Posted inଖେଳ

ମୁମ୍ବାଇ, ହାଇଦ୍ରାବାଦ ଟି୨୦ ମ୍ୟାଚ୍‌ର ତାରିଖରେ ଅଦଳବଦଳ

ମୁମ୍ବାଇ,୨୨।୧୧(ପି.ଟି.)- ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ଓ୍ବେଷ୍ଟଇଣ୍ଡିଜ ଓ ଭାରତ ମଧ୍ୟରେ ହେବାକୁ ଥିବା ଟି୨୦ ସିରିଜ୍‌ର ପ୍ରଥମ ଓ ତୃତୀୟ ମ୍ୟାଚ୍‌ର ତାରିଖ ଅଦଳବଦଳ କରିଛି। ଆସନ୍ତା ୬ ତାରିଖରେ ହେବାକୁ ଥିବା ସିରିଜ୍‌ର ପ୍ରଥମ ମ୍ୟାଚ୍‌ ମୁମ୍ବାଇ ପରିବର୍ତ୍ତେ ହାଇଦ୍ରାବାଦରେ ଖେଳାଯିବ। ସେହିଭଳି ୩ୟ ମ୍ୟାଚ୍‌ ଡିସେମ୍ବର ୧୧ ତାରିଖରେ ମୁମ୍ବାଇରେ ଅନୁଷ୍ଠିତ ହେବ। ପୂର୍ବରୁ କାର୍ଯ୍ୟସୂଚୀ ଅନୁଯାୟୀ, ଏହା ହାଇଦ୍ରାବାଦରେ ଖେଳାଯିବାର ଥିଲା। ମୁମ୍ବାଇ ପୋଲିସ ୬ ତାରିଖରେ ମ୍ୟାଚ୍‌ ହେଲେ ସୁରକ୍ଷା ଦେବାକୁ ଅକ୍ଷମତା ଦର୍ଶାଇବା ପରେ ବିସିସିଆଇ ପକ୍ଷରୁ ଏଭଳି ନିଷ୍ପତ୍ତି ନିଆଯାଇଛି। ଉକ୍ତ ଦିନ ଡ. ବି. ଆର. ଆମ୍ବେଡକରଙ୍କ ଶ୍ରାଦ୍ଧ ବର୍ଷିକ ଓ ବାବ୍ରି ମସଜିଦ୍‌ ଭଙ୍ଗ ଯିବାର ଦିନ ହୋଇଥିବାରୁ ମୁମ୍ବାଇ ହାଇ ଆଲର୍ଟରେ ରହିବ। ଏଥିଯୋଗୁ ମ୍ୟାଚ୍‌ ଲାଗି ସୁରକ୍ଷା ଯୋଗାଇ ଦେଇ ପାରିବ ନାହିଁ ବୋଲି ମୁମ୍ବାଇ ପୋଲିସ ପକ୍ଷରୁ କୁହାଯାଇଥିଲା। ମୁମ୍ବାଇ (ଡିସେମ୍ବର ୬) ଓ ହାଇଦ୍ରାବାଦ (ଡିସେମ୍ବର ୧୧) ମ୍ୟାଚ୍‌ର ତାରିଖକୁ ଅଦଳବଦଳ କରିବାକୁ ବିସିସିଆଇ ରାଜି ହୋଇଥିବା ଏମ୍‌ସିଏର ଜଣେ ସିନିୟର କର୍ମକର୍ତ୍ତା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

କିମ୍ବଦନ୍ତୀ ବ୍ୟାଟ୍ସମ୍ୟାନ ଲାରା ମେଡିକାଲରେ ଭର୍ତ୍ତି

ମୁମ୍ବାଇ,୨୫।୬(ପିଟି)- ଓ୍ବେଷ୍ଟଇଣ୍ଡିଜ ଦଳର ପୂର୍ବତନ ଅଧିନାୟକ ବ୍ରାଏନ ଲାରା ମଙ୍ଗଳବାର ମେଡିକଲାରେ ଭର୍ତ୍ତି ହୋଇଛନ୍ତି। କିନ୍ତୁ ସେ ଏବେ ସୁସ୍ଥ ଅଛନ୍ତି ଓ ତାଙ୍କୁ ତୁରନ୍ତ...

ପରାଜୟ ସତ୍ତ୍ୱେ ଫାଇନାଲରେ ଭାରତୀୟ ଯୁବ ଦଳ

ବେକେନହାମ୍‌ (ୟୁକେ), ୧୦।୮ (ପି.ଟି.): ଏଠାରେ ଅନୁଷ୍ଠିତ ୧୯ ବର୍ଷରୁ କମ୍‌ ଦିନିକିଆ ତ୍ରି-ରାଷ୍ଟ୍ରୀୟ ସିରିଜର ଏକ ମ୍ୟାଚ୍‌ରେ ଭାରତୀୟ ଯୁବ ଦଳ ଡିଏଲ୍‌ ପଦ୍ଧତିରେ...

