ମିଥ୍ୟା ମାମଲାରେ ପୁଅକୁ ଫସାଇବା ଉଦ୍ୟମ: ଏସ୍‌ପିଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଦେହରେ କିରୋସିନ ଢାଳି ନିଆଁ ଲଗାଇଲେ ମା’

ବ୍ରହ୍ମପୁର ଅଫିସ,୧୨।୨: ପୁଅକୁ ମିଥ୍ୟା ମାମଲାରେ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ପ୍ରତିବାଦରେ ବୁଧବାର ଏସ୍‌ପିଙ୍କୁ ଭେଟିବାକୁ ଆସି ଜଣେ ମା’ ଦେହରେ କିରୋସିନ ଢାଳି ନିଆଁ ଲଗାଇବା ଘଟଣା ଚର୍ଚ୍ଚାର ବିଷୟ ପାଲଟିଛି। ବ୍ରହ୍ମପୁର ଏସ୍‌ପି କାର୍ଯ୍ୟାଳୟ ପରିସରରେ ମିନାକ୍ଷୀ ମିଶ୍ର ନାମକ ଜଣେ ମହିଳା ନିଜ ଦେହରେ କିରୋସିନ ଢାଳି ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ସେଠାରେ ଏସ୍‌ପି କୌଣସି କାମରେ ବ୍ୟସ୍ତ ଥିବାରୁ ତାଙ୍କୁ ମିନାକ୍ଷୀ ଭେଟି ପାରି ନ ଥିଲେ। ଜଣେ ଏଏସ୍‌ପିଙ୍କ ଠାରୁ ଉଚିତ ନ୍ୟାୟ ନ ପାଇ ମିନାକ୍ଷୀ ଏକ ବ୍ୟାଗରେ ଧରିଥିବା କିରୋସିନ ନିଜ ଦେହରେ ଢାଳି ନିଆଁ ଲଗାଇ ଦେଇଛନ୍ତି। ଗୁରୁତର ଅବସ୍ଥାରେ ପୋଲିସ ତାଙ୍କୁ ଉଦ୍ଧାର କରି ଏମ୍‌କେସିଜି ମେଡିକାଲରେ ଭର୍ତ୍ତି କରିଥିଲା। ତାଙ୍କ ଶରୀରର ଶତକଡା ୯୫ ଭାଗ ପୋଡ଼ି ଯାଇଥିବା ଡାକ୍ତର କହିଛନ୍ତି। ସେଠାରେ ଡାକ୍ତର ମିନାକ୍ଷୀଙ୍କ ମୃତ୍ୟୁ କାଳୀନ ଜମାନବନ୍ଦୀ (ଡାଇଙ୍ଗ ଡିକ୍‌ଲାରେସନ )ନେଇଛନ୍ତି। ଏମ୍‌କେସିଜି ମେଡିକାଲରେ ବର୍ଣ୍ଣ ୟୁନିଟ୍‌ ନ ଥିବାରୁ ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଥିବା ମେଡିକାଲ ସୂତ୍ରରୁ ପ୍ରକାଶ ।
ଅନ୍ୟପକ୍ଷରେ ଘଟଣା ସମ୍ପର୍କରେ ଖବର ପାଇ ବ୍ରହ୍ମପୁର ଏସ୍‌ପି ପିନାକ ମିଶ୍ର ମେଡିକାଲରେ ପହଞ୍ଚି ଡାକ୍ତରଙ୍କଠାରୁ ମିନାକ୍ଷୀଙ୍କ ସ୍ବାସ୍ଥ୍ୟାବସ୍ଥା ପଚାରି ବୁଝିଥିଲେ। ଏସ୍‌ପି କହିଛନ୍ତି ସେ ଏକ କାମରେ ବ୍ୟସ୍ତ ଥିବାରୁ ମିନାକ୍ଷୀ ଏଏସପିଙ୍କୁ ଭେଟିଥିଲେ। ଏଏସ୍‌ପି ଘଟଣାର ସଠିକ ତଦନ୍ତ କରାଯିବ ବୋଲି କହିଥିଲେ। ସେଠାରୁ ଫେରି ସେ ଏକ ବ୍ୟାଗ ଭିତରେ ରଖିଥିବା କିରୋସିନ ଦେହରେ ଢାଳି ଏଭଳି ଆତ୍ମହତ୍ୟା ଉଦ୍ୟମ କରିଥିବା କହିଛନ୍ତି।
ସୂଚନାଯୋଗ୍ୟ ଗତ ଜାନୁୟାରୀ ୨୮ରେ ୧୦ ରୁ ୧୨ ଅପରାଧୀ ମିନାକ୍ଷୀ ମିଶ୍ରଙ୍କ ଘରେ ପଶି ତାଙ୍କ ପୁଅ ରାଜାଙ୍କୁ ଆକ୍ରମଣ କରିଥିଲେ । ଅଭିଯୋଗ ପରେ ପୋଲିସ ଏନେଇ ଏକ ମାମଲା ରୁଜୁ କରିବା ସହ ଜଣେ ନାବାଳକଙ୍କୁ ଧରି ଜେଜେବି କୁ ପଠାଇଥିଲା। ପରେ ଆଉ ୩ ଅଭିଯୁକ୍ତଙ୍କୁ ମଧ୍ୟ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଥିଲା। ସେପଟେ ରାଜାଙ୍କ ନାମରେ ମଧ୍ୟ ଅଭିଯୋଗ ହୋଇଥିବାରୁ ତାଙ୍କୁ ମଧ୍ୟ ପୋଲିସ ଉପଯୁକ୍ତ ପ୍ରମାଣ କୁ ଆଧାର କରି ଗିରଫ କରି କୋର୍ଟ ଚାଲାଣ କରିଥିଲା ବୋଲି ଏସ୍‌ପି ମିଶ୍ର କହିଛନ୍ତି। ରାଜାଙ୍କ ନାମରେ ୭ ଟି ମାମଲା ରହିଥିବା ଏସପି କହିଛନ୍ତି। ଅନ୍ୟପଟେ ପୋଲିସ କିଛି ପ୍ରଭାବଶାଳୀ ଲୋକଙ୍କ କଥାରେ ପଡ଼ି ମୋ’ ପୁଅକୁ ମିଥ୍ୟା ମାମଲାରେ ଗିରଫ କରି କୋର୍ଟ ଚାଲାଣ କରିଥିଲା ବୋଲି ମିନାକ୍ଷୀ ମିଶ୍ର କହିଥିଲେ। ଏହାର ପ୍ରତିବାଦ କରିବାରୁ ପୋଲିସ ଧମକଚମକ ଦେଇଥିଲା ବୋଲି ସୋମବାର ଆୟୋଜିତ ଏକ ଖବରଦାତା ସମ୍ମିଳନୀରେ ମିନାକ୍ଷୀ କହିଥିଲେ। ନ୍ୟାୟ ନ ମିଳିଲେ ଏସ୍‌ପି କାର୍ଯ୍ୟାଳୟ ସମ୍ମୁଖରେ ଆତ୍ମହତ୍ୟା କରିବାକୁ ମଧ୍ୟ ଚେତାବନୀ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଖୋଲୁନିି ଜେଏମ୍‌ଏଫସି କୋର୍ଟ

ଖଇରା,୧୩।୩(ଡି.ଏନ.ଏ.)- ବାଲେଶ୍ୱର ଜିଲା ଖଇରା ବ୍ଲକରେ ଜେଏମଏଫସି କୋର୍ଟ ଖୋଲାଯିବା ନେଇ ଘୋଷଣାର ୨୦ ମାସ ବିତି ଯାଇଥିଲେ ହେଁ ଏ ପର୍ଯ୍ୟନ୍ତ ଅସ୍ଥାୟୀ କୋର୍ଟ...

ଗଞ୍ଜାମରେ ୨୪୮ କରୋନା ଆକ୍ରାନ୍ତ ସୁସ୍ଥ

ଛତ୍ରପୁର,୨୫ା୫(ଡି.ଏନ.ଏ)-ଗଞ୍ଜାମ ଜିଲାରେ ସୋମବାର ଆଉ ୧୫ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବା ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ ଟୁଇଟ୍‌ କରି ସୂଚନା ଦେଇଛନ୍ତି। ସମସ୍ତଙ୍କୁ କୋଭିଡ୍‌...

ମନ୍ଦିର ପୂଜକ କରୋନା ଆକ୍ରାନ୍ତ

ଢେଙ୍କାନାଳ ଅଫିସ, ୬।୭:  ଢେଙ୍କାନାଳ ସହରସ୍ଥିତ ଏକ ପ୍ରମୁଖ ମନ୍ଦିରର ଜଣେ ପୂଜକ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ରବିବାର ସନ୍ଧ୍ୟାରେ ଏହା ଜଣାପଡ଼ିବା ପରେ ଜିଲା ପ୍ରଶାସନ...

ସବର୍ଣ୍ଣ, ଅସବର୍ଣ୍ଣଙ୍କ ମଧ୍ୟରେ ସଂଘର୍ଷ ଘଟଣା: ୩ ଦିନ ବିତିଥିଲେ ସୁଦ୍ଧା ଗିରଫ ହୋଇପାରିଲେନି ଅଭିଯୁକ୍ତ, ଚଢ଼ାଉ ଜାରି

ହାଟଡିହୀ,୨୯।୫(ଡି.ଏନ୍‌.ଏ.): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ନନ୍ଦିପଦା ଗ୍ରାମରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ସବର୍ଣ୍ଣ ଓ ଅସବର୍ଣ୍ଣଙ୍କ ମଧ୍ୟରେ ସଂଘର୍ଷ ଘଟିଥିଲା ଏଥିରେ ସବର୍ଣ୍ଣ...

ଟ୍ରେନ୍‌ ଲାଇନ୍‌ ଉଡ଼ାଇଲେ ମାଓବାଦୀ

ରାଉରକେଲା ଅଫିସ,୨୬।୪: ବିସ୍ଫୋରଣ କରି ଟ୍ରେନ୍‌ ଲାଇନ ଉଡ଼ାଇ ଦେଇଛନ୍ତି ମାଓବାଦୀ। ରବିବାର ବିଳମ୍ବିତ ରାତିରେ ମାଓବାଦୀମାନେ ଝାଡ଼ଖଣ୍ଡ ସୀମା ଚକ୍ରଧରପୁର ଲୋଟା ପାହାଡ଼ ନିକଟରେ...

କୋଭିଡ୍‌ କେୟାର ସେଣ୍ଟରରେ ଜୀବନ ହାରିଲେ ଯୁବକ

ବାଲିଗୁଡା,୨୧ା୬(ଡି.ଏନ୍‌.ଏ.)-କନ୍ଧମାଳ ଜିଲା ବାଲିଗୁଡା ବ୍ଲକ ବଡଗାଁସ୍ଥିତ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ହୋଇଥିବା ଅସ୍ଥାୟୀ କୋଭିଡ୍‌ କେୟାର ସେଣ୍ଟରରେ ଜଣେ ହାଇଦ୍ରାବାଦ ଫେରନ୍ତା ପ୍ରବାସୀ ଓଡ଼ିଆ...

ପ୍ରଭୁ ବଳଭଦ୍ରଙ୍କ ହରିହର ବେଶ

ପୁରୀ ଅଫିସ, ୮ା୧୧: ଶ୍ରୀମନ୍ଦିରରେ ସୋମବାର ପ୍ରଭୁ ବଳଭଦ୍ର ହରିହର ବେଶରେ ଭକ୍ତଙ୍କୁ ଦର୍ଶନ ଦେଇଛନ୍ତି। ଅବକାଶ ନୀତି ପରେ ପୁଷ୍ପାଳକ ସେବକମାନେ ପ୍ରଭୁ ବଳଭଦ୍ରଙ୍କୁ...

ରାଉରକେଲା ଏନ୍‌କାଉଣ୍ଟର: ଅଭିଯୁକ୍ତଙ୍କୁ ରିମାଣ୍ଡରେ ଆଣିବ ପୋଲିସ

ରାଉରକେଲା ଅଫିସ,୨୭।୬: ରାଉରକେଲା ଚାନ୍ଦିପୋଷ ଥାନା ଅନ୍ତର୍ଗତ ମୁଣ୍ଡାସାହି ଛକରେ ଏନ୍‌କାଉଣ୍ଟର ଘଟଣାରେ ଅଟକ ଥିବା ଦୁର୍ବୃତ୍ତ ଟୁଚୁ ଇନ୍ଧୁଆର(୨୮)ଙ୍କୁ ପୋଲିସ ରବିବାର ଗିରଫ କରି...

Advertisement
Archives

Model This Week