ମୂଢ ମଣିଷକୁ ମହାଶିକ୍ଷା

ଉପେନ୍ଦ୍ର ବିଶ୍ୱାଳ
ସେ ଅନେକ ଦିନ ତଳର, ଆଜିପରି ଧୂ ଧୂ ଏକ ଖରାବେଳର କଥା। ରାଜ୍ୟ ପରିକ୍ରମାରୁ ନଅରକୁ ଫେରୁଥିଲେ ପଞ୍ଜାବକେଶରୀ ରଣଜିତ୍‌ ସିଂହ। ହଠାତ୍‌ ଟେକାଟିଏ ଆସି ମଥାରେ ବାଜେ। ଅଶ୍ୱପୃଷ୍ଠରୁ ଓହ୍ଲାଇ ଚଟ୍‌କରି ଚଟାଣରେ ବସିପଡ଼ନ୍ତି ନୃପତି। ରକ୍ତର ଗାର ଦେଖି ଚାରିଦିଗକୁ ଖେଦିଗଲେ ସୈନ୍ୟସାମନ୍ତ। ଧରାହୋଇ ଆସନ୍ତି ଶୀର୍ଣ୍ଣକାୟା ଜଣେ ବୃଦ୍ଧା ଭିକାରୁଣୀ। ରିକ୍ତ ହସ୍ତରେ ଫେରିଲାବେଳେ ଆଖିରେ ପଡ଼େ ଆମ୍ବ ତୋଟାଟିଏ। ପିଲାଙ୍କ ମୁହଁରେ ଫଳାହାର ଦେଇ କ୍ଷୁଧା ଟିକିଏ ପ୍ରଶମିତ କରିବା ଲକ୍ଷ୍ୟ ନେଇ ବୃଦ୍ଧା ପଶିଲେ ତୋଟାରେ। ଆମ୍ବ ପାରିବାକୁ ଯାଇ ଫୋପାଡ଼ିଥିବା ଟେକାଟି ବାଜିଲା ଯାଇ ଛାମୁଙ୍କ ଶିରରେ। ଏହିପରି ସତ୍ୟ ପ୍ରକାଶ କରି ସେ କ୍ଷମାପ୍ରାର୍ଥନା କରିଛନ୍ତି ମହାରାଜଙ୍କ ଆଗରେ। ସେତେବେଳକୁ ପ୍ରଜାଙ୍କର ଦୟନୀୟ ସ୍ଥିତିକୁ ନେଇ ରାଜାଙ୍କର ଚୈତନ୍ୟ ଉଦୟ ହୋଇ ସାରିଥିଲା। ବୃଦ୍ଧା ମାଆଟି ମହାଶିକ୍ଷାଟିଏ ଦେଇଛନ୍ତି ବୋଲି ନମ୍ରତାର ସହିତ ସ୍ବୀକାର କରିଛନ୍ତି ମହାରାଜ ରଣଜିତ୍‌ ସିଂହ। ଠିକ୍‌ ସେହିପରି ଶ୍ରୀମନ୍ଦିରର ସର୍ବେସର୍ବା ବୋଲି ନିଜକୁ ବିଚାରୁଥିବା ମୂଢ଼ ମଣିଷମାନଙ୍କ ପାଇଁ ପ୍ରକୃତି ମାଆର ‘ଫନୀ’ମାଡ଼ ଶକ୍ତ ଏକ ଚେତାବନୀ, ଏକ ମହାଶିକ୍ଷା ନୁହେଁ କି?
୧୯୯୯ ମସିହାରେ ସମ୍ପୂର୍ଣ୍ଣ ଓଲଟି ଯାଇଥିଲା ସମଗ୍ର ଉପକୂଳ ଓଡ଼ିଶାର ଚିତ୍ରପଟ। ଦେହ ଶୀତେଇ ଉଠେ ସ୍ମରଣ କଲେ ସେ ଭୟଙ୍କର ସ୍ମୃତିକୁ। ମହାବାତ୍ୟାର ପ୍ରକୋପ ଏତେ ବ୍ୟାପକ ଥିବା ସତ୍ତ୍ୱେ ଶଙ୍ଖକ୍ଷେତ୍ର ପୁରୀ ରହି