ମେଡିକାଲ କଲେଜ ସ୍ଥାପନ ଦାବି ତେଜୁଛି :୧୧ରେ ନୂଆପଡା ବନ୍ଦ ଡାକରା

ନୂଆପଡା ଅଫିସ,୧୦ା୯
ନୂଆପଡା ରାଜ୍ୟର ଏକ ଉପାନ୍ତ ଜିଲା । ଏଠାରେ ଶିକ୍ଷା, ସ୍ବାସ୍ଥ୍ୟ ଭଳି ମୌଳିକ ସୁବିଧା ଲୋକଙ୍କୁ ଉପଲବ୍ଧ ହୋଇପାରୁନାହିଁ । ବିଭିନ୍ନ ସମୟରେ ଲୋକେ ଦାବି କରୁଥିଲେ ମଧ୍ୟ ଏଠାରେ ଶିକ୍ଷା, ସ୍ବାସ୍ଥ୍ୟ ବିକାଶ ଦିଗରେ ଉପଯୁକ୍ତ ଧ୍ୟାନ ଦିଆଯାଇ ପାରୁନାହିଁ । ଏହାକୁ ନେଇ ଏଠାରେ ଜନ ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି । ବର୍ତ୍ତମାନ କେନ୍ଦ୍ର ସରକାର ଦେଶ ବ୍ୟାପି ମେଡିକାଲ କଲେଜ ସ୍ଥାପନ ସକାଶେ ଘୋଷଣା କରୁଥିବାବେଳେ ନୂଆପଡା ଭଳି ଜିଲା ହେଡକ୍ୱାର୍ଟରରେ ଏହା କାହିଁିକି ଅବସ୍ଥାପିତ କରାଯିବ ନାହିଁ ବୋଲି ଯୁକ୍ତି କରି ଏଠାରେ ଆନ୍ଦୋଳନ କରିବାକୁ ସଜବାଜ ଚାଲିଛି । ଏଠିକାର ଜିଲା ଓକିଲ ସଂଘ ଆହ୍ବାନରେ ଆନ୍ଦୋଳନ କରି ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବାକୁ ପ୍ରସ୍ତୁତି ଚାଲିଛି । ଏହି କ୍ରମରେ ବୁଧବାର ନୂଆପଡା ବନ୍ଦ କରି ପ୍ରତିବାଦ କରିବାକୁ ଘୋଷଣା କରାଯାଇଛି ।
ସୋମବାର ଅପରାହ୍ନରେ ସ୍ଥାନୀୟ କୋର୍ଟ ପରିସରରେ ଜିଲା ଓକିଲ ସଂଘ ସଭାପତି ପ୍ରସନ୍ନ କୁମାର ପାଢୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ସ୍ଥାନୀୟ ବିଧାୟକ ରାଜେନ୍ଦ୍ର ପ୍ରସାଦ ଢୋଲକିଆ, ସିଭିଲ ବାର ଆସୋସିଏଶନ ସଭାପତି ଘାସିରାମ ମାଝି, ମର୍ଚ୍ଚାଣ୍ଟ ଆସୋସିଏଶନ ସଭାପତି ସରୋଜ କୁମାର ସାହୁ, ଅଶ୍ୱିନୀ କୁମାର ବାଗ, ପିଣ୍ଟୁ ପାଣିଗ୍ରାହୀ ପ୍ରମୁଖ ମଞ୍ଚାସୀନ ଥିଲେ । ଏଥିରେ ନୂଆପଡା ଏବଂ ଖରିଆରରୋଡ ସହରରୁ ବିଭିନ୍ନ ବର୍ଗରୁ ବରିଷ୍ଠ କର୍ମକର୍ତ୍ତା ଯୋଗଦେଇଥିଲେ। ସମସ୍ତ ସଦସ୍ୟଙ୍କଠାରୁ ମତାମତ ସଂଗ୍ରହ କରାଯାଇଥିଲା। ନୂଆପଡାରେ ଦିନକୁ ଦିନ ସ୍ବାସ୍ଥ୍ୟ ସମସ୍ୟା ସଙ୍ଗୀନ ହୋଇପଡୁଛି । ଲୋକେ ବାଧ୍ୟ ହୋଇ ସୁଦୂର ଛତିଶଗଡର ରାୟପୁରକୁ ଯାଇ ଖର୍ଚ୍ଚାନ୍ତ ହେଉଛନ୍ତି। ଏଠାରେ ମେଡିକାଲ କଲେଜ ସ୍ଥାପନ ସକାଶେ ସମସ୍ତ ପ୍ରକାର ଭିତ୍ତିଭୂମି ରହିଛି। ନିବନିର୍ମିତ ସାତ ତାଲା ବିଲଡିଂ ରହିଛି। ଲୋକଙ୍କ ଦାବିକୁ ଉଭୟ ରାଜ୍ୟ ଏବଂ କେନ୍ଦ୍ର ସରକାର ଗ୍ରହଣ କରି ମଞ୍ଜୁରୀ ଦେବା ଆବଶ୍ୟକ। ଏଥିପାଇଁ ଦରକାର ହେଲେ ଗା୍ରମ୍ୟସ୍ତରରୁ ଜିଲା ପର୍ଯ୍ୟନ୍ତ ଆନ୍ଦୋଳନକୁ ସୁଦୂର ପ୍ରସାରୀ କରିବାକୁ ପଡିବ ବୋଲି ବକ୍ତାମାନେ ମତ ଦେଇଥିଲେ । ଆଗାମୀ ଦିନରେ ଏକ ପ୍ରତିନିଧିଦଳ ରାଜ୍ୟ ରାଜଧାନୀ ଏବଂ ଦିଲ୍ଲୀ ଯାଇ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବେ । ବର୍ତ୍ତମାନ ସରକାର ଦେଶ ବ୍ୟାପି ମେଡିକାଲ କଲେଜ ସ୍ଥାପନ ପାଇଁ ଘୋଷଣା କରିଛନ୍ତି । ଏଥିରେ ନୂଆପଡାକୁ ତାଲିକାଭୁକ୍ତ କରିବାକୁ ଜିଲାବାସୀ ଦାବି କରୁଛନ୍ତି । ଏଥିପାଇଁ ଆସନ୍ତା ୧୧ ତାରିଖ ଅର୍ଥାତ ବୁଧବାର ନୂଆପଡା ଏବଂ ଖରିଆରରୋଡ ସହର ବନ୍ଦ କରିବାକୁ ନିଷ୍ପତ୍ତି ନିଆଯାଇଛି । ଜିଲାପାଳଙ୍କ ଜରିଆରେ ରାଜ୍ୟ ଏବଂ କେନ୍ଦ୍ର ସରକାରଙ୍କୁ ଦାବି ଜଣାଇବେ । ଏଥିରେ ଯାନବାହନ, ଦୋକାନ ବଜାର, ସରକାରୀ ଏବଂ ବେସରକାରୀ କାର୍ଯ୍ୟାଳୟ ବନ୍ଦ କରାଯିବ । ଏଥିପାଇଁ ସାଧାରଣ ଲୋକ ଆଗକୁ ଆସି ସମର୍ଥନ କରିବାକୁ ଆହ୍ବାନ ଦିଆଯାଇଛି । ସଭାରେ ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ ଆଇନଜୀବୀ ଶ୍ୱେତରାମ ଦେୱାଙ୍ଗନ, ହାଲ୍ଲା ସିଂ, ଟିଟୁ ପଣ୍ଡା, ସୁଧୀର କୁମାର ମିଶ୍ର, ଅବନୀ ଯୋଷୀ, ରବୀନ୍ଦ୍ର ମଙ୍ଗରାଜ, ବିଭୂତି ଭୂଷଣ ପାଣିଗ୍ରାହୀ, ସୁରେଶ କୁମାର ଅଗ୍ରୱାଲ ପ୍ରମୁଖ ବିଭିନ୍ନ ପ୍ରସ୍ତାବ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଚାକିରିରୁ ବିଦା ହେଲେ କନେଷ୍ଟବଳ ପ୍ରସନ୍ନ

