ମିଳିଲାନି ଜାମିନ;ମେ ୨୪ ଯାଏ ଜେଲ୍‌ରେ ରହିବେ ନୀରବ

ଲଣ୍ଡନ,୨୭-୪: ପିଏନ୍‌ବି ମହାଦୁର୍ନୀତିର ମୁଖ୍ୟ ଅଭିଯୁକ୍ତ ହୀରା ବ୍ୟବସାୟୀ ନୀରବ ମୋଦିଙ୍କୁ ତୃତୀୟ ଥର ଲାଗି ଜାମିନ ମିଳିଲାନି। ତାଙ୍କର ଜାମିନ ଆବେଦନକୁ ଓ୍ବେଷ୍ଟମିନିଷ୍ଟର କୋର୍ଟ ଶୁକ୍ରବାର ଖାରଜ କରିଦେଇଛନ୍ତି। ଫଳରେ ସେ ଆହୁରି ୨୮ ଦିନ ଅର୍ଥାତ ମେ ୨୪ ତାରିଖ ପର୍ଯ୍ୟନ୍ତ ଜେଲ୍‌ରେ ରହିବେ। ସେହି ଦିନ ମାମଲାର ପରବର୍ତ୍ତୀ ଶୁଣାଣି ହେବ। ଏଥିପୂର୍ବରୁ ନୀରବଙ୍କ ଆବେଦନକୁ ମାର୍ଚ୍ଚ ୨୯ରେ ଅଦାଲତ ଖାରଜ କରିଦେଇଥିଲେ। ତାଙ୍କୁ ଗିରଫ କରାଯିବା ପରେ ସେ ସଙ୍ଗେ ସଙ୍ଗେ ଜାମିନ ଆବେଦନ କରିଥିଲେ, ଯାହାକୁ ଅଦାଲତ ପ୍ରଥମଥର ପ୍ରତ୍ୟାଖ୍ୟାନ କରିଦେଇଥିଲେ। ଶୁକ୍ରବାର ଲଣ୍ଡନରେ ନୀରବଙ୍କୁ ଭିଡିଓ କନଫରେନ୍ସିଂ ଜରିଆରେ ଅଦାଲତରେ ହାଜର କରାଯାଇଥିଲା। ଜଜ୍‌ ଇମା ଅର୍ବଥନଟ୍‌ ନୀରବଙ୍କ ଜାମିନ ମାମଲାରେ ଉଭୟ ପକ୍ଷଙ୍କ ଯୁକ୍ତି ଶୁଣିଥିଲେ ଓ ହୀରା ବ୍ୟବସାୟୀଙ୍କ ପୋଲିସ ହାଜତକୁ ବୃଦ୍ଧି କରିଥିଲେ।

ନୀରବ, ମେହୁଲ ଚୋକ୍‌ସିଙ୍କ କାର୍‌ ନିଲାମ

ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି)ପକ୍ଷରୁ ନୀରବ ମୋଦି ଓ ମେହୁଲ ଚୋକ୍‌ସିଙ୍କ ୧୨ ଲକ୍‌ଜରୀ କାର୍‌କୁ ଅନ୍‌ଲାଇନରେ ନିଲାମ କରିଦେଇଛି। ଏଥିରୁ ୩.୨୯ କୋଟି ଟଙ୍କା ମିଳିଛି। ମେଟାଲ ଆଣ୍ଡ ସ୍କ୍ରାପ୍‌ ଟ୍ରେଡିଂ କର୍ପୋରେଶନ(ଏମ୍‌ଏସ୍‌ଟିସି) ପକ୍ଷରୁ ଏହି ନିଲାମୀ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ରାଜ୍ୟଗୁଡ଼ିକର ବିତ୍ତୀୟ ନିଅଣ୍ଟ ୪.୫% ଛୁଇଁପାରେ

ନୂଆଦିଲ୍ଲୀ,୨୭।୫: କରୋନା ମହାମାରୀ ଦେଶର ଅର୍ଥ ବ୍ୟବସ୍ଥା ଉପରେ ଗଭୀର ପ୍ରଭାବ ପକାଇଛି। ଏଥିଯୋଗୁ ୨୦୨୦-୨୧ରେ ରାଜ୍ୟଗୁଡିକର ବିତ୍ତୀୟ ନିଅଣ୍ଟ ଆକଳନଠାରୁ ବଢ଼ିଯିବ ବୋଲି ଆଶଙ୍କା...

ଅର୍ଥ ବ୍ୟବସ୍ଥାକୁ ଲାଗିବ ୯ ଲକ୍ଷ କୋଟିର ଝଟକା

ନୂଆଦିଲ୍ଲୀ,୨୬। ୩: କୋଭିଡ ୧୯ ପାଇଁ ସାରା ଦେଶକୁ ଏବେ ଲକ୍‌ଡାଉନ କରାଯାଇଛି। ଏହା ଦ୍ୱାରା ଦେଶର ମୋଟ ଘରୋଇ ଉତ୍ପାଦ(ଜିଡ଼ିପି)କୁ ପ୍ରାୟ ୪% ବା...

ଶ୍ରୀନଗର-ଦିଲ୍ଲୀ ବିମାନ ସେବା; ଭଡା ସୀମା ଧାର୍ଯ୍ୟ କଲା ଏୟାର ଇଣ୍ଡିଆ

ନୂଆଦିଲ୍ଲୀ,୫-୮: ସୁରକ୍ଷା କାରଣରୁ ଜମ୍ମୁ-କଶ୍ମୀରରୁ ଅମରନାଥ ତୀର୍ଥଯାତ୍ରୀ ତଥା ଅନ୍ୟ ପର୍ଯ୍ୟଟକଙ୍କୁ ଫେରି ଆସିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏଥିପାଇଁ ବିମାନ ସେବା ଉପଲବ୍ଧ କରାଇବା ଲାଗି...

ତିଆରି ହେଲା ୧୮୦କିମି/ଘଣ୍ଟା ସ୍ପିଡ୍‌ର ରେଳ ଇଞ୍ଜିନ

ନୂଆଦିଲ୍ଲୀ,୧୪-୮: ଭାରତୀୟ ରେଲଓ୍ବେ ହାଇସ୍ପିଡ ଟ୍ରେନ ଇଞ୍ଜିନ ନିର୍ମାଣ କ୍ଷେତ୍ରରେ ବହୁ ଉନ୍ନତି କରିଛି। ପଶ୍ଚିମବଙ୍ଗର ଚିତ୍ତରଞ୍ଜନ ଲୋକୋମୋଟିଭ ଓ୍ବର୍କ୍ସରେ ଏକ ହାଇସ୍ପିଡ ଇଞ୍ଜିନ ନିର୍ମାଣ...

ଫାଇନାନ୍ସ ବିକଳ୍ପକୁ ବୃଦ୍ଧି କରୁଛି ହୋଣ୍ଡା

ନୂଆଦିଲ୍ଲୀ,୧୦।୭: ହୋଣ୍ଡା ମୋଟରସାଇକେଲ ଆଣ୍ଡ ସ୍କୁଟର ଇଣ୍ଡିଆ ଲିମିଟେଡ ଗ୍ରାହକଙ୍କ ଲାଗି ଖୁଚୁରା ଫାଇନାନ୍ସ ବିକଳ୍ପକୁ ବୃଦ୍ଧି କରୁଛି। ଏହି ପଦକ୍ଷେପ ଅନ୍ତର୍ଗତ କମ୍ପାନୀ ଚୋଳମଣ୍ଡଳମ୍‌...

ଗ୍ଲୋବାଲ ବିଜ୍‌ନେସ୍‌ କାର୍ନିଭାଲ ଉଦ୍‌ଘାଟିତ

ଭୁବନେଶ୍ୱର,୨୦।୫: ରାଜ୍ୟର ପ୍ରମୁଖ ଘରୋଇ ସଂସ୍ଥା ଗୁପ୍ତା ଇଭେଣ୍ଟ ମ୍ୟାନେଜମେଣ୍ଟ ପ୍ରାଇଭେଟ୍‌ ଲିମିଟେଡ୍‌ ପକ୍ଷରୁ ପ୍ରଥମ ଥର ପାଇଁ ଏକ ୧୧ ଦିନିଆ ଗ୍ଲୋବାଲ ବିଜ୍‌ନେସ୍‌ କାର୍ନିଭାଲର...

ହ୍ରାସ ପାଉଛି ଭାରତୀୟ ମୁଦ୍ରା ମୂଲ୍ୟ

ନୂଆଦିଲ୍ଲୀ, ୨୩ା୬: ବିଦେଶୀ ନିବେଶକମାନେ ଲଗାତର ଭାବରେ ପାଣ୍ଠି ଉଠାଣ କରିବା ଏବଂ ଘରୋଇ ପୁଞ୍ଜିବଜାରରେ ହ୍ରାସ ପରେ ବୁଧବାର ଡଲାର ତୁଳନାରେ ଭାରତୀୟ ମୁଦ୍ରାରେ ୨୭...

ପିଏନ୍‌ବି କଟକ ମଣ୍ଡଳର ନୂତନ ମଣ୍ଡଳ ମୁଖ୍ୟ

ଭୁବନେଶ୍ୱର,୧୭।୪: ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କ (ପିଏନ୍‌ବି)ର କଟକ ମଣ୍ଡଳ ନୂତନ ମଣ୍ଡଳ ମୁଖ୍ୟ ଭାବେ ଜଗବନ୍ଧୁ ପାଢ଼ୀ ନିକଟରେ ଦାୟିତ୍ୱ ଗ୍ରହଣ କରିଛନ୍ତି। ପାଢ଼ୀ ଏହା...

Advertisement
Archives

Model This Week