ମିଧାନୀରୁ ୧୦% ଅଂଶଧନ ବିକ୍ରି ଯୋଜନା

ନୂଆଦିଲ୍ଲୀ: କେନ୍ଦ୍ର ସରକାର ଆଉ ଏକ ରାଷ୍ଟ୍ରାୟତ୍ତ ଉଦ୍ୟୋଗରୁ ଅଂଶଧନ ବିକ୍ରି କରିବାକୁ ଯୋଜନା ରଖିଛନ୍ତି। ପ୍ରତିରକ୍ଷା ରାଷ୍ଟ୍ରାୟତ୍ତ ଉଦ୍ୟୋଗ ମିଶ୍ର ଧାତୁ ନିଗମ ଲିମିଟେଡ(ମିଧାନୀ)ରୁ ୧୦% ଅଂଶଧନ ସରକାର ବିକ୍ରି କରିପାରନ୍ତି। ଏ ନେଇ ସରକାରଙ୍କ ଜଣେ ବରିଷ୍ଠ ଅଧିକାରୀ ପିଟିଆଇକୁ ସୂଚନା ଦେଇଛନ୍ତି। ୨୦୧୮ ଏପ୍ରିଲରେ ଏହି କମ୍ପାନୀକୁ ଶେୟାର ବଜାରରେ ସୂଚୀଭୁକ୍ତ କରାଯାଇଥିଲା। ଏଥିରେ ୨୬% ଅଂଶଧନ ବିକ୍ରି ଲାଗି ସରକାର ଏକ ଇନିସିଆଲ ପବ୍ଲିକ ଅଫରିଂ(ଆଇପିଓ) ଆଣିଥିଲେ। ଏଥିରୁ ୪୩୮ କୋଟି ଟଙ୍କା ସଂଗ୍ରହ କରାଯାଇଥିଲା। ବିଗତ ଦିନଗୁଡିକରେ ପ୍ରତିରକ୍ଷା କ୍ଷେତ୍ରରେ ସରକାର ଅଟୋମେଟିକ ରୁଟ୍‌ ବା ପ୍ରତ୍ୟକ୍ଷ ଭାବେ ୭୪% ଏଫ୍‌ଡିଆଇକୁ ମଞ୍ଜୁରୀ ଦେଇଛନ୍ତି। ଏଭଳି ସ୍ଥିତିରେ ମିଧାନୀର ଶେୟାର ନିବେଶକଙ୍କୁ ସୁହାଇବ ବୋଲି ଅଧିକାରୀ ପ୍ରକାଶ କରିଛନ୍ତି।
ସୂଚନାଯୋଗ୍ୟ, ମିଧାନୀ ସ୍ବତନ୍ତ୍ର ଷ୍ଟିଲ୍‌ ପ୍ରସ୍ତୁତ କରୁଛି। ପ୍ରତିରକ୍ଷା, ଆଣବିକ ଏବଂ ମହାକାଶ ଗବେଷଣା ଭଳି କ୍ଷେତ୍ରରେ ଏହା ବ୍ୟବହାର ହେଉଛି। ଉକ୍ତ କମ୍ପାନୀରୁ ଆଉ ୧୦% ଅଂଶଧନ ବିକ୍ରି କରିବା ନେଇ ସରକାର ଯୋଜନା ରଖିଛନ୍ତି। ଚଳିତ ସପ୍ତାହରେ ବମ୍ବେ ଷ୍ଟକ୍‌ ଏକ୍ସଚେଞ୍ଜ(ବିଏସ୍‌ଇ) ସେନସେକ୍ସରେ ଏହି କମ୍ପାନୀର ଶେୟାର ମୂଲ୍ୟ ୧୯୩.୫୦ ଟଙ୍କାରେ ବନ୍ଦ ହୋଇଥିବା ନଜରକୁ ଆସିଥିଲା। ଏହି ମୂଲ୍ୟରେ ସରକାର ଯଦି ଆଉ ୧୦% ଅଂଶଧନ ବିକ୍ରି କରନ୍ତି ତେବେ ୩୬୦ କୋଟି ଟଙ୍କା ଲାଭ କରିବେ।


Enter your email to get our daily news in your inbox.

All Right Reserved By Dharitri.Com

‘ରେଟ୍ରୋ ଟିକସ ଉଚ୍ଛେଦ ନିବେଶକଙ୍କ ପାଇଁ ଲାଭକାରୀ’

ନୂଆଦିଲ୍ଲୀ,୧୨।୮: ସରକାର ଏବଂ ଶିଳ୍ପଜଗତ ମଧ୍ୟରେ ଉତ୍ତମ ସହଯୋଗ ଦେଶବାସୀ ବର୍ତ୍ତମାନ ଦେଖିବାକୁ ପାଉଛନ୍ତି। ମହାମାରୀ ସମୟରେ ଶିଳ୍ପଜଗତ ଆଗେଇ ଆସିବା ସହ ମାସ୍କଠାରୁ ମେଡିକାଲ ଅକ୍ସିଜେନ...

କେନ୍ଦ୍ରକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ;ଘର କ୍ରେତାଙ୍କ ଲାଗି ଏକକ ପ୍ରସ୍ତାବ ଆଣ

ନୂଆଦିଲ୍ଲୀ,୧୦-୭: ଲକ୍ଷ ଲକ୍ଷ ଘର କ୍ରେତାଙ୍କ ସମସ୍ୟା ଦୂର କରିବା ଲାଗି କେନ୍ଦ୍ର ସରକାର ଏକକ ପ୍ରସ୍ତାବ(ୟୁନିଫର୍ମ ପ୍ରପୋଜାଲ୍‌) ଆଣନ୍ତୁ ବୋଲି ସୁପ୍ରିମକୋର୍ଟ ମଙ୍ଗଳବାର ନିର୍ଦ୍ଦେଶ...

ସେବା କ୍ଷେତ୍ରରେ ହ୍ରାସ ଧାରା ଜାରି

ନୂଆଦିଲ୍ଲୀ,୬।୮:କରୋନା ଭାଇରସ୍‌ ଲାଗି ଦେଶର ସେବା କ୍ଷେତ୍ର ଗଭୀର କ୍ଷତିଗ୍ରସ୍ତ ହୋଇଛି। ଗତ ୫ ମାସ ହେବ ଏହି କ୍ଷେତ୍ରରେ ପର୍‌ଫର୍‌ମାନ୍ସ ହ୍ରାସ ଧାରା ଜାରି...

କୋଭିଡ୍‌ ଯୋଗୁ ଫ୍ୟୁଚର ଗ୍ରୁପ୍‌କୁ ୭ ହଜାର କୋଟି କ୍ଷତି

ନୂଆଦିଲ୍ଲୀ: କରୋନା ମହାମାରୀ ଲକଡାଉନ ଯୋଗୁ ଘରୋଇ ବଜାରରେ ବିଭିନ୍ନ ଷ୍ଟୋର ବନ୍ଦ କରାଯାଇଥିଲା। ଲକଡାଉନର ପ୍ରାୟ ୪ ମାସରେ କଟକଣା ଯୋଗୁ ଫ୍ୟୁଚର ଗ୍ରୁପ...

୫ ଦିନ ବନ୍ଦ ରହିବ ବ୍ୟାଙ୍କ କାରବାର

ନୂଆଦିଲ୍ଲୀ,୨୩-୯: ଚଳିତ ମାସ ୨୯ରୁ ନବରାତ୍ର ଆରମ୍ଭ ହେଉଥିବା ବେଳେ ଏହା ପୂର୍ବରୁ ନଗଦ ନିଜ ନିକଟରେ ରଖିବା ବୁଦ୍ଧିମାନ କାମ ହେବ। କାରଣ ଚଳିତ...

ବିଏସ୍‌ଏନ୍‌ଏଲ କର୍ମଚାରୀଙ୍କୁ ଠିକ୍‌ ସମୟରେ ମିଳିବ ଦରମା: ସିଏମ୍‌ଡି

ନୂଆଦିଲ୍ଲୀ,୨୯-୫: ରାଷ୍ଟ୍ରାୟତ୍ତ ଟେଲିକମ୍‌ କମ୍ପାନୀ ଭାରତ ସଞ୍ଚାର ନିଗମ ଲିମିଟେଡ(ବିଏସ୍‌ଏନ୍‌ଏଲ୍‌) ନିଜର କର୍ମଚାରୀଙ୍କୁ ଠିକ୍‌ ସମୟରେ ମେ’ ମାସର ଦରମା ଦେବ ବୋଲି ଆଶ୍ୱସ୍ତ କରିଛି।...

ଉପଯୋଗିତାରୁ ଅର୍ଥନୈତିକ ସୁଧାର

ନୂଆଦିଲ୍ଲୀ: ବର୍ତ୍ତମାନ କରୋନା ସ୍ଥିତିରେ ପରିବର୍ତ୍ତନ ଆସୁଥିବାରୁ ବଜାରରେ ଅର୍ଥନୈତିକ ସୁଧାର ପରିଲକ୍ଷିତ ହେଉଛି। ଲୋକମାନେ ସାମଗ୍ରୀ ବ୍ୟବହାର ବଢାଇବାରୁ ଅର୍ଥ ବ୍ୟବସ୍ଥାରେ ସୁଧାର ତ୍ୱରାନ୍ବିତ ହୋଇଛି।...

ତନିଷ୍କ ପକ୍ଷରୁ ଓ୍ବେଡିଂ ଅଫର ଘୋଷଣା

ଭୁବନେଶ୍ୱର,୭-୧୧(ବ୍ୟୁରୋ): ପ୍ରମୁଖ ଜୁଏଲେରୀ ବ୍ରାଣ୍ଡ ତନିଷ୍କ ପକ୍ଷରୁ ଓ୍ବେଡିଂ ଅଫର ଘୋଷଣା କରାଯାଇଛି। ବିବାହ ସମୟରେ ଗହଣା କ୍ରୟକୁ ଅଧିକ ଆକର୍ଷଣୀୟ କରିବା ଦିଗରେ ଏଭଳି...

Advertisement
Archives

Model This Week