ମେକ୍‌ ଇନ୍‌ ଇଣ୍ଡିଆକୁ ପ୍ରୋତ୍ସାହନ;୨୫ହଜାର କୋଟିର ଟେଣ୍ଡରରେ ସଂଶୋଧନ

ନୂଆଦିଲ୍ଲୀ,୫-୮: ଉଦ୍ୟୋଗ ଏବଂ ଆଭ୍ୟନ୍ତରୀଣ ବାଣିଜ୍ୟ ପରିଚାଳନା ବିଭାଗ(ଡିପିଆଇଆଇଟି)ର ହସ୍ତକ୍ଷେପ ପରେ କେନ୍ଦ୍ର ସରକାର ଜାରି କରିଥିବା ୨୫ ହଜାର କୋଟି ଟଙ୍କାର ଟେଣ୍ଡରକୁ ରଦ୍ଦ କରିବା ପରେ ସଂଶୋଧନ କରି ପୁନର୍ବାର ଜାରି କରିଛନ୍ତି। ମେକ୍‌ ଇନ୍‌ ଇଣ୍ଡିଆକୁ ପ୍ରୋତ୍ସାହନ ଦେବା ଉଦ୍ଦେଶ୍ୟରେ ଏହି ପଦକ୍ଷେପ ନିଆଯାଇଛି। ଜଣେ ଅଧିକାରୀ କହିଛନ୍ତି ଯେ, ଡିପିଆଇଆଇଟିର ହସ୍ତକ୍ଷେପ ପରେ ୮ ହଜାର କୋଟି ଟଙ୍କାର ଏକ ଟେଣ୍ଡରକୁ ପ୍ରତ୍ୟାହାର କରାଯାଇଥିଲା। ଏହାର ସର୍ତ୍ତରେ ପରିବର୍ତ୍ତନ କରାଯିବା ପରେ ପୁନର୍ବାର ଏହାକୁ ଲାଗୁ କରାଯାଇଛି। ୟୁରିଆ ଓ ଆମୋନିଆ ଗ୍ୟାସିଫିକେଶନ ପ୍ଲାଣ୍ଟ ନିର୍ମାଣ ନେଇ ଟେଣ୍ଡର ଦିଆଯାଇଥିଲା। ସେହିଭଳି ଟ୍ରେନ ସେଟ୍‌ର କୋଚ୍‌ କିଣିବା ଲାଗି ଟେଣ୍ଡର ଦିଆଯାଇଥିଲା। ଏହାର ପରିମାଣ ୫ ହଜାର କୋଟି ଟଙ୍କାର ଥିଲା। ସେହିଭଳି ୮୧୩୫ କୋଟି ଟଙ୍କାର ୩x୮୦୦ ମେଗାଓ୍ବାଟ୍‌ର ବିଜୁଳି ପ୍ରକଳ୍ପ ଟେଣ୍ଡରକୁ ବଦଳାଯାଇଛି। ଟେଣ୍ଡର ବଦଳାଇବା ପୂର୍ବରୁ ଡିପିଆଇଆଇଟି ବିଭାଗ ପକ୍ଷରୁ ଇସ୍ପାତ, ରେଲଓ୍ବେ, ପ୍ରତିରକ୍ଷା, ତୈଳ ଓ ପ୍ରାକୃତିକ ବାଷ୍ପ,ଫାର୍ମାସ୍ୟୁଟିକାଲ୍ସ, ଇଲେକ୍ଟ୍ରୋନିକ୍ସ, ଟେଲିକମ୍‌, ଭାରି ଉଦ୍ୟୋଗ, ଟେକ୍ସଟାଇଲ ଓ ଜାହାଜ ଚଳାଚଳ ତଥା ବିଜୁଳି ବିଭାଗ ସହ ଆଲୋଚନା କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଯାତ୍ରୀ ହ୍ରାସ ଯୋଗୁ ବାତିଲ ହେଉଛି ଟ୍ରେନ୍‌

ନୂଆଦିଲ୍ଲୀ/ଭୁବନେଶ୍ୱର,୧୮-୩ :ପୂର୍ବତଟ ରେଳପଥ ଯାତ୍ରୀ ପରିବହନ କ୍ଷେତ୍ରରେ ବୃହତ୍‌ ସଂଖ୍ୟାରେ ହ୍ରାସ ଘଟିଛି। ଲୋକମାନେ ବୁକିଂ କରିଥିବା ସେମାନଙ୍କ ଟିକେଟ ବାତିଲ କରି ଦେଉଛନ୍ତି। ଗତ...

ସ୍ଥିତି ସମୀକ୍ଷା କଲେ ନିର୍ମଳା

ନୂଆଦିଲ୍ଲୀ,୨୧-୩: ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ ଶୁକ୍ରବାର କରୋନାକୁ ନେଇ ଦେଶରେ ଉପୁଜିଥିବା ସ୍ଥିତିକୁ ସମୀକ୍ଷା କରିଛନ୍ତି। ସେ ୪ କେନ୍ଦ୍ରମନ୍ତ୍ରୀଙ୍କୁ ଭେଟିଛନ୍ତି। ଏହାବାଦ ବେସାମରିକ ବିମାନ...

୨୫ ହଜାର କୋଟି କ୍ଷତି ସହିବ ବିମାନ ଶିଳ୍ପ

ନୂଆଦିଲ୍ଲୀ,୮।୫: ଲକ୍‌ଡାଉନ ପାଇଁ ସାରା ବିଶ୍ୱରେ ବିମାନ ଶିଳ୍ପ ବଜାର ଏବେ କ୍ଷତିଗ୍ରସ୍ତ ସ୍ଥିତିରେ ରହିଛି। କରୋନା ଲକ୍‌ଡାଉନ ପାଇଁ ଭାରତ ବଜାର ୨୫ ହଜାର...

ପିଛା ଛାଡ଼ୁନି ମାନ୍ଦାବସ୍ଥା; ଅଗଷ୍ଟରେ ଟାଟା ମୋଟର୍ସ ବିକ୍ରି ୩୨% ହ୍ରାସ

ନୂଆଦିଲ୍ଲୀ,୧୨-୯: ଅଟୋ ସେକ୍ଟରକୁ ମାନ୍ଦାବସ୍ଥା ପିଛା ଛାଡ଼ୁନି। ଫଳସ୍ବରୂପ ଗାଡି ବିକ୍ରି କ୍ରମାଗତ ହ୍ରାସ ହୋଇଚାଲିଛି। ଅଗଷ୍ଟରେ ଟାଟା ମୋଟର୍ସର ବିଶ୍ୱ ସ୍ତରରେ ବିକ୍ରି ୩୨%...

୧୦୦ ଟଙ୍କିଆ ବାର୍ନିସ ନୋଟ୍‌ ଜାରି କରିବ ଆର୍‌ବିଆଇ

ମୁମ୍ବାଇ,୩୧-୮: ଭାରତୀୟ ରିଜର୍ଭ ବ୍ୟାଙ୍କ(ଆର୍‌ବିଆଇ) ଖୁବଶୀଘ୍ର ୧୦୦ ଟଙ୍କିଆ ନୂଆ ବାର୍ନିସ ନୋଟ୍‌ ଜାରି କରିବ। ଏହି ନୂଆ ନୋଟ୍‌ର ଗୁଣବତ୍ତା ପୂର୍ବାପେକ୍ଷା ଅଧିକ ରହିବ।...

ସେନ୍‌ସେକ୍ସ ୬୨୪ ପଏଣ୍ଟ ହ୍ରାସ

ମୁମ୍ବାଇ,୧୪-୮: ଦେଶର ଅର୍ଥନୀତିକୁ ଗତିଶୀଳ କରିବା ଲାଗି କେନ୍ଦ୍ର ସରକାରଙ୍କ ପକ୍ଷରୁ ପ୍ୟାକେଜ ଘୋଷଣାରେ ବିଳମ୍ବ ତଥା ବିଶ୍ୱ ବଜାରରେ ଦେଖାଦେଇଥିବା ଅସ୍ଥିରତା କାରଣରୁ ମଙ୍ଗଳବାର...

ହୋଣ୍ଡାର ‘ସେଫ୍‌ଟି କମ୍‌ସ ଫାଷ୍ଟ’ ପଦକ୍ଷେପ

ନୂଆଦିଲ୍ଲୀ,୧୧।୫: ହୋଣ୍ଡା ଟୁହ୍ବିଲର୍ସ ଇଣ୍ଡିଆ ପକ୍ଷରୁ ଏହାର ଡିଲର ପରିବାରଗୁଡିକ ଲାଗି ‘ସେଫ୍‌ଟି କମ୍‌ସ ଫାଷ୍ଟ’ ପଦକ୍ଷେପ ଗ୍ରହଣ କରାଯାଇଛି। ସରକାର ବର୍ତ୍ତମାନ କଟକଣା ଧୀରେ...

ଫେସ୍‌ବୁକ୍‌ର ୪୧.୯ କୋଟି ୟୁଜରଙ୍କ ଫୋନ୍‌ ନମ୍ବର ଲିକ୍‌

ନୂଆଦିଲ୍ଲୀ,୬-୯: ସୋସିଆଲ ମିଡିଆ କମ୍ପାନୀ ଫେସ୍‌ବୁକ୍‌ର ୪୧.୯ କୋଟି ୟୁଜରଙ୍କ ଫୋନ୍‌ ନମ୍ବର ଡାଟା ଲିକ୍‌ ହୋଇଯାଇଛି ବୋଲି ଆମେରିକା ମିଡିଆରେ ଜାରି ଏକ ରିପୋର୍ଟରେ...

Coronavirus Update

UTI
Archives

Model This Week

Why Dharitri

Leave a comment

Your email address will not be published. Required fields are marked *