ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଲେ ରୀତା: କହିଲେ ‘ ଅଧୁରା କାର୍ଯ୍ୟ ପୂରା କରିବି’

ଭୁବନେଶ୍ୱର,୨୮।୯(ବ୍ୟୁରୋ): ପୁଣି ଥରେ ରୀତା ସାହୁଙ୍କ ଉପରେ ଆସ୍ଥା ପ୍ରକଟ କରିଛି ବିଜେଡି। ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶନିବାର ବିଜେପୁର ଉପନିର୍ବାଚନ ପାଇଁ ରୀତାଙ୍କୁ ପ୍ରାର୍ଥୀ କରାଯାଇଥିବା ଘୋଷଣା କରିଛନ୍ତି। ଏହାପରେ ପ୍ରଥମ ପ୍ରତିକ୍ରିୟା ଦେଇଛନ୍ତି ରୀତା। ସେ କହିଛନ୍ତି, ପୁଣି ଥରେ ମୁଖ୍ୟମନ୍ତ୍ରୀ ମୋ’ ଉପରେ ଆସ୍ଥା ପ୍ରକଟ କରିଥିବାରୁ ଧନ୍ୟବାଦ ଜଣାଉଛି। ମୁଖ୍ୟମନ୍ତ୍ରୀଙ୍କ ଅନୁଦାନ ଯୋଗୁ ବିଜେପୁରରେ ବିକାଶମୂଳକ କାମ ହାତକୁ ନିଆଯାଇଛି। ଆଗାମୀ ଦିନରେ ଅଧୁରା କାର୍ଯ୍ୟକୁ ମୁଁ ପୂରଣ କରିବି ବୋଲି ସେ କହିଛନ୍ତି।

ସୂଚନାଯୋଗ୍ୟ, ୨୦୧୯ ସାଧାରଣ ନିର୍ବାଚନ ସମୟରେ ବିଜେପୁରରୁ ରୀତା ଲଢ଼ିପାରନ୍ତି ବୋଲି କୁହାଯାଉଥିଲା। ହେଲେ ନବୀନ ଉଭୟ ହିଞ୍ଜିଳି ଏବଂ ବିଜେପୁରରୁ ଲଢ଼ିବେ ବୋଲି ଘୋଷଣା ହୋଇଥିଲା। ଉଭୟ ଆସନରୁ ନବୀନ ବିପୁଳ ଭୋଟରେ ବିଜୟୀ ହୋଇଥିଲେ। ହେଲେ ହିଞ୍ଜିଳି ଆସନରେ ରହି ସେ ବିଜେପୁରରୁ ଇସ୍ତଫା ଦେଇଥିଲେ। ଫଳରେ ଉପନିର୍ବାଚନ ହେବାର ଆବଶ୍ୟକତା ପଡ଼ିଥିଲା। ନିକଟରେ ଏ ନେଇ ତାରିଖ ଘୋଷଣା ହୋଇଛି। ଅକ୍ଟୋବର ୨୧ରେ ହେବାକୁ ଥିବା ଏହି ନିର୍ବାଚନ ନେଇ ପୂର୍ବରୁ କଂଗ୍ରେସ ଦିଲ୍ଲୀପ ପଣ୍ଡାଙ୍କୁ ପ୍ରାର୍ଥୀ ଘୋଷଣା କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ବକେୟା ପଡ଼ିଲାଣି ୭୦ ଲକ୍ଷ, ମଧ୍ୟାହ୍ନଭୋଜନରେ ଅଣ୍ଡା ବନ୍ଦ

ଜୟପୁର,୧୮।୧(ଡି.ଏନ୍‌.ଏ.) ଫୌଜଦାରୀ ମାମଲାରେ କୋରାପୁଟ ଜିଲା ଶିକ୍ଷାଧିକାରୀ ଗିରଫ ଓ ନିଲମ୍ବିତ ହେବା ପରେ ମଧ୍ୟାହ୍ନଭୋଜନ ଖର୍ଚ୍ଚ ବାବଦକୁ ଟଙ୍କା ଉଠାଣ ହୋଇପାରୁ ନାହିଁ। ଫଳରେ...

ଜିଲାର ଅର୍ଦ୍ଧାଧିକ ଚାଷଜମି ଜଳସେଚନରୁ ବଞ୍ଚିତ

କେନ୍ଦ୍ରାପଡ଼ା ଅଫିସ,୪।୨: ରବି ଫସଲ ପାଇଁ ଚଳିତ ବର୍ଷ କେନାଲରେ ପାଣି ଛଡା ଯିବ ନାହିଁ। ଜଳ ସମ୍ପଦର ଏହି ନିଷ୍ପତ୍ତିକୁ କେନ୍ଦ୍ରାପଡ଼ା ଜିଲାର ଚାଷୀ...

ଆଜି ଭୁବନେଶ୍ୱରରୁ ୩ ଆକ୍ରାନ୍ତ ଚିହ୍ନଟ: ୫ ସୁସ୍ଥ

ଭୁବନେଶ୍ୱର,୮।୩(ବ୍ୟୁରୋ): ରାଜଧାନୀ ଭୁବନେଶ୍ୱରରୁ ସୋମବାର ଆଉ ୩ ଜଣ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ ୨ କ୍ୱାରାଣ୍ଟାଇନ୍‌ରେ ଥିବା ବେଳେ ୧ ଲୋକାଲ କେସ...

CORONAVIRUS UPDATE: ଯାଜପୁରରେ ଆଉ ୫ ଆକ୍ରାନ୍ତ ଚିହ୍ନଟ: ତଥ୍ୟ ଜାରିକଲେ ରାଜ୍ୟ ସରକାର

ଭୁବନେଶ୍ୱର,୨।୫ (ବ୍ୟୁରୋ): ଯାଜପୁର ଜିଲାରେ ପୁଣି ୫ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଫଳରେ ଜିଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୪୫ରେ ପହଞ୍ଚିଛି। ଏହାକୁ ମିାଶଇ ରାଜ୍ୟରେ...

ରାଜ୍ୟରୁ ସୁସ୍ଥ ହେଲେ ଆଉ ୬୧ କରୋନା ଆକ୍ରାନ୍ତ

ଭୁବନେଶ୍ୱର,୩୦।୬(ବ୍ୟୁରୋ): ରାଜ୍ୟରେ ଗତ ୨୪ ଘଣ୍ଟାରେ ଆଉ ୬୧ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏହାକୁ ମିଶାଇ ଏଯାବତ୍‌ ୧୨ଲକ୍ଷ ୭୯ ହଜାର ୯୧୦...

ଇଣ୍ଡିପେଣ୍ଡେଣ୍ଟ କପ୍‌ ଫୁଟବଲ ଟୁର୍ନାମେଣ୍ଟ : କୋମନା, ନୂଆପଡା ମଧ୍ୟରେ ଫାଇନାଲ ମ୍ୟାଚ୍‌

କୋମନା,୨୫।୮(ଡି.ଏନ.ଏ.) ନୂଆପଡା ଜିଲା କୋମନା ବ୍ଲକ ତରବୋଡସ୍ଥିତ ରାଜିବ ଗାନ୍ଧୀ ମିନି ଷ୍ଟାଡିୟମରେ ଚାଲିଥିବା ଦ୍ୱାଦଶ ଇଣ୍ଡିପେଣ୍ଡେଣ୍ଟ କପ ଫୁଟବଲ ଟୁର୍ନାମେଣ୍ଟର ଦୁଇଟି ସେମି ଫାଇନାଲ...

ପୋଲିସ ଗାଡ଼ିଧରି ଅଭିଯୁକ୍ତ ଫେରାର: ଏଏସ୍‌ଆଇ, ହାବିଲଦାର ନିଲମ୍ବିତ

ବାରିପଦା ଅଫିସ/ଉଦଳା,୧୧।୧୦(ଡି.ଏନ୍‌.ଏ.): ମୟୂରଭଞ୍ଜ ଜିଲା ଶୁଳିଆପଦା ଥାନା ପୋଲିସ ହେପାଜତରୁ ଗୁରୁବାର ସନ୍ଧାରେ ଜଣେ ଅଭିଯୁକ୍ତ ଫେରାର ହୋଇଯାଇଛନ୍ତି। ଏ ନେଇ କାର୍ଯ୍ୟରେ ଅବହେଳା ଦର୍ଶାଇ...

ସୂର୍ଯ୍ୟୋଦୟରୁ ରାତି ୯ ଯାଏ ଖୋଲାରହିବ ଦେଶର ୧୦ କୀର୍ତ୍ତିରାଜି: ତାଲିକାରେ ଭୁବନେଶ୍ୱରର ରାଜାରାଣୀ ମନ୍ଦିର

ଭୁବନେଶ୍ୱର,୩୦।୭(ବ୍ୟୁରୋ): ଦେଶର ୧୦ ପ୍ରମୁଖ ଐତିହାସିକ କୀର୍ତ୍ତିରାଜିକୁ ସୂର୍ଯ୍ୟୋଦୟଠାରୁ ରାତି ୯ଟା ପର୍ଯ୍ୟନ୍ତ ଜନସାଧାରଣଙ୍କ ପାଇଁ ଖୋଲା ରଖିବାକୁ ଘୋଷଣା କରିଛି କେନ୍ଦ୍ର ସଂସ୍କୃତି ମନ୍ତ୍ରଣାଳୟ।...

Advertisement
Archives

Model This Week