Posted inଫୁରସତ

ମିଥୁନ ରାଶିରେ ସୂର୍ଯ୍ୟ-ଶନିଙ୍କ ଅଶୁଭ ଯୋଗ: ଜୁଲାଇ ୧୫ ପର୍ଯ୍ୟନ୍ତ ବିଭିନ୍ନ ରାଷ୍ଟ୍ର ମଧ୍ୟରେ ମୁହାଁମୁହିଁ ସ୍ଥିତି ଆଶଙ୍କା

କାଶୀ,୨୨।୬: ରାହୁଗ୍ରସ୍ତ ସୂର୍ଯ୍ୟୋପରାଗ ଶେଷ ହୋଇଛି। ଏବେ ଜୁନ୍‌ ୩୦ ପର୍ଯ୍ୟନ୍ତ ଆଷାଢ଼ ଗୁପ୍ତ ନବରାତ୍ର ଜାରି ରହିବ। ତେବେ ସୂର୍ଯ୍ୟ ଏବେ ମିଥୁନ ରାଶିରେ ରହିଛନ୍ତି। ଶନିଙ୍କ ସହିତ ସୂର୍ଯ୍ୟଙ୍କର ଷଡ଼ାଷ୍ଟକ ସ୍ଥିତି ଜୁଲାଇ ୧୫ ପର୍ଯ୍ୟନ୍ତ ରହିବ। ଏହି ସ୍ଥିତି ଏକ ଅଶୁଭ ଯୋଗ ସୃଷ୍ଟି କରିଛି। ଏହାର ପ୍ରଭାବ ସାରା ପୃଥିବୀର ବିଭିନ୍ନ ରାଷ୍ଟ୍ର ଉପରେ ପଡ଼ିବାର ଯଥେଷ୍ଟ ଆଶଙ୍କା ରହିଛି ବୋଲି କାଶୀର ଜ୍ୟୋତିଷ ପଣ୍ଡିତ ଗଣେଶ ମିଶ୍ରା ସୂଚନା ଦେଇଛନ୍ତି। ଏହି ଅଶୁଭ ଯୋଗ ପ୍ରଭାବରେ ରାଷ୍ଟ୍ର ରାଷ୍ଟ୍ର ମଧ୍ୟରେ ମୁହାଁମୁହିଁ ସ୍ଥିତି ସୃଷ୍ଟି ହେବ। ଭାରତର ଉତ୍ତର ଏବଂ ଦକ୍ଷିଣ ଅଞ୍ଚଳରେ ଏହାର ପ୍ରଭାବରେ ରୋଗ ସଂକ୍ରମଣ ବଢ଼ିବାର ଆଶଙ୍କା ରହିଛି। ଏହା ସହିତ ପ୍ରାକୃତିକ ବିପର୍ଯ୍ୟୟ ଏବଂ ନେତୃସ୍ତରୀୟ ବ୍ୟକ୍ତିଙ୍କ ମୃତ୍ୟୁର ଯୋଗ ସୃଷ୍ଟି ହେଉଥିବା ସେ କହିଛନ୍ତି। ପଡ଼ୋଶୀ ଦେଶ ସହିତ ଉତ୍ତେଜନା ବଢ଼ିବାର ଆଶଙ୍କା ରହିଛି। ଏହା ଯୋଗୁ ୬ ରାଶିଙ୍କ ପାଇଁ ଶୁଭ ଯୋଗ ଏବଂ ଅନ୍ୟ ୬ ରାଶି ଲାଗି ଅଶୁଭ ଯୋଗ ସୃଷ୍ଟି ହେଉଛି। ଏହି ଯୋଗର ପ୍ରଭାବରେ ମିଥୁନ, କର୍କଟ, କନ୍ୟା, ବିଛା, ଧନୁ ଏବଂ କୁମ୍ଭର ରାଶି ସମସ୍ୟା ବଢ଼ିବ। ଅପରପକ୍ଷରେ ମେଷ, ବୃଷ, ସିଂହ, ତୁଳା, ମକର ଏବଂ ମୀନ ରାଶିଙ୍କର ସ୍ଥିତି ଭଲ ରହିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଡ୍ୟୁଟି ସରିବା ପରେ ଏମିତି କାମ କରି ଚର୍ଚ୍ଚାରେ ପୋଲିସ କର୍ମଚାରୀ

ପୋଲିସ ଡ୍ୟୁଟି ସହଜ ନୁହେଁ। ଅନ୍ୟର ଜୀବନ ସୁରକ୍ଷିତ କରିବା ପାଇଁ ନିଜ ଜୀବନକୁ ବାଜି ଲଗାଇ ଦେଇଥାନ୍ତି ପୋଲିସ କର୍ମଚାରୀ। କରୋନା ଯୋଗୁ ମଧ୍ୟ...