ଭୁବନେଶ୍ୱ,୨୪।୧୦(ବ୍ୟୁରୋ): ଭୁବନେଶ୍ୱର ଡିସିପି ଉମାଶଙ୍କର ଦାଶ ରବିବାର କନେଷ୍ଟବଳ ପ୍ରସନ୍ନ ବେହେରାଙ୍କୁ ଚାକିରିରୁ ବରଖାସ୍ତ କରିଛନ୍ତି। ପ୍ରସନ୍ନଙ୍କ ନାମରେ ୫ଟି ଫୌଜଦାରୀ ମାମଲା ରହିଛି। ଏପରି...

ରାତି ଅଧରେ ରୋଗୀ ପାଇବେ ମାଗଣା ଔଷଧ

କଟକ ଅଫିସ,୨୨ା୧:ଏଣିକି ରାତି ଅଧରେ ଏସ୍‌ସିବି ମେଡିକାଲକୁ ଆସୁଥିବା ରୋଗୀଙ୍କୁ ସମସ୍ତ ପ୍ରକାର ସରକାରୀ ସହାୟତା ଯୋଗାଇ ଦିଆଯିବ। ରୋଗୀଙ୍କୁ ୨୪ ଘଣ୍ଟିଆ ସହାୟତା ଯୋଗାଇବା...

ପଦଯାତ୍ରାରେ ପାକିସ୍ତାନ ଯିବେ ମୁକ୍ତିକାନ୍ତ

ରାଉରକେଲା ଅଫିସ,୨୯।୮: ଦୁଇ ଦେଶ ମଧ୍ୟରେ ଶାନ୍ତିବାର୍ତ୍ତା ନେଇ ଖୁବ୍‌ଶୀଘ୍ର ପାକିସ୍ତାନକୁ ପଦଯାତ୍ରା କରିବେ ରାଉରକେଲାର ଯୁବ ସାମାଜିକ କର୍ମୀ ମୁକ୍ତିକାନ୍ତ ବିଶ୍ୱାଳ। ଏ ନେଇ...

ଆଜିଠୁ ୬୯ ରୁଟ୍‌ରେ ‘ମୋ ବସ୍‌’

ଭୁବନେଶ୍ୱର,୧।୧୨(ବ୍ୟୁରୋ): ସୋମବାର ଡିସେମ୍ବର ପହିଲାରୁ ୬୯ ରୁଟ୍‌ରେ ଗଡ଼ିବ ‘ମୋ ବସ୍‌’। ଭୁବନେଶ୍ୱର, କଟକ, ପୁରୀ, ଖୋର୍ଦ୍ଧା ଓ କୋଣାର୍କର ମୋଟ ୭୦ ରୁଟ୍‌ ମଧ୍ୟରୁ...

୧୦୦ କୋଟି ତ ପଛ କଥା, ୧୦୦ ଟଙ୍କାର ପ୍ରମାଣ ଦେଲେ ରାଜନୀତି ଛାଡ଼ିଦେବି: ମହାରଥୀ

ଭୁବନେଶ୍ୱର,୨୬।୧୧(ବ୍ୟୁରୋ): ପୂର୍ବତନ ମନ୍ତ୍ରୀ ତଥା ପିପିଲି ବିଧାୟକ ପ୍ରଦୀପ ମହାରଥୀ ୧୦୦ କୋଟି ଟଙ୍କାରୁ ଊର୍ଦ୍ଧ୍ୱ ମୂଲ୍ୟର ସରକାରୀ ଜମିକୁ ହଡ଼ପ କରିଥିବା ଭାଜପା ଅଭିଯୋଗ...

ଥାନା ଭିତରେ ଥାର୍ଡ ଡିଗ୍ରୀ ପଡ଼ିଲା ମହଙ୍ଗା: ପାଟଣା ଥାନା ଆଇଆଇସିଙ୍କୁ ନିଲମ୍ବନ କଲେ ଡିଜି

ଭୁବନେଶ୍ୱର(ବ୍ୟୁରୋ)/ ପାଟଣା(ସ୍ବ.ପ୍ର.),୨୩।୫: କେନ୍ଦୁଝର ଜିଲା ପାଟଣା ଥାନା ଆଇଆଇସି ନିଲମ୍ବିତ ହୋଇଛନ୍ତି। ଥାନା ଭିତରେ ଜଣେ ଅଭିଯୁକ୍ତଙ୍କୁ ଥାର୍ଡ ଡିଗ୍ରୀ କରୁଥିବାର ଭିଡିଓ ଭାଇରାଲ ହେବା...

CORONAVIRUS UPDATE: ରାଜ୍ୟରେ ନୂଆ ୧୯୩୧ ପଜିଟିଭ ଚିହ୍ନଟ

ଭୁବନେଶ୍ୱର, ୨୧।୧୦(ବ୍ୟୁରୋ): ରାଜ୍ୟରେ ବୁଧବାର ୩୦ ଜିଲାରୁ ପୁଣି ୧୯୩୧ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ ୨୭୪୧୮୧ ଆକ୍ରାନ୍ତଙ୍କ...

ମହିଳା ସଂରକ୍ଷଣକୁ ଜୋର୍‌

ଭୁବନେଶ୍ୱର,୨୭ା୧୨(ବ୍ୟୁରୋ): ପାର୍ଲାମେଣ୍ଟ ଓ ବିଧାନସଭାରେ ମହିଳାଙ୍କୁ ୩୩ ପ୍ରତିଶତ ସଂରକ୍ଷଣ ଦେବା ପାଇଁ ବିଜୁ ଜନତା ଦଳ (ବିଜେଡି) ସ୍ବରକୁ ଆହୁରି ଜୋର୍‌ଦାର କରିବ। ଲୋକ...

Advertisement
Archives

Model This Week