Posted inଜାତୀୟ

ମୁମ୍ବାଇରେ ପ୍ରବଳ ବର୍ଷା: ଟ୍ରେନ୍‌ ଓ ଗାଡ଼ି ଚଳାଚଳ ବ୍ୟାହତ

ମୁମ୍ବାଇ,୨ା୭(ପି.ଟି.): ମୁମ୍ବାଇରେ ପ୍ରବଳ ବର୍ଷା ଯୋଗୁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି। ବିଭିନ୍ନ ସ୍ଥାନରେ ପାଣି ଜମି ରହିବା ଫଳରେ ଟ୍ରେନ୍‌ ଓ ଗାଡ଼ି ଚଳାଚଳ ବ୍ୟାହତ ହୋଇଛି। ମୁମ୍ବାଇ ସମେତ ଥାନେ, ପାଲଘର ଓ ଏହାର ଆଖପାଖ ଅଞ୍ଚଳରେ ଆଉ ୩ ଦିନ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଥିବାରୁ ଲୋକଙ୍କ ଚିନ୍ତା ଆହୁରି ବଢ଼ିଯାଇଛି। ଚେମ୍ବୁର ସମେତ ଅନ୍ୟ କେତେକ ଅଞ୍ଚଳରେ ଲୋକଙ୍କ ଘରେ ପାଣି ପଶିଯାଇଛି। ସେହିପରି ହିନ୍ଦ୍‌ମାତା, ପାରେଲ, ଲାଲବାଗ୍‌, ସେନାପତି ବାପଟ ରୋଡରେ ପାଣି ଜମି ରହିଛି। ୧୨ଟି ସ୍ଥାନରେ କାନ୍ଥ ଭୁଶୁଡିଥିବା ଜଣାପଡିଛି। ମୁମ୍ବାଇରେ ଦୁଇଦିନରେ ୫୪୦ ମିଲିମିଟର ବର୍ଷା ହୋଇଥିବା ମ୍ୟୁନିସିପାଲ କମିଶନର ପ୍ରବୀଣ ପରଦେଶୀ କହିଛନ୍ତି। ସହରରେ ବର୍ଷାଜନିତ ଦୁର୍ବିପାକ ପାଇଁ ସେ ଜଳବାୟୁ ପରିବର୍ତ୍ତନ ଓ ଭୌଗୋଳିକ ସ୍ଥିତିକୁ ଦାୟୀ କରିଛନ୍ତି।
ସିଓନ ଏବଂ ମାତୁଙ୍ଗା ଷ୍ଟେଶନ ମଧ୍ୟରେ ରେଳଧାରଣା ବୁଡିଯାଇଥିବାରୁ ଟ୍ରେନ ଚଳାଚଳ ବନ୍ଦ ରହିଛି। ଦାଦରର ହିନ୍ଦ୍‌ମାତା ଅଞ୍ଚଳରେ ରାସ୍ତା ଉପରେ ଆଣ୍ଠୁଏ ପାଣି ଚାଲୁଥିବାରୁ ସେଥିରେ ପିଲାମାନେ ସନ୍ତରଣ କରୁଥିବା ଦେଖିବାକୁ ମିଳିଛି। ପାଣି ନ କମିବା ପର୍ଯ୍ୟନ୍ତ ରାସ୍ତାରେ ଗାଡ଼ି ନ ଚଳାଇବାକୁ ବିଏମ୍‌ସି ପକ୍ଷରୁ ଜନସାଧାରଣଙ୍କୁ ଅନୁରୋଧ କରାଯାଇଛି। ଟ୍ରେନ ଚଳାଚଳରେ ବିଳମ୍ବ ଯୋଗୁ ବିଭିନ୍ନ ଷ୍ଟେଶନରେ ପ୍ରବଳ ଗହଳି ଦେଖାଯାଇଛି। ପାଲଘର ଜିଲାରେ ପ୍ରବଳ ବର୍ଷା ସାଙ୍ଗକୁ ପୁନେର ଲୋନାଭାଲା ହିଲ୍‌ଷ୍ଟେଶନରେ ରେଳଲାଇନ କ୍ଷତିଗ୍ରସ୍ତ ହୋଇଥିବାରୁ ସକାଳେ ୨୭ଟି ଦୂରଗାମୀ ଟ୍ରେନ୍‌ ଚଳାଚଳକୁ ବାତିଲ କରିଦିଆଯାଇଥିଲା। ସେହିପରି କେତେକ ସ୍ଥାନରେ ରେଳଲାଇନ ପାଣିରେ ବୁଡ଼ି ରହିଥିବାରୁ ଅନ୍ୟ କେତେକ ଟ୍ରେନ୍‌ର ଚଳାଚଳକୁ ସଂକ୍ଷିପ୍ତ କରାଯାଇଥିଲା। ସେହିପରି କରଜାଟ ଏବଂ ଲୋନାଭାଲା ମଧ୍ୟବର୍ତ୍ତୀ ପଶ୍ଚିମଘାଟ ସେକ୍ସନ୍‌ରେ ଏକ ମାଲବାହୀ ଟ୍ରେନ ଲାଇନଚ୍ୟୁତ ହେବାରୁ ଉକ୍ତ ଲାଇନରେ ଟ୍ରେନ ଚଳାଚଳ ବ୍ୟାହତ ହୋଇଥିଲା। ମୁମ୍ବାଇ ଓ ପୁନେ ମଧ୍ୟରେ ଯାତାୟାତ କରୁଥିବା ସଟଲ୍‌ ଟ୍ରେନଗୁଡିକର ଚଳାଚଳ ମଧ୍ୟ ବ୍ୟାହତ ହୋଇଥିଲା। ସୋମବାର ହଜାର ହଜାର ସରକାରୀ ଓ ଘରୋଇ କର୍ମଚାରୀ ବର୍ଷା ଯୋଗୁ କାର୍ଯ୍ୟରେ ଯୋଗ ଦେଇପାରି ନାହାନ୍ତି। ରାସ୍ତାରେ ପଟ୍‌ହୋଲ୍‌ ଲୋକମାନଙ୍କ ପାଇଁ ସମସ୍ୟା ସୃଷ୍ଟି କରିଛି ବୋଲି ଦୈନନ୍ଦିନ ଓ୍ବେଷ୍ଟର୍ନ ଏକ୍ସପ୍ରେସ୍‌ ହାଇଓ୍ବେରେ ଯାତାୟାତ କରୁଥିବା ଜଣେ ବ୍ୟକ୍ତି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