ଯାଇଥିଲା ନିରାପଦ। ମହାବାତ୍ୟା ମହାପ୍ରଭୁଙ୍କଠାରେ ମଥାନତ କରି ଫେରି ଯାଇଥିଲା ପୁରୀରୁ। ତେବେ ୨୦ବର୍ଷ ପରେ କାହିଁକି ଏ ଦୁର୍ଦ୍ଦଶା? ଅପରାଧୀକୁ ପୋଲିସ ଟାର୍ଗେଟ କରି ପିଛା କଲାପରି ଶହ ଶହ ମାଇଲ ଦୂରରୁ ଫଁ ଫଁ କରି ଫଣୀ (ଫନୀ) ଏକମୁହଁା ହୋଇ ମାଡ଼ି ଆସିଲା ପୁରୀକୁ। ପୁରୀରୁ ମାଡ଼ିଗଲା ସିଧା କଟକକୁ ଭୁବନେଶ୍ୱର ଦେଇ। ପୁରୁଖା ଲୋକଙ୍କ କହିବା ଅନୁଯାୟୀ ୧୯୯୯ ମହାବାତ୍ୟା କିମ୍ବା ତା’ ପୂର୍ବରୁ ମଧ୍ୟ ସଂଘଟିତ ବାତ୍ୟାରେ କଟକ, ଭୁବନେଶ୍ୱର କେବେ ଦେଖି ନ ଥିଲା ଏମିତି ଦୁର୍ଦ୍ଦଶା। ଆଗରୁ ଘଟିଥିବା ଏହାଠୁ ବଳି ଭୟଙ୍କର ବାତ୍ୟାରେ ବି ପୁରୀ କେବେ ସାମ୍ନା କରି ନ ଥିଲା ଏପରି ଦାରୁଣ ଦୁର୍ଯୋଗର।
ବିଗତ କିଛି ବର୍ଷ ଧରି ଶ୍ରୀମନ୍ଦିର ଓ ଶ୍ରୀଜଗନ୍ନାଥଙ୍କୁ ନେଇ ଯେମିତି ପ୍ରହସନ ଚାଲିଛି ତାକୁ ନେଇ ସମଗ୍ର ବିଶ୍ୱବାସୀ ମର୍ମାହତ। ବିଶ୍ୱର କୋଟିକୋଟି ଶ୍ରଦ୍ଧାଳୁଙ୍କ ପୁଞ୍ଜିଭୂତ ଅସନ୍ତୋଷର ଏହା ପରିଣାମ ବୋଲି ଚାରିଆଡ଼େ ଚର୍ଚ୍ଚା ଧରିଛି। ଦାରୁ ବିଭ୍ରାଟଠାରୁ ମହାପ୍ରଭୁଙ୍କ ପ୍ରତିମୂର୍ତ୍ତି ନିର୍ମାଣ, ବ୍ରହ୍ମସ୍ଥାପନା ପର୍ଯ୍ୟନ୍ତ ବିଭ୍ରାଟ ପରେ ବିଭ୍ରାଟ। ପୁଣି ଶ୍ରୀମନ୍ଦିରର ସେବା, ନୀତିକୁ ନେଇ ନାନା ବିଶୃଙ୍ଖଳା। ସତେ ଯେମିତି ଶ୍ରୀଜଗନ୍ନାଥ ହେଉଛନ୍ତି କିଛି ଲୋକଙ୍କ ହାତର ଖେଳନା। ଚାରିଆଡ଼ୁ ତୀବ୍ର ପ୍ରତିବାଦ ଓ ଦାବି ଉଠିଲା ଏପରି ବିଭ୍ରାଟକାରୀଙ୍କୁ ଦଣ୍ଡିତ କରିବାକୁ। ହେଲେ ନା ଶାସନର ମଙ୍ଗୁଆଳମାନେ ଦଣ୍ଡିତ କଲେ ନା ନ୍ୟାୟାଳୟର ନିକିତିଧାରୀମାନେ। ଆହୁରି ବି ଶହ ଶହ ବର୍ଷ ଧରି ବନ୍ଦ ହୋଇ ରହିଥିବା