Posted inଜାତୀୟ

ମୋଦିଙ୍କ ମିଛ ଧରାପକାଇଲେ ଗୋଗୋଇ

ଗୁଆହାଟୀ,୨୮ା୧୨: ଦେଶରେ ଅଟକ କେନ୍ଦ୍ର ନାହିଁ ବୋଲି ନିକଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଥିବାବେଳେ ଏହାକୁ ନେଇ ଆସାମର ପୂର୍ବତନ ମୁଖ୍ୟମନ୍ତ୍ରୀ ତରୁଣ ଗୋଗୋଇ ପ୍ରଶ୍ନ ଉଠାଇଛନ୍ତି। ଅଟଳ ବିହାରୀ ବାଜପେୟୀଙ୍କ ସରକାର ସମୟରୁ ବେଆଇନ ଶରଣାର୍ଥୀମାନଙ୍କ ପାଇଁ ଅଟକ କେନ୍ଦ୍ର ନିର୍ମାଣ ନିମନ୍ତେ ରାଜ୍ୟଗୁଡ଼ିକୁ କୁହାଯାଇଥିଲା। ଯେଉଁ ବିଦେଶୀମାନେ ବେଆଇନ ଭାବେ ପ୍ରବେଶ କରିଥିବା ଅଭିଯୋଗରେ ଜେଲ୍‌ ଅବଧି ପୂରଣ କରିସାରିଛନ୍ତି, ସେମାନଙ୍କୁ ଉକ୍ତ ଅଟକ କେନ୍ଦ୍ରରେ ରଖିବା ପାଇଁ ନିଷ୍ପତ୍ତି ହୋଇଥିଲା। ମୋଦି କ୍ଷମତାକୁ ଆସିବା ପରେ ଆସାମରେ ୩୦୦୦ ଲୋକ ରହିବା ଭଳି ଦେଶର ସର୍ବବୃହତ୍‌ ଅଟକ କେନ୍ଦ୍ର ନିର୍ମାଣ ଲାଗି ୪୬ କୋଟି ଟଙ୍କା ଦେଇଥିଲେ। ସେ ଏକଥା କିପରି ଭୁଲିଗଲେ ବୋଲି ଗୋଗୋଇ ପ୍ରଶ୍ନ କରିଛନ୍ତି। ୨୦୦୧ରୁ ୨୦୧୬ ଆସାମରେ କ୍ଷମତାସୀନ ଥିବା ଗୋଗୋଇଙ୍କ ସରକାର ଗୁଆହାଟୀ ହାଇକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ଘୋଷିତ ବିଦେଶୀମାନଙ୍କ ଲାଗି ଅଟକ କେନ୍ଦ୍ର ନିର୍ମାଣ କରିଥିଲେ। ଏନ୍‌ଆର୍‌ସି ବିବାଦରୁ ବର୍ତ୍ତିବା ପାଇଁ ଏବେ ପ୍ରଧାନମନ୍ତ୍ରୀ ମିଛ କହୁଛନ୍ତି। ବେଆଇନ ଶରଣାର୍ଥୀ ଚିହ୍ନଟ କରିବା ଓ ସେମାନଙ୍କୁ ଅଟକ ରଖିବାରେ ଧର୍ମକୁ କାରଣ ଭାବେ ନିଆଯାଇ ନ ଥିଲା। ତେଣୁ ଅଟକ କେନ୍ଦ୍ରଗୁଡ଼ିକରେ ମୁସଲମାନଙ୍କ ଅପେକ୍ଷା ଅଧିକ ହିନ୍ଦୁ ଅଟକ ରହିଥିଲେ। ନୂଆ ବ୍ୟବସ୍ଥା ଗ୍ରହଣ କରିବା ନିମନ୍ତେ ସେମାନଙ୍କୁ ଛାଡ଼ିଦେବା ପାଇଁ ୩ ବର୍ଷ ପରେ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଆମେରିକା-ଇରାନ ଶାନ୍ତି ଚୁକ୍ତିରେ ପୁଣି ନୂଆ ପେଞ୍ଚ; ଟ୍ରମ୍ପ ୩୦୦ ବିଲିୟନ ଡଲାର ପ୍ରଦାନ ଦାବିକୁ କହିଲେଣି…

ଓ୍ବାଶିଂଟନ,୧୬।୬: ଆମେରିକା ଏବଂ ଇରାନ ମଧ୍ୟରେ ଏକ ଶାନ୍ତି ଚୁକ୍ତିନାମା ଚୂଡ଼ାନ୍ତ ହୋଇଛି। ଏହି ଶାନ୍ତି ଚୁକ୍ତିନାମା ଅନୁଯାୟୀ, ଆମେରିକା ଇରାନକୁ ୩୦୦ ବିଲିୟନ ଡଲାର ସହାୟତା…

କ୍ଷଣିକରେ ଖୁସି ପାଲଟିଲା ଦୁଃଖ, ରୋଟାଭେଟରରେ କାଟି ହୋଇ ଚାଲିଗଲା ଯୁବକଙ୍କ ଜୀବନ

ନୀଳଗିରି,୧୬।୬(ପ୍ରଶାନ୍ତ କୁମାର ବିଶ୍ବାଳ): ରୋଟାଭେଟରରେ କାଟି ହୋଇ ଜଣେ ଯୁବକଙ୍କର ମୃତ୍ୟୁ ହୋଇଛି । ନୂଆ ରୋଟାଭେଟର ଆଣି ଖୁସିରେ ଟ୍ରାଏଲ କରିବା ପରେ ବନ୍ଦକରିବାକୁ ଯାଇ…

ହ୍ବାଇଟ ହାଉସରେ ଇତିହାସର ସବୁଠାରୁ ମହଙ୍ଗା UFC ଶୋ; ରାଷ୍ଟ୍ରପତି ଟ୍ରମ୍ପ ଅନନ୍ୟ ଶୈଳୀରେ ପାଳନ କଲେ ୮୦ତମ ଜନ୍ମଦିନ, ଖର୍ଚ୍ଚ ଜାଣିଲେ…

ଓ୍ବାଶିଂଟନ,୧୬।୬: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ତାଙ୍କ ୮୦ତମ ଜନ୍ମଦିନକୁ ପ୍ରକୃତରେ ଅନନ୍ୟ ଏବଂ ସ୍ମରଣୀୟ ଢଙ୍ଗରେ ପାଳନ କରିଥିଲେ। ଏହି ବିଶେଷ ଅବସର ପାଇଁ, ହ୍ବାଇଟ…

ବିଏମ୍‌ସିରେ ବଢୁଛି କୁକୁର କାମୁଡ଼ା, ୨ ମାସରେ….

ଭୁବନେଶ୍ୱର,୧୫।୬ (ରବିନାରାୟଣ ଜେନା): ଭୁବନେଶ୍ୱର ମହାନଗର ନିଗମ(ବିଏମ୍‌ସି)କୁ ୨୦୩୦ ସୁଦ୍ଧା ଜଳାତଙ୍କ ମୁକ୍ତ କରିବା ପାଇଁ ଜୋରଦାର ଉଦ୍ୟମ ଚାଲିଛି। ଇତିମଧ୍ୟରେ ବିଏମ୍‌ସି ପକ୍ଷରୁ ୭୫ ପ୍ରତିଶତ…

ଏଇ ଭାରତରେ

କେରଳର ଗିରିଜା କୁମାରୀ ମଧୁ ସ୍ନାୟବିକ ସମସ୍ୟା ଓ ମାନସିକ ଅନଗ୍ରସର ପିଲାଙ୍କ ଉନ୍ନତି ପାଇଁ କାର୍ଯ୍ୟ କରୁଛନ୍ତି। ସେ ରହୁଛନ୍ତି ଆଲପୁଝା ଜିଲା ଥାମାରାକୁଲାମ୍‌ରେ। ଗିରିଜା…

ପ୍ରଧାନମନ୍ତ୍ରୀ ମୋଦିଙ୍କୁ ମିଳିଲା ୩୩ତମ ସର୍ବୋଚ୍ଚ ବିଦେଶୀ ସମ୍ମାନ; ସ୍ଲୋଭାକିଆ ରାଷ୍ଟ୍ରପତି ଦେଲେ ‘ଦି ଅର୍ଡର ଅଫ ଦି ହ୍ବାଇଟ ଡବଲ କ୍ରସ’

ବ୍ରାଟିସଲାଭା,୧୬।୬: ପ୍ରଧାନମନ୍ତ୍ରୀ ମୋଦି ବର୍ତ୍ତମାନ ବିଦେଶ ଗସ୍ତରେ ଅଛନ୍ତି। ପୁଣିଥରେ ତାଙ୍କୁ ଏକ ମର୍ଯ୍ୟାଦାଜନକ ବିଦେଶୀ ସମ୍ମାନରେ ସମ୍ମାନିତ କରାଯାଇଛି। ସ୍ଲୋଭାକିଆ ରାଷ୍ଟ୍ରପତି ପିଟର ପେଲେଗ୍ରୀନି ପ୍ରଧାନମନ୍ତ୍ରୀ…

ଡୋନାଲ୍ଡ ଟ୍ରମ୍ପଙ୍କୁ ନାଲି ଆଖି ଦେଖାଉଛନ୍ତି ନେତାନ୍ୟାହୁ ! ଶାନ୍ତି ଚୁକ୍ତିକୁ ପ୍ରତ୍ୟାଖ୍ୟାନ କରି କହିଲେ -‘ଯେପର୍ଯ୍ୟନ୍ତ ମୁଁ ପ୍ରଧାନମନ୍ତ୍ରୀ…’

ଜେରୁଜେଲମ,୧୬।୬: ଦୀର୍ଘ ଆଲୋଚନା ପରେ, ଆମେରିକା ଏବଂ ଇରାନ ଏକ ଶାନ୍ତି ଚୁକ୍ତିନାମା ଘୋଷଣା କରିଥିଲେ। ତଥାପି, ଇସ୍ରାଏଲ ଆମେରିକା-ଇରାନ ଚୁକ୍ତିନାମାରେ ଗଭୀର ଅସନ୍ତୁଷ୍ଟ ଥିବା ପରି…

ରାସ୍ତାରେ ଉପୁଡ଼ି ପଡିଥିବା ଗଛକୁ ଯାଇ ପିଟିହେଲେ ଅଟୋ-ପିକଅପ୍, ୯…

ନନ୍ଦପୁର,୧୬।୬(ତୁଷାର କାନ୍ତ ମହାନ୍ତି): କୋରାପୁଟ ଜିଲା ନନ୍ଦପୁର ବ୍ଲକ ସଦର ମହକୁମା ଦେଇ ଯାଇଥିବା ଏମଡିଆର ୫୫ ରାସ୍ତାର ସୀମାଦ୍ରୀ ମଣ୍ଡପ ସମ୍ମୁଖରେ ଏକ ବଡ଼ ଧରଣର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri