ମୋଦିଙ୍କୁ ବ୍ୟାଙ୍କ ସଂଘର ଚିଠି;ଜେଟକୁ ଅଧିଗ୍ରହଣ କରନ୍ତୁ ସରକାର

ମୁମ୍ବାଇ,୨୦-୪: ଜେଟ୍‌ ଏୟାରଓ୍ବେଜ ବନ୍ଦ ହୋଇଯିବା ପରେ ଶୁକ୍ରବାର ବ୍ୟାଙ୍କ ସଂଘଗୁଡ଼ିକ ଏ ସଂକ୍ରାନ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠି ଲେଖିଛନ୍ତି। ଜେଟ୍‌ର ୨୨ ହଜାର କର୍ମଚାରୀଙ୍କ ଭବିଷ୍ୟତର ସୁରକ୍ଷା ଲାଗି କେନ୍ଦ୍ର ସରକାର ଜେଟ୍‌ ଏୟାରଓ୍ବେଜକୁ ହାତକୁ ନିଅନ୍ତୁ ବୋଲି ସେମାନେ ନିବେଦନ କରିଛନ୍ତି।  ଅଲ୍‌ ଇଣ୍ଡିଆ ବ୍ୟାଙ୍କ ଏମ୍ପ୍ଲୟିଜ ଆସୋସିଏଶନ ପକ୍ଷରୁ ଲେଖାଯାଇଥିବା ପତ୍ରରେ କୁହାଯାଇଛି ଯେ, ଜେଟ୍‌କୁ ଋଣ ଦେବା ଲାଗି ବ୍ୟାଙ୍କଗୁଡ଼ିକ ଉପରେ ଚାପ ପକା ନ ଯାଉ। ଜେଟ୍‌କୁ ହସ୍ତାନ୍ତର ପାଇଁ ବ୍ୟାଙ୍କଗୁଡ଼ିକ ପକ୍ଷରୁ ବିଡ଼୍‌ ଆହ୍ବାନ କରାଯାଇଛି। ଏହା ସଫଳ ନ ହେଲେ ସରକାର କମ୍ପାନୀକୁ ନିଜ ହାତକୁ ନେଇ ଯାଆନ୍ତୁ। ସେହିପରି ବ୍ୟାଙ୍କଗୁଡ଼ିକୁ ଋଣ ପ୍ରଦାନ ପାଇଁ ବାଧ୍ୟ କରାଯାଉଥିବାରୁ ସେମାନେ ଏହାକୁ ବିରୋଧ କରିଛନ୍ତି। ପତ୍ରରେ କୁହାଯାଇଛି ଯେ, ନରେଶ ଗୋୟଲ ଏବେ ମଧ୍ୟ ୫୧ ପ୍ରତିଶତ ଅଂଶଧନ ସହ ପ୍ରମୋଟର ରହିଛନ୍ତି। ଏହା ତାଙ୍କର ମୁଣ୍ଡବ୍ୟଥା ହେବା କଥା। ସେ କମ୍ପାନୀ ଚଳାଇବେ କି ଏହାକୁ ବିକି ଦେବେ ସେ ହିଁ ଠିକ୍‌ କରିବା ଉଚିତ୍‌ ବୋଲି ସଂଘ ଦର୍ଶାଇଛି। ଗୋୟଲଙ୍କୁ ବିଦା କରି କମ୍ପାନୀକୁ ରକ୍ଷା କରିବା ଲାଗି ବ୍ୟାଙ୍କଗୁଡ଼ିକ ଉପରେ ଋଣ ପ୍ରଦାନ ପାଇଁ ଚାପ ପକାଯାଉଛି। ବାସ୍ତବରେ ସଙ୍କଟ ଲାଗି ସେ ହିଁ ଉତ୍ତରଦାୟୀ ହେବା ଉଚିତ୍‌ ବୋଲି ସଂଘ କହିଛି। ଏଣୁ ସରକାର ତୁରନ୍ତ ଏଥିରେ ହସ୍ତକ୍ଷେପ କରନ୍ତୁ ଏବଂ ବ୍ୟାଙ୍କଗୁଡ଼ିକ ଉପରେ ଚାପ ନ ପକାଇବାକୁ ସଂଘ ଦାବି କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ଆକୃଷ୍ଟ କରୁଛି ଆକର୍ଷଣୀୟ ଅଫର

ଭୁବନେଶ୍ୱର,୨୯।୪: ଗ୍ରୀଷ୍ମ ଉତ୍ତାପରୁ ଆମକୁ ରକ୍ଷାକରିବା ଲାଗି ପାରମ୍ପରିକ ହସ୍ତତନ୍ତ ବସ୍ତ୍ର ତଥା ଜାମା ଓ ପାଇଜାମା ବିଶେଷ ଭାବେ ସହାୟକ ହୋଇଥାଏ। ଏପରିକି ବ୍ରାଣ୍ଡେଡ୍‌...

ବଜାରରେ ମହିନ୍ଦ୍ରାର ନୂଆ ୩ ଚକିଆ ଇ-ଯାନ ଟ୍ରିଓ

ଭୁବନେଶ୍ୱର,୨୨ା୬: ମହିନ୍ଦ୍ରା ଗ୍ରୁପର ଇ-ଯାନ ନିର୍ମାଣକାରୀ କମ୍ପାନୀ ମହିନ୍ଦ୍ରା ଇଲେକଟ୍ରିକ ମୋବିଲିଟି ଲିମିଟେଡ୍‌ ପକ୍ଷରୁ ନୂଆ ୩ ଚକିଆ ଇ-ଯାନ ରେଞ୍ଜକୁ ବଜାର ପ୍ରବେଶ କରାଯାଇଛି।...

କ୍ୱାଲିଟି କନ୍‌ସେପ୍ଟ କନ୍‌ଭେନ୍‌ଶନରେ ଟିପିସିଓଡିଏଲ୍‌ ପୁରସ୍କୃତ

ଭୁବନେଶ୍ୱର,୧୪।୯: ଟିପି ସେଣ୍ଟ୍ରାଲ ଓଡ଼ିଶା ଡିଷ୍ଟ୍ରିବ୍ୟୁଶନ ଲିମିଟେଡ୍‌ (ଟିପିସିଓଡିଏଲ୍‌) ନିକଟରେ ଆଉ ଏକ ରାଜ୍ୟସ୍ତରୀୟ ସମ୍ମାନ ଓ ପୁରସ୍କୃତ ହୋଇଛି। ବିଶେଷକରି କ୍ୱାଲିଟି ସର୍କଲ ଫୋରମ୍‌...

ମୁନ୍ଦ୍ରା-ପାନିପତ ପାଇପ୍‌ ଲାଇନ୍‌ ପାଇଁ ଜମି ଅଧିଗ୍ରହଣ ଆରମ୍ଭ…

ନୂଆଦିଲ୍ଲୀ, ୧୩।୯ : ଅଶୋଧିତ ତୈଳ ପାଇପଲାଇନ ପାଇଁ କେନ୍ଦ୍ର ସରକାର ଜମି ଅଧିଗ୍ରହଣ ପ୍ରକ୍ରିୟା ଆରମ୍ଭ କରିଛନ୍ତି। ଗୁଜରାଟର କଚ୍ଛ ଜିଲାର ଚୁଡୱା ଠାରୁ...

ଶ୍ରମ ଶକ୍ତିରେ ଅଧିକ ବୟସ୍କ

ନୂଆଦିଲ୍ଲୀ:  ବର୍ତ୍ତମାନ ସମୟରେ ବେକାରି ଏକ ମୁଖ୍ୟ ସମସ୍ୟା ହୋଇଥିବା ବେଳେ ଏହି ସମୟରେ ଏକ ରୋଚକ ତଥ୍ୟ ସାମ୍ନାକୁ ଆସିଛି। ଦେଶରେ ବେକାର ହୋଇ ରହିଥିବା...

କଂଗ୍ରେସ ଅମଳରେ ତେଲ ଦର ଅଧିକ ବଢ଼ିଥିଲା

ନୂଆଦିଲ୍ଲୀ,୧୧।୧୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କ ୭ ବର୍ଷ ସମୟରେ ତେଲ ଦର ପ୍ରାୟ ୩୦% ବଢ଼ିଛି। ମାତ୍ର ୧୯୭୩ ପରଠାରୁ ଶାସନ କ୍ଷମତାରେ ରହିଥିବା...

ଏମ୍‌ଏସି କସ୍‌ମେଟିକ୍ସର ୩ ନୂତନ ଉତ୍ପାଦ ଉନ୍ମୋଚିତ

ନୂଆଦିଲ୍ଲୀ,୨୮।୯: ଦେଶର ପ୍ରମୁଖ ଆଇକନିକ୍‌ ମେକ୍‌ ଅପ୍‌ ବ୍ରାଣ୍ଡ୍‌ ଏମ୍‌ଏସି କସ୍‌ମେଟିକ୍ସ ଇଣ୍ଡିଆ ପକ୍ଷରୁ ନିକଟରେ ୩ଟି ନୂତନ ଉତ୍ପାଦର ସର୍ବଭାରତୀୟ ଉନ୍ମୋଚନ କରାଯାଇଛି। ବିଶେଷକରି...

ପଶ୍ଚିମବଙ୍ଗ-ତାମିଲନାଡୁ-କେରଳ-ଆସାମ ପାଇଁ ନିର୍ବାଚନୀ ଥୋପ

ନୂଆଦିଲ୍ଲୀ, ୧।୨: ଚଳିତ ବଜେଟରେ ଆଗକୁ ବିଧାନସଭା ନିର୍ବାଚନ ହେବାକୁ ଥିବା ପଶ୍ଚିମବଙ୍ଗ, ତାମିଲନାଡୁ,କେରଳ ଓ ଆସାମ ଆଦି ୪ ରାଜ୍ୟ ପାଇଁ ନିର୍ବାଚନୀ ଥୋପ...

Advertisement
Archives

Model This Week