ରତ୍ନଭଣ୍ଡାରକୁ ଖୋଲି ଶ୍ରୀଜୀଉଙ୍କର ରତ୍ନଅଳଙ୍କାରଗୁଡ଼ିକର ମୂଲ୍ୟାଙ୍କନ କରିବାର ଚିନ୍ତା ଏକ ଆସ୍ପର୍ଦ୍ଧା ବୋଲି ମନେହୁଏ। କୁହାଯାଏ ପ୍ରଭୁ ଶେଷନାଗଙ୍କ ସୁଦକ୍ଷ ପହରାରେ ସୁରକ୍ଷିତ ଥିବା ଭଣ୍ଡାରକୁ ଖୋଲିବାକୁ ଅନେକଥର ଉଦ୍ୟମ କରିଛି ଏ ମଣିଷ। ମାତ୍ର ବିଭିନ୍ନ ଅଲୌକିକ କାରଣରୁ ଏଥିରେ ସଫଳ ହୋଇପାରିନି। କିନ୍ତୁ ନ୍ୟାୟାଳୟର ନିର୍ଦ୍ଦେଶକ୍ରମେ ଖୋଲିବାକୁ ପ୍ରୟାସ କରିଥିଲା ପ୍ରଶାସନ। ରତ୍ନଭଣ୍ଡାର ସୁରକ୍ଷାର ଚିନ୍ତା ଅପେକ୍ଷା ଅଧିକ ଆଗ୍ରହ ଥିଲା ଦୁର୍ମୂଲ୍ୟ ଅଳଙ୍କାରଗୁଡ଼ିକର ଆକଳନରେ।
ଫେରି ଚାହିଁବା ବର୍ଷଟିଏ ପଛକୁ। ବର୍ଷାର ମାସ ଆଷାଢ଼-ଶ୍ରାବଣରେ ବି ଓଡ଼ିଶାରେ ଅଗ୍ନିବର୍ଷା। ଅକସ୍ମାତ୍‌ କାହୁଁ ଆସିଲା ଲଘୁଚାପଟିଏ। ଚାହୁଁ ଚାହୁଁ ବହେ ବର୍ଷିଗଲା ଶୁଖିଲାଟାରୋ। ମନେହେଲା ସତେଯେମିତି ଆକାଶଟି କଣା ହୋଇଯାଇଛି। ବାରଘଣ୍ଟାର ଅବିଶ୍ରାନ୍ତ ବର୍ଷାରେ ପୁରୀର ଅବସ୍ଥା ବାର ବାଜିଗଲା। ବେହାଲ ହେଲା ବଡ଼ଦାଣ୍ଡ। ଠାକୁରଙ୍କ ଠିକ୍‌ ବାହୁଡ଼ାଯାତ୍ରାର ଆଗଦିନରେ ବଡ଼ଦାଣ୍ଡରେ ଡଙ୍ଗା ଚାଲିବା ଅବସ୍ଥା ସୃଷ୍ଟି ହେଲା। ମନେ ହେଲା ସତେ ଯେମିତି ବଡ଼ଦେଉଳକୁ ଫେରିବାକୁ ବଡ଼ଠାକୁର ଅମଙ୍ଗ। ସେତେବେଳେ ଆମେ ମଣିଷମାନେ ଟିକେ ବି ହେଜିଲୁ ନାହିଁ କି ନିଜକୁ ସୁଧାରିବାକୁ ଚେଷ୍ଟା କଲୁନି। ନିଜ ନିଜ ଢଙ୍ଗରେ ଆହୁରି ଉପତ୍ାତ କଲୁ। ବାସ୍‌ ଠିକ୍‌ ଦଶମାସ ପରେ ଭକ୍ତାଧୀନ ଭଗବାନ ଭୋଗିବାକୁ ଦେଲେ ଆମ କୃତକର୍ମର ପରାଭବ।
ଅବଶ୍ୟ ଏହା ଏକ ପ୍ରାକୃତିକ ବିପତ୍ତି, ଯାହା ଅନସ୍ବୀକାର୍ଯ୍ୟ। ସୁଖ ସାଉଁଟିବାକୁ ବ୍ୟଗ୍ର ହୋଇ ଦୌଡ଼ୁଥିବା ମଣିଷର ଅପରିଣାମଦର୍ଶିତାର କୁପରିଣତି ହେଉଛି ଜଳବାୟୁର ଅସ୍ବାଭାବିକ ପରିବର୍ତ୍ତନ। ପ୍ରକୃତି ମାଆକୁ ଗୋଟିଏ ହାତରେ ଉପାସନା କଲେ ସେ କୋଟିଏ ହାତରେ ଆମକୁ ଆଶିଷ ଅଜାଡ଼ି ଦିଅନ୍ତି। କିନ୍ତୁ ଆମେ ପ୍ରକୃତିମାଆର ଶୋଷଣ କରିଚାଲିଛୁ। ଫନୀକୁ ନେଇ ଏଠି ଅୟୁତ ପ୍ରଶ୍ନ। ଏହା ସମଗ୍ର ଉପକୂଳ ଇଲାକାକୁ କବଳିତ ନ କରି କାହିଁକି ତାଣ୍ଡବ ରଚିଲା ପୁରୀ, ଭୁବନେଶ୍ୱର ଓ କଟକରେ? ପ୍ରକୃତି ମାଆର ଏହା ପ୍ରକୋପ ବୋଲି ଆମକୁ ସ୍ବୀକାର କରିବାକୁ ହେବ। ଆହୁରି ବି ମାନିବାକୁ ହେବ, ଆମକୁ ମହାଶିକ୍ଷାଟିଏ ଦେବାକୁ ପ୍ରକୃତି ମାଧ୍ୟମରେ ମହାପ୍ରଭୁ ଶକ୍ତ ପ୍ରହାରଟିଏ ଦେଇଛନ୍ତି ବୋଲି। ବିଜ୍ଞାନବିଶ୍ୱାସୀ ଭୌତିକବାଦୀ ଆମେ ବିନା ତର୍କପ୍ରମାଣରେ କିଛି ବି ବିଶ୍ୱାସ କରିବାକୁ ପ୍ରସ୍ତୁତ ନୋହୁଁ। ମାତ୍ର ଏହା ମଧ୍ୟ ସତ୍ୟ ଯେ ଈଶ୍ୱରଙ୍କ ଲୀଳା ବୁଝିବାକୁ ବିଜ୍ଞାନ ବି ବାଟ ପାଏନା ବେଳେ ବେଳେ। ଦିଆଯାଇଥିବା ବିଷକୁ ଈଶ୍ୱରଙ୍କ ଚରଣାମୃତ ବୋଲି ମନେକରି ପିଇଥିବା ମୀରାବାଈଙ୍କ କ୍ଷେତ୍ରରେ ବିଜ୍ଞାନ ବାଟବଣା ହୋଇଯାଏ। ବିନା ଚକ୍ଷୁଦାନ ଅବା ଅସ୍ତ୍ରୋପଚାରରେ ସନ୍ଥ ଅନ୍ଧ ସୁର ଦାସ ଦୃଷ୍ଟିଶକ୍ତି ଫେରି ପାଇବା ଆଦି ଅଜସ୍ର ଦୃଷ୍ଟାନ୍ତ ଈଶ୍ୱରଙ୍କ ଅଲୌକିକତାର ଏକ ଏକ ଅମୃତ ଅନୁଭବ। ଶ୍ରୀଜଗନ୍ନାଥ ଦର୍ଶନର ମୂଳତତ୍ତ୍ୱ ହେଉଛି ପ୍ରକୃତିର ପୋଷଣ ଓ ଜୀବନର ଉତ୍ତରଣ। ଏହା ସତ୍ତ୍ୱେ ଆଜିର ଉଦ୍‌ଭ୍ରାନ୍ତ ମାନବ ଯଦି ଏହା ବୁଝି ପାରି ନିଜକୁ ନ ସୁଧାରିଲା, ଆଗକୁ ହୁଏ ତ ଆମକୁ ସାମ୍ନା କରିବାକୁ ପଡ଼ିପାରେ ଏହାଠୁ ବଳି ଆହୁରି ଭୟଙ୍କର ବିପତ୍ତି।
ମୋ- ୯୪୩୭୪୩୬୦୭୩


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଜଳବାୟୁ ପରିବର୍ତ୍ତନ ସଙ୍କଟ ଗମ୍ଭୀର ହେବାରେ ଲାଗିଛି। ପ୍ରାକୃତିକ ବିପର୍ଯ୍ୟୟର ତୀବ୍ରତା ବୃଦ୍ଧି ପାଉଥିବାବେଳେ କୃଷି ଓ ଜୀବନ ଜୀବିକା ପ୍ରଭାବିତ ହେଉଛି। ଏହାକୁ ନେଇ ଜାତୀୟ…

ଶେଷ ଧାଡ଼ିର ସ୍ବର

ଜଣେ ସରଳ, ଆଦିବାସୀ ମଣିଷର ବ୍ୟାଙ୍କକୁ ‘ଗୁହାରି’ ସାରା ବିଶ୍ୱକୁ ଚକିତ କଲା। ନିଜ ମୃତ ଭଉଣୀର ଖାତାରେ ଥିବା ଟଙ୍କା ଉଠାଣ ପାଇଁ କେତେଥର ବ୍ୟାଙ୍କକୁ…

ପରା ଓ ଅପରା ବିଦ୍ୟା

ବିଦ୍ୟା ୟା ବିମୁକ୍ତୟେ’ ଏମନ୍ତ ଆପ୍ତ ବାକ୍ୟ ସହିତ ସମସ୍ତେ ଊଣା ଅଧିକେ ଅବଗତ। ବିଷ୍ଣୁ ପୁରାଣରେ ଉଲ୍ଲିଖିତ ଏହି କଥାଟି ଏକ ଅବିସମ୍ବାଦିତ ସତ୍ୟ ଭାବରେ…

୩ ବର୍ଷ ପରେ ମଣିପୁର

ମଣିପୁରରେ ୨୦୨୩ ମେ’ ୩ରେ ଘଟିଥିବା ଜାତିଆଣ ହିଂସାକୁ ଏବେ ୩ ବର୍ଷ ପୂରିଛି। ଏହି ସମୟ ମଧ୍ୟରେ ନିର୍ବାଚିତ ମୁଖ୍ୟମନ୍ତ୍ରୀ ଏନ୍‌. ବୀରେନ୍‌ ସିଂ ପଦବୀରୁ…

ଏଇ ଭାରତରେ

ନଡ଼ିଆକତାକୁ ସାମଗ୍ରୀ ତିଆରି କରିବାରେ ଯେତିକି ବ୍ୟବହାର କରାଯାଉଛି ତାହାଠାରୁ ଅଧିକ ବର୍ଜ୍ୟ ଆକାରରେ ପିଙ୍ଗି ଦିଆଯାଉଛି। ତେବେ ଏହି କତା ବର୍ଜ୍ୟକୁ କେରଳର ଅର୍ଦ୍ରା ନାୟର…

ଯୋଗ ଦିବାରାତ୍ରି

ଭାରତ ନେତୃତ୍ୱରେ ସାରା ବିଶ୍ୱରେ ପାଳିତ ଯୋଗଦିବସରେ ଶହଶହ ଯୋଗୀ ଓ ଯୋଗିନୀ ବିଭିନ୍ନ ଆସନ, ପ୍ରାଣାୟାମ ଇତ୍ୟାଦି ପତଞ୍ଜଳିକୃତ ଯୋଗମାର୍ଗ ପ୍ରଦର୍ଶନ କରନ୍ତି । ଯୋଗ କଲେ…

ସବୁଜ ଶକ୍ତି ଓ ନିଯୁକ୍ତି ସୁଯୋଗ

ଶ୍ୱତାପନ ଓ ଜଳବାୟୁ ପରିବର୍ତ୍ତନ ପରି ଗମ୍ଭୀର ପରିବେଶ ସମସ୍ୟାର ପ୍ରଚ୍ଛଦରେ ରହିଛି ଶକ୍ତି ଉତ୍ପାଦନର ପ୍ରମୁଖ ଉତ୍ସ କୋଇଲା, ପେଟ୍ରୋଲିୟମ ତୈଳ ଏବଂ ପ୍ରାକୃତିକ ଗ୍ୟାସ…

ପକ୍ଷପାତ ବିଚାର

ଆପଣ ଯଦି ଜଣେ ସାଧାରଣ ବ୍ୟକ୍ତି, ତେବେ ଯେକୌଣସି ଦଳକୁ ସମର୍ଥନ କରିପାରିବେ ଏବଂ ଭୋଟ ଦେଇପାରିବେ। ଡିଏମ୍‌କେ, ଏଡିଏମ୍‌କେ, ଟିଡିପି, ଏନ୍‌ସିପି, ପିଡିପି, ଟିଏମ୍‌ସି, ଆଇଏନ୍‌ସି,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri