Posted inଜାତୀୟ

ମୃତ ପୋଲିସ କର୍ମଚାରୀଙ୍କ ପରିବାରକୁ ପୂର୍ଣ୍ଣ ପେନ୍‌ସନ ମାମଲାର ଶୁଣାଣି ୧୩ରେ

ନୂଆଦିଲ୍ଲୀ,୭ା୧୧(ପି.ଟି.): କର୍ତ୍ତବ୍ୟରେ ଥାଇ ମୃତ୍ୟୁ ହେଉଥିବା ପୋଲିସ କର୍ମଚାରୀଙ୍କ ପରିବାରକୁ ପୂର୍ଣ୍ଣ ପେନ୍‌ସନ ସହ ଜଣକୁ ନିଯୁକ୍ତି ଦେବା ଲାଗି ଦାଏର ପିଟିଶନର ଶୁଣାଣି ପାଇଁ ସୁପ୍ରିମକୋର୍ଟ ଗ୍ରହଣ କରିଛନ୍ତି। ସରକାରୀ ଅଧିକାରୀଙ୍କ ଭଳି ପୋଲିସଙ୍କ ମୃତ୍ୟୁ ପାଇଁ ସମାନ ନିୟମ ଲାଗୁ ନ ହେବା ଅନ୍ୟାୟ ବୋଲି ଆବେଦନକାରୀଙ୍କ ଓକିଲ ଏମ୍‌.ଏଲ୍‌. ଶର୍ମା କହିଛନ୍ତି। ପୋଲିସ ଅନୁପସ୍ଥିତିରେ ଅଦାଲତ, ମନ୍ତ୍ରୀ କମ୍ବା ସେସାଇଟି କେହି ଆଇନ ଶୃଙ୍ଖଳା ରକ୍ଷା କରିପାରିବେନି। ସେମାନେ ସମାଜରେ ଆଇନଶୃଙ୍ଖଳା ସ୍ଥିତି ସମ୍ଭାଳିବା ସହ ଧନଜୀବନର ସୁରକ୍ଷା କରିଥାନ୍ତି। ସେଥିପାଇଁ ଜଣେ ପୋଲିସ କର୍ତ୍ତବ୍ୟରେ ଥାଇ ପ୍ରାଣ ହରାଇଲେ ପୁରସ୍କାର ସ୍ବରୂପ ତାଙ୍କ ପରିବାରକୁ ପୂର୍ଣ୍ଣ ପେନ୍‌ସନ ସହିତ ଜଣକୁ ଚାକିରି ମିଳିବା ଆବଶ୍ୟକ ବୋଲି ଆବେଦନକାରୀ ପୋଲିସ ଅଫିସରଙ୍କ ବିଧବା ସ୍ତ୍ରୀଙ୍କ ପକ୍ଷରୁ ଲଢ଼ୁଥିବା ଆଇନଜୀବୀ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବଢ଼ିଲା ଲକ୍‌ଡାଉନ ଅବଧି

ପାଟନା,୧୭।୮: ବିହାରରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଲକ୍ଷେ ପାର କରିଛି। ରାଜ୍ୟରେ ବଢ଼ୁଥିବା କରୋନା ମାମଲାକୁ ଦେଖି ଲକ୍‌ଡାଉନ ଅବଧିକୁ ବୃଦ୍ଧି କରିବା ପାଇଁ ରାଜ୍ୟ...

ସରକାର ଭାଙ୍ଗିବା ପାଇଁ ଲାଲୁଙ୍କ ସହ ହୋଇଥିଲା କଥାବାର୍ତ୍ତା: ଲଲନ ପାଶଓ୍ବାନ

ପାଟନା,୨୫।୧୧: ବିହାର ବିଧାନସଭା ବାଚସ୍ପତି ଭାବେ ଏନ୍‌ଡିଏର ବିଜୟ ସିହ୍ନା ନିର୍ବାଚିତ ହୋଇଛନ୍ତି। ବୁଧବାର ବାଚସ୍ପତି ନିର୍ବାଚନ ପୂର୍ବରୁ ଆରଜେଡି ସଭାପତି ଲାଲୁ ପ୍ରସାଦ ଯାଦବଙ୍କ...

ସୁରକ୍ଷାକର୍ମୀଙ୍କ ଉପରେ ଗ୍ରେନେଡ୍‌ ମାଡ଼: ୬ ଯବାନ ଆହତ

ଶ୍ରୀନଗର,୨୭।୧୦: ଜମ୍ମୁ-କଶ୍ମୀରରେ ସୁରକ୍ଷାକର୍ମୀଙ୍କ ଉପରେ ଆତଙ୍କବାଦୀମାନେ ଗ୍ରେନେଡ୍‌ ମାଡ଼ କରିଛନ୍ତି। ଏଥିରେ ୬ ଯବାନ ଆହତ ହୋଇଥିବା କୁହାଯାଉଛି। ଆହତଙ୍କୁ ଚିକିତ୍ସା ପାଇଁ ଆର୍ମି ହସ୍ପିଟାଲରେ...

ସ୍ତ୍ରୀଙ୍କ ମୃତଦେହକୁ ସୋନ ନଦୀରେ ଭସାଇଲେ ସ୍ବାମୀ

ଭୋପାଳ, ୩୦।୬: ଦେଶରେ କରୋନା ସଂକ୍ରମଣ ଯୋଗୁ ଲକ୍‌ଡାଉନ୍‌ ଜାରି ରହିଛି। ଏପରିସ୍ଥଳେ କାମଧନ୍ଦା ଅଭାବରୁ ବହୁ ଦିନମଜୁରିଆଙ୍କ ଆର୍ଥିକ ସ୍ଥିତି ଖରାପ ହେବାରେ ଲାଗିଛି।...

ଅଯୋଧ୍ୟା ଶୁଣାଣି ପୂର୍ବରୁ ହାଇ ଆଲର୍ଟରେ ଉତ୍ତରପ୍ରଦେଶ: ଖୋଲାରେ ପେଟ୍ରୋଲ, ଏସିଡ୍‌ ବିକ୍ରି ଉପରେ ଲାଗିଲା କଟକଣା

ନୂଆଦିଲ୍ଲୀ,୮।୧୧: ଅଯୋଧ୍ୟା ଜମି ବିବାଦ ମାମଲାର ଶୁଣାଣି ପୂର୍ବରୁ ଉତ୍ତରପ୍ରଦେଶ ସରକାର ହାଇ ଆଲର୍ଟରେ ଅଛନ୍ତି। ଏଥିପାଇଁ ଗାଜିଆବାଦ ପ୍ରଶାସନ ଖୋଲାରେ ବିକ୍ରି କରାଯାଉଥିବା ପେଟ୍ରୋଲ,...

ରାଷ୍ଟ୍ରପତିଙ୍କ ସମ୍ବୋଧନ: ଗଲଓ୍ବାନ ବୀରଙ୍କ ଉପରେ ଦେଶ ଗର୍ବ କରେ

ନୂଆଦିଲ୍ଲୀ,୧୪।୮: ଆଉ ମାତ୍ର କେଇ ଘଣ୍ଟା ପରେ ଦେଶ ପାଳନ କରିବାକୁ ଯାଉଛି ୭୪ ତମ ସ୍ବାଧିନତା ଦିବସ। ଏହାର ପୂର୍ବ ସନ୍ଧ୍ୟାରେ ରାଷ୍ଟ୍ରପତି ରାମନାଥ...

୭୬ବର୍ଷ ପରେ ଜଣେ ଶିଶୁ ପାଇଁ ଖୋଲିଲା ସ୍କୁଲ

ଚେନ୍ନାଇ. ୨୦।୬: ତାମିଲନାଡୁର ଏକ ପ୍ରାଥମିକ ସ୍କୁଲ ୭୬ ବର୍ଷ ପରେ ଗୋଟିଏ ଶିଶୁ ପାଇଁ ଖୋଲିଛି। କ୍ଲୂପରାଇର ଚିନ୍ନାଇକଲ୍ଲାରର ଏହି ସ୍କୁଲ ଦ୍ରବିଡାର ଏବଂ...

ଆଇଇଡି ବିସ୍ଫୋରଣରେ ସିଆରପିଏଫ୍‌ ଯବାନ ଶହୀଦ୍‌

ରାୟପୁର,୩୧।୭: ଛତିଶଗଡ଼ରେ ଆଇଇଡି ବିସ୍ଫୋରଣରେ ଜଣେ ସିଆରପିଏଫ୍‌ ଯବାନ ଶହୀଦ୍‌ ହୋଇଛନ୍ତି। ସେ ହେଉଛନ୍ତି ବିହାର ନାଳନ୍ଦା ଜିଲାର ବାସିନ୍ଦା ରୌଶନ କୁମାର। ଯବାନମାନେ ପାଟ୍ରୋଲିଂ...


Coronavirus Update

Archives

Model This Week

Why Dharitri