ମୋଦିଙ୍କ ପ୍ୟାକେଜ ଘୋଷଣାରେ ଅସନ୍ତୋଷ ବ୍ୟକ୍ତ କଲେ ମମତା

କୋଲକାତା,୨୨।୫:ପଶ୍ଚିମବଙ୍ଗରେ ବାତ୍ୟା ଅମ୍ଫନ୍‌ ଯୋଗୁ ବ୍ୟାପକ କ୍ଷୟକ୍ଷତି ହୋଇଛି। ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପଶ୍ଚିମବଙ୍ଗ ଗସ୍ତ କରି ଆକାଶ ମାର୍ଗରୁ ବାତ୍ୟା ପ୍ରଭାବିତ ଅଞ୍ଚଳକୁ ପରିଦର୍ଶନ କରିଥିଲେ। ସ୍ଥିତି ସମୀକ୍ଷା କରିବା ପରେ ମୋଦି ପଶ୍ଚିମବଙ୍ଗକୁ ୧୦୦୦ କୋଟି ଟଙ୍କାର ସହାୟତା ରାଶି ଘୋଷଣା କରିଛନ୍ତି। ତେବେ ମୋଦିଙ୍କ ଏହି ପ୍ୟାକେଜ ଘୋଷଣାକୁ ନେଇ ଅସନ୍ତୋଷ ବ୍ୟକ୍ତ କରିଛନ୍ତି ରାଜ୍ୟର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ବାତ୍ୟା ଅମ୍ଫନ୍‌ ଯୋଗୁ ପଶ୍ଚିମବଙ୍ଗରେ ୧ ଲକ୍ଷ କୋଟି ଟଙ୍କାର କ୍ଷତି ହୋଇଥିବା ବେଳେ ମୋଦି ୧ ହଜାର କୋଟି ଟଙ୍କା ଘୋଷଣା କରିଛନ୍ତି। ଏତିକି ଟଙ୍କାରେ କ’ଣ ହେବ ବୋଲି ମମତା ପ୍ରଶ୍ନ କରିଛନ୍ତି। ଆହୁରି ମଧ୍ୟ ସେ କହିଛନ୍ତି, କେନ୍ଦ୍ର ସରକାରଙ୍କ ପାଖରେ ଆମର ୫୬ ହଜାର କୋଟି ଟଙ୍କା ବାକି ପଡ଼ିଛି। ସେ ଟଙ୍କା ଏପର୍ଯ୍ୟନ୍ତ ମିଳି ନ ଥିବା ବେଳେ ଶୁକ୍ରବାର ଘୋଷଣା ହୋଇଥିବା ଟଙ୍କା କେବେ ମିଳୁଛି ସେନେଇ ମଧ୍ୟ କିଛି ଜଣାନାହିଁ ବୋଲି ମମତା କହିଛନ୍ତି। ସୂଚନାଯୋଗ୍ୟ, ବାତ୍ୟା ଅମ୍ଫନ୍‌ ପଶ୍ଚିମବଙ୍ଗରେ ବ୍ୟାପକ କ୍ଷୟକ୍ଷତି ହୋଇଛି। ଏହି ବାତ୍ୟାରେ ୮୦ ଜଣ ଲୋକ ପ୍ରାଣ ହରାଇଥିବା ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ବିବାହ ପୂର୍ବରୁ ହେବ ଏଚ୍‌ଆଇଭି ପରୀକ୍ଷା: ଗୋଆ ସରକାର

ପଣଜି,୯।୭: ବିବାହକୁ ନେଇ ନୂଆ ନିୟମ ତିଆରି କରିବାକୁ ଯାଉଛନ୍ତି ଗୋଆ ସରକାର। ଏହି ନିୟମ ଅନୁଯାୟୀ ଗୋଆରେ ଯେକୌଣସି ବ୍ୟକ୍ତି ବିବାହ କରିବା ପୂର୍ବରୁ...

ସମୟ ପୂର୍ବରୁ ଜନ୍ମ ଅବା ନବଜାତକଙ୍କ ନିକଟରେ କରୋନା ଭୟ!

ନୂଆଦିଲ୍ଲୀ,୧୬ ।୭: ଦେଶରେ ଜାରି ରହିଥିବା କରୋନା ମହାମାରୀ ଚିନ୍ତା ବଢାଇ ଚାଲିଛି । ଦ୍ୱିତୀୟ ଲହରରେ ସମୟ ପୂର୍ବରୁ ଜନ୍ମିତ ଶିଶୁ ଅବା ନବଜାତକଙ୍କ...

ମେଣ୍ଟର ଶେଷ ଉଦ୍ୟମ ବିଫଳ

ବେଙ୍ଗାଲୁରୁ/ନୂଆଦିଲ୍ଲୀ,୨୨ା୭: କର୍ନାଟକ ରାଜନୀତିରେ ଘଡ଼ିକେ ଘୋଡ଼ା ଛୁଟୁଛି। ବିଧାନସଭାରେ ସୋମବାର ଆସ୍ଥାଭୋଟ ହେବାକୁ ଥିବାବେଳେ ଧର୍ମନିରପେକ୍ଷ ଜନତା ଦଳ (ଜେଡିଏସ୍‌)-କଂଗ୍ରେସ ମେଣ୍ଟ ସରକାର ବଞ୍ଚାଇବା ପାଇଁ...

ହେମନ୍ତଙ୍କ ସହ ମାତ୍ର ୨ ମନ୍ତ୍ରୀ ନେଇପାରନ୍ତି ଶପଥ

ରାଞ୍ଚି,୨୮।୧୨: ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା(ଜେଏମ୍‌ଏମ୍‌)ର କାର୍ଯ୍ୟକାରୀ ଅଧ୍ୟକ୍ଷ ହେମନ୍ତ ସୋରେନ ରବିବାର ଝାଡ଼ଖଣ୍ଡର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବାର କାର୍ଯ୍ୟକ୍ରମ ରହିଛି। ହେଲେ ଏପର୍ଯ୍ୟନ୍ତ ତାଙ୍କ...

ସଂକ୍ରମଣ କମୁଛି, ମୃତ୍ୟୁ ସଂଖ୍ୟା ବଢୁଛି…

ନୂଆଦିଲ୍ଲୀ,୧୪।୯: ଦେଶରେ କରୋନା ମହାମାରୀ ସଂକ୍ରମଣର ଦ୍ୱିତୀୟ ଲହର ପରେ ଏବେ ତୃତୀୟ ଲହର ନେଇ ଲୋକେ ଆତଙ୍କିତ ହେବାରେ ଲାଗିଛନ୍ତି। କେରଳ ଯୋଗୁ ଦେଶରେ...

ତାଜ୍‌ ହୋଟେଲର ୬ କର୍ମଚାରୀ କରୋନା ପଜିଟିଭ୍‌

ମୁମ୍ବାଇ,୧୨।୪: କରୋନା ସଂକ୍ରମଣ ଯୋଗୁ ମହାରାଷ୍ଟ୍ରରେ ପ୍ରତିଦିନ ସଂକ୍ରମିତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ମୁମ୍ବାଇର ତାଜ୍‌ ହୋଟେଲରେ ୬ କର୍ମଚାରୀ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି।...

ତେଲେଙ୍ଗାନାରେ ଭାଜପାର ମିଶନ ଜାରି! ଇସ୍ତଫା ଦେଲେ ଟିଆର୍‌ଏସ୍‌ ବିଧାୟକ

ହାଇଦ୍ରାବାଦ,୧୨।୬: ତେଲେଙ୍ଗାନା ରାଷ୍ଟ୍ର ସମିତିର ବରିଷ୍ଠ ନେତା ତଥା ତେଲେଙ୍ଗାନାର ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ ଇ. ରାଜେନ୍ଦ୍ର ବିଧାୟକ ପଦରୁ ଇସ୍ତଫା ଦେଇଛନ୍ତି। କିଛି ଦିନ ପୂର୍ବରୁ...

ଟ୍ରକ ମାଲିକଙ୍କଠାରୁ ଆଦାୟ ହେଲା ୧ ଲକ୍ଷ ୪୦ ହଜାର ଟଙ୍କାର ଜରିମାନା

ନୂଆଦିଲ୍ଲୀ,୧୧।୯:ନୂଆ ମୋଟର ଯାନ ଆଇନ ଲାଗୁ ହେବା ପରେ ଦେଶବ୍ୟାପୀ ଟ୍ରାଫିକ ବ୍ୟବସ୍ଥାକୁ କଡ଼ାକଡ଼ି ପାଳନ କରାଯାଉଛି। ଦେଶର ବିଭିନ୍ନ ସ୍ଥାନରେ ଚେକିଂ କରାଯାଇ ବେଆଇନ...

Advertisement
Archives

Model This Week