ମୁଡିଜ୍‌ର ଆକଳନ; ଭାରତୀୟ ବ୍ୟାଙ୍କଗୁଡ଼ିକର ଚାପଗ୍ରସ୍ତ ସମ୍ପତ୍ତି ବଢିବ

ନୂଆଦିଲ୍ଲୀ,୯-୯: ଦେଶର ବ୍ୟାଙ୍କଗୁଡିକ ଏବେ ସମସ୍ୟା ଦେଇ ଗତି କରୁଥିବା ବେଳେ ବ୍ୟାଙ୍କରପ୍ସି (ଦେବାଳିଆ) ମାମଲାର ସମାଧାନ ବିଳମ୍ବିତ ହେଉଛି। ଏହି କାରଣରୁ ରାଷ୍ଟ୍ରାୟତ୍ତ ବ୍ୟାଙ୍କଗୁଡ଼ିକର ଅନାଦାୟ(ଏନ୍‌ପିଏ)ବା ଚାପଗ୍ରସ୍ତ ଋଣ ପରିମାଣ ବୃଦ୍ଧି ପାଇବ ମୁଜିଜ୍‌ ପକ୍ଷରୁ ପ୍ରକାଶିତ ରିପୋର୍ଟରେ କୁହାଯାଇଛି। ଏକ୍ଷେତ୍ରରେ ଭାରତ ବିଶ୍ୱର ପ୍ରଥମ ରାଷ୍ଟ୍ର ହେବାର ଆଶଙ୍କା ଉପୁଜିଛି। ଇଟାଲି ଏଭଳି ସମସ୍ୟା ସହ ଜୁଝିଥିବା ବେଳେ ଏହାର ସ୍ଥିତି ଠିକ୍‌ କରିବାକୁ ସକ୍ଷମ ହୋଇଛି। ଉକ୍ତ ରାଷ୍ଟ୍ର ଏହାର ବ୍ୟାଙ୍କଗୁଡିକର ଋଣ ଅସୁଲ ଧାରାକୁ ତ୍ୱରାନ୍ବିତ କରିଛି। ମୁଡିଜ୍‌ ଇନଭେଷ୍ଟରର୍ସ ସର୍ଭିସ ପକ୍ଷରୁ କ୍ରେଡିଟ ସୁଇସ ଏଜିକୁ ପ୍ରଦାନ କରାଯାଇଥିବା ରିପୋର୍ଟ ମୁତାବକ, ଏସିଆର ଦେଶଗୁଡିକର ବ୍ୟାଙ୍କିଙ୍ଗ୍‌ ସିଷ୍ଟମରେ ଚାପଗ୍ରସ୍ତ ଋଣ ସମ୍ପତ୍ତି ବଢିବ। ବ୍ୟାଙ୍କଗୁଡ଼ିକ ପକ୍ଷରୁ ପ୍ରଦାନ କରାଯାଇଥିବା ମୋଟ ଋଣର ୨.୪% ଚାପଗ୍ରସ୍ତ ହେବ ବୋଲି ରିପୋର୍ଟରେ ଦର୍ଶାଯାଇଛି। ଏଥିରେ କୁହାଯାଇଛି ଯେ, ଜୁନ ସୁଦ୍ଧା ଚାପଗ୍ରସ୍ତ ଋଣ ପରିମାଣ ଅନୁପାତ ସର୍ବାଧିକ ୯.୬% ଛୁଇଁପାରେ। ପ୍ରମୁଖ ଅର୍ଥନୀତିଗୁଡିକ କ୍ଷେତ୍ରରେ ଏହା ସର୍ବାଧିକ ବୋଲି କ୍ରେଡିଟ ସୁଇସକୁ ଦିଆଯାଇଥିବା ରିପୋର୍ଟରେ କୁହାଯାଇଛି। ଇଟାଲିରେ ଏହି ଅନୁପାତ ଗତ ୩ ବର୍ଷ ଧରି ପ୍ରାୟ ୮.୫% ରହିଛି ଏଥିରେ ଦର୍ଶାଯାଇଛି।
ଭାରତ କଥା ବିଚାରକୁ ନେଲେ, ଚାପଗ୍ରସ୍ତ ସମ୍ପତ୍ତି ପରିମାଣ ହ୍ରାସ କରିବା ଦିଗରେ ସରକାର ସେତେଟା ଆଖିଦୃଶିଆ କାର୍ଯ୍ୟ କରିନାହାନ୍ତି। ଏହା ଦେଶର ଆର୍ଥତ୍କ ଅଭିବୃଦ୍ଧି ଉପରେ ଗଭୀର ପ୍ରଭାବ ପକାଉଛି। ଭାରତର ଅଭିବୃଦ୍ଧି ୬ ବର୍ଷର ସର୍ବନିମ୍ନ ସ୍ତରକୁ ଖସିଯାଇଛି। ଆଇଏଲ୍‌ଆଣ୍ଡଏଫ୍‌ଏସ୍‌ର ବିଫଳତା, ବ୍ୟାଙ୍କ କ୍ଷେତ୍ରରେ ଋଣ ପ୍ରଦାନ ସମସ୍ୟା ଏବଂ ବ୍ୟାଙ୍କରପ୍ସି କାର୍ଯ୍ୟଧାରାରେ ବିଳମ୍ବ ବ୍ୟାଙ୍କଗୁଡିକ ଲାଗି ଆହ୍ବାନ ସୃଷ୍ଟି କରିଛି। ଏଭଳି ସମସ୍ୟା ସେମାନଙ୍କର ବାଲାନ୍ସ ସିଟ୍‌କୁ ପ୍ରଭାବିତ କରିଛି। ଉକ୍ତ ପ୍ରସଙ୍ଗ ଉପରେ ମତ ରଖି ନିବେଶ ଫାର୍ମ ମର୍ସେଲସ୍‌ ଇନଭେଷ୍ଟମେଣ୍ଟ ମ୍ୟାନେଜର୍ସ ଲିମିଟେଡର ପ୍ରତିଷ୍ଠାତା ସୌରଭ ମୁଖାର୍ଜୀ କହିଛନ୍ତି ଯେ, ଅର୍ଥନୀତିରେ ମାନ୍ଦାବସ୍ଥା ଦେଖାଯାଇଥିବାରୁ ଏହା ଏନ୍‌ପିଏ ବଢାଇବ। ଆଇଏଲ୍‌ଆଣ୍ଡଏଫ୍‌ଏସ୍‌ ବୁଡିବାର ଗୋଟିଏ ବର୍ଷ ପୂରଣ ହେବାକୁ ଥିବା ବେଳେ ଏନ୍‌ପିଏ ବୃଦ୍ଧିର ଆଶଙ୍କା ଉପୁଜିଛି।
ବ୍ଲୁମବର୍ଗ ତଥ୍ୟ ମୁତାବକ, ୨୦୧୭ରେ ବ୍ୟାଙ୍କରପ୍ସି କୋର୍ଟକୁ ଯାଇଥିବା ଦେଶର ୧୨ ସର୍ବବୃହତ ଋଣ ମାମଲା ମଧ୍ୟରୁ ଅଦ୍ୟାବଧି ମାତ୍ର ୬ଟିର ସମାଧାନ ହୋଇଛି। ଉକ୍ତ କ୍ଷେତ୍ରରେ ନିୟମରେ ରହିଥିବା ଅସୁବିଧା, ଭିତ୍ତିଭୂମି ଅଭାବ ଯୋଗୁ ୨୭୦ ଦିନ ମଧ୍ୟରେ ମାମଲାର ସମାଧାନ ଦିଗରେ ଏହା ବାଧା ଉପୁଜାଉଛି। ଏକ୍ଷେତ୍ରରେ ପୁରୁଣା ମାମଲାଗୁଡିକର ସମାଧାନ ସରକାରଙ୍କ ଲାଗି ଗୁରୁତ୍ୱପୂର୍ଣ୍ଣ ରହିବ। ଜୁନ ତ୍ରୈମାସରେ ଅଭିବୃଦ୍ଧି ୫%କୁ ଖସିଥିବାରୁ ମାମଲାଗୁଡିକ ସମାଧାନ ହେଲେ ଅର୍ଥନୀତିକୁ ଗତିଶୀଳ କରାଇବା ଲାଗି ବ୍ୟାଙ୍କଗୁଡିକ ଋଣ ପ୍ରଦାନ କରିବାକୁ ସକ୍ଷମ ହେବେ। ମାନ୍ଦାବସ୍ଥା ବିରୋଧରେ ଲଢିବା ଲାଗି ସରକାର ଏନ୍‌ପିଏ କମାଇବା ଏବଂ ଛୋଟ ଛୋଟ ବ୍ୟାଙ୍କଗୁଡିକର ମିଶ୍ରଣ ନେଇ ପଦକ୍ଷେପ ନେଇଛନ୍ତି। ନୂଆ ବ୍ୟାଙ୍କରପ୍ଦି ଧାରାକୁ ଲାଗୁ କରିବାରେ ବିଳମ୍ବ, ଚାପଗ୍ରସ୍ତ ସମ୍ପତ୍ତି ନିୟମରେ ପରିବର୍ତ୍ତନ ଏବଂ ଅର୍ଥନୈତିକ ମାନ୍ଦାବସ୍ଥା ଏନ୍‌ପିଏ ଅସୁଲ ଦିଗରେ ବାଧକ ବୋଲି ଆଦିତ୍ୟ କନସଲଟିଂର ପରିଚାଳନା ପାର୍ଟନର ମାଥ୍ୟୁ ଆଣ୍ଟୋନୀ କହିଛନ୍ତି। ଅପରପକ୍ଷରେ ବ୍ୟାଙ୍କଗୁଡିକ ଇଟାଲୀ ଭଳି ଚାପଗ୍ରସ୍ତ ସମ୍ପତ୍ତି ବିକ୍ରି ଲାଗି କିଛିଟା କୋହଳ ନୀତି ଆପଣାଉ ଥିବା ସେ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆଳୁ, ପିଆଜ ପରେ ଖାଇବା ତେଲ ଦର ବୃଦ୍ଧି

ନୂଆଦିଲ୍ଲୀ: ଆଳୁ,ପିଆଜ ପରେ ବର୍ତ୍ତମାନ ଖାଇବା ତେଲ ଦର ବର୍ତ୍ତମାନ ମହଙ୍ଗା ହୋଇଛି। ବିଭିନ୍ନ ବର୍ଗର ଖାଇବା ତେଲ ଦର ବଢିଚାଲିଥିବା ବେଳେ ନିକଟ ଭବିଷ୍ୟତରେ...

କ୍ଷତିପୂରଣ ବିକଳ୍ପ ନେଇ ରାଜ୍ୟଗୁଡିକୁ ଅବଗତ କରାଗଲା

ନୂଆଦିଲ୍ଲୀ,୩୦।୮: ସାମଗ୍ରୀ ଓ ସେବା ଟିକସ (ଜିଏସ୍‌ଟି) କ୍ଷତିପୂରଣ ଆବଶ୍ୟକତା ପୂରଣ ଲାଗି କେନ୍ଦ୍ର ସରକାର ରାଜ୍ୟଗୁଡିକୁ ୨ ବିକଳ୍ପ ପ୍ରଦାନ କରିଛନ୍ତି। ୪୧ତମ ଜିଏସ୍‌ଟି...

ଜେଟ୍‌ ଏୟାରଓ୍ବେଜ୍‌ରେ ଇସ୍ତଫା ଦୌଡ

ନୂଆଦିଲ୍ଲୀ,୧୫-୫: ଘରୋଇ ବିମାନ କମ୍ପାନୀ ଜେଟ୍‌ ଏୟାରଓ୍ବେଜ୍‌ର ପୁନଃକାର୍ଯ୍ୟକ୍ଷମ ହେବା ଆଶା ପ୍ରାୟ ଶେଷ ହୋଇଯିବା ପରେ ଟପ୍‌ ମ୍ୟାନେଜମେଣ୍ଟ ଅଧିକାରୀଙ୍କ ମଧ୍ୟରେ ନୈରାଶ୍ୟ ଖେଳିଯାଇଛି।...

ଏୟାରଟେଲ୍‌ଠାରୁ ଜିଓର ସ୍ପିଡ୍‌ ୩ ଗୁଣା ଅଧିକ

ନୂଆଦିଲ୍ଲୀ,୧୨।୧୦: ରିଲାଏନ୍ସ ଜିଓ ୫ଜି ସ୍ପିଡ୍‌ ପରୀକ୍ଷଣରେ ପାଖାପାଖି ୬୦୦ ଏମ୍‌ବିପିଏସ୍‌ ସ୍ପିଡ୍‌ ହାସଲ କରିଛି। ଏପରିକି ନିକଟରେ ଶୁଭାରମ୍ଭ କରାଯାଉଥିବା ୫ଜି ସେବାର ଡାଉନ୍‌ଲୋଡ୍‌...

ଶୁଦ୍ଧତାକୁ ସୁନିଶ୍ଚିତ କରେ ହଲ୍‌ମାର୍କ: ସୌରଭ ରାୟ

କଟକ ସହରରେ ୧୨ ଦଶନ୍ଧି ଧରି ସୁନା ଗହଣା ବ୍ୟବସାୟରେ ବେଶ୍‌ ସୁନାମ ଅର୍ଜିଛି ରାଧାଗୋବିନ୍ଦ ରାୟ ଆଣ୍ଡ୍‌ କୋ ଜୁଏଲର୍ସ (ଆର୍‌ଜିଆର୍‌)। ଏହାକୁ ସୁନା...

୧୨୦୦ ଟଙ୍କାରେ ବିକ୍ରି ହେଉଛି ଗୋଟିଏ ଆମ୍ବ

ନୂଆଦିଲ୍ଲୀ,୨୪ା୬:ଗୋଟିଏ ଆମ୍ବର ଦାମ ୧୨୦୦ ଟଙ୍କା, ଏହା କେହି କେବେ କଳ୍ପନା ମଧ୍ୟ କରି ନ ଥିବେ। କିନ୍ତୁ ଏହା ନିରାଟ ସତ। ଆମ୍ବର ମହାରାଣୀ...

ଆଇଟିସି ପକ୍ଷରୁ ବର୍ଜ୍ୟବସ୍ତୁ ପରିଚାଳନା ଅଭିଯାନ

ନୂଆଦିଲ୍ଲୀ,୭ା୧: ଆଇଟିସି ଲିମିଟେଡ୍‌ ପକ୍ଷରୁ ବର୍ଜ୍ୟବସ୍ତୁ ପରିଚାଳନା ଅଭିଯାନ ଆରମ୍ଭ କରାଯାଇଛି। ଏପରିକି ଏହାର ପ୍ରମୁଖ ବ୍ରାଣ୍ଡ୍‌ ଇନ୍‌ଷ୍ଟାଣ୍ଟ ନୁଡଲ୍ସ ଏବଂ ପାସ୍ତା ବ୍ରାଣ୍ଡ୍‌ ସନ୍‌ଫିଷ୍ଟ...

ମୁଡିଜ୍‌ର ଝଟ୍‌କାରେ ପାକିସ୍ତାନ ଅର୍ଥନୀତିରେ ଭୂକମ୍ପ…

ଇସଲାମାବାଦ,୮।୧୦ : ମୁଡିଜ୍‌ ଇନଭେଷ୍ଟର୍ସ ସର୍ଭିସ ଏହାର କ୍ରେଡିଟ ରେଟିଂକୁ ହ୍ରାସ କରି ପାକିସ୍ତାନର ସମସ୍ୟାକୁ ସଙ୍କଟ ଜନକ କରିଛି। ଫଳରେ ପାକିସ୍ତାନର ଅର୍ଥନୀତିରେ ଭୂକମ୍ପ...

Advertisement
Archives

Model This Week