ମୁଖ୍ୟମନ୍ତ୍ରୀ ଆସନ ଉପରେ ଶିବସେନାର ନଜର: ଅଢେଇ ବର୍ଷ ପାଇଁ ମାଗିପାରେ ଗାଦି

ମୁମ୍ବାଇ,୨୬।୧୦: ମହାରାଷ୍ଟ୍ରରେ ରାଜନୀତି ଏବେ ସରଗରମ। କାରଣ ବିଧାନସଭା ନିର୍ବାଚନ ପରେ ଏବେ ରାଜ୍ୟରେ ଭାଜପା-ଶିବସେନା ମେଣ୍ଟ ସରକାର ଗଠନ ହେବାକୁ ଯାଉଛି। ପୂର୍ବରୁ ୫୦-୫୦ ଆସନ ବୁଝାମଣାକୁ ନେଇ ଶିବସେନା ଭାଜପା ସହ ମେଣ୍ଟ କରିଥିବା ବେଳେ ଏବେ ଏହି ସମୟ ଆସି ପହଞ୍ଚିଯାଇଛି। ତେବେ ଏହି ବିଜୟ ପରେ ଭାଜପା ଅଧ୍ୟକ୍ଷ ତଥା ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହ ଶିବସେନା ମୁଖ୍ୟ ଉଦ୍ଧବ ଠାକରେଙ୍କୁ ଶୁଭେଚ୍ଛା ଜଣାଇଥିବା ବେଳେ ଦୀପାବଳି ପରେ ଆସନ ବୁଝାମଣା କଥା କଥାହେବେ ବୋଲି କହିଛନ୍ତି। କିନ୍ତୁ ବିଶେଷ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ୫୦-୫୦ ଅଙ୍କକୁ ନେଇ ଶିବସେନା ଅଡିବସିପାରେ ବୋଲି ଅନୁମାନ କରାଯାଉଛି। ଅଥାତ୍‌ ଅଢେଇ ବର୍ଷ ପାଇଁ ଶିବସେନା ମୁଖ୍ୟମନ୍ତ୍ରୀ ଆସନ ମାଗିପାରେ ବୋଲି ଏବେଠାରୁ ଚର୍ଚ୍ଚା ହେଲାଣି। ଏପଟେ ପ୍ରଥମଥର ଲାଗି ଠାକରେ ପରିବାରର ସୁପୁତ୍ର ଆଦିତ୍ୟ ଠାକରେ ନିର୍ବାଚନରେ ପ୍ରତିଦ୍ୱନ୍ଦିତା କରି ବିଜୟ ଲାଭ କରିଥିବାରୁ ମୁଖ୍ୟମନ୍ତ୍ରୀ ପଦକୁ ନେଇ ମଧ୍ୟ କଳ୍ପନା ଜଳ୍ପନା ଲାଗିବା ସ୍ବାଭାବିକ କଥା। ଏମିତିକି ଠାକରେଙ୍କ ସମର୍ଥକମାନେ ଶୁକ୍ରବାର ଆଦିତ୍ୟ ଭାବି ମୁଖ୍ୟମନ୍ତ୍ରୀ ହେବେ ବୋଲି ପୋଷ୍ଟର ଲଗାଇ ସାରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମୋତିହାରିରେ ଡଙ୍ଗା ଓଲଟି ୬ ମୃତ

ପାଟନା,୨୬ ।୯: ବିହାରର ମୋତିହାରିରେ ଡଙ୍ଗା ଓଲଟି ୨୨ ଜଣ ବୁଡି ଯାଇଥିବା ଜଣାପଡିଛି । ଏମାନଙ୍କ ମଧ୍ୟରୁ ୬ ଜଣଙ୍କ ମୃତଦେହ ଏପର୍ଯ୍ୟନ୍ତ ଉଦ୍ଧାର...

ଡେଲ୍‌ଟାକୁ ଟପିବ ଓମିକ୍ରନ୍‌ ସଂକ୍ରମଣ

ନୂଆଦିଲ୍ଲୀ, ୧୬।୧୨: ଆସନ୍ତାବର୍ଷ ଜାନୁୟାରୀ-ଫେବୃୟାରୀ ବେଳକୁ କୋଭିଡ୍‌-୧୯ର ଓମିକ୍ରନ୍‌ ଭାରିଆଣ୍ଟ ସଂକ୍ରମଣ ଭାରତରେ ଶୀର୍ଷ ଛୁଇଁପାରେ। ସେତେବେଳକୁ ଏହା ଡେଲ୍ଟା ଭାରିଆଣ୍ଟର ସଂକ୍ରମଣକୁ ଟପିଯିବ ବୋଲି...

କାମ କର ନଚେତ୍‌ ଅନ୍ୟକୁ ବାଟ ଛାଡ଼

ନୂଆଦିଲ୍ଲୀ,୫।୧୨(ପି.ଟି.): କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେଙ୍କ ଅଧ୍ୟକ୍ଷତାରେ ରବିବାର ଦଳ ଷ୍ଟିୟରିଂ କମିଟିର ପ୍ରଥମ ବୈଠକ ଅନୁଷ୍ଠିତ ହୋଇଯାଇଛି। ନେତାମାନେ ଦଳ ପାଇଁ କାମ କରନ୍ତୁ,...

ବୁଲା କୁକୁରଙ୍କୁ ଆସାମ ପଠାଇ ଦିଅ, ସେଠାରେ ଲୋକେ ଏମାନଙ୍କର ମାଂସ ଖାଆନ୍ତି: ବିଧାୟକଙ୍କ ମନ୍ତବ୍ୟ ନେଇ ବିବାଦ…

ମୁମ୍ବାଇ,୫।୩ : ମହାରାଷ୍ଟ୍ର ବିଧାନସଭାର ବିଧାୟକ ତଥା ପ୍ରହାର ଜନଶକ୍ତି ପାର୍ଟିର ମୁଖ୍ୟ ବଚ୍ଚୁ କାଦୁ କହିଛନ୍ତି ଯେ ଆସାମର ଲୋକମାନେ କୁକୁର ମାଂସ ଖାଉଛନ୍ତି।...

ଭାଜପାକୁ ସର୍ବାଧିକ କର୍ପୋରେଟ୍‌ ଚାନ୍ଦା ଗୁଜରାଟରୁ ମିଳିଛି

ନୂଆଦିଲ୍ଲୀ,୨୮।୧୧(ପି.ଟି.): ୨୦୧୭ରୁ ୨୦୨୧ ମଧ୍ୟରେ ଗୁଜରାଟରୁ ଭାଜପା ସର୍ବାଧିକ କର୍ପୋରେଟ ଚାନ୍ଦା ପାଇଛି। ଏହି ଚାନ୍ଦା ପରିମାଣ କଂଗ୍ରେସ ପାଇଥିବା ଚାନ୍ଦାର ୧୬ ଗୁଣ ବୋଲି...

ଶର୍ଟସ୍‌ ପିନ୍ଧିଲେ ଇମାମ୍‌ବାଡ଼ାରେ ପ୍ରବେଶ ପାଇଁ ମିଳିବନି ଅନୁମତି

ଲକ୍ଷ୍ନୌ,୩୦।୬: ଏଣିକି ଶାଳୀନତା ପୂର୍ଣ୍ଣ ପୋଷାକ ପିନ୍ଧିଲେ ହିଁ ପର୍ଯ୍ୟଟକଙ୍କୁ ଲକ୍ଷ୍ନୌର ଇମାମ୍‌ବାଡ଼ାରେ ପ୍ରବେଶ ଅନୁମତି ମିଳିବ। କେତେକ ପର୍ଯ୍ୟଟକ ଶର୍ଟସ୍‌ ପିନ୍ଧି ଇମାମ୍‌ବାଡ଼ା ଦେଖିବାକୁ...

ଭାଗ ହେବ ‘ଟାଇମ୍ସ ଗ୍ରୁପ୍‌’

ମୁମ୍ବାଇ, ୫।୫: ଭାରତର ସବୁଠୁ ଖ୍ୟାତନାମା ମିଡିଆ କମ୍ପାନୀ ‘ଟାଇମ୍ସ ଗ୍ରୁପ୍‌’ ଭାଗ ଭାଗ ହେବାକୁଯାଉଛି। ଦୁଇ ଭାଇ ସମୀର ଓ ବୀନିଥ ଜୈନ ଅନେକ...

ରାହୁଲଙ୍କ ପରାଜୟକୁ ନେଇ ମୁହଁ ଖୋଲିଲେ ମାନେକା: କହିଲେ, ‘ରାଜନୀତି ପିଲାଖେଳ ନୁହେଁ’

ନୂଆଦିଲ୍ଲୀ, ୨୪।୫: କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ନିଜ ପରମ୍ପରାଗତ ଆସନ ଅମେଠିରୁ ପରାଜିତ ହୋଇଛନ୍ତି। ଏନେଇ ପ୍ରତିକ୍ରିୟା ଦେଇଛନ୍ତି ତାଙ୍କ ଖୁଡୀ ତଥା ଭାଜପା...

Advertisement
Archives

Model This Week