ମୃତ ରେଳ କର୍ମଚାରୀଙ୍କ ପରିବାରକୁ ୪୮ ଘଣ୍ଟାରେ ପେନ୍‌ସନ

ଭୁବନେଶ୍ୱର, ୫-୨:ଗତ ଜାନୁୟାରୀ ୨୮ ଦିନ ଖୋର୍ଦ୍ଧାରୋଡ଼ ଷ୍ଟେସନଠାରେ ରେଳପଥର ପଣ୍ୟବାହୀ ଟ୍ରେନରେ କାର୍ଯ୍ୟରତ ଗାର୍ଡ ପ୍ରଭୁଦତ୍ତ ବେହେରାଙ୍କ ଦେହାନ୍ତ ହୋଇଥିଲା। ତାଙ୍କ ପରିବାରବର୍ଗଙ୍କୁ ୪୮ ଘଣ୍ଟା ମଧ୍ୟରେ ପେନସନ ସହିତ ଅନ୍ୟାନ ପାଉଣା ପ୍ରଦାନ ନେଇ ରେଳପଥ ପକ୍ଷରୁ ବ୍ୟବସ୍ଥା କରାଯାଇଛି। ଖୋର୍ଦ୍ଧାରୋଡ଼ ରେଳମଣ୍ଡଳର ଉଭୟ ଫାଇନାନ୍ସ ଓ ପର୍ସନେଲ ବିଭାଗ କର୍ମଚାରୀମାନଙ୍କ ଚେଷ୍ଠା ଯୋଗୁଁ ରେକର୍ଡ ସୃଷ୍ଟି ହୋଇଥିବା ପୂର୍ବତଟ ରେଳପଥ ପକ୍ଷରୁ ସୂଚନା ରହିଛି। ଖୋର୍ଦ୍ଧାରୋଡ଼ ରେଳମଣ୍ଡଳର ମଣ୍ଡଳ ରେଳବାଇ ପ୍ରବନ୍ଧକ ଶଶୀକାନ୍ତ ସିଂହ ୩୧ରେ ସମସ୍ତ ପେନସନ ପୁସ୍ତିକା ଏବଂ ସମସ୍ତ ଦେୟର ପାଉଣା ପ୍ରଦାନ କରିଛନ୍ତି। ସ୍ବର୍ଗତ ବେହେରାଙ୍କର ଗତ ୨୮ ତାରିଖ ଦିନ ଖୋର୍ଦ୍ଧାରୋଡ଼ଠାରୁ ପଲାସା ପର୍ଯ୍ୟନ୍ତ ଟ୍ରେନରେ ଡ୍ୟୁଟି ଥିଲା। ରାତ୍ରି ୨ଘ.୩୮ମି.ରେ ଟ୍ରେନ ଛାଡିବା ପାଇଁ ସିଗ୍ନାଲ ଦେବାପରେ ତାଙ୍କ ଦେହ ଅକସ୍ମାତ ଖରାପ ହୋଇଥିଲା। ଟ୍ରେନ ଷ୍ଟାର୍ଟ ହେବାପାଇଁ ଟ୍ରେନ ଚାଳକ ବେହେରାଙ୍କଠାରୁ କିଛି ସଂକେତ ପାଇ ନ ଥିଲେ। ଟ୍ରେନ ଚାଳକ ସଙ୍ଗେସଙ୍ଗେ ଷ୍ଟେସନ ମାଷ୍ଟରଙ୍କୁ ଖବର ଦେଇଥିଲେ। ରାତ୍ର ୨ଘ.୫୦ମି.ରେ ଟ୍ରେନ ଗାର୍ଡ ଭ୍ୟାନରେ ଅଚେତ ଅବସ୍ଥାରେ ବେହେରାଙ୍କୁ ଠାବ କରାଯାଇଥିଲା। ତୁରନ୍ତ ତାଙ୍କୁ ସେଠାରୁ ରେଳପଥ ଡାକ୍ତରଖାନାକୁ ନିଆଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷିତ କରିଥିଲେ I ସ୍ବର୍ଗତ ବେହେରାଙ୍କ ସ୍ତ୍ରୀ, ଦୁଇଟି ପୁଅ ଏବଂ ଜଣେ ବିହାହିତ ଝିଅ ଅଛନ୍ତି। ପରିବାରର ଯେପରି କୌଣସି ଆର୍ଥିକ ଅସୁବିଧା ନହୁଏ ସେଥିପାଇଁ ରେଳପଥ ପ୍ରଶାସନ ଏଭଳି ପଦକ୍ଷେପ ଗ୍ରହଣ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ରାଜ୍ୟ ମାନବାଧିକାର ଆୟୁକ୍ତ ପଦ ଖାଲି ପ୍ରସଙ୍ଗ: ମାମଲାର ଅନ୍ତ ଘଟାଇଲେ ହାଇକୋର୍ଟ

କଟକ ଅଫିସ,୧୯ା୧୧: ରାଜ୍ୟ ମାନବାଧିକାର ଆୟୁକ୍ତଙ୍କ ବିଭିନ୍ନ ପଦବୀ ପୂରଣ ନେଇ ହାଇକୋର୍ଟରେ ହୋଇଥିବା ମାମଲାର ଅନ୍ତ ଘଟିଛି। ରାଜ୍ୟ ସରକାର ମାନବାଧିକାର ଆୟୁକ୍ତ ପଦବୀ...

