Posted inଜାତୀୟ

ମୋଦି ସରକାରଙ୍କ ଶହେ ଦିନର ସଫଳତା ବଖାଣିବେ ୧୭ କେନ୍ଦ୍ରମନ୍ତ୍ରୀ

ନୂଆଦିଲ୍ଲୀ,୮।୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କ ଶହେ ଦିନର ସଫଳତା ସମ୍ପର୍କରେ ୧୭ କେନ୍ଦ୍ରମନ୍ତ୍ରୀ ଦେଶର ବିଭିନ୍ନ ସ୍ଥାନରେ ଆୟୋଜିତ ହେବାକୁଥିବା କାର୍ଯ୍ୟକ୍ରମରେ ବେଖାଣିବେ। ସେପ୍ଟେମ୍ବର ୯ ଏବଂ ୧୦ରେ ଏନେଇ ବିଭିନ୍ନ ସ୍ଥାନରେ କାର୍ଯ୍ୟକ୍ରମ ଆୟୋଜିତ ହେବ। ଜମ୍ମୁ, ଶିମଲା, ଚଣ୍ଡିଗଡ଼, ମୁମ୍ବାଇ, ରାଞ୍ଚି ସମେତ ଅନ୍ୟ ସ୍ଥାନରେ ମଧ୍ୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ମୁମ୍ବାଇରେ ସଡ଼କ ପରିବହନ ମନ୍ତ୍ରୀ ନୀତୀନ ଗଡ଼କରୀ ଏହି ଉପଲକ୍ଷେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗଦେବେ। ସେହିପରି ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ସ୍ମୃତି ଇରାନୀ କୋଲକତାରେ ଏକ କାର୍ଯ୍ୟକ୍ରମରେ ଯୋଗଦେଇ ସରକାରଙ୍କ ଶହେ ଦିନର ରିପୋର୍ଟ କାର୍ଡ ସମ୍ପର୍କରେ ଜଣାଇବେ। ଚେନ୍ନାଇରେ ହେବାକୁଥିବା କାର୍ଯ୍ୟକ୍ରମରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଯୋଗଦେବେ। ସେହିପରି ରାମବିଳାସ ପାସଓ୍ବାନ ପାଟନାରେ, ରବିଶଙ୍କର ପ୍ରସାଦ ଅହମ୍ମଦାବାଦ୍‌ରେ, ହରସିମ୍‌ରତ କୌର ବାଦଲ ଚଣ୍ଡିଗଡ଼ରେ, ଥାଓ୍ବରଚାନ୍ଦ ଗେହଲଟ୍‌ ରାୟପୁରରେ, ଅର୍ଜୁନ ମୁଣ୍ଡା ରାଞ୍ଚିରେ ହେବାକୁ ଥିବା କାର୍ଯ୍ୟକ୍ରମରେ ଯୋଗଦେବେ। ସେହିପରି ମୁକ୍ତାର ଅବ୍ବାସ୍‌ ନକଭୀ ଆହ୍ଲାବାଦ୍‌ରେ, ପ୍ରହଲାଦ ଯୋଶୀ ଗୋଆରେ, ଗଜେନ୍ଦ୍ର ସିଂ ଶେଖାଓ୍ବତ୍‌ ଜୟପୁରରେ, ରମେଶ ପୋଖରିୟାଲ୍‌ ଡେରାଡୁନ୍‌ର ନିଶଙ୍କରେ, ଜିତେନ୍ଦ୍ର ସିଂ ଜମ୍ମୁରେ, ରାଜକୁମାର ସିଂ ହାଇଦ୍ରାବାଦ୍‌ରେ, ମନସୁଖ୍‌ ଏଲ୍‌. ମାଣ୍ଡଭ୍ୟ ଭୁବନେଶ୍ୱରରେ, ଅନୁରାଗ ଠାକୁର ଶିମଲାରେ ଏବଂ ନରେନ୍ଦ୍ର ସିଂ ତୋମର ଗ୍ବାଲିୟରରେ ହେବାକୁ ଥିବା କାର୍ଯ୍ୟକ୍ରମରେ ଯୋଗଦେଇ ମୋଦି ସରକାରଙ୍କ ସଫଳତା ସମ୍ପର୍କରେ ସୂଚନା ଦେବେ।


Enter your email to get our daily news in your inbox.

All Right Reserved By Dharitri.Com

କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ପାଣ୍ଠିରେ ନୀଳଗିରି ମେଡିକାଲର ହେବ ଉନ୍ନତି, ଖର୍ଚ୍ଚ ହେବ ଏତିକି କୋଟି…

ନୀଳଗିରି,୧୩ା୮(ପ୍ରଶାନ୍ତ କୁମାର ବିଶ୍ୱାଳ): କେନ୍ଦ୍ରରେଳ, ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ତଥା ରାଜ୍ୟ ସଭା ଏମ୍‌ପି ଅଶ୍ୱିନୀ କୁମାର ବୈଷ୍ଣବ ମନ୍ତ୍ରିମଣ୍ଡଳର ଜଣେ ଦକ୍ଷ ଏବଂ ସଚ୍ଚୋଟ ମନ୍ତ୍ରୀଭାବେ ପ୍ରଧାନମନ୍ତ୍ରୀଙ୍କ…

ଖର୍ଗେଙ୍କ ମଞ୍ଚ ‘ଶୁଦ୍ଧିକରଣ’ ପ୍ରସଙ୍ଗକୁ ନେଇ ସଂସଦରେ ସରଗରମ ରାଜନୀତି, କଡ଼ା ଜବାବ ଦେଲେ ନଡ୍ଡା!

ନୂଆଦିଲ୍ଲୀ,୧୩।୮: ସଂସଦର ମୌସୁମୀ ଅଧିବେଶନର ଶେଷ ଦିନରେ ରାଜ୍ୟ ସଭାରେ ଏକ ବଡ଼ ଏବଂ ଗମ୍ଭୀର ପ୍ରସଙ୍ଗକୁ ନେଇ ଶାସକ ଓ ବିରୋଧୀ ଦଳ ମଧ୍ୟରେ ତୀବ୍ର…

୧୭ ଅଗଷ୍ଟରେ ମଘା ନକ୍ଷତ୍ରରେ ପ୍ରବେଶ କରିବେ ସୂର୍ଯ୍ୟ, ମେଷ ସମେତ ୩ ରାଶିରେ ଧନବର୍ଷା

୧୭ ଅଗଷ୍ଟ ସକାଳେ ସୂର୍ଯ୍ୟ କେତୁଙ୍କ ଦ୍ୱାରା ଶାସିତ ମଘା ନକ୍ଷତ୍ରରେ ପ୍ରବେଶ କରିବେ। ସୂର୍ଯ୍ୟଙ୍କ ପାଇଁ ନକ୍ଷତ୍ରର ଏହି ପରିବର୍ତ୍ତନ ସକାଳ ୮:୦୩ ରେ ଘଟିବ।…

ତ୍ରିରଙ୍ଗା ଅଭିଯାନରେ ସାମିଲ ହେଲେ ଜିଲାପାଳ, ସ୍ବାଧୀନତା ସଂଗ୍ରାମୀ ତ୍ୟାଗ ଓ ବଳିଦାନକୁ ମନେ ପକାଇ…

ଛତ୍ରପୁର,୧୩ା୮(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ସ୍ବାଧୀନତା ଦିବସ ପୂର୍ବରୁ ଦେଶବ୍ୟାପୀ ‘ହର୍‌ଘର ତ୍ରିରଙ୍ଗା’ ଅଭିଯାନକୁ ସଫଳ କରିବା ଲକ୍ଷ୍ୟରେ ଗଞ୍ଜାମ ଜିଲାପାଳ ଭି. କୀର୍ତ୍ତି ଭାସନ ନିଜ ବାସଭବନରେ…

ଦାରିଙ୍ଗବାଡିରେ ହର୍‌ ଘର୍‌ ତ୍ରିରଙ୍ଗା: ଯୋଗଦେଲେ ଶହ ଶହ ଛାତ୍ରୀଛାତ୍ର

ଦାରିଙ୍ଗବାଡି, ୧୩।୮(ଅରୁଣ ସାହୁ): ଆଉ ମାତ୍ର ଗୋଟିଏ ଦିନ ପରେ ଦେଶ ପାଳିବ ସ୍ବାଧୀନତା ଦିବସ। ଏହି ଅବସରରେ ସାରା ଦେଶ ଉତ୍ସବ ମୁଖର ହୋଇଥିବାବେଳେ ଏଥିରେ…

ଆହୁରି ସକ୍ରିୟ ହେଲା ଲଘୁଚାପ, ଏହି ଜିଲାକୁ ରେଡ୍ ଓ୍ବାର୍ନିଂ ଜାରି କଲା IMD

ଭୁବନେଶ୍ବର,୧୩।୮: ପଶ୍ଚିମବଙ୍ଗ ଉପକୂଳରେ ଅବପାତରେ ପରିଣତ ହେଲା ଲଘୁଚାପ । ଏହାର ପ୍ରଭାବରେ ସାରା ରାଜ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ।…

ହୀରାକୁଦ ଡ୍ୟାମକୁ ପ୍ରବେଶ କରୁଛି ୧ ଲକ୍ଷ ଘନଫୁଟରୁ ଅଧିକ ବନ୍ୟାଜଳ, ୨ ଗେଟ୍‌ରେ ହେଉଛି ନିଷ୍କାସନ

ସମ୍ବଲପୁର,୧୩ା୮(ପ୍ରମୋଦ ବହିଦାର): ହୀରାକୁଦ ଜଳଭଣ୍ଡାର ପୁଣି ୪ଟି ସ୍ଲୁଇସ୍‌ ଗେଟ୍‌ ବନ୍ଦ କରାଯାଇଛି ଫଳରେ ବର୍ତ୍ତମାନ କେବଳ ୨ଟି ଗେଟ୍‌ରେ ଅତିରିକ୍ତ ବନ୍ୟାଜଳ ନିଷ୍କାସନ କରାଯାଉଛି। ତେବେ…

କୂଳ ଲଙ୍ଘୁଛି ସମୁଦ୍ର: ପଥର ବନ୍ଧ ନିର୍ମାଣ ଦାବି ଦୋହରାଇଲେ ଅଞ୍ଚଳବାସୀ

ଛତ୍ରପୁର,୧୩।୮(ଦିଲୀପ ସାମଲ): ଦିନକୁ ଦିନ ସମୁଦ୍ର କୂଳ ଲଘୁଂଥିବାରୁ ଛତ୍ରପୁର ପୌରପରିଷଦ ଅନ୍ତର୍ଗତ ଆର୍ଯ୍ୟପଲ୍ଲୀ ଅଞ୍ଚଳବାସୀ ଭୟଭୀତ ଅବସ୍ଥାରେ ଅଛନ୍ତି। ସମୁଦ୍ର ଉପକୂଳରେ ସ୍ଥାୟୀ ପଥର ବନ୍ଧ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri