ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ସିରିଆ ରାଷ୍ଟ୍ରଦୂତ;ଶିକ୍ଷା କ୍ଷେତ୍ରରେ ଓଡ଼ିଶାର ପଦକ୍ଷେପ ପ୍ରଶଂସନୀୟ: ଆବାସ

ଭୁବନେଶ୍ୱର,୧୪-୧(ବ୍ୟୁରୋ):ଭାରତରେ ଥିବା ସିରିଆ ରାଷ୍ଟ୍ରଦୂତ ରିଆଦ ଆବାସ ଏବଂ ତାଙ୍କ ନେତୃତ୍ୱରେ ଆସିଥିବା ଏକ ପ୍ରତିନିଧି ମଣ୍ଡଳୀ ସୋମବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଲୋକସେବା ଭବନରେ ଭେଟି ଆଲୋଚନା କରିଛନ୍ତି। ଏହି ପ୍ରତିନିଧି ମଣ୍ଡଳୀ ଓଡ଼ିଶା ଏବଂ ସିରିଆର ମିଳିତ ସ୍ବାର୍ଥ ସମ୍ପର୍କରେ ବିଭିନ୍ନ ବିଷୟ ଆଲୋଚନା କରିଛନ୍ତି। ଏଥିସହିତ ସିରିଆ ରାଷ୍ଟ୍ରଦୂତ ଓଡ଼ିଶାର ଶିକ୍ଷାକ୍ଷେତ୍ରରେ ହେଉଥିବା ଅଗ୍ରଗତିକୁ ପ୍ରଶଂସା କରିଛନ୍ତି। ସେ କହିଛନ୍ତି ଯେ, ଓଡ଼ିଶା ମୁଖ୍ୟମନ୍ତ୍ରୀଙ୍କୁ ଭେଟିବା ତାଙ୍କ ପାଇଁ ଏକ ବଡ଼ ସମ୍ମାନ। ଓଡ଼ିଶା ଓ ସିରିଆ ମଧ୍ୟରେ ସହଯୋଗକୁ ସୁଦୃଢ଼ କରିବାକୁ ମୁଖ୍ୟମନ୍ତ୍ରୀଙ୍କୁ ଆମ ଦେଶକୁ ନିମନ୍ତ୍ରଣ କରୁଛୁ। ଶିକ୍ଷାକ୍ଷେତ୍ରରେ ଓଡ଼ିଶାର ପଦକ୍ଷେପ ଅତ୍ୟନ୍ତ ପ୍ରଶଂସନୀୟ ବୋଲି ଆବାସ କହିଛନ୍ତି। ଓଡ଼ିଶା ତୃଣମୂଳସ୍ତରରୁ ଅନେକ ପରିବର୍ତ୍ତନ କରିପାରିଛି। ଓଡ଼ିଶା ସରକାରଙ୍କ ଦୁଃସ୍ଥ ଓ ଅସହାୟଙ୍କୁ ସଶକ୍ତ ଏବଂ ସମର୍ଥନ ଏକ ଦୃଷ୍ଟାନ୍ତ। ଏଥିସହିତ ଆବାସ କିଟ୍‌ ବିଶ୍ୱବିଦ୍ୟାଳୟ ଗସ୍ତକରି ଛାତ୍ରୀଛାତ୍ର ଓ ଶିକ୍ଷକମାନଙ୍କୁ ଭେଟି ଆଲୋଚନା କରିଥିଲେ।
ଇରାନ ଓ ଆମେରିକା ବିବାଦ ଯୋଗୁ ମଧ୍ୟପ୍ରାଚ୍ୟରେ ଦେଖାଦେଇଥିବା ଉତ୍ତେଜନା ସମ୍ପର୍କରେ ଆବାସ ଗଣମାଧ୍ୟମକୁ କହିଛନ୍ତି ଯେ, ଏହି ଅଞ୍ଚଳରେ ଆମେରିକାର ନୀତି ଭୁଲ୍‌ ପ୍ରମାଣିତ ହୋଇଛି। ଆମେରିକାକୁ ତାଙ୍କ ଦେଶ ବିଶ୍ୱାସକୁ ନେଇପାରିବ ନାହିଁ। ଦକ୍ଷିଣ କୋରିଆ, ୟୁକ୍ରେନ୍‌ ଏବଂ ବିଶ୍ୱର ଅନ୍ୟାନ୍ୟ ସ୍ଥାନରେ ତ୍ରୁଟିପୂର୍ଣ୍ଣ ନୀତି ଯୋଗୁ ଆମେରିକାର ସମସ୍ତ ପ୍ରକଳ୍ପ ଫେଲ୍‌ ମାରିଛି। ଉତ୍ତର କୋରିଆର ପରମାଣୁ କାର୍ଯ୍ୟକ୍ରମକୁ ଆମେରିକା ବନ୍ଦ କରିପାରିବ ନାହିଁ। ସେହି ରାଷ୍ଟ୍ର ମଧ୍ୟପ୍ରାଚ୍ୟ କିମ୍ବା ୟୁକ୍ରେନ୍‌ରେ କୌଣସି ବିକାଶ କରିପାରିନାହିଁ। ମଧ୍ୟପ୍ରାଚ୍ୟରେ ଇସ୍ରାଏଲ୍‌ର ନୀତିକୁ ଆମେରିକା ଅନୁସରଣ କରୁଛି। ଇସ୍ରାଏଲ୍‌ ସିରିଆର ଜମିକୁ ଅଧିଗ୍ରହଣ କରି ରଖିଛି। ସମସ୍ୟାର ସମାଧାନ ପାଇଁ ଆମେ ଇଚ୍ଛୁକ ଥିଲାବେଳେ ଇସ୍ରାଏଲ୍‌ ଏ ଦିଗରେ କୌଣସି ସକାରାତ୍ମକ ପଦକ୍ଷେପ ନେଉନାହିଁ ବୋଲି ଆବାସ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଭରବ୍ରିଜ୍‌ ଉପରେ କଡ଼ାକଡ଼ି ହେଲା ହେଲ୍‌ମେଟ କଟକଣା: ଦିନକରେ ଧରାପଡ଼ିଲେ ୨ଶହରୁ ଊର୍ଦ୍ଧ୍ୱ ବାଇକ ଚାଳକ

ଭୁବନେଶ୍ୱର,୧୯ା୬(ବ୍ୟୁରୋ): ରାଜଧାନୀ ଦେଇ ଯାଇଥିବା ୧୬ ନଂ. ଜାତୀୟ ରାଜପଥ ଓଭରବ୍ରିଜ୍‌ ଉପରେ ବାରମ୍ବାର ଦୁର୍ଘଟଣା ଘଟୁଛି। ଗତ ମାସଠାରୁ ଏବେସୁଦ୍ଧା ୧୨ ଦୁର୍ଘଟଣାରେ ୯...

ଆଜି ଭାରତ ବନ୍ଦ

ଭୁବନେଶ୍ବର, ୨୯ା୧୧(ବ୍ୟୁରୋ): ରାଷ୍ଟ୍ରୀୟ ପଛୁଆ ବର୍ଗ ମୋର୍ଚ୍ଚା ପକ୍ଷରୁ ମଙ୍ଗଳବାର ଭାରତ ବନ୍ଦ ଡାକରା ଦିଆଯାଇଛି। କେନ୍ଦ୍ର ସରକାରଙ୍କ ପକ୍ଷରୁ ଓବିସିଙ୍କ ଜାତି ଆଧାରିତ ଜନଗଣନା...

୧୦ ଜିଲାକୁ ପଠାଗଲା ଇଭିଏମ୍‌ ମେଶିନ

ଭୁବନେଶ୍ୱର,୧୬।୧୨ (ବ୍ୟୁରୋ): ରାଜ୍ୟ ସରକାର ପୌର ନିର୍ବାଚନ ପାଇଁ ଆଉ ପାଦେ ଆଗକୁ ବଢ଼ିଛନ୍ତି । ପ୍ରଥମ ପର୍ଯ୍ୟାୟରେ ଜିଲାସ୍ତରକୁ ଇଭିଏମ୍‌ ମେଶିନ ପଠା ଆରମ୍ଭ...

ରେଷ୍ଟୁରାଣ୍ଟ, ବାର୍‌, କଫି ଶପ୍‌ ବନ୍ଦ

ଭୁବନେଶ୍ୱର, ୨୧ା୩ (ବ୍ୟୁରୋ): କରୋନା (କୋଭିଡ୍‌-୧୯)ର କରାଳ ସଂକ୍ରମଣ ସମଗ୍ର ବିଶ୍ୱକୁ ଗ୍ରାସ କରି ଚାଲିଛି। ରାଜ୍ୟରେ ଶପିଂମଲଠାରୁ ଆରମ୍ଭ କରି ସନେମା ହଲ, ପାର୍କ,...

ଭାରତ ପ୍ରଥମେ ସ୍ପେନ୍‌କୁ ଭେଟିବ

ଭୁବନେଶ୍ୱର, ୨୮।୯ (କ୍ରୀଡ଼ା ପ୍ରତିନିଧି): ଓଡ଼ିଶାରେ ଦ୍ୱିତୀୟ ଥର ପାଇଁ ହେବାକୁ ଯାଉଥିବା ହକି ବିଶ୍ୱକପ୍‌ର ଆଗାମୀ ସଂସ୍କରଣ ପାଇଁ ମଙ୍ଗଳବାର କାର୍ଯ୍ୟସୂଚୀ ଘୋଷଣା କରାଯାଇଛି। ଭୁବନେଶ୍ୱର...

ଜାନୁୟାରୀରୁ ଅସମ୍ଭାଳ ହେଲାଣି

ଭୁବନେଶ୍ୱର,୨୮ା୧(ବ୍ୟୁରୋ): ଜାନୁୟାରୀ ଶେଷ ହୋଇନି। ଶୀତ ଗାଏବ। ବିନା ପଙ୍ଖାରେ ଆଉ ଶୋଇବା ସମ୍ଭବ ହେଉନାହିଁ। ଗତ ୩/୪ ଦିନ ଭିତରେ ଦିନ ତାପମାତ୍ରା ୪ରୁ...

ବେସାମରିକ ପ୍ରତିରକ୍ଷା ପ୍ରତିଷ୍ଠାନର ବାର୍ଷିକ ଉତ୍ସବ: ସ୍ବେଚ୍ଛାସେବୀଙ୍କ ସେବା ପ୍ରଶଂସନୀୟ: ଅଗ୍ନିଶମ ଡିଜି

ଭୁବନେଶ୍ୱର,୭।୧୨(ବ୍ୟୁରୋ): ବେସାମରିକ ପ୍ରତିରକ୍ଷା ପ୍ରତିଷ୍ଠାନ ଭୁବନେଶ୍ୱରର ୫୬ତମ ପ୍ରତିଷ୍ଠା ଦିବସ ଶୁକ୍ରବାର ଓଡ଼ିଶା ଅଗ୍ନି ଓ ବିପର୍ଯ୍ୟୟ ଏକାଡେମୀ ପରିସରରେ ଅନୁଷ୍ଠିତ ହୋଇଛି। ଏଥିରେ ମୁଖ୍ୟ...

୨୪ରୁ ଗୋପାଳପୁର ବେଳାଭୂମି ମହୋତ୍ସବ: ବଲିଉଡ୍‌ ଗାୟକ ସୋନୁ ନିଗମ, ଶାନ୍‌ ଆକର୍ଷଣ

ଛତ୍ରପୁର,୧୧ା୧୨(ଡି.ଏନ.ଏ)-ଚଳିତ ମାସ ୨୪ ରୁ ୨୮ ତାରିଖ ପର୍ଯ୍ୟନ୍ତ ୫ ଦିନ ଧରି ଗୋପାଳପୁର ବେଳାଭୂମି ମହୋତ୍ସବ ଅନୁଷ୍ଠିତ ହେବ ା ଏଥିପାଇଁ ଗୋପାଳପୁର ବେଳାଭୂମି...

Advertisement
Archives

Model This Week