Posted inଜାତୀୟ

ମୃତ ଶିଶୁକୁ ପୋତିବାକୁ ଯାଉଥିବା ବେଳେ ଉଦ୍ଧାର ହେଲା ଜୀବନ୍ତ ଶିଶୁ

ବରେଲି,୧୪।୧୦: କଥାରେ ଅଛି ଯାହାକୁ ରଖିବେ ଅନନ୍ତ କି କରିପାରିବ ବଳବନ୍ତ। ଏହି ଲୋକ କଥାର ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି ଉତ୍ତରପ୍ରଦେଶ ବରେଲି ଜିଲାରେ। ଜଣେ ବ୍ୟକ୍ତି ନିଜର ମୃତ ଶିଶୁକୁ ଶ୍ମଶାନକୁ ପୋତିବାକୁ ନେଇଥିବା ବେଳେ ସେଠାରୁ ଏକ ଜୀବନ୍ତ ଶିଶୁ ଉଦ୍ଧାର ହୋଇଛି। ଶିଶୁଟିକୁ ଭଗବାନଙ୍କ ଉପହାର ଭାବି ବ୍ୟକ୍ତି ଜଣଙ୍କ ନିଜ ଘରକୁ ଆଣିଛନ୍ତି। ସୂଚନାଯୋଗ୍ୟ, ବରେଲିର ସିବିଗଞ୍ଜ ନିକଟସ୍ଥ ଓ୍ବେଷ୍ଟିର୍ନ କଲୋନୀରେ ରହୁଥିବା ହିତେଶ ସିରୋହୀଙ୍କ ଘରେ ଗୁରୁବାର ଏକ ଶିଶୁକନ୍ୟା ଜନ୍ମ ନେଇଥିଲା। ଜନ୍ମ ନେବାର କିଛି ଘଣ୍ଟା ମଧ୍ୟରେ ଶିଶୁଟିର ମୃତ୍ୟୁ ହୋଇଯାଇଥିଲା। ହିତେଶ ଓ ପରିବାରର କିଛି ସଦସ୍ୟ ମୃତ ଶିଶୁକନ୍ୟାକୁ ପୋତିବା ପାଇଁ ଶ୍ମଶାନକୁ ଯାଇଥିଲେ। ସେଠାରେ ୩ ରୁ ୪ ଫୁଟ ପର୍ଯ୍ୟନ୍ତ ଖାଲ ଖୋଳୁଥିବା ବେଳେ କୋଦାଳଟି ଏକ ମାଟି ହାଣ୍ଡିରେ ବାଜିଥିଲା। ମାଟି ହାଣ୍ଡିକୁ ବାହାର କରାଯିବା ପରେ ସେଥି ମଧ୍ୟରୁ ଏକ ଜୀବନ୍ତ ନବଜାତ ଶିଶୁକନ୍ୟାକୁ ଦେଖିବାକୁ ପାଇଥିଲେ। ହିତେଶ ସଙ୍ଗେ ସଙ୍ଗେ ଶିଶୁକୁ କୋଳାଗ୍ରତ କରି ଭଗବାନଙ୍କ ଉପହାର ଭାବି ଘରକୁ ନେଇଆସିଥିଲେ। ବର୍ତ୍ତମାନ ଶିଶୁଟିର ବରେଲି ଜିଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସା କରାଯାଉଛି। ଶିଶୁଟିର ସ୍ବାସ୍ଥ୍ୟାବସ୍ଥା ଏବେ ସ୍ଥିର ରହିଛି। ଅନ୍ୟପଟେ ଶିଶୁକନ୍ୟାକୁ ଜୀବନ୍ତ ଅବସ୍ଥାରେ କିଏ ପୋତିଛି ସେନେଇ ଖୋଳତାଡ କରାଯାଉଛି ବୋଲି ବରିଷ୍ଠ ପୋଲିସ ଅଧିକାରୀ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଚର୍ଚ୍ଚାରେ ବାରାଣସୀର ରିକ୍ସା ଚାଳକ ମଙ୍ଗଳା

ବାରାଣସୀ,୧୭।୨: ଗୋଟିଏ ଦିନ ପୂର୍ବରୁ ଶୁଣିବାକୁ ମିଳିଥିଲା ବାରାଣସୀର ଜଣେ ରିକ୍ସା ଚାଳକ ମଙ୍ଗଳା କେଭଟଙ୍କ ଘରକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁଭେଚ୍ଛା ବାର୍ତ୍ତା ପଠାଇଥିଲେ।...

ଆଉ କେତେ ଜଣ ଅନ୍ନଦାତାଙ୍କ ମୃତ୍ୟୁ ଦେଖିବେ କେନ୍ଦ୍ର ସରକାର: ରାହୁଲ

ନୂଆଦିଲ୍ଲୀ,୧୨।୧୨: କେନ୍ଦ୍ର ସରକାରଙ୍କ କୃଷି ଆଇନକୁ ବିରୋଧ କରି ଦେଶବ୍ୟାପୀ ଅନ୍ନଦାତାଙ୍କ ଆନ୍ଦୋଳନ ୧୭ ଦିନରେ ପହଞ୍ଚିଛି। ଇତିମଧ୍ୟରେ ୧୧ ଜଣ ଅନ୍ନଦାତାଙ୍କ ମୃତ୍ୟୁ ଘଟିଥିବା...

ଗୋଟିଏ ଦିନରେ ହଜାରେ ଲୋକଙ୍କୁ ଖାଦ୍ୟ ଖୁଆଇ ରେକର୍ଡ କଲେ ଯୁବକ

ହାଇଦ୍ରାବାଦ,୨୭।୫: ‘ସର୍ଭ ନିଡି’ ନାମକ ଏନ୍‌ଜିଓ ବା ସ୍ବେଚ୍ଛାସେବୀ ସଙ୍ଗଠନର ପ୍ରତିଷ୍ଠାତା ଗୌତମ କୁମାର ଗୋଟିଏ ଦିନରେ ପ୍ରାୟ ହଜାରେ ଗରିବ ଲୋକଙ୍କୁ ନିଜ ହାତରେ...

ଖୁବଶୀଘ୍ର ନିର୍ବାଚନ ପ୍ରଚାରରେ ବାହାରିବେ ଦିଦି

କୋଲକାତା,୧୩ ।୩: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଖୁବ୍‌ଶୀଘ୍ର ନିର୍ବାଚନ ପ୍ରଚାରରେ ବାହାରିବେ ବୋଲି ଜଣାପଡିଛି । ମାର୍ଚ୍ଚ ୧୫ରୁ ଅର୍ଥତ୍ ମାତ୍ର ୨ ଦିନ...

ଗଲଓ୍ବାନ ସଂଘର୍ଷ: ଜୟଶଙ୍କର ଓ୍ବାଙ୍ଗ ୟିଙ୍କ ସହିତ ଫୋନ୍‌ରେ କଲେ ଆଲୋଚନା

ନୂଆଦିଲ୍ଲୀ, ୧୭।୬: ଲଦାଖର ଗଲଓ୍ବାନ ଘାଟିରେ ସୋମବାର ରାତିରେ ଘଟିଥିବା ସଂଘର୍ଷ ପରେ ଭାରତୀୟ ବହିର୍ବ୍ୟାପାର ମନ୍ତ୍ରୀ ଏସ୍‌. ଜୟଶଙ୍କର ଚାଇନା ପ୍ରତିପକ୍ଷ ଓ୍ବାଙ୍ଗ ୟିଙ୍କ...

ଭାରତୀୟ ମୁସଲମାନ ଦେଶ ବିରୋଧୀ ବୋଲି ଦେଖାଇବାକୁ ଚାହୁଛି ପାକିସ୍ତାନ: ମହମ୍ମୁଦ ମଦାନି

ନୂଆଦିଲ୍ଲୀ,୧୨।୯: ଜମିୟତ ଉଲେମା-ଇ-ହିନ୍ଦ୍‌ ଦ୍ୱାରା ଦିଲ୍ଲୀରେ ନିଜର ସାଧାରଣ ପରିଷଦ ବୈଠକରେ ପୁରୁଣା ସଂକଳ୍ପକୁ ଦୋହରାଇବାକୁ ଯାଇ କହିଛି କଶ୍ମୀର ଭାରତର ଅଭିନ୍ନ ଅଙ୍ଗ। ଏହି...

ନିର୍ଭୟା ଦୋଷୀଙ୍କୁ ଫାଶୀ ଖୁଣ୍ଟରେ ଝୁଲାଇବାକୁ ପ୍ରସ୍ତୁତ ହେଉଛନ୍ତି ଜହ୍ଲାଦ ପବନ

ନୂଆଦିଲ୍ଲୀ,୨।୩: ନିର୍ଭୟା ଗଣବଳାତ୍କାର ମାମଲର ୪ ଦୋଷୀଙ୍କୁ ମଙ୍ଗଳବାର ସକାଳ ୬ଟାରେ ଫାଶୀ ଦେବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏଥିପାଇଁ ତୃତୀୟ ଥର ଲାଗି ଡେଥ୍‌...

ମମତାଙ୍କ ବଡ଼ ଘୋଷଣା

ନୂଆଦିଲ୍ଲୀ,୧୯।୪: ଦେଶରେ କରୋନା ମାମଲା ଦ୍ରୁତ ଗତିରେ ବଢୁଥିବା ବେଳେ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ଉପରେ ମଧ୍ୟ ଏହା ପ୍ରଭାବ ପକାଇବା ଆରମ୍ଭ କରିଛି। କଂଗ୍ରେସ...

Advertisement


Archives

Model This Week