‘ମେଟଲ୍‌ ମିଟ୍‌-୨୦୧୯’; ଘୋଷଣା ହେଲା ସିନିୟର ଟପ୍‌-୮, ଏଥର ୩ ନୂଆ ଟିମ୍‌କୁ ମିଳିଲା ଫିନାଲେ ଟିକେଟ୍‌

ଭୁବନେଶ୍ୱର,୩।୭(ବ୍ୟୁରୋ): ରାଜ୍ୟସ୍ତରୀୟ କୁଇଜିଂ ଇଭେଣ୍ଟ ‘ମେଟଲ୍‌ ମିଟ୍‌-୨୦୧୯’ର ସିନିୟର ବିଭାଗର ପ୍ରିଲିମ୍ସ ରାଉଣ୍ଡ ଶନିବାର ଶେଷ ହୋଇଛି। ଏହି ବିଭାଗରେ ଶ୍ରେଷ୍ଠ ୮ ଟିମ୍‌ ଫିନାଲେ ଟିକେଟ୍‌ ପାଇଛନ୍ତି । ପ୍ରିଲିମ୍ସରେ ନିଜର ଶ୍ରେଷ୍ଠ ପ୍ରଦର୍ଶନ କରି ଗ୍ରାଣ୍ଡ୍‌ ଫିନାଲେରେ ପ୍ରବେଶକରିଛନ୍ତି ଏନ୍‌ଆଇଟି ରାଉରକେଲା, ଆଇଆଇଟି ଭୁବନେଶ୍ୱର, ଏମ୍‌ସ ଭୁବନେଶ୍ୱର, କଲେଜ ଅଫ୍‌ ଇଞ୍ଜିନିୟରିଂ ଆଣ୍ଡ ଟେକ୍ନୋଲୋଜି(ସିଇଟି), ଏକ୍ସଆଇଏମ୍‌ବି, ଏସ୍‌ସିବି ମେଡିକାଲ କଲେଜ, ନାଇଜର୍‌ ଓ ଆଇଜିଆଇଟି ସାରଙ୍ଗା ଜୁନିୟର୍‌ ପ୍ରିଲିମ୍ସରେ ପ୍ରତ୍ୟେକ ଟିମ୍‌ ପରସ୍ପରକୁ କଡ଼ା ଟକ୍କର ଦେଇଥିବାବେଳେ ଏଥର କଡ଼ା ପ୍ରତିଯୋଗିତା ଦେଖିବାକୁ ମିଳିଥିଲା। ଚଳିତବର୍ଷ ୩ଟି ନୂଆଟିମ୍‌ ଏକ୍ସଆଇଏମ୍‌ବି, ନାଇଜର୍‌ଏବଂସାରଙ୍ଗସ୍ଥିତ ଆଇଜିଆଇଟିକୁ ପ୍ରଥମଥର ପାଇଁ ’ମେଟଲ୍‌ ମିଟ୍‌’ ଫିନାଲେ ଟିକେଟ୍‌ ମିଳିଛି।

ପ୍ରକାଶଯୋଗ୍ୟ, ‘ମେଟଲ୍‌ ମିଟ୍‌-୨୦୧୯’ର ଜୁନିୟର ପ୍ରିଲିମ୍ସ ରାଉଣ୍ଡରେ ଭୁବନେଶ୍ୱରର ସାଇ ଇଣ୍ଟରନ୍ୟାସନାଲ ସ୍କୁଲ, ବକ୍ସି ଜଗବନ୍ଧୁ ଇଂଲିଶ ମିଡିୟମ୍‌ ସ୍କୁଲ, ଓଡିଏମ୍‌ ପବ୍ଲିକ୍‌ ସ୍କୁଲ,ଡିଏଭି ପୋଖରୀପୁଟ, ୟୁନିଟ୍‌-୮ ଡିଏଭି ପବ୍ଲିକ୍‌ ସ୍କୁଲ୍‌, ମଦର୍ସ ପବ୍ଲିକ୍‌ ସ୍କୁଲକୁ ଫିନାଲେ ଟିକେଟ୍‌ମିଳିଥିବା ବେଳେ ରାଉରକେଲାର ସେଣ୍ଟ୍‌ ପଲ୍‌ସ ସ୍କୁଲ୍‌,କଟକର ସିଡିଏସ୍ଥିତ ଡିଏଭି ପବ୍ଲିକ୍‌ ସ୍କୁଲ ଗୋଲ୍‌ଡେନ୍‌ ଟିକେଟ୍‌ ହାସଲ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କଲେଜ ଛାତ୍ରୀଙ୍କୁ ଅପହରଣ ପରେ ବଳାତ୍କାର

ବ୍ରହ୍ମପୁର ଅଫିସ,୯ା୬: ଜଣେ ଯୁକ୍ତ ୨ କଲେଜ ଛାତ୍ରୀଙ୍କୁ ଅପହରଣ ପରେ ବଳାତ୍କାର ଅଭିଯୋଗରେ ସଦର ଥାନା ପୋଲିସ ଜଣେ ଯୁବକଙ୍କୁ ଗିରଫ କରିଛି। ସେ...

ବାନିଗାଁ ଜଙ୍ଗଲରେ ଛୁଆ ହାତୀ : ଜଗି ରହିଛନ୍ତି ବନ ବିଭାଗ କର୍ମଚାରୀ

ଲାଞ୍ଜିଗଡ,୫।୧୦(ଡି.ଏନ.ଏ.) କଳାହାଣ୍ଡି ଜିଲା ଲାଞ୍ଜିଗଡ ପଞ୍ଚାୟତ ଅନ୍ତର୍ଗତ ବଡବାନିଗାଁ ନିକଟସ୍ଥ ସଂରକ୍ଷିତ ଜଙ୍ଗଲରେ ଶୁକ୍ରବାର ଏକ ଛୁଆହାତୀକୁ ଠାବ କରିଛି ବନ ବିଭାଗ । ଲାଞ୍ଜିଗଡ...

ଚାଷୀଙ୍କ ବୀମାଭୁକ୍ତ ଅବଧି ୫ ପର୍ଯ୍ୟନ୍ତ ବଢ଼ିଲା

ଭୁବନେଶ୍ୱର,୩।୮(ବ୍ୟୁରୋ): ଚଳିତ ଖରିଫ୍‌ରେ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ଚାଷୀମାନଙ୍କୁ ବୀମାଭୁକ୍ତ କରିବା ପାଇଁ ସମୟସୀମା ଆସନ୍ତା ୫ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ଯେଉଁ...

ନିଶାସକ୍ତ ଶିକ୍ଷକଙ୍କୁ ନିଲମ୍ବନ କଲେ ଜିଲା ଶିକ୍ଷାଧିକାରୀ

ଧରାକୋଟ,୨୩ା୭(ଡି.ଏନ.ଏ.)-ଗଞ୍ଜାମ ଜିଲା ଧରାକୋଟ ବ୍ଲକ ଖଜୁରିପଦା ବିଦ୍ୟାଳୟର ଜଣେ ଶିକ୍ଷକ ନିଶାସକ୍ତ ଅବସ୍ଥାରେ ସ୍କୁଲକୁ ଆସୁଥିବାରୁ ସୋମବାର ତାଙ୍କୁ ନିଲମ୍ବିତ କରାଯାଇଛି। ସେ ହେଲେ ସୀମାଞ୍ଚଳ...

‘ମାସ୍କ ପିନ୍ଧନ୍ତୁ, ସାମାଜିକ ଦୂରତା ରଖନ୍ତୁ’

ଭୁବନେଶ୍ୱର,୨୯।୪(ବ୍ୟୁରୋ): କୋଭିଡ ସ୍ଥିତିକୁ ନେଇ ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ର ପ୍ରତିକ୍ରିୟା ଦେଇଛନ୍ତି । ସେ କହିଛନ୍ତି, ଏବେ ଆମେ ପାଣ୍ଡେମେସିଟିରୁ ଏଣ୍ଡେମେସିଟି ଆଡକୁ...

ବିଜେପୁର ଉପନିର୍ବାଚନ: ୧୧ଟା ସୁଦ୍ଧା ୨୫.୭% ମତଦାନ

ବରଗ ଅଫିସ /ବିଜେପୁର, ୨୧।୧୦(ଡି.ଏନ୍‌.ଏ.): ବରଗଡ଼ ଜିଲା ବିଜେପୁର ଉପନିର୍ବାଚନ ପାଇଁ ସୋମବାର ମତଦାନ ଚାଲିଛି। ନିର୍ବାଚନ ମଣ୍ଡଳୀର ୨୮୫ ବୁଥ୍‌ରେ ମତଦାନ ପ୍ରକ୍ରିୟା ଚାଲିଥିବା...

୧୫ ରୁ ୧୬ ମଧ୍ୟରେ ନାମଲେଖା, ୧୭ରୁ ପାଠପଢା

ଭୁବନେଶ୍ବର,୧୨।୧୧(ବ୍ୟୁରୋ): ବିଏଡ ଓ ବିଏଚଇଡି ପାଠ୍ୟକ୍ରମରେ ପ୍ରଥମ ପର୍ଯ୍ୟାୟ ନାମଲେଖା ୧୫ ରୁ ୧୬ ତାରିଖ ମଧ୍ୟରେ ଅନୁଷ୍ଠିତ ହେବ । ୧୭ରୁ ପାଠପଢା ଆରମ୍ଭ...

ଆରମ୍ଭ ହେଲା ‘ଛେରାପହଁରା’

ପୁରୀ ଅଫିସ,୧।୭: ଆଜି ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା। ଦୀର୍ଘ ଦୁଇ ବର୍ଷ ପରେ ବଡ଼ଦାଣ୍ଡରେ ଭକ୍ତ ଓ ଭଗବାନଙ୍କ ମିଳନ ହୋଇଛି। ଚତୁର୍ଦ୍ଧାମୂର୍ତ୍ତି ପହଣ୍ଡି ବିଜେ...

Advertisement
Archives

Model This Week