Posted inଜାତୀୟ

ମୁମ୍ବାଇ ଆସିବା ପୂର୍ବରୁ ଦୁର୍ବଳ ହେଲା ନିସର୍ଗ: ବର୍ଷା ଜାରି, ଟଳିଲା ବଡ଼ ବିପଦ

ମୁମ୍ବାଇ, ୩।୬: ମୁମ୍ବାଇ ମୁହାଁ ହେବା ପୂର୍ବରୁ ସାମୁଦ୍ରିକ ଝଡ଼ ନିସର୍ଗ ଦୁର୍ବଳ ହୋଇଯାଇଛି। ଏହା ଦକ୍ଷିଣ ଦିଗରେ ଆଗକୁ ଗତି କରିଛି। ଫଳରେ ମୁମ୍ବାଇ ଉପରେ ଥିବା ବିପଦ ଟଳି ଯାଇଛି। ପବନର ବେଗ ଘଣ୍ଟାପ୍ରତି ୫୦ କିଲୋମିଟର ଥିବାବେଳେ ବର୍ଷା ଜାରି ରହିଛି। ତେଣୁ କ୍ଷୟକ୍ଷତିର ଆଶଙ୍କା ହ୍ରାସ ପାଇଥିବା ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି। ଉଦ୍ଧାର କାର୍ଯ୍ୟ ପାଇଁ ମହାରାଷ୍ଟ୍ରରେ ୨୦ ଏନ୍‌ଡିଆର୍‌ଏଫ୍‌ ଦଳଙ୍କୁ ମୁତୟନ କରାଯାଇଛି। ସେଥିମଧ୍ୟରୁ ୮ଟି ଦଳ ମୁମ୍ବାଇରେ କାର୍ଯ୍ୟ କରୁଥିବାବେଳେ ରାୟଗଡ଼ରେ ୫ ଏବଂ ପାଲଘରରେ ୨ଟି ଦଳ ରହିଛନ୍ତି। ଲୋକଙ୍କୁ ଘରୁ ନ ବାହାରିବାକୁ ପ୍ରଶାସନ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ରୋହିଙ୍ଗ୍ୟାଙ୍କୁ ନିର୍ବାସିତ କରିବାର ଯୋଜନା ଏବେ ନାହିଁ, ସୁପ୍ରିମ୍‌କୋର୍ଟରେ ଉତ୍ତର ରଖିଲେ ରାଜ୍ୟ ସରକାର…

ନୂଆଦିଲ୍ଲୀ,୨୬।୧୦: କର୍ନାଟକରେ ଥିବା ରୋହିଙ୍ଗ୍ୟା ଶରଣାର୍ଥୀଙ୍କୁ ଏବେ ନିର୍ବାସିତ କରିବାର କୌଣସି ଯୋଜନା ନାହିଁ। ପରବର୍ତ୍ତୀ ସମୟରେ ଏନେଇ ପଦକ୍ଷେପ ଗ୍ରହଣ କରାଯିବ। ତେବେ ତତ୍କାଳ...

ଚକ-ଅଖ ଜାମ୍‌: ୧୯୮୮ର ପୁନରାବୃତ୍ତି, ମୋଦି ସରକାରଙ୍କ ପାଇଁ ଚେତାବନୀ

ନୂଆଦିଲ୍ଲୀ,୮।୧୨: କୃଷି ଆଇନକୁ ନେଇ ମଙ୍ଗଳବାର ଦେଶବ୍ୟାପୀ ଅନ୍ନଦାତାଙ୍କ ପକ୍ଷରୁ ଦିଆଯାଇଥିବା ଭାରତ ବନ୍ଦ ଡାକରାରେ ଚକ-ଅଖ ଜାମ୍‌ ହୋଇ ଯାଇଛି। ପ୍ରଦର୍ଶନକାରୀ ଚାଷୀମାନେ ବହୁ...

ହେଲିକପ୍ଟରରେ ବସି କାଉଡିଆଙ୍କ ଉପରେ ଫୁଲବର୍ଷା କଲେ ମୁଖ୍ୟମନ୍ତ୍ରୀ

ଲକ୍ଷ୍ନୌ,୨୫।୭: ଶ୍ରାବଣର ଦ୍ୱିତୀୟ ସୋମବାର ଅବସରରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ହେଲିକପ୍ଟରରେ ବସି କାଉଡି ଯାତ୍ରାର ସର୍ବେକ୍ଷଣ କରିଛନ୍ତି। ଏହି ଅବସରରେ ସେ କାଉଡିଆଙ୍କ ଉପରେ...

ଜଷ୍ଟିସ୍‌ ଗୋଗୋଇ ଭାଜପାର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ହେବା ନେଇ ଚର୍ଚ୍ଚା

ନୂଆଦିଲ୍ଲୀ, ୨୪।୮ : ଭାରତର ପୂର୍ବତନ ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇ ଆସନ୍ତା ବର୍ଷ ଆସାମ ବିଧାନସଭା ନିର୍ବାଚନରେ ଭାଜପାର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ହେବେ ବୋଲି...

ଗଣେଶ ମୂର୍ତ୍ତି ବିସର୍ଜନ ପୂର୍ବରୁ ମୁମ୍ବାଇ ପୋଲିସର ହାଇ ଆଲର୍ଟ, ସମ୍ପୂର୍ଣ୍ଣ ସହରରେ କଡା ସୁରକ୍ଷା ବ୍ୟବସ୍ଥା

ମୁମ୍ବାଇ,୧୯ ।୯: ଗଣେଶ ଉତ୍ସବର ଶେଷ ଦିନ ରବିବାର ମୁମ୍ବାଇରେ ମୂର୍ତ୍ତି ବିର୍ସନ କରାଯିବ । ବିସର୍ଜନ ପୂର୍ବରୁ ମୁମ୍ବାଇ ପୋଲିସ ସମ୍ପୂର୍ଣ୍ଣ ସହରରେ ସୁରକ୍ଷା...

ବିଶ୍ୱର ସବୁଠାରୁ ଉଚ୍ଚ ପୋଲିଂ ବୁଥ୍‌ରେ ହୋଇଛି ୧୪୩ ପ୍ରତିଶତ ମତଦାନ

ଶିମ୍‌ଲା,୨୦।୫: ଅବିଶ୍ୱାସ ଲାଗୁଥିଲେ ବି ସତ। ବିଶ୍ୱର ସବୁଠାରୁ ଉଚ୍ଚରେ ଥିବା ହିମାଚଳ ପ୍ରଦେଶର ତାସିଗାଙ୍ଗ ଗାଁରେ ରବିବାର ଲୋକ ସଭା ନିର୍ବାଚନର ଶେଷ ପର୍ଯ୍ୟାୟରେ...

ମୁଖ୍ୟମନ୍ତ୍ରୀ ପଦରୁ ହଟାଇବା ପାଇଁ ମମତାଙ୍କ ନାଁରେ ସୁପ୍ରିମକୋର୍ଟରେ ଆବେଦନ

କୋଲକାତା,୬।୧: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ମୁଖ୍ୟମନ୍ତ୍ରୀ ପଦରୁ ହଟାଇବା ପାଇଁ ସୋମବାର ସୁପ୍ରିମକୋର୍ଟରେ ଏକ ଆବେଦନ କରାଯାଇଛି। ମମତାଙ୍କୁ ପଦରୁ ହଟାଇବା ପାଇଁ ରାଜ୍ୟପାଳ...

କର୍ନାଟକ ସରକାରଙ୍କ ବରଖାସ୍ତ ଦାବିକଲା କଂଗ୍ରେସ

ବେଙ୍ଗାଲୁରୁ,୩ା୧୧(ପି.ଟି.): କର୍ନାଟକରେ ବିଦ୍ରୋହୀ କଂଗ୍ରେସ-ଜେଡିଏସ୍‌ ବିଧାୟକମାନଙ୍କୁ ଅଯୋଗ୍ୟ ଘୋଷଣା କରାଯିବା ପଛରେ ଭାଜପା କେନ୍ଦ୍ରୀୟ ନେତୃତ୍ୱ ସମ୍ପୃକ୍ତ ଥିଲେ ବୋଲି ମୁଖ୍ୟମନ୍ତ୍ରୀ ବି.ଏସ୍‌. ୟେଦୁରପ୍ପା କହିଥିବାର...

Advertisement
Archives

Model This Week