ମୁଣ୍ଡରେ କେଶ ନ ଥିବା ପୁରୁଷଙ୍କୁ କରୋନା ସଂକ୍ରମଣ ଆଶଙ୍କା ଅଧିକ

ଓ୍ବାଶିଂଟନ, ୬।୬: ପୃଥିବୀରେ କରୋନା ମହାମାରୀ ସଂକ୍ରମଣ ଯୋଗୁ ଅଚଳାବସ୍ଥା ସୃଷ୍ଟି ହୋଇଛି। ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ଏବଂ ମୃତକଙ୍କ ସଂଖ୍ୟା ପ୍ରତିଦିନ ବଢ଼ିଚାଲିଛି। ଶିଶୁ, ଗର୍ଭବତୀ ଏବଂ ବୟସ୍କ ବ୍ୟକ୍ତିଙ୍କ କ୍ଷେତ୍ରରେ ସଂକ୍ରମଣ ଆଶଙ୍କା ଅଧିକ ଥିବା ବିଶେଷଜ୍ଞ କହିଛନ୍ତି। ତେବେ ଆମେରିକାର ବ୍ରାଉନ୍‌ ବିଶ୍ୱ ବିଦ୍ୟାଳୟରେ ହୋଇଥିବା ଏକ ଗବେଷଣା ରିପୋର୍ଟରେ ଉଲ୍ଲେଖ କରାଯାଇଛି ଯେ, ମୁଣ୍ଡରେ କେଶ ନ ଥିବା ପୁରୁଷଙ୍କୁ କରୋନା ସଂକ୍ରମଣ ଆଶଙ୍କା ଅଧିକ ରହିଥାଏ। ଏନେଇ ସ୍ପେନ୍‌ର ମାଦ୍ରିଦ୍‌ ହସ୍ପିଟାଲରେ ୧୨୨ ଜଣ କରୋନା ସଂକ୍ରମିତ ପୁରୁଷଙ୍କ ଉପରେ ଅଧ୍ୟୟନ କରାଯାଇଥିଲା। ଜଣାପଡ଼ିଥିଲା ସେମାନଙ୍କ ମଧ୍ୟରେ ୭୯ ପ୍ରତିଶତଙ୍କ ମୁଣ୍ଡରେ କେଶ ନ ଥିଲା। ପୂର୍ବରୁ ହୋଇଥିବା ଅଧ୍ୟୟନରେ ୪୧ ଜଣ ପୁରୁଷଙ୍କ ମଧ୍ୟରୁ ୭୧ ପ୍ରତିଶତଙ୍କ ମୁଣ୍ଡରେ କେଶ ନ ଥିବା ରିପୋର୍ଟରେ ପ୍ରକାଶ ପାଇଛି ବୋଲି ଗବେଷକ ପ୍ରଫେସର କାର୍ଲୋସ୍‌ ଓ୍ବେମ୍ବିଏର୍‌ କହିଛନ୍ତି। ଏଭଳି ପୁରୁଷଙ୍କ କ୍ଷେତ୍ରରେ ଆଣ୍ଡ୍ରୋଜେନ୍‌ ହରମୋନ୍‌ କ୍ଷରଣ ସ୍ବାଭାବିକ ଭାବେ ହୋଇ ନ ଥାଏ। ଏହି ହରମୋନ୍‌ର ଅଭାବଥିବା ପୁରୁଷଙ୍କ କ୍ଷେତ୍ରରେ କରୋନା ସଂକ୍ରମଣ ହାର ଅଧିକ ରହିଥାଏ ବୋଲି ବ୍ରିଟେନ୍‌ର ଚିକିତ୍ସକ ଡ. ଫ୍ରାଙ୍କ୍‌ ଗାବ୍ରିନ୍‌ କହିଛନ୍ତି। ଚାଇନାର ଉହାନରେ ଜାନୁୟାରୀରେ କରୋନା ସଂକ୍ରମିତ ମୃତକଙ୍କ ମଧ୍ୟରେ ଅଧିକ ପୁରୁଷ ରହିଥିଲେ। ସେମାନଙ୍କ ମଧ୍ୟରେ ବହୁ ମୃତକଙ୍କ ମୁଣ୍ଡରେ କେଶ ନ ଥିବା ଜଣାପଡ଼ିଛି। ଏବେ ଏନେଇ ଅଧିକ ପରୀକ୍ଷା ଜାରି ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଏପ୍ରିଲ ସୁଦ୍ଧା ଭାରତରେ ହୋଇପାରେ ଇଟାଲି ସ୍ଥିତି

ମୁମ୍ବାଇ,୨୪ା୩(ଆଇଏନ୍‌ଏସ୍‌): କୋଭିଡ-୧୯ ଭୂତାଣୁ ଭାରତରେ ଯେଉଁଭଳି ବ୍ୟାପିବାରେ ଲାଗିଛି, ଏହା ମାସକ ମଧ୍ୟରେ ଦେଶରେ ବଡ଼ଧରଣର ମେଡିକାଲ ବିପର୍ଯ୍ୟୟ ସୃଷ୍ଟି ହୋଇପାରେ। ଏଥିପାଇଁ ଅନ୍ତତଃ ଦୁଇସପ୍ତାହ...

ଭାଜପା କିରୋସିନ୍‌ ଛିଞ୍ଚିବା କାମ କରୁଛି

ଲଣ୍ଡନ,୨୧।୫: କଂଗ୍ରେସ ନେତା ରାହୁଲ ଗାନ୍ଧୀ ବର୍ତ୍ତମାନ ବ୍ରିଟେନରେ ଅଛନ୍ତି। ଶୁକ୍ରବାର ସେ ଲଣ୍ଡନର କେମ୍ବ୍ରିଜ ବିଶ୍ୱବିଦ୍ୟାଳୟରେ ‘ଆଇଡିଆ ଫର୍‌ ଇଣ୍ଡିଆ’ ସମ୍ମିଳନୀରେ ଭାଗ ନେଇଥିଲେ।...

ନିରାପଦ ଦୀପାବଳି ପାଇଁ…

ଆଲୋକର ପର୍ବ ଦୀପାବଳି। ପରିବାର, ବନ୍ଧୁ ପରିଜନଙ୍କ ସହିତ ଆନନ୍ଦ ଉଲ୍ଲାସରେ ସମୟ ଅତିବାହିତ କରିବାର ବେଳ। ଅନ୍ଧାରକୁ ଏଡ଼ିଦେଇ କିଛି ସମୟ ପରିବେଶକୁ ଆଲୋକିତ...

ଆଜି ରାଜ୍ୟରୁ ୧୩ ପଜିଟିଭ୍‌ ଚିହ୍ନଟ, ୧୨,୮୮,୫୧୭ରେ ପହଞ୍ଚିଲାଣି ଆକ୍ରାନ୍ତଙ୍କ ସଂଖ୍ୟା

ଭୁବନେଶ୍ୱର,୬ା୬(ବ୍ୟୁରୋ): ରାଜ୍ୟରୁ ସୋମବାର ୧୩ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ବର୍ତ୍ତମାନ ରାଜ୍ୟରେ ମୋଟ୍‌ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୨,୮୮,୫୧୭ରେ ପହଞ୍ଚିଥିବା ରାଜ୍ୟ ସୂଚନା...

ଗଣତାନ୍ତ୍ରିକ ସୂଚକାଙ୍କ:୪୬ତମ ସ୍ଥାନରେ ଭାରତ

ଲଣ୍ଡନ,୧୧।୨:ଇଆଇୟୁ (ଇକୋନୋମିଷ୍ଟ ଇଣ୍ଟେଲିଜେନ୍ସ ୟୁନିଟ) ଦ୍ୱାରା ପ୍ରସ୍ତୁତ ୨୦୨୧ ଗଣତନ୍ତ୍ର ସୂଚକାଙ୍କରେ ଭାରତର ଗଣତାନ୍ତ୍ରିକ ସ୍କୋର ହ୍ରାସ ପାଇଛି। ହିନ୍ଦୁ ଜାତୀୟତାବାଦୀଙ୍କ ଦ୍ୱାରା ସଂଖ୍ୟାଲଘୁଙ୍କ ବିରୋଧରେ...

କାନବେରା ବିମାନ ବନ୍ଦରରେ ଗୁଳିକାଣ୍ଡ, ଟର୍ମିନାଲ ହେଲା ଖାଲି, ଜଣେ ଗିରଫ…

କାନବେରା, ୧୪।୮ : ଅଷ୍ଟ୍ରେଲିଆର କାନବେରା ବିମାନ ବନ୍ଦରରେ ଗୁଳିକାଣ୍ଡ ଘଟିଛି। ଜଣେ ବ୍ୟକ୍ତି ହାତରେ ବନ୍ଧୁକ ଧରି ଆଖିବୁଜା ଗୁଳି ଚଳାନା କରିଥିଲେ। ପରେ...

ଗ୍ରାମାଞ୍ଚଳରେ ଲୋକେ ମାନୁନାହାନ୍ତି ଲକଡାଉନ୍‌ ନିୟମ

ଭବାନୀପାଟଣା,୬।୪(ସ୍ବ.ପ୍ର): କରୋନା ଭୂତାଣୁ ନିୟନ୍ତ୍ରଣ ପାଇଁ ସରକାର ଲକ୍‌ଡାଉନ ନିୟମ କଡାକଡି କରିଛନ୍ତି। ତେବେ ଏବେବି କଳାହାଣ୍ଡି ଜିଲାର ବିଭିନ୍ନ ଗ୍ରାମାଞ୍ଚଳରେ ଲୋକେ ଲକ୍‌ଡାଉନ ନିୟମ...

ଦର୍ପଣରେ ନିଜକୁ ଦେଖି କୁକୁର କରୁଛି ଏପରି

  ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛି ନା କିଛି ନୂତନ ଭିଡିଓ ଏବଂ ଫଟୋ ଭାଇରାଲ ହେଉଛି। ସେଥିରୁ କେତେକ ଭିଡିଓ ଏବଂ ଫଟୋ...

Advertisement
Archives

Model This Week