Posted inଜାତୀୟ

ମୋଦିଙ୍କୁ ଭେଟିଲେ ମମତା: କୁର୍ତ୍ତା, ମିଠା ଦେଲେ ଉପହାର

ନୂଆଦିଲ୍ଲୀ, ୧୮।୯: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ବୁଧବାର ତାଙ୍କ ବାସଭବନରେ ଭେଟିଛନ୍ତି। ଏହି ସୌଜନ୍ୟମୂଳକ ସାକ୍ଷାତ୍‌କାରରେ ମମତା ମୋଦିଙ୍କୁ କୁର୍ତ୍ତା ଓ ମିଠା ଉପହାର ଦେଇଛନ୍ତି। ଏଥିସହ ସେ ମୋଦିଙ୍କୁ ପଶ୍ଚିମବଙ୍ଗ ଯିବା ପାଇଁ ନିମନ୍ତ୍ରଣ କରିଛନ୍ତି। ଅନ୍ୟପକ୍ଷରେ ରାଜ୍ୟ ପାଇଁ ୧୩,୫୦୦ କୋଟି ଟଙ୍କା ପାଣ୍ଠି ଦେବାକୁ ଦାବି କରିଛନ୍ତି । ଏଥିସହ ପଶ୍ଚିମବଙ୍ଗର ନାଁ ପରିବର୍ତ୍ତନ ପ୍ରସଙ୍ଗରେ ମଧ୍ୟ ଦୁହେଁ ଚର୍ଚ୍ଚା କରିଥିବା ଜଣାପଡ଼ିଛି। ଏତଦ୍‌ବ୍ୟତୀତ ବୀରଭୂମ ଜିଲାରେ ଏକ ବୃହତ୍‌ କୋଇଲା ଖଣିର ଉଦ୍‌ଘାଟନ କରିବାକୁ ସେ ମୋଦିଙ୍କୁ ଅନୁରୋଧ କରିଛନ୍ତି ବୋଲି ମମତା କହିଛନ୍ତି। ତେବେ କିଛି ଦିନ ହେଲା ମୋଦି ଓ ମମତାଙ୍କ ଭିତରେ ଲାଗି ରହିଥିବା ତିକ୍ତତା ମଧ୍ୟରେ ଏହି ସାକ୍ଷାତ୍‌କାରକୁ ନେଇ ରାଜନୈତିକ ଚର୍ଚ୍ଚା ସୃଷ୍ଟି ହୋଇଛି। ମଙ୍ଗଳବାର ମୋଦିଙ୍କ ଜନ୍ମଦିନ ପାଳନ କରାଯାଇଥିବା ବେଳେ ମମତା ତାଙ୍କୁ ଟୁଇଟରରେ ଶୁଭେଚ୍ଛା ଜଣାଇଥିଲେ। ତେବେ ସୋମବାର ମୋଦିଙ୍କୁ ଭେଟିବା ପାଇଁ ସେ ସମୟ ମାଗିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମୋଦି ସୁନାମୀରେ ଭାସିଗଲା ବିପକ୍ଷ ଦୁର୍ଗ

ନୂଆଦିଲ୍ଲୀ,୨୩।୫: ଲୋକ ସଭା ନିର୍ବାଚନରେ ଭାଜପା ରେକର୍ଡ ସଂଖ୍ୟକ ଆସନରେ ବିଜୟ ଲାଭ କରିବାର ସମ୍ଭାବନା ସୃଷ୍ଟି ହୋଇଛି। ପ୍ରଧାନମନ୍ତ୍ରୀ ମୋଦିଙ୍କ ରେକର୍ଡ ସଂଖ୍ୟକ ଆସନରେ...

୪୦ ହଜାର ତଳେ ଦୈନିକ ସଂକ୍ରମଣ…

ନୂଆଦିଲ୍ଲୀ,୭।୮: ଦେଶରେ କରୋନା ମହାମାରୀ ସଂକ୍ରମଣର ଦ୍ୱିତୀୟ ଲହର ଥମିବାରେ ଲାଗିଛି। ଦୈନିକ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ଦିନେ କମିଲେ ପୁଣି ବଢୁଛି। ସଂକ୍ରମଣ...

ଯଜ୍ଞରେ ଆହୁତି ଦେଲେ ମୁସଲମାନ୍‌ ମହିଳା ସରପଞ୍ଚ

ଭୋପାଳ, ୨୭।୨: ଦେଶରେ ଭିନ୍ନ ଭିନ୍ନ ସମ୍ପ୍ରଦାୟ ମଧ୍ୟରେ ହିଂସା ଜାରି ଥିବାବେଳେ ମଧ୍ୟପ୍ରଦେଶର ଜଣେ ମହିଳା ସରପଞ୍ଚ ମନ୍ଦିରରେ ଆୟୋଜିତ ଏକ ଯଜ୍ଞରେ ଆହୁତି...

ଚାରି ଦିନିଆ ଟ୍ରାନଜିଟ୍ ରିମାଣ୍ଡରେ ଗ୍ୟାଙ୍ଗଷ୍ଟର ଲରେନ୍ସ ବିଶ୍ନୋଇ

ଚଣ୍ଡିଗଡ଼,୧୧ ।୭: ପଞ୍ଜାବୀ ଗାୟକ ସିଦ୍ଧୁ ମୁସେୱାଲା ହତ୍ୟା ଘଟଣାର ଅଭିଯୁକ୍ତ ଲରେନ୍ସ ବିଶ୍ନୋଇଙ୍କୁ ସୋମବାର ଅମୃତସର କୋର୍ଟରେ ହାଜର କରାଯାଇଥିଲା । ସେଠାରେ କୋର୍ଟ...

ହାଇଦ୍ରାବାଦ କେମିକାଲ ଫାକ୍ଟ୍ରିରେ ଭୟାବହ ଅଗ୍ନିକାଣ୍ଡ

ହାଇଦ୍ରାବାଦ,୧୨।୧୨-ତେଲେଙ୍ଗାନାର ରାଜଧାନୀ ହାଇଦ୍ରାବାଦର ବୋଲାରାମ ଶିଳ୍ପାଞ୍ଚଳରେ ଥିବା ରାସାୟନିକ କାରଖାନା ବିା ଅର୍ଗାନିକ୍ସରେ ଶନିବାର ଭୟାବହ ଅଗ୍ନିକାଣ୍ଡ ଘଟିଛି। ଏହି ଅଗ୍ନିକାଣ୍ଡରେ ୨୦ ଜଣ ଆହତ...

କରୋନା ମୃତକ ବିପିଏଲ୍ ପରିବାରକୁ ମାସକୁ ୫ ହଜାର ଟଙ୍କା ସହାୟତା

ଥିରୁଭାନନ୍ତପୁରମ,୧୪ ।୧୦: କରୋନା ମହାମାରୀ ଅନେକ ପରିବାରରେ ଲୁହ ଭରିଦେଇଛି । ଏସବୁ କ୍ଷତକୁ ପୂରଣ କରିବାକୁ ଏବେ ସରକାର ସାମାନ୍ୟ ପ୍ରୟାସ କରିଛନ୍ତି ।...

ସାତ ଦିନରେ ୧୫ ରାଜ୍ୟକୁ ବ୍ୟାପିଲାଣି କରୋନା

ନୂଆଦିଲ୍ଲୀ,୧୪ ।୬: ଗୋଟିଏ ପଟେ ସାରା ଦେଶରେ ଗ୍ରୀଷ୍ମ ପ୍ରବାହ ସାଧାରଣ ଜୀବନକୁ ଅସ୍ତବ୍ୟସ୍ତ କରିପକାଉଥିବା ବେଳେ ଅନ୍ୟପଟେ କରୋନାର ଦ୍ରୁତ ସଂକ୍ରମଣକୁ ନେଇ ପୁଣିଥରେ...

ଲିପ୍‌ଷ୍ଟିକ୍‌ରୁ ବାହାରିବ ଗୁଳି: ରୋଡ୍‌ ସାଇଡ୍‌ ରୋମିଓ ପାଇବେ ପାନେ !

ବାରାଣସୀ,୯।୧: ଏବେ ରୋଡ୍‌ ସାଇଡ୍‌ ରୋମିଓଙ୍କୁ ପାନେ ମିଳିବ। ବାରାଣସୀର ଜଣେ ଯୁବକ ମହିଳାଙ୍କ ସୁରକ୍ଷା ପାଇଁ ଏକ ନୂଆ ପ୍ରକାରର ଲିପ୍‌ ଷ୍ଟିକ୍‌ ତିଆରି...

Advertisement
Archives

Model This Week