‘ମା କହିଥିଲେ ଭଲ ପୁଅ ବାଛିବାକୁ; ମୁଁ ରାହୁଲକୁ ବାଛିଲି’ – ରାହୁଲ ଗାନ୍ଧୀଙ୍କ ଜଣେ ‘ଫ୍ୟାନଗର୍ଲ’ଙ୍କ ପୋଷ୍ଟର ଭାଇରାଲ

ପୁଣେ,୨୩।୮: କଂଗ୍ରେସ ସାଂସଦ ଏବଂ ଲୋକ ସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଶନିବାର (୨୨ ଅଗଷ୍ଟ, ୨୦୨୬) ପୁଣେରେ ଅନୁଷ୍ଠିତ ‘ଛାତ୍ରୋଁ କି ଗୁଞ୍ଜ’…

ରେଭନ୍ତ ରେଡ୍ଡୀଙ୍କୁ ଆମେରିକା ଯିବା ପାଇଁ ମିଳିଲା ନାହିଁ ଅନୁମତି, ଜାଣନ୍ତୁ ସରକାରୀ ଅନୁମତି କିପରି ମିଳିଥାଏ

ନୂଆଦିଲ୍ଲୀ,୨୩।୮: ତେଲଙ୍ଗାନା ମୁଖ୍ୟମନ୍ତ୍ରୀ ରେବନ୍ତ ରେଡ୍ଡୀ ଏବେ ୟୁକେରୁ ସିଧାସଳଖ ଭାରତ ଫେରିବେ; ସରକାରୀ ଅନୁମୋଦନ ଅଭାବରୁ ତାଙ୍କର ଆମେରିକା ଗସ୍ତ ବାତିଲ କରାଯାଇଛି। ସେ ଇଂଲଣ୍ଡ…

ଖୁଦୁରୁକୁଣୀ ପୂଜା ପାଇଁ ନଦୀକୁ ଯାଇ ବୁଡ଼ିଗଲେ ଜଣେ ଯୁବତୀ, ୩ ଅଳ୍ପକେ ରକ୍ଷା

ଧାମନଗର,୨୩ା୮(ସନ୍ତୋଷ କୁମାର ମହାପାତ୍ର): ଖୁଦୁରୁକୁଣୀ ପୂଜା ପାଇଁ ନିକଟସ୍ଥ ନଦୀକୁ ଯାଇ ଏକ ଦୁଃଖଦ ଘଟଣା ଘଟିଛି। ରବିବାର ସକାଳେ ୪ ଜଣ ଝିଅ ନଦୀକୁ ଯାଇଥିବାବେଳେ…

ପୋଲିସ କର୍ମଚାରୀଙ୍କୁ ଲାଠିରେ ମାଡ଼; ଆଖିରେ ପକାଇଲେ ଲଙ୍କା ଗୁଣ୍ଡ, ହେଲେ କାହିଁକି? ଜାଣନ୍ତୁ…

ନୂଆଦିଲ୍ଲୀ,୨୩।୮: ଭାଲସ୍ବା ଡାଏରୀ ଅଞ୍ଚଳରୁ ଦିଲ୍ଲୀ ପୋଲିସ କର୍ମଚାରୀଙ୍କ ଉପରେ ଆକ୍ରମଣ ହୋଇଥିବା ଏକ ଘଟଣା ସାମ୍ନାକୁ ଆସିଛି। ମୁକୁନ୍ଦପୁରର ଜନତା ବିହାର ଅଞ୍ଚଳରେ ବିନା କାଗଜପତ୍ରରେ…

ମୁଖ୍ୟମନ୍ତ୍ରୀ ବସ୍‌ ଧକ୍କାରେ ୨ ଭାଇ ଗୁରୁତର, ବସ୍‌କୁ ଜବତ କରି…

ଦିଗପହଣ୍ଡି,୨୩ା୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଟି.ଗୋବିନ୍ଦପୁର ପଞ୍ଚାୟତ ସାମନ୍ତରାପୁର ଗ୍ରାମ ରାଜଘାଇ ମହୁଲଘୋଡଣି ବୁଲାଣି ନିକଟରେ ରବିବାର ସକାଳେ ମୁଖ୍ୟମନ୍ତ୍ରୀ ସରକାରୀ ବସ୍‌…

‘କଂଗ୍ରେସର ହିନ୍ଦୁ ବିରୋଧୀ କାହାଣୀ’: ମନୁ-ସ୍ମୃତିକୁ ନେଇ ରାହୁଲଙ୍କୁ ଟାର୍ଗେଟ କରିଛି ଭାଜପା

ନୂଆଦିଲ୍ଲୀ,୨୩।୮: ପୁଣେରେ ରାହୁଲ ଗାନ୍ଧୀ ଦାବି କରିଥିଲେ ଯେ ମନୁ-ସ୍ମୃତିରେ ମହିଳାମାନଙ୍କୁ ଅବମାନନା କରୁଥିବା ଶ୍ଳୋକ ଅଛି। ସେ କହିଛନ୍ତି ଯେ ପାଠ୍ୟରେ ମହିଳାମାନେ ଜୀବନର ପ୍ରତ୍ୟେକ…

‘ବିଶ୍ୱବାସୀଙ୍କୁ ଭାରତ ଆସିବା ଉଚିତ ବୋଲି ଅନୁଭବ କରିବା ଦରକାର,’ ମହାକାଶ ଷ୍ଟାର୍ଟଅପ୍ସର ପ୍ରତିଷ୍ଠାତାମାନଙ୍କୁ ଏମିତି କହିଲେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ,୨୩।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାରତର ମହାକାଶ କ୍ଷେତ୍ରକୁ ବିଶ୍ୱ ଆକର୍ଷଣର କେନ୍ଦ୍ର କରିବା ଉପରେ ଗୁରୁତ୍ୱାରୋପ କରିଛନ୍ତି। ମହାକାଶ ଷ୍ଟାର୍ଟଅପଗୁଡ଼ିକର ସିଇଓ ଏବଂ ପ୍ରତିଷ୍ଠାତାମାନଙ୍କ ସହିତ…

ଆଧ୍ୟାତ୍ମିକ ଜ୍ଞାନ ପ୍ରଚାର ପ୍ରସାର ପାଇଁ ଆହ୍ବାନ

ଦିଗପହଣ୍ଡି,୨୩ା୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିଠାରେ ଶନିବାର ଆଧ୍ୟାତ୍ମିକ ଜ୍ଞାନ ପ୍ରଚାର ସଭା ଅନୁଷ୍ଠିତ ହୋଇଯାଇଛି। ପ୍ରମୋଦ ପଣ୍ଡାଙ୍କ ବାସଭବନରେ ଆୟୋଜିତ ସଭାରେ ପୁରୀ ଗୋବର୍ଦ୍ଧନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri