Posted inଖେଳ

ମିଷ୍ଟର ଡିପେଣ୍ଡବୁଲ୍‌ ୪୭ ବର୍ଷରେ କଲେ ପଦାର୍ପଣ: ପିଲାଦିନ ସାଥୀ ବିଜେତାଙ୍କୁ କରିଥିଲେ ଜୀବନସାଥୀ

ନୂଆଦିଲ୍ଲୀ,୧୧।୧: ଭାରତୀୟ କ୍ରିକେଟର ରାହୁଲ ଦ୍ରାବିଡ୍‌ ଶନିବାର ୪୭ ବର୍ଷରେ ପଦାର୍ପଣ କରିଛନ୍ତି। ସେ ୧୯୭୩ଜାନୁୟାରୀ ୧୧ରେ ଇନ୍ଦୋରଠାରେ ଜନ୍ମଗ୍ରହଣ କରିଥିଲେ। ୧୨ ବର୍ଷ ବୟସରୁ ସେ କ୍ରିକେଟ ଖେଳିବା ଆରମ୍ଭ କରିଥିଲେ। ୧୯୯୬ରେ ଶ୍ରୀଲଙ୍କା ବିପକ୍ଷରେ ସେ ସିଙ୍ଗର କପ୍‌ରେ ଅନ୍ତର୍ଜାତୀୟ କ୍ରିକେଟରେ ପାଦ ଥାପିଥିଲେ। ତାଙ୍କର ଖେଳୁଆଡ ମନୋବୃତ୍ତି ଯୋଗୁ ପ୍ରଶଂସକ ତାଙ୍କୁ ମିଷ୍ଟର ଡିପେଣ୍ଡବୁଲ୍‌ ଭାବେ ଅଭିହିତ କରୁଥିଲେ। ୨୦୦୩ରେ ସେ ଅଷ୍ଟ୍ରେଲିଆ ବିପକ୍ଷରେ ଏଡିଲେଡ୍‌ ଠାରେ ୨୩୩ ରନ୍‌ କରିଥିବାବେଳେ ୨୦୦୪ରେ ପାକିସ୍ତାନ ବିପକ୍ଷରେ ରାଓ୍ବଲପିଣ୍ଡିରେ ୨୭୦ ରନ୍‌ କରିଥିଲେ। ଏହି ଦୁଇଟି ଟେଷ୍ଟ ମ୍ୟାଚ୍‌ରେ ମାରତ ବିଜୟ ଲାଭ କରିଥିଲା। ସେ ୧୬୪ ଟେଷ୍ଟ ମ୍ୟାଚ୍‌ ଖେଳି ୧୩,୨୮୮ ରନ୍‌ କରିଛନ୍ତି। ସେଥି ମଧ୍ୟରେ ୩୬ଟି ଶତକ ୬୩ ଅର୍ଦ୍ଧ ଶତକ ରହିଛି। ସେହିପରି ୩୪୪ ଏକଦିବସୀୟ ମ୍ୟାଚ୍‌ ଖେଳି ୧୦,୮୮୯ ରନ୍‌ କରିଛନ୍ତି। ସେଥି ମଧ୍ୟରେ ୧୨ ଶତକ ଏବଂ ୮୩ ଅର୍ଦ୍ଧ ଶତକ ରହିଛି। କ୍ରିକେଟ ଖେଳ ପରି ତାଙ୍କ ଲଭ୍‌ ଲାଇଫ୍‌ ମଧ୍ୟ ବେଶ୍‌ ନିଆରା। ପିଲାଦିନ ସାଥୀ ବିଜେତା ପେନ୍ଧାରକର ଶେଷରେ ପାଲଟି ଥିଲେ ରାହୁଲଙ୍କ ଜୀବନସାଥୀ। ସେମାନଙ୍କର ବିବାହ ୨୦୦୩ରେ ସମ୍ପନ୍ନ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଓ୍ବାଙ୍ଖଡେ ଷ୍ଟାଡିୟମରେ ମୁମ୍ବାଇ ଇଣ୍ଡିଆନ୍ସ ଖେଳିବା ଉପରେ ଉଠିଲା ପ୍ରଶ୍ନ

ନୂଆଦିଲ୍ଲୀ,୨୪।୨: ଆଗାମୀ ଆଇପିଏଲ ଲାଗି ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ(ବିସିସିଆଇ) କାର୍ଯ୍ୟସୂଚୀ ପ୍ରସ୍ତୁତି ଚୂଡ଼ାନ୍ତ କରିବାରେ ଲାଗିଛି। ପୂରା ଆଇପିଏଲ ମହାରାଷ୍ଟ୍ରରେ ଖେଳାଯିବାକୁ ଥିବା ବେଳେ...

