ମୋଦିଙ୍କ ସହ ସାକ୍ଷାତ ପୂର୍ବରୁ ପୁଣି ଟାରିଫ ପ୍ରସଙ୍ଗ ଉଠାଇଲେ ଟ୍ରମ୍ପ

ଟୋକିଓ/ନୂଆଦିଲ୍ଲୀ,୨୮-୬: ଜି-୨୦ ସମ୍ମିଳନୀ ଅବସରରେ ଜାପାନର ଓସାକା ଠାରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିବେ। ଏହି ବୈଠକରେ ଦୁଇ ଦେଶର ଶୀର୍ଷ ନେତା ଦ୍ୱିପାକ୍ଷିକ ତଥା ଅନ୍ତର୍ଜାତୀୟ ପ୍ରସଙ୍ଗରେ ଆଲୋଚନା କରିବେ। ତେବେ ଏହି ଭେଟର ଦିନକ ପୂର୍ବରୁ ଟ୍ରମ୍ପ ଭାରତର ଟାରିଫ୍‌ ବୃଦ୍ଧିକୁ ନେଇ ଟୁଇଟ୍‌ କରିଛନ୍ତି। ଏଥିରେ ସେ ଦର୍ଶାଇଛନ୍ତି ଯେ, ଭାରତ ପକ୍ଷରୁ ଆମେରିକାର ୨୮ ପ୍ରକାର ସାମଗ୍ରୀ ଉପରେ ଟାରିଫ୍‌ ବୃଦ୍ଧି କରାଯିବା ଗ୍ରହଣୀୟ ନୁହେଁ। ଏହାକୁ ତୁରନ୍ତ ପ୍ରତ୍ୟାହାର କରିନିଆଯାଉ। ଟ୍ରମ୍ପଙ୍କ ଏହି ଟୁଇଟ୍‌ ଯୋଗୁ ଦୁଇ ଦେଶର ବାଣିଜ୍ୟ ସମ୍ପର୍କ ଆହୁରି ଖରାପ ହେବ ବୋଲି ଆଶଙ୍କା ପ୍ରକାଶ ପାଇଛି। ଅନ୍ୟପକ୍ଷରେ ଟ୍ରମ୍ପଙ୍କ ଟାରିଫ୍‌ ବୃଦ୍ଧି ପ୍ରସଙ୍ଗରେ ଭାରତ ପକ୍ଷରୁ ମଧ୍ୟ ଦୃଢ଼ ଜବାବ ଦିଆଯାଇଛି। ଅନ୍ୟ ବିକାଶଶୀଳ ଦେଶ ଅପେକ୍ଷା ଭାରତର ଟାରିଫ୍‌ ହାର ଅନେକ କମ୍‌ ବୋଲି ସରକାର କହିଛନ୍ତି। ଡବ୍ଲ୍ୟୁଟିଓର ନିୟମ ଅନୁଯାୟୀ, ଭାରତ ଟାରିଫ୍‌ ବୃଦ୍ଧି କରିଛି ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି। ସୂଚନାଥାଉ କି, ଆମେରିକାର ଉତ୍ପାଦ ଉପରେ ଟାରିଫ୍‌ ବୃଦ୍ଧି ସହ କ୍ରସ୍‌ ବର୍ଡର ଡାଟା ଫ୍ଲୋ ଏବଂ ଇ-କମର୍ସ କମ୍ପାନୀଙ୍କ କାରବାରକୁ ନେଇ ଭାରତ ପକ୍ଷରୁ ନିୟମ କଡ଼ା କରାଯିବା ଯୋଗୁ ଓ୍ବାଶିଂଟନ କ୍ଷୁବ୍ଧ ହୋଇଛି। ଏହାକୁ ନେଇ ଟ୍ରମ୍ପ ତାଙ୍କ ଟୁଇଟ୍‌ରେ ଦର୍ଶାଇଛନ୍ତି ଯେ, ସେ ଏ ସମ୍ପର୍କରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ଆଲୋଚନା କରିବେ। ସେ କହିଛନ୍ତି ଯେ, ବିଗତ କିଛି ବର୍ଷ ହେଲା ଆମେରିକାର ଉତ୍ପାଦ ଉପରେ ଭାରତ ଟାରିଫ୍‌ ବୃଦ୍ଧି କରିଛି। ନିକଟରେ ଆଉ କେତେକ ଉତ୍ପାଦ ଉପରେ ଏହା ବୃଦ୍ଧି କରାଯାଇଛି ବୋଲି ସେ ଅଭିଯୋଗ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିମାନ ଚଳାଚଳ କ୍ଷେତ୍ରର ୫୦ ଲକ୍ଷ ନିଯୁକ୍ତି ବିପଦରେ

ମୁମ୍ବାଇ: କରୋନା ମହାମାରୀ ଲାଗି ସାରା ବିଶ୍ୱର ବିମାନ ଚଳାଚଳ କ୍ଷେତ୍ରରେ ପ୍ରାୟ ୫୦ ଲକ୍ଷ ନିଯୁକ୍ତି ବିପଦରେ ରହିଛି। ଏହି କ୍ଷେତ୍ରର ସମସ୍ୟାକୁ ସମାଧାନ...

