ମୁନିଗୁଡ଼ା ଅଞ୍ଚଳରେ ମାଓବାଦୀ ପୋଷ୍ଟର, ବ୍ୟାନର: ଲୋକେ ଭୟଭୀତ

ମୁନିଗୁଡା,୧୦।୧୧(ଡି.ଏନ୍‌.ଏ.): ରାୟଗଡା ଜିଲା ମୁନିଗୁଡା ବ୍ଲକ ତଥା ଅମ୍ବାଦଳା ଥାନା ଅନ୍ତର୍ଗତ ବିଜାବଣ୍ଡଳି ଗ୍ରାମ ଛକ ନିକଟରେ ରବିବାର ମାଓବାଦୀ ବ୍ୟାନର ଓ ପୋଷ୍ଟର ଲାଗିଥିବା ଦେଖାଯାଇଛି। ଉକ୍ତ ବ୍ୟାନର ଓ ପୋଷ୍ଟରଟି ବଂଶଧାର ଘୁମୁସୁରା ନାଗାବଳି ଡିଭିଜନ କମିଟି ସିପିଆଇ(ମାଓବାଦୀ ) ପକ୍ଷରୁ ଲଗାଯାଇଥିବା ଉଲ୍ଲେଖ ରହିଛି। ଏହି ବ୍ୟାନର ଓ ପୋଷ୍ଟରରେ କାଶ୍ମୀରବାସୀଙ୍କ ଉପରେ ଜୁଲୁମ ବନ୍ଦ କର, ଧାରା ୩୭୦ ଓ ୩୫(ଏ)ର ଉଚ୍ଛେଦକୁ ବିରୋଧ କରନ୍ତୁ, ପାର୍ବତୀ ପାଣ୍ଡ୍ରୁ ସରେଣ୍ଡର କରି ନାହିଁ ତାକୁ ରାୟଗଡା ଏସ୍‌ପି ପଞ୍ଚାୟତ ଖମାରି ଗାଁ ଡଙ୍ଗରରୁ ଗତ ୨୩ ତାରିଖ ରାତିରେ ଅପହରଣ କରିନେଇ ସରେଣ୍ଡର ଦେଖାଇଛନ୍ତି, ଏସ୍‌ପିଙ୍କ ଏପରି ଘୃଣ୍ୟକାର୍ଯ୍ୟକୁ ବିରୋଧ କରନ୍ତୁ, ଫାସିବାଦୀ ମୋଦି-ସଙ୍ଘ ପରିବାରର ଉଗ୍ରରାଷ୍ଟ୍ରବାଦ ଓ ଗେରୁଆ ଆତଙ୍କବାଦୀ କାର୍ଯ୍ୟକଳାପକୁ ବିରୋଧ କରନ୍ତୁ, କାଶ୍ମୀରବାସୀଙ୍କ ଆନ୍ଦୋଳନକୁ, ସମର୍ଥନ କରନ୍ତୁ, କାଶ୍ମୀରବାସୀ ଆତଙ୍କବାଦୀ ନୁହନ୍ତି ମୋଦି-ଅମିତ ଶାହା ବଡ଼ ଆତଙ୍କବାଦୀ, କାଶ୍ମୀର ବାସୀଙ୍କ ବିକାଶ ନୁହେଁ ବରଂ ତାଙ୍କର ଅସ୍ତିତ୍ୱକୁ ଲୋପ କରି ଜମିକୁ ବିଦେଶୀ କମ୍ପାନୀ ହାତରେ ଟେକି ଦେବା ପାଇଁ ଧାରା ୩୭୦ ଓ ୩୫(ଏ)କୁ ହଟାଯାଇଛି, ଏହି ଏକ ଛତ୍ରବାଦୀ ନିଷ୍ପତିକୁ ବିରୋଧ କର, ଭାରତୀୟ କିଣା ମିଡ଼ିଆ କାଶ୍ମିରବାସୀଙ୍କୁ ଗାଳି ଗୁଲଜ କରିବା ବନ୍ଦ କରନ୍ତୁ ବୋଲି ଉଲ୍ଲେଖ ଅଛି l ବିଜାବଣ୍ଡଳୀ ଛକରେ ଗୋଟିଏ ବ୍ୟାନର ଓ ୪ଟି ପୋଷ୍ଟର ଲାଗିଥିବା ଦେଖାଯାଇଛି। ଅଞ୍ଚଳରେ ବ୍ୟାନର ଓ ପୋଷ୍ଟର ଲାଗିବା ପରେ ଅଞ୍ଚଳର ଲୋକେ ଭୟଭୀତ ଅଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?