ରାଜଧାନୀରେ ସୁପାରିକିଲର

ଭୁବନେଶ୍ୱର,୨୯ା୧୧(ବ୍ୟୁରୋ): ହତ୍ୟା ପାଇଁ ଭୁବନେଶ୍ୱରରେ ଜଗି ରହିଥିଲେ ସୁପାରିକିଲର। ହେଲେ ଟାର୍ଗେଟ ପୂର୍ବରୁ ମାଡ଼ି ବସିଲା ପୋଲିସ। ଜଣେ ଖସିଯାଇଥିବାବେଳେ ଅନ୍ୟ ଜଣେ ଧରାପଡିଛନ୍ତି। ଶୁକ୍ରବାର...

ପଦ୍ମପୁର ଉପନିର୍ବାଚନ: ଗୁରୁବାର ସକାଳ ୮ରୁ ଭୋଟଗଣତି

ଭୁବନେଶ୍ୱର,୭।୧୨(ବ୍ୟୁରୋ): ଆସିବ ପଦ୍ମପୁର ଉପନିର୍ବାଚନ ଫଳାଫଳ। କଡ଼ା ସୁରକ୍ଷା ମଧ୍ୟରେ ଗୁରୁବାର ଭୋଟ୍‌ ଗଣତି କରାଯିବ। ସକାଳ ୮ଟାରୁ ଗଣତି ଆରମ୍ଭ ହେବ। ପ୍ରଥମେ ପୋଷ୍ଟାଲ...

ଭର୍ତ୍ତୃହରିଙ୍କ ବାଗ୍‌ଦାଦ୍‌ ଯାତ୍ରା:ଏସିଆନ୍‌ ପାର୍ଲାମେଣ୍ଟାରୀ ଆସେମ୍ବ୍ଲିରେ ଯୋଗଦେବେ

ନୂଆଦିଲ୍ଲୀ: ଇରାକର ରାଜଧାନୀ ବାଗ୍‌ଦାଦ୍‌ରେ ଅନୁଷ୍ଠିତ ହେବାକୁ ଥିବା ଏସିଆନ୍‌ ପାର୍ଲାମେଣ୍ଟାରୀ ଆସେମ୍ବ୍ଲିରେ ଯୋଗଦେବା ଲାଗି ଭାରତ ପକ୍ଷରୁ କଟକ ଏମ୍‌ପି ଭର୍ତ୍ତୃହରି ମହତାବ ମଙ୍ଗଳବାର...

ଏଥର ଭୁବନେଶ୍ୱରରେ ମହିଳା ମେୟର!

ଭୁବନେଶ୍ୱର,୧୨।୧(ବ୍ୟୁରୋ): ଭୁବନେଶ୍ୱର, କଟକ ଏବଂ ବ୍ରହ୍ମପୁର ମହାନଗର ନିଗମ ପାଇଁ ମେୟର ପଦବୀ ନିମନ୍ତେ ଚିଠା ତାଲିକା ପ୍ରକାଶ ପାଇଛି। ଭୁବନେଶ୍ୱର ମହାନଗର ମେୟର ପଦବୀ...

ଯୁକ୍ତ ଦୁଇ ପରୀକ୍ଷା ବାତିଲ ଦାବିରେ ରାସ୍ତାକୁ ଓହ୍ଲାଇଲେ ଛାତ୍ରୀଛାତ୍ର

କେନ୍ଦୁଝର,୩ା୨(ସ୍ବ.ପ୍ର.): ଯୁକ୍ତ ଦୁଇପରୀକ୍ଷା ବାତିଲ ଦାବିରେ ଅଲ୍‌ ଓଡ଼ିଶା ଷ୍ଟୁଡେଣ୍ଟ ୟୁନିଅନ ପକ୍ଷରୁ ଛାତ୍ରୀଛାତ୍ର ସ୍ଥାନୀୟ ଗାନ୍ଧୀ ଛକରେ ରାସ୍ତା ଅବରୋଧ କରି ଧାରଣାରେ ବସିଛନ୍ତି।...

ଆସନ୍ତା ୨୧ ଓ ୨୨ରେ ଅତି ପ୍ରବଳ ବର୍ଷା

ଭୁବନେଶ୍ୱର,୧୭ା୯(ବ୍ୟୁରୋ)-ଉତ୍ତର- ପଶ୍ଚିମ ବଙ୍ଗୋପସାଗର ଓ ଏହାର ଆଖପାଖ ଅଞ୍ଚଳରେ ଆସନ୍ତା ୨୦ ତାରିଖରେ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ୨୧...

ଅଙ୍ଗଦାନ ନେଇ ପ୍ରିୟଙ୍କାରାଣୀଙ୍କ ପରିବାରକୁ ମିଳିଲା ୫ ଲକ୍ଷ

ଛତ୍ରପୁର,୧୪ା୮(ଡି.ଏନ୍‌.ଏ.)- ବିଶ୍ୱ ଅଙ୍ଗଦାନ ଦିବସ ଅବସରରେ ଗଞ୍ଜାମ ଜିଲା ଦିଗପହଣ୍ଡିର ପି. ପ୍ରିୟଙ୍କାରାଣୀ ପାତ୍ରଙ୍କୁ ମରଣୋତ୍ତର ସୁରଜ ସମ୍ମାନ ମିଳିଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ...

Advertisement
Archives

Model This Week