କୃଷକଙ୍କ ବାଡ଼ିରେ ଫଳିଛି ୩ କେଜିର ଲେମ୍ବୁ, ଦେଖିବା ପାଇଁ ନାହିଁ ନ ଥିବା ଭିଡ଼

ଚଣ୍ଡିଗଡ଼,୨୬ା୧୨: ହରିୟାଣାର ଆଦାମପୁରର କିଶନଗଡ଼ ଗ୍ରାମ ନିବାସୀ କୃଷକ ବିଜେନ୍ଦ୍ର ଥୋରିଙ୍କ ବାଡ଼ିରେ ଏକ ଚମତ୍କାରିତା ଦେଖିବାକୁ ମିଳିଛି। ଯେଉଁଠାରେ ଲେମ୍ବୁଗୁଡ଼ିକ ତରଭୁଜ ଆକାରର ଫଳିଛି।...

ଇରାନୀ ମହିଳା ମହାକାଶଚାରୀ ଜସ୍ମିନ୍‌ ମୋଘବେଲୀ ନାସାର ମହାକାଶ ମିଶନରେ ହେବେ ସାମିଲ୍‌

ଓ୍ବାଶିଂଟନ,୧୩।୧: ଆମେରିକା-ଇରାନ ମଧ୍ୟରେ ଉତ୍ତେଜନା ଜାରି ରହିଛି। ତେବେ ମହାକାଶ ଗବେଷଣା କ୍ଷେତ୍ରରେ ଏକ ଖୁସି ଖବର ମିଳିଛି। ମୂଳ ଇରାନୀ ମହିଳା ମହାକାଶଚାରୀ ଜସ୍ମିନ୍‌...

ଦୟା ଭାବନା ଦ୍ୱାରା ଶାନ୍ତି

ଅନ୍ୟ ପ୍ରତି ଦୟା ପ୍ରଦର୍ଶନ କରିବା ଏକ ମହାନ କାର୍ଯ୍ୟ। ଦୟା ଭାବ ଦ୍ୱାରା ଶାନ୍ତିପୂର୍ଣ୍ଣ ସହାବସ୍ଥାନ ସମ୍ଭବ। ତେଣୁ ପ୍ରତିବର୍ଷ ନଭେମ୍ବର ୧୩ରେ ବିଶ୍ୱ...

ଘର ପାଇଁ ଦୀପାବଳିରେ କିଣନ୍ତୁ ଏସବୁ ଆସବାବପତ୍ର…

ଆଲୋକର ପର୍ବ ଦୀପାବଳିରେ ଘରକୁ ନୂଆ ଜିନିଷ କିଣି ଆଣିବାକୁ କେତେକ ସୌଭାଗ୍ୟ ବର୍ଦ୍ଧକ ବୋଲି ମନେ କରିଥାନ୍ତି। ତେବେ ବାସ୍ତୁଶାସ୍ତ୍ର ଅନୁସାରେ ଘର ଓ...

କାଜିରଙ୍ଗା ଜାତୀୟ ଉଦ୍ୟାନ

ଆସାମର ଏକ ଲୋକପ୍ରିୟ ବନ୍ୟପ୍ରାଣୀ ଅଭୟାରଣ୍ୟ ଭାବେ କାଜିରଙ୍ଗା ଜାତୀୟ ଉଦ୍ୟାନର ରହିଛି ଅନେକ ଖ୍ୟାତି। ଏହା ସ୍ଥାନୀୟ ଗୋଲାଘାଟ, କାର୍ବି ଆଙ୍ଗଲୋଙ୍ଗ ତଥା ନଗାଓଁ...

ମକର ସଂକ୍ରାନ୍ତିରେ କାହିଁକି କରାଯାଏ ସୂର୍ଯ୍ୟ ପୂଜା, ଜାଣନ୍ତୁ …

ଆଜି ଜାନୁୟାରୀ ୧୪ ଗୁରୁବାର ମକର ସଂକ୍ରାନ୍ତି। ଏହି ଦିନ ସୂର୍ଯ୍ୟ ଉତ୍ତରାୟଣ ଗତି କରନ୍ତି। ଜ୍ୟୋତିଷ ଶାସ୍ତ୍ରରେ ସୂର୍ଯ୍ୟ ଗ୍ରହମାନଙ୍କର ରାଜା ଭାବରେ ପରିଗଣିତ...

ସବୁଠୁ ଉଚ୍ଚ ସ୍ବରରେ ରାବିଥାଏ ଏହି ପକ୍ଷୀ

ଦୈନନ୍ଦିନ ଆଖପାଖରେ ଆମେ ପକ୍ଷୀମାନଙ୍କ ରାବ ବା ବୋବାଇବା ଶବ୍ଦ ଶୁଣିଥାଉ। କାଉ, କୋଇଲି, ହଳଦୀବସନ୍ତ, କୁମ୍ଭାଟୁଆ, ଘରଚଟିଆ ଆଦି ପକ୍ଷୀଙ୍କ ସ୍ବର ନିଶ୍ଚିତ ଆମ...

Advertisement


Archives

Model This Week