ଋତୁପର୍ଣ୍ଣା ଚାମ୍ପିୟନ

ଭୁବନେଶ୍ୱର, ୨୦।୧(କ୍ରୀଡ଼ା ପ୍ରତିନିଧି)- ଓଡ଼ିଶାର ପ୍ରତିଭା ସମ୍ପନ୍ନ ବ୍ୟାଡ୍‌ମିଣ୍ଟନ ଖେଳାଳି ଋତୁପର୍ଣ୍ଣା ପଣ୍ଡା କ୍ୟାରିୟରରେ ଆଉ ଏକ ଟାଇଟଲ ହାସଲ କରିଛନ୍ତି। ଗୋଆରେ ଅନୁଷ୍ଠିତ ୟୋନେକ୍ସ...

ଭାରତୀୟ ଯୁବତୀଙ୍କୁ ବିବାହ କରିଥିଲେ ଏହିସବୁ ପାକିସ୍ତାନୀ କ୍ରିକେଟର

ପାକିସ୍ତାନ ବୋଲର୍‌ ହସନ ଅଲ୍ଳୀ ମଙ୍ଗଳବାର ଭାରତୀୟ ଯୁବତୀ ସାମିଆ ଅରଜୁଙ୍କୁ ବିବାହ କରିବାକୁ ଯାଉଛନ୍ତି। ଏହା ପୂର୍ବରୁ ମଧ୍ୟ ଅନେକ ପାକିସ୍ତାନ କ୍ରିକେଟର ଭାରତୀୟ...

ଶରଣକୁଳ ସର୍ବଭାରତୀୟ ଫୁଟବଲ୍‌: ସୁନାବେଡ଼ାକୁ ହରାଇ ମଧ୍ୟପ୍ରଦେଶ ଚାମ୍ପିୟନ୍‌

ନୟାଗଡ଼ ଅଫିସ,୧୧।୧୧- ନୟାଗଡ଼ ଜିଲା ଶରଣକୁଳ ଲଡ଼ୁକେଶ ଆଥ୍‌ଲେଟିକ ଆସୋସିଏଶନ ଆନୁକୁଲ୍ୟରେ ଅନୁଷ୍ଠିତ ୬୦ତମ ସର୍ବଭାରତୀୟ ଫୁଟବଲ୍‌ ଟୁର୍ନାମେଣ୍ଟରେ ମଧ୍ୟପ୍ରଦେଶର ରତଲାମ୍‌ ସିଟି ଫୁଟବଲ୍‌ କ୍ଲବ...

ରୋହିତଙ୍କ ପାଇଁ ରେକର୍ଡ ଭାଙ୍ଗିବା ସୁଯୋଗ

ଲୌଡରହିଲ(ଆମେରିକା), ୨।୮(ପି.ଟି.)- ଭାରତ ଓ ଓ୍ବେଷ୍ଟଇଣ୍ଡିଜ ମଧ୍ୟରେ ଟି୨୦ ସିରିଜର ପ୍ରଥମ ମ୍ୟାଚ ଶନିବାର ଏଠାରେ ଖେଳାଯିବ। ଏଥିରେ ଭାରତର ରନ୍‌ ମେସିନ ରୋହିତ ଶର୍ମାଙ୍କ...

କ୍ରିକେଟର ଯାଦୁଗର ଡନ ବ୍ରାଡ୍‌ମ୍ୟାନ୍‌ କେତୋଟି ଛକା ମାରିଥିଲେ ଜାଣନ୍ତି କି

ସାର୍‌ ଡନ୍‌ ବ୍ରାଡ୍‌ମ୍ୟାନ୍‌ କ୍ରିକେଟର ଏକ ପରିଚିତ ନାମ। ୧୯୦୮, ଅଗଷ୍ଟ ୨୭ରେ ଅଷ୍ଟ୍ରେଲିଆରେ ଜନ୍ମିତ ଏହି ମହାନ୍‌ କ୍ରିକେଟର ୧୯୨୮ରେ ବ୍ରିସ୍‌ବେନ୍‌ରେ ଇଂଲଣ୍ଡ ବିପକ୍ଷରେ...

ନୂଆ ରୂପରେ ଟି୧୦ କ୍ରିକେଟ

କିଙ୍ଗଷ୍ଟନ, ୨୫ା୫ (ଏଏଫ୍‌ପି)- କରୋନାଭାଇରସ୍‌ ଯୋଗୁ ନୂଆ ରୂପରେ ଦେଖିବାକୁ ମିଳୁଛି ଟି୧୦ କ୍ରିକେଟ। ଷ୍ଟାଡିୟମରେ ସମର୍ଥକ ଉପସ୍ଥିତ ନାହାନ୍ତି। ବଲ୍‌କୁ ଚକ୍‌ଚକ୍‌ କରିବା ଲାଗି...

Coronavirus Update

Archives

Model This Week

Why Dharitri