ମେଡ୍‌ ସର୍ଭିସ ହାୟର ଅନ୍‌ ଆଓ୍ବାର ଶୁଭାରମ୍ଭ

ଭୁବନେଶ୍ୱର,୧।୬ : ଇଲାସବତି ସର୍ଭିସେସ ପ୍ରାଇଭେଟ ଲିମିଟେଡ ପକ୍ଷରୁ ମେଡ୍‌ ସର୍ଭିସ ‘ହାୟର ଅନ୍‌ ଆଓ୍ବାର’ ଶୁଭାରମ୍ଭ ହୋଇଛି। କମ୍ପାନୀର ଏମ୍‌ଡି ସଞ୍ଜୟ କୁମାର ପାତ୍ର ଏବଂ ନିର୍ଦ୍ଦେଶକ ଧର୍ମାବ୍ରତା ପୃଷ୍ଟି ଏହି ସେବାକୁ ଶୁଭାରମ୍ଭ କରିଥିଲେ। ଗ୍ରାହକମାନେ ଘରୋଇ କାର୍ଯ୍ୟ ଲାଗି ସହାୟକ ଭାବେ ଲୋକମାନଙ୍କୁ ହାୟର ଅନ୍‌ ଆଓ୍ବାରରୁ ଅନଲାଇନ ଏବଂ ଫୋନ କଲ୍‌ କରି ସେବା ନେଇ ପାରିବେ। ଗୋଟିଏ ଘଣ୍ଟାର ସେବା ଲାଗି ଚାର୍ଜ ୧୬୨ ଟଙ୍କା ରହିଛି। ଏହାକୁ ପ୍ରାରମ୍ଭିକ ପର୍ଯ୍ୟାୟରେ ଭୁବନେଶ୍ୱର ଏବଂ କଟକର ସିଡିଏରେ ଆରମ୍ଭ କରାଯାଇଛି। କମ୍ପାନୀ ନିକଟରେ ୧୩୦ ଜଣିଆ ଏକ ଟିମ୍‌ ରହିଥିବା ବେଳେ ୩୦ରୁ ଉର୍ଦ୍ଧ୍ୱ ମେଡ ଷ୍ଟାଫ ରହିଛନ୍ତି। ଏହି ଲୋକମାନେ କାର ସଫା, ହୋମ ଡିପ୍‌ କ୍ଲିନିଂ, ବାସନ ସଫା, ଶିଶୁଙ୍କ ଡ୍ରେସ ଆଇରନ, ସିଫ୍ଟିଙ୍ଗ, କେୟାର ଟେକିଂ, ପାର୍ଟି ହେଲପର, ବେସିକ ପ୍ଲାଣ୍ଟ କେୟାର, କିଚେନ ହେଲପର, ଚାଇଲ୍ଡ କେୟାର ଭଳି ବିଭିନ୍ନ ସେବା ଯୋଗାଇ ଦେବେ। କମ୍ପାନୀ ଏକ ଷ୍ଟାର୍ଟଅପ ହୋଇଥିବା ବେଳେ ଏହାକୁ ରାଜ୍ୟ ସରକାରଙ୍କ ଷ୍ଟାର୍ଟ ଅପ୍‌ ଓଡ଼ିଶା କାର୍ଯ୍ୟକ୍ରମରେ ସ୍ବୀକୃତି ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

ଅଧିକ ପୁରୁଣା ବିମାନର ଇଞ୍ଜିନ ବଦଳାଇବ ଇଣ୍ଡିଗୋ

ନୂଆଦିଲ୍ଲୀ,୨୪-୧୨: ଏୟାର ବସ୍‌ ଏସିଇ ଏ୩୨୦ ନିଓ ବିମାନ ଇଞ୍ଜିନର ନିରାପତ୍ତାକୁ ନେଇ ସରକାର ଏବେ କାର୍ଯ୍ୟାନୁଷ୍ଠାନ ନେଉଥିବା ଦେଖାଯାଇଛି। ଏହି ଆଧାରରେ ବିମାନ କମ୍ପାନୀଗୁଡିକ...

୩୪.୫୭% ଖସିଲା ରପ୍ତାନି

ନୂଆଦିଲ୍ଲୀ,୧୬ା୪:ଚଳିତ ବର୍ଷ ମାର୍ଚ୍ଚରେ ଭାରତର ରପ୍ତାନି ୩୪.୫୭%ହ୍ରାସ ଘଟି ୨୧.୪୧ ବିଲିୟନ ଡଲାରକୁ ଖସି ଆସିଛି। ୨୦୧୯-୨୦ ଆର୍ଥତ୍କ ବର୍ଷ କଥା ବିଚାର କରିଲେ ଏହା...

୧.୮୭ ଲକ୍ଷ କୋଟି ବଢିଲା ନିବେଶକଙ୍କ ସମ୍ପତ୍ତି

ନୂଆଦିଲ୍ଲୀ,୨୯-୧୧: ଚଳିତ ସପ୍ତାହରେ ଲଗାତର ୨ ଦିନ ଦେଶର ପୁଞ୍ଜି ବଜାର କାରବାର ଉର୍ଦ୍ଧ୍ୱଗାମୀ ହେବା ଯୋଗୁ ନିବେଶକ ବେଶ ଲାଭବାନ ହୋଇଛନ୍ତି। ବୁଧବାର ଏବଂ...

ବଢୁଛି ବିଟ୍‌କଏନ୍‌ ବ୍ୟବହାର: ୨୦୩୦ ବେଳକୁ ୧କୋଟି ଛୁଇଁବ ମୂଲ୍ୟ

ନୂଆଦିଲ୍ଲୀ,୧୧।୧: ବର୍ତ୍ତମାନ ସମୟରେ ବିଟ୍‌ କଏନର ବ୍ୟବହାର ଓ ଚାହିଦା ମାତ୍ରାଧିକ ବୃଦ୍ଧି ପାଉଛି। ଫଳରେ ଦେଶ ବିଦେଶରେ ପ୍ରଚଳିତ ବିଭିନ୍ନ ମୁଦ୍ରାର ଏକ ବିକଳ୍ପ ହୋଇଛି...

ଏପ୍ରିଲରେ ଉଡ଼ିପାରେ ଜେଟ୍‌ ଏୟାର

ନୂଆଦିଲ୍ଲୀ: ଦେବାଳିଆ ହୋଇଯାଇଥିବା ବିମାନ କମ୍ପାନୀ ଜେଟ୍‌ ଏୟାରଓ୍ବେଜ ପୁଣି ଥରେ ଉଡ଼ାଣ ଭରିବା ଲାଗି ପ୍ରସ୍ତୁତ ହେଉଛି। ଏହି କମ୍ପାନୀ ଆସନ୍ତା ଗ୍ରୀଷ୍ଣ ସମୟ...

ହିରୋ ମୋଟୋକର୍ପକୁ ମିଳିଲା ବିଏସ-ଭିଆଇ ସାର୍ଟିଫିକେଟ୍‌

ନୂଆଦିଲ୍ଲୀ, ୧୧।୬: ବିଶ୍ୱର ବୃହତ୍ତମ ଦୁଇଚକିଆ ଯାନ ନିର୍ମାଣକାରୀ ସଂସ୍ଥା ହିରୋ ମୋଟୋକର୍ପ ପ୍ରଥମ ଦୁଇ ଚକିଆ ଯାନ ଭାବେ ବିଏସ-ଭିଆଇ ସାର୍ଟିଫିକେଟ ହାସଲ କରିଛି।...

ଅଶୋଧିତ ତୈଳ ଦର ୨୮ବର୍ଷରେ ସର୍ବବୃହତ ବୃଦ୍ଧି;୭ ଟଙ୍କା ପର୍ଯ୍ୟନ୍ତ ବଢ଼ିବ ପେଟ୍ରୋଲ, ଡିଜେଲ

ନୂଆଦିଲ୍ଲୀ,୧୭-୯: ବିଶ୍ୱର ସର୍ବବୃହତ ତୈଳ ଉତ୍ପାଦକ କମ୍ପାନୀ ସୌଦି ଆରାମ୍‌କୋରେ ଡ୍ରୋନ ଆକ୍ରମଣ ଯୋଗୁ ଅନ୍ତର୍ଜାତୀୟ ତୈଳ ବଜାରରେ ତେଲ ଦରରେ ନିଆଁ ଲାଗିଛି। ସୋମବାର...

ଆର୍‌ବିଆଇରେ ବିରଲଙ୍କ ପରେ ରହିଲେନି ବିରୋଧର ସ୍ବର

ନୂଆଦିଲ୍ଲୀ,୨୫-୬: ଭାରତୀୟ ରିଜର୍ଭ ବ୍ୟାଙ୍କର ଡେପୁଟି ଗଭର୍ନର ପଦରୁ ଡ.ବିରଲ ଆଚାର୍ଯ୍ୟଙ୍କ ଇସ୍ତଫା ପରେ କେନ୍ଦ୍ର ସରକାରଙ୍କ ଅଯଥା ହସ୍ତକ୍ଷେପକୁ ବିରୋଧ କରୁଥିବା କୌଣସି ଉଚ୍ଚ...

Play 250+ Trending Games
Archives

Model This Week

Why Dharitri