ପୁଞ୍ଜିବଜାରର ସମସ୍ୟା ଦୂର କରିବା ଲାଗି ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍‌ କେତେକ ଘୋଷଣା କରିଥିଲେ। ମାତ୍ର ନିବେଶକମାନଙ୍କ ଉପରେ ଏହାର ସେଭଳି ପ୍ରଭାବ ପଡିଥିବା ଭଳି ମନେ ହେଉନାହିଁ। ବଜାର ବିଶେଷଜ୍ଞମାନେ କହିଛନ୍ତି, ଅର୍ଥ ବ୍ୟବସ୍ଥାରେ ଆସିଥିବା ମାନ୍ଦାବସ୍ଥା ସମୟାନୁବର୍ତ୍ତୀ ବା ଚକ୍ରୀୟ। ଏହା ଆପେ ଆପେ ଦୂର ହେବ। ଏଥିଲାଗି ସମୟ ମଧ୍ୟ ଲାଗିବ। ଏପରି ସମୟରେ ନିବେଶକମାନେ ବଜାର ଉପରେ ଭରଷା ରଖିବା ସହ କିଛି ସମୟ ଅପେକ୍ଷା କରିବାକୁ ହେବ। ଚଳିତ ବର୍ଷ ମେ ୩୦ରେ ପ୍ରଧାନମନ୍ତ୍ରୀ ମୋଦି ଶାସନ ଭାର ସମ୍ଭାଳିଥିବା ବେଳେ ଏହି ସମୟରେ ଦେଶର ପୁଞ୍ଜି ବଜାରରେ ମାତ୍ର ୧୪% ଶେୟାର ଲାଭ ଦେବାକୁ ସକ୍ଷମ ହୋଇଛି।
ମୋଟ ବଜାର ପୁଞ୍ଜୀକରଣ ୧୪୦ ଲକ୍ଷ କୋଟି
ବମ୍ବେ ଷ୍ଟକ ଏକ୍ସଚେଞ୍ଜରେ ସକ୍ରିୟ ଥିବା ୨,୬୬୪ କମ୍ପାନୀ ମଧ୍ୟରୁ ୨୨୯୦ କମ୍ପାନୀର ମୋଟ ବଜାର ପୁଞ୍ଜୀକରଣ ମଧ୍ୟରୁ ୯୬% ପର୍ଯ୍ୟନ୍ତ କ୍ଷତି ହୋଇଛି। ୪୨୨ କମ୍ପାନୀର ଶେୟାର କାରବାର ୪୦%ରୁ ଅଧିକ ଖସିଛି। ୧୩୭୨ କମ୍ପାନୀର କାରବାର ୨୦%ରୁ ଅଧିକ କ୍ଷତି ସହିଥିବା ବେଳେ ୧୮୭୨ କମ୍ପାନୀଙ୍କ କାରବାରରେ ୧୦%ରୁ ଅଧିକ ଝଟକା ଲାଗିଛି। ଏହି ସମୟରେ ସେନସେକ୍ସ ତାଲିକାଭୁକ୍ତ କମ୍ପାନୀଗୁଡିକର ବଜାର ପୁଞ୍ଜୀକରଣ ୧୪.୧୫ ଲକ୍ଷ କୋଟି ଟଙ୍କା କମି ୧୪୦ ଲକ୍ଷ କୋଟି ଟଙ୍କା ରହିଛି।
ଧୈର୍ଯ୍ୟ ରଖିବା ଲାଗି ନିବେଶକଙ୍କୁ ପରାମର୍ଶ
ଦେଶର ଅର୍ଥନୀତି ଏକ ଖରାପ ସମୟ ଦେଇ ଗତି କରୁଥିବା ବେଳେ ନିବେଶକମାନେ ଭୟଭୀତ ନ ହୋଇ ବଜାର ଉପରେ ଭରଷା ଓ ଧୈର୍ଯ୍ୟ ରଖିବା ଲାଗି ଏଚ୍‌ଡିଏଫ୍‌ସି ସିକ୍ୟୁରିଟିଜର ରିସର୍ଚ୍ଚ ମୁଖ୍ୟ ଦୀପକ ଯଶାନୀ କହିଛନ୍ତି। ମୋଦି ସରକାର ରାଜନୈତିକ ଏବଂ ସାମାଜିକ ପ୍ରସଙ୍ଗ ଉପରେ ଭଲ ପ୍ରଦର୍ଶନ କରିଛନ୍ତି। ଆର୍ଥତ୍କ ସ୍ଥିତି ବିଚାର କଲେ ବିତ୍ତୀୟଧାରାକୁ ନଜରରେ ରଖି ସରକାରଙ୍କ ପକ୍ଷରୁ କେତେକ ପଦକ୍ଷେପ ଗ୍ରହଣ କରାଯାଇଛି। ତେବେ ଏହାଦ୍ୱାରା ଅର୍ଥ ବ୍ୟବସ୍ଥାର ଗତି ତ୍ୱରାନ୍ବିତ ହେବ ନାହିଁ ବୋଲି ଯଶାନୀ ମତ ଦେଇଛନ୍ତି। ଏହି ପ୍ରସଙ୍ଗ ଉପରେ ଅନେକ ଏବେ ଯୁକ୍ତି କରୁଥିବା ବେଳେ ଅର୍ଥ ବ୍ୟବସ୍ଥାରେ ସୁଧାର ଆଣିବା ଦିଗରେ ସରକାର ଏକ ନିର୍ଦ୍ଦିଷ୍ଟ ସ୍ତର ପର୍ଯ୍ୟନ୍ତ କାର୍ଯ୍ୟ କରିପାରିବେ। ଏପରି ସ୍ଥିତିରେ ନିବେଶକ ସଂଯମ ରକ୍ଷା କରିବାର ଆବଶ୍ୟକତାକୁ ଉପଲବ୍ଧି କରନ୍ତୁ ବୋଲି ସେ ପରାମର୍ଶ ଦେଇଛନ୍ତି।
କାମ କଲାନି ଅର୍ଥମନ୍ତ୍ରୀଙ୍କ ଉପାୟ
ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍‌ ପୁଞ୍ଜିବଜାର ଉପରେ ଆସିଥିବା ପ୍ରଭାବକୁ କମ୍‌ କରିବା ଲାଗି କେତେକ ଘୋଷଣା କରିଥିଲେ ମଧ୍ୟ ଏହା କାମ କଲା ନାହିଁ। ଫରେନ ପୋର୍ଟଫୋଲିଓ ଇନଭେଷ୍ଟର(ଏଫ୍‌ପିଆଇ) ଏବଂ ଇନଷ୍ଟିଚ୍ୟୁଶନାଲ ନିବେଶକଙ୍କ ଅସନ୍ତୋଷକୁ ବିଚାର କରି ବଜେଟରେ ଘୋଷଣା ହୋଇଥିବା ସରଚାର୍ଜ ପ୍ରତ୍ୟାହାର କରି ନିଆଯାଇଛି। ମାତ୍ର ଏହାର ପ୍ରଭାବ ନିବେଶକଙ୍କ ଉପରେ ପଡିବା ଭଳି ପ୍ରତୀୟମାନ ହେଉ ନାହିଁ। ସରକାର ସରଚାର୍ଜ ଲାଗୁ କରିବା ଯୋଗୁ ୧୦୦ ଦିନ ଭିତରେ ବିଦେଶୀ ନିବେଶକମାନେ ୩୧,୭୦୦ କୋଟି ଟଙ୍କାର ପୁଞ୍ଜି ପ୍ରତ୍ୟାହାର କରିନେଇଛନ୍ତି। ସବୁଠାରୁ ଆଶ୍ଚର୍ଯ୍ୟର କଥା ଯେ, ମୋଦି ସରକାରଙ୍କ ପ୍ରତ୍ୟାବର୍ତ୍ତନ ନେଇ ନିବେଶକ ପୁଞ୍ଜିବଜାର ଉପରେ ସକରାତ୍ମକ ଆଶା ରଖିବା ସହ ଫେବୃୟାରୀରୁ ମେ ମାସ ମଧ୍ୟରେ ୮୩,୦୦୦ କୋଟି ଟଙ୍କା ନିବେଶ କରିଥିଲେ। ଅପରପକ୍ଷରେ ମାନ୍ଦାବସ୍ଥା ଦୂରକରିବା ଲାଗି ସରକାର ଘୋଷଣା କରିଥିବା ବିଭିନ୍ନ ପଦକ୍ଷେପ ନିବେଶକଙ୍କୁ ସନ୍ତୁଷ୍ଟ କରି ନ ଥିବା ଉପରୋକ୍ତ ସ୍ଥିତିକୁ ଦେଖିଲେ ବୁଝାପଡୁଛି।
୮% କମିଛି ସେନସେକ୍ସ, ନିଫ୍ଟି
ବର୍ତ୍ତମାନ ସମୟ ପର୍ଯ୍ୟନ୍ତ ସେନସେକ୍ସ ଏବଂ ନିଫ୍ଟିରେ କାରବାର ୮% ହ୍ରାସ ଘଟିଛି। ଏହି ସମୟରେ ରାଷ୍ଟ୍ରାୟତ୍ତ ବ୍ୟାଙ୍କଗୁଡିକର ଶେୟାର କାରବାର ସର୍ବାଧିକ ପ୍ରଭାବିତ ହୋଇଛି। ସେମାନଙ୍କ ଏକ ଚତୁର୍ଥାଂଶ ପୁଞ୍ଜି ହ୍ରାସ ପାଇଛି। ନିବେଶକ ଆଶଙ୍କା ଗ୍ରସ୍ତ ଥିବାବେଳେ ସେମାନଙ୍କ ପୁଞ୍ଜିକୁ ସୁରକ୍ଷିତ ଶେୟାରରେ ନିବେଶ କରୁଛନ୍ତି। ଉକ୍ତ କ୍ଷେତ୍ରରେ ନିବେଶକ ଆଇଟି ଏବଂ ଫାର୍ମା ଭଳି କ୍ଷେତ୍ରକୁ ଅଧିକ ସୁରକ୍ଷିତ ମଣୁଛନ୍ତି। ଦେଶର ଅର୍ଥ ବ୍ୟବସ୍ଥାରେ ପ୍ରମୁଖ ଯୋଗଦାନ ରଖୁଥିବା ଅଟୋମୋବାଇଲ ଏବଂ ବ୍ୟାଙ୍କିଙ୍ଗ କ୍ଷେତ୍ର ଏହି ସମୟରେ ଖରାପ ସ୍ଥିତି ଦେଇ ଗତି କରୁଥିବା ଜଣା ପଡିଛି।
ଭଲ ନାହିଁ ଅର୍ଥବ୍ୟବସ୍ଥା
ଦେଶର ଅର୍ଥବ୍ୟବସ୍ଥା ବର୍ତ୍ତମାନ ଖରାପ ସ୍ଥିତି ଦେଇ ଗତି କରୁଛି। ଚଳିତ ଆର୍ଥତ୍କ ବର୍ଷର ପ୍ରଥମ ତ୍ରୈମାସରେ ଜିଡିପି ଅଭିବୃଦ୍ଧି ହାର ୫%କୁ ଖସିଆସିଛି। ଏହା ୬ ବର୍ଷର ସର୍ବନିମ୍ନ ସ୍ତର। ଦେଶର ପ୍ରାୟ ସବୁ ସେକ୍ଟରରେ ମାନ୍ଦାବସ୍ଥାର ପ୍ରଭାବରେ ରହିଥିବା ଦେଖିବାକୁ ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

LPG ଗ୍ରାହକଙ୍କ ପାଇଁ ବଡ଼ ଖବର, ଗ୍ୟାସ ସିଲିଣ୍ଡର ଫେରାଇଲେ ସିଧା ମିଳିବ ୫୦୦ଟଙ୍କା!

ନୂଆଦିଲ୍ଲୀ,୬।୧୦: ଯଦି ଆପଣ ଚାକିରି କିମ୍ୱା ପାଠପଢ଼ା ପାଇଁ ବାହାରେ କୌଣସି ଅନ୍ୟ ସହରରେ ରହୁଛନ୍ତି ଏବଂ ଆପଣଙ୍କ ପାଖରେ ସେଠାକାର ସ୍ଥାନୀୟ ଠିକଣା ପ୍ରମାଣପତ୍ର (Local…

କେଉଁ ୱେଟିଂ ଟିକେଟ ସବୁଠୁ ଆଗ କନଫର୍ମ ହୁଏ? ଜାଣନ୍ତୁ ରେଳବାଇର ନୂଆ ନିୟମ…

ଭାରତୀୟ ରେଳବାଇରେ ଯାତ୍ରା କରୁଥିବା ସମୟରେ ଯଦି ଆପଣଙ୍କୁ କନଫର୍ମ ସିଟ ନ ମିଳେ, ତେବେ IRCTC ସିଷ୍ଟମ ଆପଣଙ୍କୁ ୱେଟିଂ ଟିକେଟ (Waiting Ticket) ପ୍ରଦାନ…

ପୁଣି ମହଙ୍ଗା ହେବ ମୋବାଇଲ ରିଚାର୍ଜ ପ୍ଲାନ! ଜାଣନ୍ତୁ କେବେଠୁ…

ନୂଆଦିଲ୍‌ଲୀ,୬।୧୦: ସାଧାରଣ ଲୋକଙ୍କୁ ପୁଣି ଥରେ ମହଙ୍ଗା ମାଡ଼ର ଝଟକା ଲାଗିପାରେ। ଏଥର ଏହି ଝଟକା ଟେଲିକମ କମ୍ପାନୀଗୁଡ଼ିକ ଦେଇପାରନ୍ତି। ଏକ ରିପୋର୍ଟ ଅନୁସାରେ, ଆଗାମୀ ୪ରୁ…

ଓଏଚ୍‌ପିସି ଓ ବିଶ୍ୱ ଦକ୍ଷତା କେନ୍ଦ୍ର ମଧ୍ୟରେ ଏମ୍‌ଓୟୁ

ଭୁବନେଶ୍ୱର,୬।୧୦: ”ସବୁଜ ଶକ୍ତି ଉତ୍କର୍ଷ କେନ୍ଦ୍ର’ ସ୍ଥାପନ ପାଇଁ ଓଡ଼ିଶା ଜଳବିଦ୍ୟୁତ ଶକ୍ତି ନିଗମ ଲିମିଟେଡ୍‌ (ଓଏଚ୍‌ପିସି) ଓ ଭୁବନେଶ୍ୱରସ୍ଥିତ ବିଶ୍ୱ ଦକ୍ଷତା କେନ୍ଦ୍ର ମଧ୍ୟରେ ସୋମବାର…

କମିଲା ସୁନା-ରୁପା ମୂଲ୍ୟ; କିଣିନିଅନ୍ତୁ ମନ ପସନ୍ଦର ଗହଣା, ଜାଣନ୍ତୁ ଦୀପାବଳି ସୁଦ୍ଧା ଦର କେତେ ରହିବ

ନୂଆଦିଲ୍ଲୀ,୬।୧୦: ଗତକାଲି, ଅର୍ଥାତ ସୋମବାର ସୁନା ଓ ରୁପା ଦରରେ ଉତ୍ଥାନ-ପତନ ଦେଖିବାକୁ ମିଳିଥିଲା। ଆଜି, ଅକ୍ଟୋବର ୬ରେ MCX ରେ ଉଭୟ ଧାତୁର ମୂଲ୍ୟ ହ୍ରାସ…

ପାର୍ବଣରେ ଚାନ୍ଦି ଭଣ୍ଡାରର ‘ଅରଣ୍ୟ’ ସମ୍ଭାର

ଭୁବନେଶ୍ୱର,୬ା୧୦(ସନ୍ତୋଷ ବେହେରା): ଚାନ୍ଦିଭଣ୍ଡାର ପକ୍ଷରୁ ଚଳିତ ପାର୍ବଣରେ ଗ୍ରାହକମାନଙ୍କ ଲାଗି ଅକ୍ସିଡାଇଜ୍‌ଡ୍‌ ରୁପା ଗହଣା ସମ୍ଭାର ‘ଅରଣ୍ୟ’ ଉପଲବ୍ଧ କରାଯାଇଛି। ନବରାତ୍ରି ଏବଂ ଦୁର୍ଗାପୂଜା ଅବସରରେ ଏହି…

ଯାତ୍ରୀଙ୍କୁ ବଡ଼ ଝଟକା; ଆଜି ରାତିରୁ ମହଙ୍ଗା ହେବ ଇଣ୍ଡିଗୋ ବିମାନ ଭଡ଼ା, ଜାଣନ୍ତୁ କେତେ

ନୂଆଦିଲ୍ଲୀ,୬ା୧୦: ବିମାନ ଇନ୍ଧନ(ଏଟିଏଫ୍‌) ମୂଲ୍ୟରେ କ୍ରମାଗତ ବୃଦ୍ଧି ହେତୁ ଇଣ୍ଡିଗୋ ଘରୋଇ ଏବଂ ଅନ୍ତର୍ଜାତୀୟ ରୁଟ୍‌ ବିମାନ ଯାତ୍ରା ଉପରେ ଇନ୍ଧନ ଶୁଳ୍କ (ଫ୍ୟୁଏଲ ଚାର୍ଜ) ବଢ଼ାଇବାକୁ…

ତେଲ ବଜାରରେ ହଇଚଇ: ପେଟ୍ରୋଲ ୫ ଓ ଡିଜେଲ ୩ଟଙ୍କା ବଢିଲା; ଜାଣନ୍ତୁ ନୂଆ ରେଟ୍‌

ନୂଆଦିଲ୍‌ଲୀ,୩।୧୦: ଦେଶର ପ୍ରମୁଖ ଘରୋଇ ଇନ୍ଧନ କମ୍ପାନୀ ‘ନାୟରା ଏନର୍ଜି’ ପୁଣି ଥରେ ପେଟ୍ରୋଲ ଏବଂ ଡିଜେଲ ଦର ବୃଦ୍ଧି କରିଛି। କମ୍ପାନୀ ପେଟ୍ରୋଲ ଦରରେ ଲିଟର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?