Posted inଜାତୀୟ

ମିଶନ କଶ୍ମୀରକୁ ମଞ୍ଜୁରୀ

ନୂଆଦିଲ୍ଲୀ, ୭ା୮ (ପି.ଟି./ ଆଇଏଏନ୍‌ଏସ୍‌): ସମ୍ବିଧାନ ଅନୁଚ୍ଛେଦ ୩୭୦ ସଂକଳ୍ପନାମା ଏବଂ ଜମ୍ମୁ-କଶ୍ମୀରରୁ ଲଦାଖକୁ ଅଲଗା କରି ଦୁଇଟି କେନ୍ଦ୍ରଶାସିତ ଅଞ୍ଚଳ ପ୍ରତିଷ୍ଠା ପାଇଁ ଉଦ୍ଦିଷ୍ଟ ବିଲ୍‌କୁ ପାର୍ଲାମେଣ୍ଟର ମଞ୍ଜୁରୀ ମିଳିଛି। ଏ ସଂକ୍ରାନ୍ତ ବିଲ୍‌ ସୋମବାର ରାଜ୍ୟ ସଭାରେ ଗୃହୀତ ହୋଇଥିବାବେଳେ ମଙ୍ଗଳବାର ଲୋକ ସଭାରେ ମଧ୍ୟ ପାରିତ ହୋଇଛି। ନିମ୍ନ ସଦନରେ ୩୭୦ ଉଚ୍ଛେଦ ସଂକଳ୍ପନାମା ବିପକ୍ଷରେ ମାତ୍ର ୭୨ ଭୋଟ ପଡ଼ିଥିବାବେଳେ ଜଣେ ସଦସ୍ୟ ମତଦାନରୁ ବିରତ ରହିଥିଲେ। ବିଧେୟକ ସପକ୍ଷରେ ୩୫୧ ସଦସ୍ୟ ଭୋଟ ଦେଇଛନ୍ତି। ସେହିପରି ଜମ୍ମୁ-କଶ୍ମୀରକୁ ଦୁଇଭାଗରେ ବିଭକ୍ତ କରିବା ନେଇ ଆଗତ ବିଧେୟକ ସପକ୍ଷରେ ୩୭୦ ଓ ବିପକ୍ଷରେ ୭୦ ଭୋଟ ପଡ଼ିଛି। ଫଳରେ ଏହା ଆଇନରେ ପରିଣତ ହେବା ପାଇଁ ପଥ ପରିଷ୍କାର ହୋଇଛି। ଏବେ ଅପେକ୍ଷା କେବଳ ରାଷ୍ଟ୍ରପତିଙ୍କ ମୋହରକୁ।
ଜମ୍ମୁ-କଶ୍ମୀରକୁ ସ୍ବତନ୍ତ୍ର ରାଜ୍ୟ ମାନ୍ୟତା ପ୍ରଦାନ କରୁଥିବା ସମ୍ବିଧାନର ଅନୁଚ୍ଛେଦ ୩୭୦କୁ ସୋମବାର କେନ୍ଦ୍ର ସରକାର ଉଚ୍ଛେଦ କରିଥିଲେ। ଏନେଇ ରାଷ୍ଟ୍ରପତିଙ୍କ ଅଧିସୂଚନା ଜାରି ହୋଇଥିବା ରାଜ୍ୟ ସଭାରେ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ୍‌ ଶାହ ସୂଚନା ଦେଇ ସଂକଳ୍ପନାମାକୁ ଆଗତ କରିଥିଲେ। ଉଚ୍ଚସଦନରେ ଏହା ବହୁମତରେ ପାସ୍‌ ହୋଇଥିଲା। ସେହିପରି ଜମ୍ମୁ-କଶ୍ମୀର ପୁନର୍ଗଠନ ବିଲ୍‌, ୨୦୧୯ ମଧ୍ୟ ରାଜ୍ୟ ସଭାର ଅନୁମୋଦନ ପାଇଥିଲା। ସ୍ବରାଷ୍ଟ୍ରମନ୍ତ୍ରୀ ଶାହ ମଙ୍ଗଳବାର ଏହି ସଂକଳ୍ପନାମା ଓ ବିଲ୍‌କୁ ମଙ୍ଗଳବାର ଲୋକ ସଭାରେ ଆଗତ କରିଥିଲେ। ବିତର୍କ ଉପରେ ବିବୃତି ରଖି ଶାହ କହିଥିଲେ, ପାକିସ୍ତାନ ଅଧିକୃତ କଶ୍ମୀର (ପିଓକେ)କୁ ଭାରତ ଦଖଲ କରିବା ପାଇଁ ଉଦ୍ୟମ ଜାରି ରଖିବ। ବିଚ୍ଛିନ୍ନତାବାଦୀ ସଙ୍ଗଠନ ହୁରିୟାତ୍‌ କନ୍‌ଫରେନ୍ସ ସହିତ ଆଲୋଚନା କରିବାର ପ୍ରଶ୍ନ ଉଠୁନାହିଁ। କିନ୍ତୁ କଶ୍ମୀରବାସୀଙ୍କ ସହ କଥାବାର୍ତ୍ତା କରିବା ଲାଗି ଆମେ ପ୍ରସ୍ତୁତ। ଜମ୍ମୁ-କଶ୍ମୀରରେ ସ୍ବାଭାବିକ ସ୍ଥିତି ଫେରିଆସିଲେ ଏହାକୁ ରାଜ୍ୟ ମାନ୍ୟତା ଫେରାଇବାରେ ମୋଦି ସରକାର କୁଣ୍ଠାବୋଧ କରିବେ ନାହିଁ। ପିଓକେ ଉପରେ ନିଜର ଅଧିକାର ଦାବିକୁ ଭାରତ ଜାରି ରଖିବ। ଅନୁଚ୍ଛେଦ ୩୭୦ ଜମ୍ମୁ-କଶ୍ମୀର ସହ ଭାରତର ସମ୍ପର୍କକୁ ନେଇ ସନ୍ଦେହ ଓ ଦ୍ୱନ୍ଦ୍ୱ ସୃଷ୍ଟି କରୁଥିଲା। ଏହା ଏକ ଐତିହାସିକ ଭୁଲ୍‌ ନୁହେଁ, ବରଂ ଆମେ ଏକ ଐତିହାସିକ ଭୁଲ୍‌କୁ ସୁଧାରୁଛୁ କହି ଶାହ ବିରୋଧୀଙ୍କ ଅଭିଯୋଗକୁ ଦୃଢ଼ଭାବେ ଖଣ୍ଡନ କରିଥିଲେ। ଅନୁଚ୍ଛେଦ ୩୭୦କୁ ଉଚ୍ଛେଦ କରିବା ଏକ ସାମ୍ପ୍ରଦାୟିକ ଏଜେଣ୍ଡା ନୁହେଁ। ଏଥିରେ ରହିଥିବା ନିୟମ ସଂଖ୍ୟାଲଘୁ, ମହିଳା ଓ ଜନକଲ୍ୟାଣ ବିରୋଧୀ ବୋଲି ସେ ଦର୍ଶାଇଥିଲେ। ଶାହ ଆହୁରି କହିଥିଲେ, ଜମ୍ମୁ-କଶ୍ମୀରରେ ଆତଙ୍କବାଦ ଯୋଗୁ ୧୯୮୯ରୁ ଅଦ୍ୟାବଧି ୪୧,୫୦୦ ଲୋକଙ୍କ ଜୀବନ ଗଲାଣି। ଏଥିପାଇଁ ଅନୁଚ୍ଛେଦ ୩୭୦ ଏବଂ ୩୫ଏ ଦାୟୀ। ସେହିପରି ଗତ ୨ ଦିନ ଧରି ଉପତ୍ୟକାରେ ବିଭିନ୍ନ କଟକଣା ଜାରି ସମ୍ପର୍କରେ ସ୍ବରାଷ୍ଟ୍ରମନ୍ତ୍ରୀ କହିଥିଲେ, ସେଠାରେ ଆଇନଶୃଙ୍ଖଳା ପରିସ୍ଥିତି ଖରାପ ହୋଇନାହିଁ। ଯାହାକିଛି ପଦକ୍ଷେପ ନିଆଯାଇଛି ତାହା କେବଳ ଅସ୍ବାଭାବିକ ସ୍ଥିତି ଏଡ଼ାଇବା ପାଇଁ ଉଦ୍ଦିଷ୍ଟ। ଶେଷରେ ଏହି ସଂକଳ୍ପନାମା ଓ ବିଧେୟକ ପାସ୍‌ ହେବା ପରେ ବାଚସ୍ପତି ଓମ୍‌ ବିର୍ଲା ଲୋକ ସଭାକୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?