Posted inଜାତୀୟ

ମୋଦି ସରକାରଙ୍କୁ ଝଟ୍‌କା: ଧାର୍ଯ୍ୟ ବିକାଶ ହାର କମାଇଲା ବିଶ୍ୱବ୍ୟାଙ୍କ

ଓ୍ବାଶିଂଟନ,୧୩।୧୦: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କୁ ବିଶ୍ୱବ୍ୟାଙ୍କ ଏକ ଝଟ୍‌କା ଦେଇଛି। ମୋଦି ସରକାରଙ୍କ ପକ୍ଷରୁ ୨୦୨୧ ପାଇଁ ଧାର୍ଯ୍ୟ କରାଯାଇଥିବା ବିକାଶ ହାରକୁ ବିଶ୍ୱବ୍ୟାଙ୍କ କମାଇ ଦେଇଛି। ଧାର୍ଯ୍ୟ ବିକାଶ ହାର ୬.୯ ପ୍ରତିଶତ ଆକଳନ କରାଯାଇଥିବାବେଳେ ବିଶ୍ୱବ୍ୟାଙ୍କ ଏହାକୁ ୬ ପ୍ରତିଶତରେ ସୀମିତ ରଖିଛି। ସେହିପରି ମୁଡ଼ିଜ୍‌ ମଧ୍ୟ ଦେଶର ବିକାଶ ହାର ଆକଳନକୁ ହ୍ରାସ କରିଛି। ୨୦୧୮-୧୯ରେ ଦେଶର ବିକାଶ ହାର ୬.୯ ପ୍ରତିଶତ ଥିଲା। ଗତ ଦୁଇ ବର୍ଷ ଧରି ଲଗାତାର ଦେଶର ଅଭିବୃଦ୍ଧି ହାରରେ ଅବନତି ଜାରି ରହିଛି। ୨୦୧୭-୧୮ରେ ଏହା ୭.୨ ପ୍ରତିଶତ ଥିବାବେଳେ ପରବର୍ତ୍ତୀ ସମୟରେ ବହୁ କ୍ଷେତ୍ରରେ ଧାର୍ଯ୍ୟ ଲକ୍ଷ୍ୟ ପୂରଣ ନ ହୋଇ ପାରିବାରୁ ଏହା କମିବାରେ ଲାଗିଛି। ଏନେଇ ମୁଡ଼ିଜ୍‌ ପକ୍ଷରୁ ଦେଶର ଅର୍ଥବ୍ୟବସ୍ଥା ନେଇ ଚେତାବନୀ ଦିଆଯାଇଛି। ଏହି ଧାରା ଜାରି ରହିଲେ ଦେଶର ସ୍ଥିତି ସଙ୍କଟ ଜନକ ହେବ ବୋଲି ମୁଡ଼ିଜ୍‌ କହିଛି। ଆର୍ଥିକ ମାନ୍ଦାର ପ୍ରଭାବ ୯୦ ପ୍ରତିଶତ ଦେଶ ଉପରେ ପଡ଼ିବାର ଆଶଙ୍କା ଥିବା ଆଇଏମ୍‌ଏଫ୍‌ ମୁଖ୍ୟ କ୍ରିଷ୍ଟାଲିନା ଜୋର୍ଜିଏଓ୍ବା ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପଶ୍ଚିମବଙ୍ଗ ଦିବସରେ ବଡ଼ କଥା କହିଦେଲେ ମୋଦି, ଗୌରବ ଫେରି ଆସୁଛି…

ନୂଆଦିଲ୍ଲୀ,୨୦।୬: ପଶ୍ଚିମବଙ୍ଗ ଦିବସ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦିଦିଙ୍କୁ ଟାର୍ଗେଟ କରିଛନ୍ତି । ସେ କହିଛନ୍ତି ଯେ, ବଙ୍ଗଳାର ବାୟୁମଣ୍ଡଳରେ ଏବେ ଏକ ନୂତନ ସତେଜତା…

ସେକେଣ୍ଡ ହ୍ୟାଣ୍ଡ ଗାଡ଼ି କିଣୁଥିଲେ ସାବଧାନ ! କେବଳ ଲୁକ୍‌ ନୁହେଁ ନିଶ୍ଚିତ ଯାଞ୍ଚ କରନ୍ତୁ ଏସବୁ ଜରୁରୀ ଡକ୍ୟୁମେଣ୍ଟ

ନୂଆ କାର୍‌ ତୁଳନାରେ କମ ଦାମ୍‌ରେ ଗାଡ଼ି ବା ସେକେଣ୍ଡ ହ୍ୟାଣ୍ଡ କାର୍‌ (Used Car) କିଣିବାକୁ ପସନ୍ଦ କରୁଛନ୍ତି। ତେବେ ବ୍ୟବହୃତ କାର୍‌ କିଣିବା ସମୟରେ…

ଗ୍ୟାସ୍‌ ସିଲିଣ୍ଡର ଲିକ୍‌ ହେଲେ ଭୁଲରେ ବି କରନ୍ତୁ ନାହିଁ ଏହି ୫ କାମ, ସାମାନ୍ୟ ଅସାବଧାନତା ଯୋଗୁ…

ଆଜିର ସମୟରେ ଏଲପିଜି ଗ୍ୟାସ ସିଲିଣ୍ଡର (LPG Gas Cylinder) ପ୍ରାୟ ସମସ୍ତଙ୍କ ରୋଷେଇ ଘରର ଏକ ଅପରିହାର୍ଯ୍ୟ ଅଂଶ ପାଲଟିଛି। କିନ୍ତୁ ଏହାର ବ୍ୟବହାରରେ ସାମାନ୍ୟ…

ଆନ୍ତର୍ଜାତୀୟ ଯୋଗ ଦିବସରେ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀଙ୍କ ସହ ଏଥର ଯୋଗ କରିବେ ମୋଦି, ଭାଗନେବେ ୩୫ ହଜାର ଲୋକ

କୋଲକାତା,୨୦।୬: କୋଲକାତାର ଐତିହାସିକ ରେଡ ରୋଡ – ଯେଉଁଠାରେ ‘ଦିଦି’ଙ୍କ ରାଜନୈତିକ କସରତ ଏବଂ ବାମପନ୍ଥୀ ବିରୋଧର ସାକ୍ଷୀ ରହିଛି, ଆସନ୍ତାକାଲି ସକାଳେ ‘କେଶର ଯୋଗ’ ରଙ୍ଗରେ…

ମୋଦିଙ୍କୁ ପ୍ରଶଂସା କଲେ ଶଶି ଥରୁର, ରାହୁଲଙ୍କୁ ଟାର୍ଗେଟ କଲା ଭାଜପା

ନୂଆଦିଲ୍ଲୀ,୨୦।୬: କଂଗ୍ରେସ ଏମପି ଶଶି ଥରୁର, ଯିଏ ତାଙ୍କ ବେକାବୁ ଏବଂ ସ୍ପଷ୍ଟ ବୟାନ ପାଇଁ ଜଣାଶୁଣା, ପୁଣି ଥରେ ଏପରି କିଛି କରିଛନ୍ତି ଯାହା ଭାଜପାକୁ…

ବୈଭବ ସୂର୍ଯ୍ୟବଂଶୀ ବିବାଦ ଉପରେ ଶ୍ରୀଲଙ୍କା ଅଧିନାୟକଙ୍କ ଆଶ୍ଚର୍ଯ୍ୟଜନକ ବୟାନ, ଫାଇନାଲ ପୂର୍ବରୁ କହିଲେ, ‘ଆମେ କରିନାହୁଁ…’

ନୂଆଦିଲ୍ଲୀ,୨୦।୬: ଭାରତ ଏବଂ ଶ୍ରୀଲଙ୍କା ଦଳ ତ୍ରି-ସିରିଜ ଫାଇନାଲରେ ସେମାନଙ୍କର ସ୍ଥାନ ପକ୍କା କରିଛନ୍ତି। ଭାରତ ଏ ଏବଂ ଶ୍ରୀଲଙ୍କା ଏ ମଧ୍ୟରେ ଟାଇଟଲ ମୁକାବିଲା ଜୁନ…

କବାଟ ଭାଙ୍ଗି ଲକ୍ଷାଧିକ ଟଙ୍କାର ସୁନାଗହଣା ସହ ନଗଦ ଟଙ୍କା ଲୁଟିନେଲେ ଦୁର୍ବୃତ୍ତ

ଜଗନ୍ନାଥପ୍ରସାଦ,୨୦ା୬(ବିଭୁ ପ୍ରସାଦ ପଟ୍ଟନାୟକ): ଜଗନ୍ନାଥପ୍ରସାଦ ପୁଣି କାୟା ମେଲାଇଲେଣି ଚୋର ନିଦ ହଜାଇଲାଣି ଚୋରି ଖବର ବଡ଼ଦାଣ୍ଡ ସାହିରୁ କବାଟ ଭାଙ୍ଗି ଲକ୍ଷାଧିକ ଟଙ୍କାର ସୁନାଗହଣା ଓ…

ଆଜି ଆସିବ ପିଏମ୍‌ କିଷାନର ୨୩ କିସ୍ତି, ୯ କୋଟିରୁ ଅଧିକ କୃଷକଙ୍କ ଖାତାକୁ ଆସିବ ଟଙ୍କା

ନୂଆଦିଲ୍ଲୀ,୨୦।୬: ଦେଶର କୋଟି କୋଟି କୃଷକଙ୍କ ପାଇଁ ଆଜି ଏକ ବଡ଼ ଖୁସିର ଦିନ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି (ଶନିବାର, ୨୦ ଜୁନ) ପଶ୍ଚିମବଙ୍ଗର ହୁଗୁଳି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri