Posted inଫୁରସତ

ମେଣ୍ଢାଙ୍କୁ ଜଗୁଛି ରୋବୋ

ନୂଆଦିଲ୍ଲୀ: ଚାଷକାମରେ ଆଜିକାଲି ରୋବୋ ସବୁକିଛି କରିପାରୁଛି। ଏମିତିକି ରୋବୋ ବି ମେଣ୍ଢାପଲଙ୍କୁ ନେଇ ଚରାଇ ପୁଣି ଥରେ ଘରକୁ ଫେରାଇ ଆଣିପାରେ। ଏମିତି ଏକ କାମ କରୁଥିବା ଏକ ରୋବୋର ଭିଡ଼ିଓ ଏବେ ଭାଇରାଲ୍‌ ହୋଇଛି। ରୋବୋଟି ସୁନ୍ଦରଭାବରେ ଏକ ମେଣ୍ଢା ପଲକୁ ନେଇ ବାହାରେ ଚରାଇ ପୁଣି ଥରେ ଶୃଙ୍ଖଳିତଭାବେ ଘରକୁ ଫେରାଇ ଆଣି ପାରୁଛି।
ରୋବୋ ଏପରି କାମ କରୁଥିବାର ଭିଡ଼ିଓଟିକୁ ଟେକ୍ନୋଲୋଜି କମ୍ପାନୀ ରୋକୋସ୍‌ ତାର ୟୁଟ୍ୟୁବ୍‌ ପେଜ୍‌ରେ ଶେୟାର କରିଛି। ଏହି ରୋବୋଟିକୁ ତିଆରି କରିଛି ବୋଷ୍ଟନ ଡାଇନାମିକ୍‌ କମ୍ପାନୀ। ଏହି କମ୍ପାନୀ କୃଷି କ୍ଷେତ୍ରରେ ବ୍ୟବହାର କରିବା ନିମନ୍ତେ ବହୁ ପ୍ରକାରର ଆଧୁନିକ ଯନ୍ତ୍ରପାତି ଓ ରୋବୋ ତିଆରି କରିଛି। କମ୍ପାନୀର ଏହି ନୂଆ ରୋବୋଟି ବିଭିନ୍ନ ପ୍ରକାରର କୃଷି କାମକୁ ସହଜରେ କରିପାରୁଥିବାରୁ କୃଷି ଶ୍ରମିକଙ୍କ ସଂଖ୍ୟା ବହୁତ କମ୍‌ ହୋଇଯାଇଥାଏ। ଅଧିକାଂଶ ଦେଶ ଏବେ କୃଷି କ୍ଷେତ୍ରରେ ରୋବୋ ବ୍ୟବହାର କରି କାମକୁ ସହଜ କରିବା ସହିତ ଅଧିକ ଉତ୍ପାଦନ କରିପାରୁଛନ୍ତି। ତେଣୁ ଚାଷୀମାନେ ଏବେ ରୋବୋ ବ୍ୟବହାର କରି ଅଧିକ ଉତ୍ପାଦନ କରିବାକୁ ସକ୍ଷମ ହେଉଛନ୍ତି। ଏବେ ସୋସିଆଲ୍‌ ମିଡିଆରେ ଏହି ରୋବୋକୁ ଦେଖି ଲୋକେ ସୁନ୍ଦର କମେଣ୍ଟମାନ ଦେବାରେ ଲାଗିଛନ୍ତି। ଭିଜୁଆଲ୍‌ଟି ଶେୟାର କରାଯିବାର ମାତ୍ର କେଇଟା ଦିନ ପରେ ଏହାକୁ ପ୍ରାୟ ୪ ଲକ୍ଷ ଲୋକ ଦେଖି ସାରିଲେଣି ଏବଂ ହଜାର ହଜାର କମେଣ୍ଟ ମିଳିଛି। ରୋବୋର ଏପରି କାମ ଦେଖି କିଛିଲୋକ ଏହାକୁ ସେନାରେ ନିୟୋଜିତ କରିବା ପାଇଁ ପ୍ରସ୍ତାବ ମଧ୍ୟ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅର୍ଥନୀତିରେ ମାନକକରଣ ଗୁରୁତ୍ୱପୂର୍ଣ୍ଣ

ଅର୍ଥନୀତିର ବିକାଶରେ ଗୁଣବତ୍ତାଯୁକ୍ତ ମାନକ ବଜାୟ ରଖିବା ଗୁରୁତ୍ୱପୂର୍ଣ୍ଣ। ଏହାଦ୍ୱାରା ଘରୋଇ ଉତ୍ପାଦର ଚାହିଦା ଅନ୍ତର୍ଜାତୀୟସ୍ତରରେ ବୃଦ୍ଧି ପାଇପାରିଥାଏ। ଦେଶଦେଶ ମଧ୍ୟରେ ବାଣିଜ୍ୟ ସମୟରେ ଖାଦ୍ୟ...

ସ୍ତ୍ରୀଙ୍କୁ ଏମିତି ପ୍ରେମ ! ବାପଘର ଚାଲିଗଲେ ବୋଲି ସ୍କୁଟିରେ ୫୦୦ କିମି ଦୂର ଯାତ୍ରା କଲେ ସ୍ବାମୀ; ଥାନାରେ ବିତିଲା…

ପୁର୍ନିୟା: ସ୍ତ୍ରୀସ୍ବାମୀଙ୍କ ମଧ୍ୟରେ ପ୍ରେମକୁ ନେଇ ଅନେକ କାହାଣୀ ଶୁଣିଥିବେ। ଏବେ ସେଭଳି ଏକ ଅଗାଧ ପ୍ରେମର ଘଟଣା ବିହାରର ପୁର୍ନିୟା ଜିଲାରେ ଦେଖିବାକୁ ମିଳିଛି।...

କେରାଣ୍ଡିମାଳରୁ ଶାଳିଆ ନଦୀ ଦେଇ ଆସିଥିଲା ପଥର

ତେର ଥର ପଥର ଆସିବା ସୂଚନା ଆମେ ପାଇଥିଲେ। ବର୍ତ୍ତମାନ ଚଉଦ ଥର ପଥର ଆସିବା କଥା ଜାଣିବା। କେରାଣ୍ଡିମାଳରୁ ଯେଉଁ ପଥର କଟାଗଲା, ତାହା...

୪୦ ଘଣ୍ଟା ଜଳିବ ମାଟିର ଏହି ଦୀପ: ଫୋନ୍‌କରି ଅର୍ଡର କରୁଛନ୍ତି ଲୋକେ

ଛତିଶଗଡ଼ର କୋଣ୍ଡାଗାଓଁରେ ରୁହନ୍ତି ଅଶୋକ ଚକ୍ରଧାରୀ । ବୃତ୍ତିରେ ସେ ଜଣେ କାରିଗର। ମାଟିରେ ସେ ଭିନ୍ନ ଭିନ୍ନ ଜିନିଷମାନ ତିଆରି କରି ବିକ୍ରି କରିଥାନ୍ତି।...

ଔଷଧ ଖୋଳ ଉପରେ କାହିଁକି ଲାଲ୍‌ ରଙ୍ଗର ଗାର ଥାଏ ଜାଣନ୍ତି…

ଆମ ମଧ୍ୟରୁ ଅଧିକାଂଶ ଲୋକ ଅସୁସ୍ଥ ହେବା ପରେ ଡାକ୍ତରଙ୍କ ପାଖକୁ ଯିବା ପରିବର୍ତ୍ତେ ସିଧା ମେଡିସିନ ଷ୍ଟୋରକୁ ଯାଇଥାନ୍ତି। କିଛି ଚିନ୍ତା ନ କରି...

ଜୀବିତ ଥାଇ ବି ନିଜକୁ ମୃତ ସାବ୍ୟସ୍ତ କଲେ ମହିଳା: ବୀମା କମ୍ପାନୀଠାରୁ ଲୁଟି ନେଲେ ୧୧ କୋଟି

ଇସଲାମାବାଦ୍‌,୫।୧୨: ପାକିସ୍ତାନରେ ଜଣେ ମହିଳା ନିଜକୁ ମୃତ ସାବ୍ୟସ୍ତ କରି ବୀମା କମ୍ପାନୀଠାରୁ ୧୧ କୋଟି ଟଙ୍କା ଲୁଟି ନେଇଛନ୍ତି। ୯ ବର୍ଷ ପରେ ଏହି...

ଗେଣ୍ଡାରୁ ପ୍ରସ୍ତୁତ ହେବ କ୍ୟାନ୍‌ସର ଔଷଧ

ସିଡ୍‌ନୀ: ଅଷ୍ଟ୍ରେଲିଆର ସମୁଦ୍ରରେ ଦେଖାଯାଉଥିବା ଏକ ପ୍ରକାର ଗେଣ୍ଡା ହ୍ବାଇଟ ସି’ ସ୍ନେଲ୍‌ର କ୍ୟାନ୍‌ସର ପ୍ରତିରୋଧକ ଗୁଣ ରହିଛି ବୋଲି ଗବେଷକମାନେ କହିଛନ୍ତି। ଏହାର ଆଣ୍ଟି...

ନା ଗୁଗୁଲ ପେ’, ନା ଫୋନ ପେ’: ସିଧାସିଧା ପକେଟ ପେ’

ଲାଞ୍ଜ ନେବା ଏବଂ ଦେବା ଆଇନ ଅନୁଯାୟୀ ଅପରାଧ। ହେଲେ ଏବେ ବି ସରକାରୀ ଅଧିକାରୀମାନେ ଲାଞ୍ଚ ନେବାର ଭଳିକି ଭଳି ଉପାୟ ଆପଣାଉଛନ୍ତି। ଠିକ୍‌...

Advertisement
Archives

Model This Week