ଚତୁର୍ଥ ରାଉଣ୍ଡରେ ଫେଡରର, ଜୋକୋଭିଚ୍‌, ସିଲିକ

ମେଲବୋର୍ନ, ୨୫।୧(ଏଏଫପି)- ଅଷ୍ଟ୍ରେଲିଆନ ଓପନ ପୁରୁଷ ସିଙ୍ଗଲ୍ସରେ ଶୁକ୍ରବାର ସିଡେଡ ଖେଳାଳିମାନେ ଚତୁର୍ଥ ରାଉଣ୍ଡରେ ପ୍ରବେଶ କରିଛନ୍ତି। ସୁଇଜରଲାଣ୍ଡର ଅଭିଜ୍ଞ ଖେଳାଳି ତୃତୀୟ ସିଡ୍‌ ରୋଜର...

ଆର୍‌ସିବିକୁ ଲାଗିଲା ଶକ୍ତ ଧକ୍କା

ବେଲବୋର୍ନ,୧୬।୨: ଅଷ୍ଟ୍ରେଲିଆନ ଅଲରାଉଣ୍ଡର ଗ୍ଲେନ ମ୍ୟାକ୍ସଓ୍ବେଲ ଆସନ୍ତା ମାସରେ ବିବାହ ବନ୍ଧନରେ ଆବଦ୍ଧ ହେବାକୁ ଯାଉଛନ୍ତି। ଏଥିଯୋଗୁ ସେ ଆଗାମୀ ପାକିସ୍ତାନ ଗସ୍ତ ସହ ଇଣ୍ଡିଆନ...

ସୁଯୋଗ ଦେଲାନି କେକେଆର୍‌

ଶାରଜା,୧୩।୧୦: ଆରମ୍ଭରୁ ସ୍ପିନରଙ୍କୁ କାମରେ ଲଗାଇ ଦେଇଥିଲା କୋଲକାତା ନାଇଟ୍‌ ରାଇଡର୍ସ (କେକେଆର)। ବରୁଣ ଚକ୍ରବର୍ତ୍ତୀ(୨ ଉଇକେଟ)ଙ୍କ ସହ ଲୋକି ଫର୍ଗୁସନ ଓ ଶିବମ ମାଭିଙ୍କ...

ପୃଥ୍ବୀ ଶ’ଙ୍କୁ ‘ଶୋ-ଷ୍ଟପର୍‌’ ଭାବନ୍ତି ଏହି କ୍ରିକେଟର, କହିଲେ-ବ୍ୟାଟିଂ ବେଳେ ତାଙ୍କ…

ନୂଆଦିଲ୍ଲୀ,୨୪।୭: ଶ୍ରୀଲଙ୍କା ବିପକ୍ଷରେ ଭାରତ ତିନି ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜକୁ ୨-୧ରେ ଜିତିଛି। ଏହି ସିରିଜରେ ସୂର୍ଯ୍ୟକୁମାର ଯାଦବ ଏବଂ ପୃଥ୍ବୀ ଶ’ ଉଲ୍ଲେଖନୀୟ...

ମ୍ୟାଚ୍‌ରୁ ବାଦ୍‌ ପଡ଼ିଲେ ଭାରତୀୟ ଓପନର

ଧର୍ମଶାଳା,୨୭।୨: ଭାରତୀୟ ଉଇକେଟକିପର ବ୍ୟାଟର ଇଶାନ କିଷନ ଶ୍ରୀଲଙ୍କା ବିପକ୍ଷ ଅନ୍ତିମ ତଥା ତୃତୀୟ ଟି୨୦ ମ୍ୟାଚ୍‌ରୁ ବାଦ୍‌ ପଡ଼ିଛନ୍ତି। ଦ୍ୱିତୀୟ ମ୍ୟାଚ୍‌ରେ ବ୍ୟାଟିଂ କଲା...

ଖାଲି ଷ୍ଟାଡିୟମରେ ଆୟୋଜନ ହୋଇପାରେ ଆଇପିଏଲ୍‌: ଗାଙ୍ଗୁଲି

ନୂଆଦିଲ୍ଲୀ,୧୧।୬(ପି.ଟି.):ହାଇପ୍ରୋଫାଇଲ ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌) ଆୟୋଜନ ନେଇ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି ସୂଚନା ଦେଇଛନ୍ତି। ବିଶ୍ୱର ଏହି...

ରାଜ୍ୟ ସିନିୟର ମହିଳା ହକି ଚାମ୍ପିୟନଶିପ ଉଦ୍‌ଯାପିତ:ଖୋର୍ଦ୍ଧା-ପାନପୋଷ କ୍ରୀଡ଼ା ଛାତ୍ରାବାସ ଯୁଗ୍ମ ଚାମ୍ପିୟନ

ରାଉରକେଲା ଅଫିସ,୧୩।୮- ରାଉରକେଲା ପାନପୋଷ କ୍ରୀଡ଼ା ଛାତ୍ରାବାସ ଷ୍ଟାଡିୟମରେ ଗତ ୯ ତାରିଖରୁ ଆରମ୍ଭ ହୋଇଥିବା ସିନିୟର ମହିଳା ହକି ଚାମ୍ପିୟନଶିପ ସୋମବାର ଉଦ୍‌ଯାପିତ ହୋଇଛି।...

Advertisement
Archives

Model This Week