ମିଶିଯିବେ ସାଧାରଣ ବୀମା କମ୍ପାନୀ

ନୂଆଦିଲ୍ଲୀ,୨୪।୬: କେନ୍ଦ୍ର ସରକାର ସାଧାରଣ ବୀମା କମ୍ପାନୀଙ୍କୁ ମିଶାଇ ଦେବା ଲାଗି ଯୋଜନା ପ୍ରସ୍ତୁତ କରୁଛନ୍ତି। ଏନେଇ ବିଚାରବିମର୍ଶ ଚାଲିଛି। ସରକାର ଏ ଦିଗରେ ବିଭିନ୍ନ ବିକଳ୍ପ ଉପରେ ବିଚାର କରୁଛନ୍ତି।
ପ୍ରାପ୍ତ ସୂଚନାରୁ ଜଣାପଡିଛି ଯେ, ସମସ୍ତ ରାଷ୍ଟ୍ରାୟତ୍ତ ସାଧାରଣ ବୀମା କମ୍ପାନୀଙ୍କୁ ନ୍ୟୁ ଇଣ୍ଡିଆ ଇନ୍‌ସ୍ୟୁରାନ୍ସ ସହ ମିଶାଇ ଦେବାକୁ ଚାହୁଁଛନ୍ତି। ଏହାଦ୍ୱାରା ଭାରତୀୟ ଜୀବନ ବୀମା ନିଗମ(ଏଲ୍‌ଆଇସି) ଭଳି ଏକ ବିଶାଳ ବୀମା କମ୍ପାନୀ ଗଠନ କରିବା ମୂଳ ଲକ୍ଷ୍ୟ ରହିଛି। ତେବେ ଅର୍ଥ ମନ୍ତ୍ରଣାଳୟ ଅଧୀନରେ ଥିବା ନିବେଶ ଏବଂ ଲୋକ ସମ୍ପତ୍ତି ପରିଚାଳନା ବିଭାଗ(ଦୀପମ୍‌) ଅନ୍ୟ ବିକଳ୍ପ ଉପରେ ମଧ୍ୟ ବିଚାର କରୁଛି। ନ୍ୟାଶନାଲ ଇନ୍‌ସ୍ୟୁରାନ୍ସ କମ୍ପାନୀ, ଓରିଏଣ୍ଟାଲ ଇନ୍‌ସ୍ୟୁରାନ୍ସ କମ୍ପାନୀ ଏବଂ ୟୁନାଇଟେଡ ଇଣ୍ଡିଆ ଇନ୍‌ସ୍ୟୁରାନ୍ସ କମ୍ପାନୀର ଅଂଶଧନକୁ ବିକ୍ରି କରିବାର ବିକଳ୍ପ ରହିଛି। ରାଷ୍ଟ୍ରାୟତ୍ତ ସାଧାରଣ ବୀମା କମ୍ପାନୀଙ୍କ ଅଂଶଧନ ବିକ୍ରିକୁ ଦ୍ରୁତତର କରିବା ଲାଗି ସରକାର ଚାହୁଁଛନ୍ତି। କାରଣ ଗତ ୨ ବର୍ଷ ହେଲା ବିକ୍ରି ନିଷ୍ପତ୍ତି ଝୁଲି ରହିଛି। ଏହାବ୍ୟତୀତ ଅନ୍ୟ କେତେକ ବିକଳ୍ପକୁ ନେଇ ମଧ୍ୟ ଚର୍ଚ୍ଚା ହେଉଛି। ନୂଆ ଶେୟାର ଜାରି କରିବା ଏଭଳି ଏକ ବିକଳ୍ପ ରହିଛି, ଯାହାକୁ ନ୍ୟୁ ଇଣ୍ଡିଆ ଇନ୍‌ସ୍ୟୁରାନ୍ସ କିଣିପାରିବ। ଅଥବା ଏହାକୁ ସରକାର ସିଧାସଳଖ ଶେୟାର ବିକ୍ରି କରିବେ। ସେହିପରି ୪ ସାଧାରଣ ବୀମା କମ୍ପାନୀଙ୍କୁ ମିଶାଇ ଦେଇ ଏଲ୍‌ଆଇସି ଭଳି ଏକ ବୃହତ କମ୍ପାନୀ ଗଢ଼ି ସରକାର ଏଥିରେ ଥିବା ନିଜର ଶେୟାରକୁ ବିକ୍ରି କରିଦେବେ। ଏଥିପାଇଁ ୟର୍ନେଷ୍ଟ ଆଣ୍ଡ ୟଙ୍ଗକୁ ପରାମର୍ଶଦାତା ଭାବେ ନିଯୁକ୍ତ କରାଯାଇଛି। ସୂଚନାଥାଉ କି, ସାଧାରଣ ବୀମା କମ୍ପାନୀଗୁଡ଼ିକୁ ଏକୀକରଣ କରିବା ସରକାରଙ୍କ ପୁଞ୍ଜିପ୍ରତ୍ୟାହାରର ଏକ ରଣନୀତି ଭାବେ ଧରାଯାଇଛି। ୨୦୧୭ରେ ସରକାର ନ୍ୟୁ ଇଣ୍ଡିଆ ଇନ୍‌ସ୍ୟୁରାନ୍ସ ଏବଂ ଜେନେରାଲ ଇନ୍‌ସ୍ୟୁରାନ୍ସ କର୍ପୋରେଶନ ଅଫ୍‌ ଇଣ୍ଡିଆର ଶେୟାରକୁ ବଜାରରେ ତାଲିକାଭୁକ୍ତ କରିଥିଲେ। ଏହି ବିକ୍ରିରୁ ସରକାରୀ କୋଷାଗାରକୁ ପାଣ୍ଠି ଆସିଥିଲା। ସୂଚନାଯୋଗ୍ୟ ଯେ, ଆର୍ଥିକ ବର୍ଷ ୨୦୧୯-୨୦ ଲାଗି ସରକାର ପୁଞ୍ଜି ପ୍ରତ୍ୟାହାରରୁ ୯୦ ହଜାର କୋଟି ଟଙ୍କା ଆଦାୟ କରିବାର ଲକ୍ଷ୍ୟ ହାସଲ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

8th Pay Commission ପୂର୍ବରୁ ସରକାରଙ୍କ ବଡ଼ ଉପହାର! ୫% ବଢିଲା DA

ନୂଆଦିଲ୍‌ଲୀ,୨।୧୦: ଯଦି ଆପଣ ଜଣେ ସରକାରୀ କର୍ମଚାରୀ କିମ୍ୱା ପେନସନଭୋଗୀ (Pensioner), ତେବେ ଆପଣଙ୍କ ପାଇଁ ଏକ ବହୁତ ଖୁସି ଖବର ରହିଛି। ଗୋଟିଏ ପଟେ ସାରା…

2 October No UPI Day: ଆଜି ଚାଲିବନି UPI ପେମେଣ୍ଟ, ପାଖରେ ରଖନ୍ତୁ କ୍ୟାଶ୍‌!

ନୂଆଦିଲ୍‌ଲୀ,୨।୧୦: ଯଦି ଆପଣ ଗାନ୍ଧୀ ଜୟନ୍ତୀ ଛୁଟିରେ ସପିଂ କରିବାକୁ କିମ୍ୱା ସାଙ୍ଗମାନଙ୍କ ସହ ବାହାରକୁ ବୁଲିବାକୁ ଯୋଜନା କରୁଛନ୍ତି, ତେବେ ଟିକେ ଅଟକି ଯାଆନ୍ତୁ। ଅନଲାଇନ…

ଜିଓର ଦମଦାର ଅଫର: ୧୪୯୯ ଟଙ୍କାରେ ମିଳିବ ଫୋନ୍‌, ୬ ମାସ ମାଗଣା ରିଚାର୍ଜ

ମୁମ୍ବାଇ,୨।୧୦: ୧୦ମ ବାର୍ଷିକୋତ୍ସବ ଉପଲକ୍ଷେ ଜିଓ ସ୍ବତନ୍ତ୍ର ଅଫର ଘୋଷଣା କରିଛି । ୧୪୯୯ ଟଙ୍କା ମୂଲ୍ୟର ଜିଓଭାରତ ୪ଜି ଫୋନ୍‌ ସହ ୬ ମାସର ମାଗଣା…

୯୦ ବର୍ଷ ଧରି ଓଡ଼ିଶା ଜୁଏଲେରି ବଜାରରେ ‘ଟ୍ରେଣ୍ଡ ସେଟର’ ପାଲଟିଛି ଖିମ୍‌ଜୀ ଦୟାଭାଇ ଗ୍ରୁପ

ଭୁବନେଶ୍ୱର,୨।୧୦: ଆବହମାନ କାଳରୁ ସୁନା ଓ ଅନ୍ୟାନ୍ୟ ମୂଲ୍ୟବାନ୍‌ ଧାତୁ ନିର୍ମିତ ଗହଣା ଚାହିଦା ଭାରତୀୟ ପରମ୍ପରାର ଅଂଶ ହୋଇ ରହିଆସିଛି । କିନ୍ତୁ ସମୟାନୁସାରେ ଅଳଙ୍କାର…

ସେନ୍‌ସେକ୍ସ, ନିଫ୍ଟିରେ ୨୫ ବର୍ଷର ସବୁଠୁ ବଡ଼ ସାପ୍ତାହିକ ହ୍ରାସ

ମୁମ୍ବାଇ,୨।୧୦(ପି.ଟି./ରଏଟର୍ସ): ଗୁରୁବାର କାରବାର ଶେଷସୁଦ୍ଧା ଆମେରିକୀୟ ଡଲାର ତୁଳନାରେ ଭାରତୀୟ ଟଙ୍କାର ମୂଲ୍ୟ ୩୧ ପଇସା ହ୍ରାସ ପାଇ ୯୬.୨୫ରେ ବନ୍ଦ ହୋଇଛି, ଯାହା ଗତ ଦୁଇ…

ସରକାରଙ୍କ ବଡ଼ ଘୋଷଣା! ଏଣିକି ୫ କିଲୋ ଗ୍ୟାସ ସିଲିଣ୍ଡରରେ ମିଳିବ ସବ୍‌ସିଡି, ଜାଣନ୍ତୁ କେତେ…

ନୂଆଦିଲ୍ଲୀ, ୧।୧୦: ଦେଶରେ ଘରୋଇ LPGର ବଢ଼ୁଥିବା ଦର ଯୋଗୁ ସାଧାରଣ ଲୋକଙ୍କ ରୋଷେଇ ଘରର ବଜେଟ ଉପରେ ଚାପ ବଢ଼ିଛି। ଯଦି ଆପଣଙ୍କ ରୋଷେଇ ଘରେ…

ପାର୍ବଣ ଋତୁ ପୂର୍ବରୁ ଗ୍ରାହକଙ୍କୁ ଝଟକା: ଆଜିଠାରୁ ମହଙ୍ଗା ହେଲା AC, TV ଓ ଫ୍ରିଜ୍‌! ଜାଣନ୍ତୁ କିଣାକିଣି ଉପରେ କେତେ ପଡ଼ିବ…

ନୂଆଦିଲ୍ଲୀ,୧।୧୦: ପାର୍ବଣ ଋତୁ ଆରମ୍ଭରୁ ହିଁ ସାଧାରଣ ଗ୍ରାହକଙ୍କ ପକେଟ୍‌ ଉପରେ ଚାପ ପଡ଼ିବାକୁ ଯାଉଛି। ଅକ୍ଟୋବର ୧ ତାରିଖ ଅର୍ଥାତ୍‌ ଆଜିଠାରୁ AC, LED TV,…

କିଟ୍‌ ଦେଶର ୪ର୍ଥ ଶ୍ରେଷ୍ଠ ବିଶ୍ୱବିଦ୍ୟାଳୟ, ଶିକ୍ଷାଦାନର ମାନ…

ଭୁବନେଶ୍ୱର, ୧।୧୦: ଟାଇମ୍ସ ହାୟର ଏଜୁକେଶନ ବିଶ୍ୱ ବିଶ୍ୱବିଦ୍ୟାଳୟ ର଼୍ୟାଙ୍କିଙ୍ଗ୍‌-୨୦୨୭ରେ କିଟ୍‌ ବିଶ୍ୱବିଦ୍ୟାଳୟ ୪ର୍ଥ ଶ୍ରେଷ୍ଠ ବିଶ୍ୱବିଦ୍ୟାଳୟ ଭାବେ ସ୍ଥାନ ପାଇଛି । ଉକ୍ତ ର଼୍ୟାଙ୍କିଙ୍ଗ୍‌ରେ କିଟ୍‌…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?