ଦକ୍ଷିଣ ଭାରତ ବୁଲିବାକୁ ସ୍ବତନ୍ତ୍ର ଟ୍ରେନ୍‌

ଭୁବନେଶ୍ୱର,୨୨।୧: ପରିଭ୍ରମଣକାରୀମାନଙ୍କ ପାଇଁ ରେଳବାଇ ପକ୍ଷରୁ ଏକ ସ୍ବତନ୍ତ୍ର ଟ୍ରେନ୍‌ର ବ୍ୟବସ୍ଥା କରାଯାଇଛି। ଉକ୍ତ ଟ୍ରେନ୍‌ର ନାମ ରହିଛି ‘ଭାରତ ଦର୍ଶନ’, ଯେଉଁଥିରେ ପର୍ଯ୍ୟଟକମାନଙ୍କୁ ଦକ୍ଷିଣ...

ନୂଆ ବର୍ଷ ପ୍ରଥମ ଦିନରେ ହେବ ଏହି ୫ ବଡ଼ ପରିବର୍ତ୍ତନ; ଆପଣଙ୍କ ପକେଟରେ ପଡ଼ିବ ପ୍ରଭାବ…!

ନୂଆଦିଲ୍ଲୀ,୨୮।୧୨: ଶେଷ ହେବାକୁ ଯାଉଛି ବର୍ଷ ୨୦୨୨। ନୂତନ ବର୍ଷ ୨୦୨୩କୁ ସ୍ବାଗତ କରିବା ଲାଗି ପ୍ରସ୍ତୁତି ଜୋରଦାର ହୋଇଛି। ଏସବୁ ମଧ୍ୟରେ ନୂଆ ବର୍ଷର...

ଓଏନ୍‌ଜିସି ସବୁଠୁ ଲାଭ ହାସଲକାରୀ ରାଷ୍ଟ୍ରାୟତ୍ତ କମ୍ପାନୀ

ନୂଆଦିଲ୍ଲୀ,୩-୬: ଇଣ୍ଡିଆନ ଅଏଲ କର୍ପୋରେଶନ ଲିମିଟେଡ(ଆଇଓସିଏଲ୍‌)କୁ ପଛରେ ପକାଇ ଅଏଲ ଆଣ୍ଡ ନାଚୁରାଲ ଗ୍ୟାସ୍‌ କର୍ପୋରେଶନ(ଓଏନ୍‌ଜିସି) ଲାଭ ହାସଲ କରିବାରେ ସର୍ବବୃହତ ରାଷ୍ଟ୍ରାୟତ୍ତ କମ୍ପାନୀ ହୋଇଛି।...

ଓଡ଼ିଶାରେ ୪୦% ବୃଦ୍ଧି ପାଇଛି ଜିଏସ୍‌ଟି ସଂଗ୍ରହ

କଟକ, ୩।୧୦:  ଓଡ଼ିଶାରେ ଜିଏସ୍‌ଟି ସଂଗ୍ରହ କ୍ରମାଗତ ବୃଦ୍ଧି ପାଉଥିବା ପରିଲକ୍ଷିତ ହେଉଛି। ୨୦୨୧ ସେପ୍ଟେମ୍ବରରେ ରାଜ୍ୟରେ ମୋଟ ଜିଏସ୍‌ଟି ସଂଗ୍ରହ ୩୩୨୫.୯୪ କୋଟି ଟଙ୍କା ହୋଇଥିବାବେଳେ...

ପାଇକାରୀ ମୁଦ୍ରାସ୍ଫୀତି ୧%କୁ ହ୍ରାସ

ନୂଆଦିଲ୍ଲୀ,୧୬ା୪: ପାଇକାରୀ ମୂଲ୍ୟସୂଚୀ (ଡବ୍ଳ୍ୟୁପିଆଇ) ଭିତ୍ତିକ ମୁଦ୍ରାସ୍ଫୀତି ମାର୍ଚ୍ଚରେ ୧%କୁ ହ୍ରାସ ଘଟିଛି। ଏହା ଫେବୃୟାରୀରେ ୨.୨୬% ରହିଥିଲା ବୋଲି ସରକାର ପ୍ରକାଶ କରିଥିବା ଡାଟାରୁ...

୫ କୋଟି ଲୋକ ବେରୋଜଗାର

ନୂଆଦିଲ୍ଲୀ,୮।୪: କରୋନାକୁ ନିୟନ୍ତ୍ରଣ କରିବା ଲାଗି ସାରା ଦେଶରେ ଲକ୍‌ଡାଉନ ଘୋଷଣା କରାଯାଇଛି। ଏହା ଯୋଗୁ ସମଗ୍ର ଦେଶରେ କମ୍ପାନୀଗୁଡିକର କାର୍ଯ୍ୟକଳାପ ଠପ୍‌ ହୋଇଯାଇଛି। ପ୍ରାରମ୍ଭିକ...

ବ୍ଲୁୂମବର୍ଗ ନ୍ୟୁ ଇକୋନୋମିକ ଫୋରମ୍‌କୁ ସମ୍ବୋଧିତ କଲେ ମୋଦି

ନୂଆଦିଲ୍ଲୀ: ଅଭିବୃଦ୍ଧିର ଇଞ୍ଜିନ ହୋଇଥିବା ସାରା ବିଶ୍ୱର ସହରଗୁଡିକ ବିପଦଠାରୁ ଦୂରରେ ନାହିଁ। କୋଭିଡ୍‌-୧୯ ଏହା ପ୍ରମାଣିତ କରିଛି ବୋଲି ମଙ୍ଗଳବାର ବ୍ଲୁମବର୍ଗ ନିୟୁ ଇକୋନୋମିକ...

Advertisement
Archives

Model This Week