ମୁଦ୍ରାନୀତି କମିଟି ବୈଠକ ଆରମ୍ଭ

ମୁମ୍ବାଇ,୫-୨: ରିଜର୍ଭ ବ୍ୟାଙ୍କର ଗଭର୍ନର ଶକ୍ତିକାନ୍ତ ଦାସଙ୍କ ଅଧ୍ୟକ୍ଷତାରେ ମୁଦ୍ରାନୀତି କମିଟି ବୈଠକ ମଙ୍ଗଳବାରଠାରୁ ଆରମ୍ଭ ହୋଇଛି। ୬ ସଦସ୍ୟ ବିଶିଷ୍ଟ ଏହି କମିଟିର ବୈଠକ ୩ ଦିନ ଧରି ଚାଲିବା ସହ ମୁଦ୍ରାନୀତିର ବିଭିନ୍ନ ଦିଗ ଉପରେ ଆଲୋଚନା ହେବ। ଏବେ ଅର୍ଥ ବ୍ୟବସ୍ଥା ମାନ୍ଦାବସ୍ଥା ସ୍ଥିତି ଦେଇ ଚାଲୁଥିବା ବେଳେ ବର୍ଦ୍ଧିତ ମୁଦ୍ରାସ୍ଫୀତି, ବିତ୍ତୀୟ ନିଅଣ୍ଟ ଏବଂ ବଜେଟ ଆକଳନ ଭଳି ଚ୍ୟାଲେଞ୍ଜ ବୈଠକରେ ସ୍ଥାନୀତ ହେବ। ପ୍ରତି ୨ ମାସରେ ଅନୁଷ୍ଠିତ ହେଉଥିବା ଏହି ବୈଠକ ରେପୋ ହାର ସମ୍ପର୍କରେ ଘୋଷଣା କରିଥାଏ। ସେହିଭଳି ମୁଦ୍ରାସ୍ଫୀତିକୁ ୪% ମଧ୍ୟରେ ରଖିବା ଦିଗରେ ଏହା ପ୍ରୟାସ କରୁଛି। ଗତ କିଛି ମାସ ଧରି ସ୍ବାଭାବିକ ସ୍ଥିତିରେ ଥିବା ମୁଦ୍ରାସ୍ଫୀତି ଗତ ଡିସେମ୍ବରରେ ୭% ସ୍ତର ଟପିଥିଲା। ଖାଦ୍ୟ ସାମଗ୍ରୀ ଦର ବଢିବା ଯୋଗୁ ଏଭଳି ହୋଇଥିଲା। ସୁଧହାର ଅପରିବର୍ତ୍ତିତ କିମ୍ବା ସୁଧହାର ବୃଦ୍ଧି ଦିଗରେ କମିିଟି ନିଷ୍ପତ୍ତି ନେଇପାରେ ବୋଲି ବିଶେଷଜ୍ଞ କହିଛନ୍ତି। ଗୁରୁବାର ରେପୋ ସମ୍ପର୍କରେ ଘୋଷଣା ହେବ ବୋଲି ଆର୍‌ବିଆଇ ପକ୍ଷରୁ ସୂଚନା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ସୁନା-ରୂପା ମୂଲ୍ୟ ହ୍ରାସ ପାଇବ ନା ବୃଦ୍ଧି ପାଇବ? ବିଶେଷଜ୍ଞ କହିଲେ….

ନୂଆଦିଲ୍ଲୀ,୧୨।୭: ନିବେଶକମାନେ ଆମେରିକା-ଇରାନ ମଧ୍ୟରେ ନୂତନ ଉତ୍ତେଜନା, ଅଶୋଧିତ ତୈଳ ମୂଲ୍ୟରେ ହ୍ରାସ ଏବଂ ମୁଦ୍ରାସ୍ଫୀତି ତଥ୍ୟ ଉପରେ ତୀକ୍ଷ୍ଣ ନଜର ରଖିଥିବାରୁ ଆସନ୍ତା ସପ୍ତାହରେ ସୁନା…

ଫର୍ଚ୍ୟୁନ୍‌ର ସବୁଠୁ ପ୍ରଭାବଶାଳୀ ମହିଳା ତାଲିକାର ୧ମ ସ୍ଥାନରେ ନୀତା ଅମ୍ବାନୀ

ଫର୍ଚ୍ୟୁନ୍‌ ଇଣ୍ଡିଆ ଦ୍ୱାରା ଶୁକ୍ରବାର ଦିନ ମୁମ୍ବାଇସ୍ଥିତ ଫୋର୍‌ ସିଜନ୍ସ ହୋଟେଲଠାରେ ଏହାର ପ୍ରମୁଖ କାର୍ଯ୍ୟକ୍ରମ ‘ମୋଷ୍ଟ୍‌ ପାଓ୍ବାରଫୁଲ୍‌ ଓ୍ବିମେନ୍‌ (ଏମ୍‌ପିଡବ୍ଲ୍ୟୁ), ୨୦୨୬’ ଅନୁଷ୍ଠିତ ହୋଇଯାଇଛି ।…

E-20 ସହିତ ସାଧାରଣ ପେଟ୍ରୋଲ୍ ମଧ୍ୟ… ଏବେ ଗ୍ରାହକଙ୍କୁ ପେଟ୍ରୋଲ ପମ୍ପରେ ମିଳିବ ପେଟ୍ରୋଲର ବିକଳ୍ପ?

ନୂଆଦିଲ୍ଲୀ,୧୧ା୭: E-20 ଇନ୍ଧନ (ଫ୍ୟୁଏଲ୍‌)କୁ ନେଇ ଏବେ ସାରା ଦେଶରେ ହଙ୍ଗାମା ମାତିଛି। ଏଥାନଲ୍ ବ୍ଲେଣ୍ଡେଡ୍ ପେଟ୍ରୋଲ୍ (ଏଥାନଲ୍ ମିଶ୍ରିତ ପେଟ୍ରୋଲ୍‌)କୁ ନେଇ ଆଲୋଚନା ଓ ବିବାଦର…

ଇ୨୦ରୁ ପ୍ରିମିୟମ ପେଟ୍ରୋଲ ଆଡ଼କୁ ମୁହାଁଉଛନ୍ତି ଖାଉଟି, ଜାଣନ୍ତୁ କାହିଁକି…

ନୂଆଦିଲ୍ଲୀ,୧୧ା୭: ଇଥାନଲ ମିଶ୍ରିତ ଇ୨୦ ପେଟ୍ରୋଲ ବ୍ୟବହାରକୁ ନେଇ ଖାଉଟି ସ୍ତରରେ ଚିନ୍ତା ବଢ଼ିବା ପରେ ଏବେ ଦିଲ୍ଲୀ ସମେତ ବିଭିନ୍ନ ସହରରେ ଗାଡ଼ି ମାଲିକମାନେ ବିକଳ୍ପ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri