ମୁଖ୍ୟମନ୍ତ୍ରୀଙ୍କୁ ଭଦ୍ରକବାସୀଙ୍କ ଶୁଭେଚ୍ଛା

ଭୁବନେଶ୍ୱର, ୮।୧(ବ୍ୟୁରୋ):ଭଦ୍ରକ ଜିଲା ମୁଖ୍ୟ ଚିକିତ୍ସାଳୟ ସହ ଏହାର ଭିତ୍ତିଭୂମିକୁ ସୁଦୃଢ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୋମବାର ଏକାଧିକ ଯୋଜନା ଘୋଷଣା କରିଥିଲେ। ମୁଖ୍ୟମନ୍ତ୍ରୀଙ୍କ ଏହି ଘୋଷଣାକୁ ସ୍ଥାନୀୟ ଅଞ୍ଚଳରେ ସ୍ବାଗତ କରାଯାଇଛି। ମୋ ସରକାର କାର୍ଯ୍ୟକ୍ରମ ଅଧୀନରେ ୫-ଟି ଅନୁସାରେ ଉଚ୍ଚ ଅଧିକାରୀଙ୍କ ଗସ୍ତ ଏବଂ ପରବର୍ତ୍ତୀ କାର୍ଯ୍ୟକ୍ରମକୁ ସବୁ ମହଲରେ ସ୍ବାଗତ କରାଯାଇଛି। ଏଥିପାଇଁ ସ୍ଥାନୀୟ ଜନସାଧାରଣ, ଜିଲାର ବୁଦ୍ଧିଜୀବୀ, ପଞ୍ଚାୟତ ପ୍ରତିନିଧି ଏବଂ ଅନ୍ୟାନ୍ୟ ଜନପ୍ରତିନିଧି ମୁଖ୍ୟମନ୍ତ୍ରୀଙ୍କ ପ୍ରତି କୃତଜ୍ଞତା ଜ୍ଞାପନ କରିଛନ୍ତି। ନବୀନ ନିବାସକୁ ଶୋଭାଯାତ୍ରାରେ ଶତାଧିକ ଶୁଭେଚ୍ଛୁ ଆସିବା ସହ ପୁଷ୍ପମାଲ୍ୟ ଦେଇ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି। ଏ ସମ୍ପର୍କରେ ବିଧାୟକ ବ୍ୟୋମକେଶ ରାୟ କହିଛନ୍ତି ଯେ, ଜିଲାର ସ୍ବାସ୍ଥ୍ୟ ଭିତ୍ତିଭୂମିକୁ ପୂର୍ବାପେକ୍ଷା ଅଧିକ ସୁଦୃଢ ପାଇଁ ମୁଖ୍ୟମନ୍ତ୍ରୀ ପଦକ୍ଷେପ ନେଇଛନ୍ତି। ଏଥିପାଇଁ ବିଧାୟକମାନେ ମୁଖ୍ୟମନ୍ତ୍ରୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଏହି ପଦକ୍ଷେପ ଜିଲାବାସୀଙ୍କ ଆଶା, ଆକାଂକ୍ଷାକୁ ନିଶ୍ଚୟ ପୂରଣ କରିବ।


Enter your email to get our daily news in your inbox.

All Right Reserved By Dharitri.Com

ଛାତ୍ରୀଛାତ୍ରମାନେ ‘୩ ଏସ୍‌’କୁ ହାସଲ କରନ୍ତୁ: ଧର୍ମେନ୍ଦ୍ର

କୋରାପୁଟ,୩୦।୮(ଅମିତାଭ ବେହେରା ): କୋରାପୁଟ ଲାଣ୍ଡିଗୁଡା କ୍ୟାମ୍ପସ୍‌ରେ ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ୧୫ତମ ପ୍ରତିଷ୍ଠା ଦିବସ ମଙ୍ଗଳବାର ପାଳିତ ହୋଇଯାଇଛି। କେନ୍ଦ୍ର ଶିକ୍ଷା ତଥା ଦକ୍ଷତା...

ଡାକ୍ତରଙ୍କୁ ମାଡ଼: ଅଭିଯୁକ୍ତଙ୍କୁ ଗିରଫ ନେଇ ଏସ୍‌ପିଙ୍କୁ ଦାବିପତ୍ର ଦେଲା ସଂଘ

ଭଦ୍ରକ ଅଫିସ, ୪।୩: ଭୁଲ୍‌ ଇଞ୍ଜେକ୍ସନ ଯୋଗୁ ନାବାଳକଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ କରି ଘରୋଇ କ୍ଲିନିକ ଡାକ୍ତରଙ୍କୁ ମାଡ଼ ମାରିଥିବା ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ...

ଭାରତ ବୈଶ୍ୱିକ ମଡେଲ୍‌ ହେବାକୁ ଯାଉଛି: ଧର୍ମେନ୍ଦ୍ର

ଭୁବନେଶ୍ୱର, ୧୨ା୯(ସୁନିତ୍‌ ମିଶ୍ର): ଭାରତ ବୈଶ୍ୱିକ ମଡେଲ୍‌ ହେବାକୁ ଯାଉଛି। ଏସବୁ କେବଳ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱ ଯୋଗୁ ହୋଇପାରୁଛି। ଯେତେବେଳେ ଭାରତ ଚନ୍ଦ୍ରାୟନର...

ପଦ୍ମପୁର ବିଧାୟକଙ୍କ ପରଲୋକ

ଭୁବନେଶ୍ୱର ବ୍ୟୁରୋ/ବରଗଡ଼ ଅଫିସ(୩ା୧୦): ବରଗଡ଼ ଜିଲା ପଦ୍ମପୁରର ବିଜେଡି ବିଧାୟକ ବିଜୟ ରଞ୍ଜନ ସିଂ ବରିହାଙ୍କ ରବିବାର ବିଳମ୍ବିତ ରାତିରେ ପରଲୋକ ହୋଇଛି।ଅସୁସ୍ଥତା ଯୋଗୁ ସେ...

ସଙ୍କଟରେ ଶହେ ବର୍ଷର କୌଳିକ ବୃତ୍ତି

କେନ୍ଦୁଝର, ୪।୯(ସ୍ବ.ପ୍ର.) – କେନ୍ଦୁଝର ସହରର ଆଟୋପୁର ସାହିର ପିଟା ବାସନ ଜିଲା ଓ ଜିଲା ବାହାରେ ପ୍ରସିଦ୍ଧି ଲାଭ କରିଛି। ପ୍ରୋତ୍ସାହନ ଅଭାବରୁ ଏହି...

ଓଡ଼ିଶା ଫେରିବେ ମୁଖ୍ୟମନ୍ତ୍ରୀ: ସମ୍ବର୍ଦ୍ଧନା ପାଇଁ ସମାଗମ ହୋଇପାରନ୍ତି ୫୦ ହଜାର ଲୋକ

ଭୁବନେଶ୍ୱର,୫।୯(ବ୍ୟୁରୋ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଙ୍ଗଳବାର ଓଡ଼ିଶା ଫେରିବେ। ତେବେ ମୁଖ୍ୟମନ୍ତ୍ରୀଙ୍କ ସମ୍ବର୍ଦ୍ଧନା ପାଇଁ ପ୍ରାୟ ୫୦ ହଜାର ଲୋକଙ୍କ ସମାଗମ ହୋଇପାରନ୍ତି। ଏଥିପାଇଁ କମିଶନର...

ମୌସୁମୀ ଆସିବାରେ ବିଳମ୍ବ: ଆଗେଇପାରୁ ନାହିଁ ଚାଷକାର୍ଯ୍ୟ

ନୟାଗଡ଼ ଅଫିସ,୧୮ା୬- ଜୁନ୍‌ ମାସର ଅଧାରୁ ଅଧିକ ଦିନ ବିତିସାରିଛି। ହେଲେ ଏ ପର୍ଯ୍ୟନ୍ତ ମୌସୁମୀର ଦେଖାନାହିଁ। ବର୍ତ୍ତମାନ ସମୟରେ ବର୍ଷା ପରିବର୍ତ୍ତେ ସାରା ରାଜ୍ୟରେ...

ରାଜଧାନୀରେ ମାଡ଼ି ଚାଲିଛି କରୋନା: ଚିହ୍ନଟ ହେଲେ ଆଉ ୩୮ ଆକ୍ରାନ୍ତ

ଭୁବନେଶ୍ୱର,୨୫।୬(ବ୍ୟୁରୋ): ରାଜଧାନୀରେ ମାଡ଼ି ଚାଲିଛି କରୋନା। ଗୁରୁବାର ୩୮ ନୂଆ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଆକ୍ରାନ୍ତଙ୍କ ମଧ୍ୟରେ ୨୫ ହୋମ୍‌ କ୍ୱାରାଣ୍ଟାଇନ୍‌ କେସ୍‌ ରହିଥିବା...

Advertisement
Archives

Model This Week