Posted inଜାତୀୟ

ମୋଦି ସରକାରଙ୍କ ଦ୍ୱିତୀୟ ପାଳି: ୫୦ ଦିନର ରିପୋର୍ଟ କାର୍ଡ

ନୂଆଦିଲ୍ଲୀ,୨୩ା୭(ପି.ଟି.): କେନ୍ଦ୍ରରେ ନରେନ୍ଦ୍ର ମୋଦି ସରକାରର ଦ୍ୱିତୀୟ ପାଳିରେ ୫୦ ଦିନ ପୂରଣ ହୋଇଛି। ଏହି ସମୟ ମଧ୍ୟରେ ବିକାଶ ଧାରାକୁ ଆଗେଇ ନେବା ଲାଗି ଆଲୋଚନା ଜାରି ରହିଛି। ଗତ ଥର ଅପେକ୍ଷା ଏଥର ସଂସ୍କାର କାର୍ଯ୍ୟ ଅଧିକ ମାତ୍ରାରେ ଆଗେଇଛି। ସୂଚନା ଓ ପ୍ରସାରଣ ମନ୍ତ୍ରୀ ପ୍ରକାଶ ଜାଭ୍‌ଡ଼େକର ସରକାରର ରିପୋର୍ଟ କାର୍ଡ ଉପସ୍ଥାପନ କରିଛନ୍ତି। ଜନମଙ୍ଗଳ କାର୍ଯ୍ୟ, ଲୋକଙ୍କୁ ନ୍ୟାୟ ଓ ସଂସ୍କାର କାର୍ଯ୍ୟ ଲାଗି ସରକାର ପଦକ୍ଷେପ ଗ୍ରହଣ କରିଥିବା ସେ କହିଛନ୍ତି।
ଭାଜପା କ୍ଷମତାକୁ ଆସିବା ପରେ ମେ ୩୦ରେ ମୋଦି ଦ୍ୱିତୀୟ ଥର ଲାଗି ଦେଶର ପ୍ରଧାନମନ୍ତ୍ରୀ ଭାବେ ଶପଥଗ୍ରହଣ କରିଥିଲେ। ଦେଶକୁ ୫ ଟ୍ରିଲିୟନ୍‌ ଅର୍ଥନୀତିରେ ପରିଣତ କରିବା ଲାଗି ରୋଡ୍‌ମ୍ୟାପ୍‌ ପ୍ରସ୍ତୁତ କରିଥିଲେ। ଦ୍ରୁତ ଭିତ୍ତିଭୂମି ବିକାଶ, ସାମାଜିକ ନ୍ୟାୟ, ଶିକ୍ଷା, ସ୍ବାସ୍ଥ୍ୟ ଆଦି ଉପରେ ସରକାର ଗୁରୁତ୍ୱ ଦେଉଛନ୍ତି। ଚନ୍ଦ୍ରୟାନ-୨ ସଫଳତା ପରେ ଗଗନୟାନ ୨୦୨୨ରେ ପ୍ରେରଣ କରିବାକୁ ସରକାର ଲକ୍ଷ୍ୟ ରଖିଥିବା ଜାଭ୍‌ଡେକର ପ୍ରକାଶ କରିଛନ୍ତି। ଜଳଶକ୍ତି ମିଶନ ସହ ଅନେକ ଐତିହାସିକ ନିଷ୍ପତ୍ତି ସରକାର ନେଇଛନ୍ତିି। ଆଗାମୀ ୫ ବର୍ଷ ମଧ୍ୟରେ ନୂଆ ପୁଞ୍ଜିନିବେଶ ସୁବିଧା ଯୋଗାଇ ଦିଆଯିବ। କୃଷକ, ଯବାନ, ଶ୍ରମିକ, ମଧ୍ୟମ ବର୍ଗ, ବ୍ୟବସାୟୀ ଓ ଯୁବବର୍ଗ ଦେଶ ବିକାଶରେ ଅଗ୍ରଣି ଭୂମିକା ତୁଲାଇବେ।
ଗତ ୫୦ ଦିନର ସରକାରରେ ପ୍ରତି କୃଷକଙ୍କୁ ୬ ହଜାର ଟଙ୍କା ସହାୟତା, କେତେକ ଫସଲର ଏମ୍‌ଏସ୍‌ପି ବୃଦ୍ଧି, ୧୦ ହଜାର କୃଷକ ସଙ୍ଗଠନ ଗଠନ କରାଯାଇଥିବା ଜାଭ୍‌ଡ଼େକର କହିଛନ୍ତି। ଏଥିସହ ପୁଞ୍ଜିନିବେଶ ବୃଦ୍ଧି ଲାଗି ପବ୍ଲିକ ସେକ୍ଟର ବ୍ୟାଙ୍କକୁ ୭୦ ହଜାର କୋଟି ଟଙ୍କା ପ୍ରଦାନ, ଜମ୍ମୁ-କଶ୍ମୀରରେ ଆତଙ୍କବାଦ କମିବା, ଆର୍ଥିକ ପଳାତକଙ୍କୁ କାଠଗଡ଼ାକୁ ଆଣିବା ଆଦି ବହୁ ପଦକ୍ଷେପ ଗ୍ରହଣ କରାଯାଉଛି। ଏଥିସହ ଭାରତ ବିମ୍‌ଷ୍ଟେକ୍‌, ଜି-୨୦ ସମ୍ମିଳନୀରେ ଯୋଗଦେଇ ନିଜର ପକ୍ଷ ରଖିବା ସହ ବୈଦେଶିକ ନୀତିରେ ସ୍ବତନ୍ତ୍ର ସ୍ଥାନ ହାସଲ କରିପାରିଛି। ଦୁର୍ନୀତି ବିରୋଧରେ ଲଢ଼େଇ କରିବା, ପୋକ୍ସୋ ଆଇନ କଡ଼ାକଡ଼ି କରିବା, ମେଡ଼ିକାଲ ଶିକ୍ଷାରେ ସଂସ୍କାର ଆଣିବା ଆଦି ମୋଦି ସରକାରର ୫୦ ଦିନର ରିପୋର୍ଟ କାର୍ଡ ବୋଲି ଜାଭ୍‌ଡ଼େକର କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କେନ୍ଦ୍ର ଯୋଗୁ ସଚିନ, ଲତାଙ୍କୁ ଟ୍ରୋଲ କରାଯାଉଛି

ମୁମ୍ବାଇ, ୭ା୨- ଭାରତରତ୍ନ ପ୍ରାପ୍ତ ଲତା ମଙ୍ଗେଶକର ଓ ସଚିନ ତେନ୍ଦୁଲକରଙ୍କ ଭଳି ଦେଶର ମହାନ ବ୍ୟକ୍ତିବିଶେଷଙ୍କ ସମ୍ମାନକୁ ବାଜିରେ ଲଗାଇବା ଉଚିତ ନୁହେଁ। କେନ୍ଦ୍ର...

କେମିକାଲ ପ୍ଲାଣ୍ଟ ଗ୍ୟାସ ଲିକ୍‌ ମାମଲା: ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କ ସହ କଥା ହେଲେ ମୋଦି

ନୂଆଦିଲ୍ଲୀ,୭।୫: ଆନ୍ଧ୍ରପ୍ରଦେଶର ବିଶାଖାପଟନମରେ ଏକ କେମିକାଲ ପ୍ଲାଣ୍ଟରେ ଗୁରୁବାର ସକାଳେ ହୋଇଥିବା ଗ୍ୟାସ ଲିକ୍‌ ମାମଲାକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆନ୍ଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଓ୍ବାଇଏସ୍‌...

‘ତାଳି ନ ବଜାଇ ଆର୍ଥିକ ପ୍ୟାକେଜ୍‌ର ଘୋଷଣା କରନ୍ତୁ ସରକାର’: ରାହୁଲ

ନୂଆଦିଲ୍ଲୀ,୨୧।୩: କରୋନା ଭାଇରସ କବଳରେ ଏବେ ସାରା ବିଶ୍ୱ। ଭାରତରେ ମଧ୍ୟ କରୋନାର ପ୍ରଭାବ କିଛି କମ୍‌ ନାହିଁ। ଏବେ ଭାରତରେ କରୋନା ସଂକ୍ରମିତଙ୍କ ସଂଖ୍ୟା...

ଲେଖାହେବ ଭାରତୀୟ ସୀମା ବିବାଦର ଇତିହାସ: ସଚେତନ ହେବେ ସୀମା ବାସିନ୍ଦା

ନୂଆଦିଲ୍ଲୀ,୧୯।୯: ସୀମାବର୍ତ୍ତୀ ଅଞ୍ଚଳରେ ବସବାସ କରୁଥିବା ଲୋକଙ୍କୁ ସଚେତନ କରାଇବା ପାଇଁ ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ସ୍ବତନ୍ତ୍ର ପଦକ୍ଷେପ ଗ୍ରହଣ କରାଯିବା ଲାଗି ଯୋଜନା ହୋଇଛି।...

ଲଦାଖ ଘଟଣା ସରକାରଙ୍କ ବିଫଳତା ନୁହେଁ: ପାଓ୍ବାର

ସତାରା,୨୮ା୬: ଲଦାଖର ଗଲଓ୍ବାନ୍‌ ଉପତ୍ୟକାରେ ଭାରତ-ଚାଇନା ମଧ୍ୟରେ ରକ୍ତାକ୍ତ ସଂଘର୍ଷ ପରେ କଂଗ୍ରେସ ଓ ଭାଜପା ମଧ୍ୟରେ ବାକ୍‌ଯୁଦ୍ଧ ଜାରି ରହିଥିବା ବେଳେ ଏନ୍‌ସିପି ମୁଖ୍ୟ...

ଚିରାଗଙ୍କ ପ୍ରତିଶ୍ରୁତି: ଶାସନ କ୍ଷମତା ମିଳିଲେ ତିଆରି କରିବେ ରାମ ମନ୍ଦିରଠାରୁ ବଡ଼ ସୀତା ମନ୍ଦିର

ପାଟନା,୨୫ ।୧୦: ଲୋକ ଜନଶକ୍ତି ପାର୍ଟି(ଏଲ୍‌ଜେପି)ଅଧ୍ୟକ୍ଷ ଚିରାଗ ପାଶୱାନ ବିହାର ବିଧାନସଭା ନିର୍ବାଚନକୁ ନେଇ ଏକ ବଡ ଘୋଷଣା କରିଛନ୍ତି । ସେ କହିଛନ୍ତି ଅଯୋଧ୍ୟାରେ...

ହାର୍‌-ଜିତ୍‌ ପୂର୍ବରୁ କରୋନାରେ ପ୍ରାଣ ହରାଇଲେ କଂଗ୍ରେସ ପ୍ରାର୍ଥୀ

ଚେନ୍ନାଇ,୧୧।୪: ତାମିଲନାଡୁ ବିଧାନସଭା ନିର୍ବାଚନରେ କଂଗ୍ରେସ ପ୍ରାର୍ଥୀ ମାଧବ ରାଓଙ୍କ ପରଲୋକ ଘଟିଛି। ସେ କରୋନାରେ ପ୍ରାଣ ହରାଇଥିବା କୁହାଯାଉଛି। ରାଓ ଶ୍ରୀବିଲିପୁଥୁର ଆସନରୁ କଂଗ୍ରେସ...

ଶକ୍ତିଶାଳୀ ପାସପୋର୍ଟ ତାଲିକାରେ ପଛରେ ପଡ଼ିଲା ଭାରତ, ଆଗରେ ଚାଇନା…

ନୂଆଦିଲ୍ଳୀ,୭।୭: ପୃଥିବୀର ୧୯୩ ଦେଶକୂ ନେଇ ପ୍ରସ୍ତୁତ କରାଯାଇଥିବା ଶକ୍ତିଶାଳୀ ପାସପୋର୍ଟ ତାଲିକାରେ ଭାରତ ପଛରେ ପଡ଼ିଯାଇଛି। ୨୦୨୧ ହେନଲି ପାସପୋର୍ଟ ଇଣ୍ଡେକ୍ସ୍‌ ର଼୍ୟାଙ୍କିଙ୍ଗ୍‌ରେ ଗତ...

Advertisement
Archives

Model This Week