Posted inଜାତୀୟ

ମୋଦି କ୍ୟାବିନେଟରେ ସାମିଲ ହୋଇପାରନ୍ତି କାମାଥ, ଦାସଗୁପ୍ତା

ନୂଆଦିଲ୍ଲୀ,୧୭ା୧(ଆଇଏଏନ୍‌ଏସ୍‌)- ବ୍ରିକ୍ସ ବ୍ୟାଙ୍କ ଅଧ୍ୟକ୍ଷ କେ.ଭି. କାମାଥ ଏବଂ ଭାଜପାର ରାଜ୍ୟ ସଭା ସଦସ୍ୟ ସ୍ବପନ ଦାସଗୁପ୍ତାଙ୍କୁ ଖୁବ୍‌ଶୀଘ୍ର କେନ୍ଦ୍ର କ୍ୟାବିନେଟରେ ସାମିଲ କରାଯାଇପାରେ। ଏହି ଦୁଇ ଟେକ୍ନୋକ୍ରାଟଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱାଧୀନ ମନ୍ତ୍ରିମଣ୍ଡଳରେ ସ୍ଥାନ ମିଳିବ ବୋଲି ସୂତ୍ରରୁ ପ୍ରକାଶ।
ବ୍ୟାଙ୍କିଙ୍ଗ୍‌ ସେକ୍ଟରରେ ଦୀର୍ଘ ଅଭିଜ୍ଞତାସମ୍ପନ୍ନ ଭେଟେରେନ୍‌ ବ୍ୟାଙ୍କର କେ.ଭି. କାମାଥଙ୍କୁ ଅର୍ଥ ରାଷ୍ଟ୍ରମନ୍ତ୍ରୀ କରାଯାଇପାରେ। ଦେଶ ଆର୍ଥିକ ମାନ୍ଦାବସ୍ଥା ଦେଇ ଗତି କରୁଥିବାବେଳେ କାମାଥ ଏହାର ସମାଧାନ ଦିଗରେ ସହାୟକ ହୋଇପାରନ୍ତି ବୋଲି ଆଶା କରାଯାଉଛି। ସେହିପରି ପଦ୍ମବିଭୁଷଣ ସ୍ବପନ ଦାସଗୁପ୍ତାଙ୍କୁ ମାନବ ସମ୍ବଳ ବିକାଶ ରାଷ୍ଟ୍ରମନ୍ତ୍ରୀ ପଦ ମିଳିପାରେ। ଦେଶର ମର୍ଯ୍ୟାଦାଜନକ ବିଶ୍ୱବିଦ୍ୟାଳୟଗୁଡ଼ିକରେ ଛାତ୍ର ଅଶାନ୍ତି ଲାଗି ରହିଥିବାବେଳେ ଏହି ହିନ୍ଦୁତ୍ୱବାଦୀ ବିଚାରକଙ୍କ ଅଭିଜ୍ଞତା ତାକୁ ପ୍ରଶମିତ କରିବାରେ ସହାୟକ ହେବ ବୋଲି ମୋଦି ସରକାର ଚିନ୍ତା କରୁଛନ୍ତି। ନୀତି ଆୟୋଗ ସିଇଓ ଅମିତାଭ କାନ୍ତ ହେଉଛନ୍ତି ଅନ୍ୟତମ ଟେକ୍ନୋକ୍ରାଟ, ଯାହାଙ୍କୁ ମନ୍ତ୍ରିମଣ୍ଡଳରେ ସାମିଲ କରାଯିବା ପାଇଁ ବିଚାର ଚାଲିଛି। ଅନୁରୂପ ଭାବେ ପୂର୍ବତନ ମନ୍ତ୍ରୀ ସୁରେଶ ପ୍ରଭୁ ମଧ୍ୟ କ୍ୟାବିନେଟକୁ ଫେରିପାରନ୍ତି ବୋଲି ଚର୍ଚ୍ଚା ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ପୋଲିସକର୍ମୀଙ୍କୁ ଆକ୍ରମଣ କଲେ ଆକ୍ରମଣକାରୀଙ୍କ ଉପରେ ଲାଗିବ ଏନ୍‌ଏସ୍‌ଏ: ଯୋଗୀ

ଲକ୍ଷ୍ନୌ,୩।୪: କରୋନା ଭାଇରସ୍‌ ସହ ମୁକାବିଲା ପାଇଁ ଦେଶରେ ଲକ୍‌ଡାଉନ୍‌ ଜାରି କରାଯାଇଛି। ଏହି ସମୟରେ କେତେକ ସ୍ଥାନରେ ପୋଲିସକର୍ମୀ ଓ ସ୍ବାସ୍ଥ୍ୟକର୍ମୀଙ୍କ ଉପରେ ଆକ୍ରମଣ...

୧୦ ରାଜ୍ୟରେ ବାର୍ଡ ଫ୍ଲୁ ଜାରି: ୧୩ ରାଜ୍ୟରେ ଭୂତାଣୁ ଚିହ୍ନଟ

ନୂଆଦିଲ୍ଲୀ, ୩୧।୧: ଦେଶର ୧୦ ରାଜ୍ୟରେ ବାର୍ଡ ଫ୍ଲୁ ଜାରି ରହିଥିବା ନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ଘୋଷଣା କରାଯାଇଛି। ସେହିପରି ୧୩ ରାଜ୍ୟରେ କାଉ,...

ଶେଷ ସମୟରେ ବି ଶକ୍ତି ଦେଖାଇଲା ଭାଜପା

ନୂଆଦିଲ୍ଲୀ,୬।୨: ଦିଲ୍ଲୀ ବିଧାନସଭା ନିର୍ବାଚନକୁ ନେଇ ଗୁରୁବାର ସନ୍ଧ୍ୟାରେ ପ୍ରଚାର ଶେଷ ହେଉଛି। ଏଥର ଆମ ଆଦମୀ ପାର୍ଟି(ଏଏପି) ଓ ଭାରତୀୟ ଜନତା ପାର୍ଟି(ଭାଜପା) ମଧ୍ୟରେ...

ଏହି କାରଣରୁ ବଦଳିଲେ ମୁମ୍ବାଇ ପୋଲିସ କମିଶନର

ନୂଆଦିଲ୍ଲୀ,୧୮।୩: ପରମ ବୀର ସିଂଙ୍କୁ ମୁମ୍ବାଇର ପୋଲିସ କମିଶନର ପଦରୁ ହଟାଇ ଦିଆଯିବା ପରେ ପ୍ରଥମ ଥର ପାଇଁ ମୁହଁ ଖୋଲିଛନ୍ତି ମହାରାଷ୍ଟ୍ରର ରାଜ୍ୟ ଗୃହମନ୍ତ୍ରୀ...

ଜୁନ୍‌ ୨୪ରୁ ଆରମ୍ଭ ହେବ ସେନା ନିଯୁକ୍ତି ପ୍ରକ୍ରିୟା

ନୂଆଦିଲ୍ଲୀ,୧୭।୬: କେନ୍ଦ୍ର ସରକାରଙ୍କ ‘ଅଗ୍ନିପଥ ଯୋଜନା’କୁ ବିରୋଧ କରି ଯୁବକମାନଙ୍କ ପ୍ରଦର୍ଶନ ତୃତୀୟ ଦିନ ପାଇଁ ଜାରି ରହିଛି। ବିହାରର ଅନେକ ସ୍ଥାନରେ ଏହି ନୂତନ...

ଉତ୍ତେଜକ ଟିଭି କାର୍ଯ୍ୟକ୍ରମକୁ ନିୟନ୍ତ୍ରଣ କର: କେନ୍ଦ୍ରକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

ନୂଆଦିଲ୍ଲୀ,୨୯।୧: ଲୋକଙ୍କୁ ହିଂସାକାଣ୍ଡ ଭିଆଇବା ପାଇଁ ଉସୁକାଉଥିବା ଟେଲିଭିଜନ କାର୍ଯ୍ୟକ୍ରମ ଓ ଖବରକୁ ସକ୍ରିୟ ଭାବେ ନିୟନ୍ତ୍ରଣ କରାଯିବା ଆବଶ୍ୟକ ବୋଲି ସୁପ୍ରିମକୋର୍ଟ ଗୁରୁବାର କେନ୍ଦ୍ର...

ଶଗଡ଼ ଦୌଡ଼କୁ ଅନୁମତି…

ନୂଆଦିଲ୍ଲୀ, ୧୬।୧୨: ସୁପ୍ରିମ୍‌କୋର୍ଟ ଗୁରୁବାର ମହାରାଷ୍ଟ୍ରରେ ଶଗଡ଼ ଦୌଡ଼କୁ ଅନୁମତି ଦେଇଛନ୍ତି। ଏହାକୁ ପ୍ରାଣୀ କ୍ରୁରତା ନିବାରଣ ଅଧିନିୟମ ଅନ୍ତର୍ଗତ ବନ୍ଦ କରାଯାଇଥିଲା। ବିଚରାରପତି ଏ.ଏମ୍‌.ଖାନଓ୍ବିଲକର...

କମଳନାଥଙ୍କ ଅଡୁଆ ବଢ଼ିଲା

ନୂଆଦିଲ୍ଲୀ,୧୦ା୯(ଆଇଏଏନ୍‌ଏସ୍‌): ୧୯୮୪ ଶିଖ୍‌ ବିରୋଧୀ ଦଙ୍ଗା ମାମଲା ଫାଇଲ ପୁଣି ଥରେ ଖୋଲିବା ପ୍ରସ୍ତାବକୁ ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ମଞ୍ଜୁରୀ ଦେବା ପରେ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ କମଳନାଥଙ୍କ...

Advertisement
Archives

Model This Week