ମିଛ କହିଲେ ହାଡ଼ ଦୁର୍ବଳ ହୁଏ

ଫରିଦାବାଦ୍‌: ଜଣେ ବ୍ୟକ୍ତି ଶାରୀରିକ ଭାବେ ସୁସ୍ଥ ରହିବା ଫଳରେ ଅନେକ ରୋଗଠାରୁ ଦୂରେଇ ରହିଥାଆନ୍ତି। ଫଳରେ ଶରୀରର ହାଡ଼ ମଜଭୁତ ହେବା ସହ ଫ୍ରାକ୍ଚର ହେବାର ସମ୍ଭାବନା ମଧ୍ୟ କମ୍‌ ଥାଏ। କିନ୍ତୁ ଏହାର ବିପରୀତରେ କାର୍ଯ୍ୟ କରିବା (ଯଥା-ଅଧିକାଂଶ ସମୟ ବସିରହିବା, ମିଛ କହିବା ଓ କୌଣସି କାର୍ଯ୍ୟ କରିବା ସମୟରେ ଆବଶ୍ୟକତାଠାରୁ ଅଧିକ ଶକ୍ତି ବ୍ୟବହାର କରିବା) ଦ୍ୱାରା ଏହାର ନକାରାତ୍ମକ ପ୍ରଭାବ ଶରୀର ଉପରେ ପଡ଼ିଥାଏ, ଯାହାର ପ୍ରଭାବ ଅସ୍ଥି ଉପରେ ମଧ୍ୟ ପଡ଼େ। ମଣିଷ ଶରୀରରେ ୩୦ ବର୍ଷ ପର୍ଯ୍ୟନ୍ତ ଅର୍ଥାତ୍‌ ଯୁବାବସ୍ଥାରେ ଅସ୍ଥି ନିର୍ମାଣ ଜାରି ରହିଥାଏ। ଏହାପରେ ଧୀରେଧୀରେ ଶରୀରର ଓଜନ କମିବା ସହ ହାଡ଼ ମଧ୍ୟ ଦୁର୍ବଳ ହେବା ଆରମ୍ଭ ହୁଏ। ୫୦ରୁ ଊର୍ଦ୍ଧ୍ୱ ବୟସ୍କଙ୍କ କ୍ଷେତ୍ରରେ ଅଷ୍ଟ୍ରିଓପେରୋସିସ୍‌ ହେବାର ଆଶଙ୍କା ଅଧିକ ରହିଥାଏ। ଏହି ରୋଗରେ ଅସ୍ଥିରେ ଛିଦ୍ର ହେବା ସହ ଏହାର ଘନତ୍ୱ ଓ ଗୁଣବତ୍ତା ବିଗିଡ଼ି ଯାଏ। ବୟସ ବଢ଼ିବା ସାଙ୍ଗକୁ ଅଷ୍ଟ୍ରିଓପେରୋସିସ୍‌ ହେବାର ଆଶଙ୍କା ବଢ଼େ ଓ ହାଡ଼ ଫ୍ରାକ୍ଚର ହେବାର ସମ୍ଭବନା ବୃଦ୍ଧି ପାଏ। ତେବେ ପୁରୁଷଙ୍କ ତୁଳନାରେ ମହିଳାମାନେ ୪ଗୁଣ ଅଧିକ ମାତ୍ରାରେ ଅଷ୍ଟ୍ରିଓପେରୋସିସ୍‌ର ଶିକାର ହୋଇଥାନ୍ତି ବୋଲି ନିକଟରେ କରାଯାଇଥିବା ଏକ ଗବେଷଣାରୁ ଜଣାପଡ଼ିଛି। ଫରିଦାବାଦ୍‌ସ୍ଥିତ ଫରଟିସ୍‌ ଏସକଟ୍ସର ଆଡିସିନାଲ ଡିରେକ୍ଟର ଅଫ୍‌ ଅର୍ଥୋପେଡିକ୍ସ ଆଣ୍ଡ ଜଏଣ୍ଟ ରିପ୍ଲେସମେଣ୍ଟ ଡା. ହରିଶ ଘୁଟା କୁହନ୍ତି, ଜଣେ ବ୍ୟକ୍ତିଙ୍କ ଶରୀରରେ ବୋନ୍‌ ଫ୍ରାକ୍ଚର ହେବା ତାଙ୍କ ପରିବେଶ, ପୋଷଣ ଓ ଜିନ୍‌ ଉପରେ ନିର୍ଭର କରେ। ଏଥିସହ ଆଉ ଏକ ଷ୍ଟଡିରୁ ଜଣାପଡ଼ିଛି, ଯେବେ ଜଣେ ବ୍ୟକ୍ତି କୌଣସି ପରିସ୍ଥିତିର ମୁକାବିଲା କରିବାରେ ଅସମର୍ଥ ହୋଇଥାଏ, ସେତେବେଳେ ମାନସିକ ଚାପ ବଢ଼ିବା ସଙ୍ଗେ ସଙ୍ଗେ ମନରୁ ସକାରାତ୍ମକ ଚିନ୍ତାଧାରା ଦୂରେଇଯାଏ, ଏବଂ ଏହାର ପ୍ରଭାବରେ ଶରୀରର ଅସ୍ଥି ଦୁର୍ବଳ ହୋଇଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ଏଏପିରେ ସାମିଲ ହେଲେ ଟେଲି ଅଭିନେତ୍ରୀ ଚାହତ ପାଣ୍ଡେ

ନୂଆଦିଲ୍ଲୀ,୨୯।୬: ମଧ୍ୟପ୍ରଦେଶର ଦାମୋହରୁ ଆସିଥିବା ଟେଲି ଅଭିନେତ୍ରୀ ଚାହତ ପାଣ୍ଡେ ମଙ୍ଗଳବାର ଦିଲ୍ଲୀର ଏଏପି ମୁଖ୍ୟାଳୟରେ ଆମ ଆଦମୀ ପାର୍ଟି(ଏଏପି)ରେ ସାମିଲ ହୋଇଛନ୍ତି। ଦଳର ଜାତୀୟ...

ଓୟୋର ପରାମର୍ଶଦାତା ପଦରେ ଏସ୍‌ବିଆଇର ପୂର୍ବତନ ଚେୟାରମ୍ୟାନ

ମୁମ୍ବାଇ,୩।୧୨: ଷ୍ଟେଟ୍‌ ବ୍ୟାଙ୍କ ଅଫ୍‌ ଇଣ୍ଡିଆ (ଏସ୍‌ବିଆଇ)ର ପୂର୍ବତନ ଚେୟାରମ୍ୟାନ ରଜନିଶ କୁମାରଙ୍କୁ ଗୁରୁବାର ଷ୍ଟ୍ରାଟେଜିକ୍‌ ଗ୍ରୁପ ଆଡଭାଇଜର ଭାବେ ନିଯୁକ୍ତ କରିଛି ଟ୍ରାଭେଲ ଟେକନୋଲୋଜି...

ଭାଜପାରେ ଯୋଗଦେଲେ ରାଜସ୍ଥାନର ପୂର୍ବତନ ରାଜ୍ୟପାଳ

ଲକ୍ଷ୍ନୌ,୯।୯: ଉତ୍ତର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ କଲ୍ୟାଣ ସିଂ ସୋମବାର ଭାଜପାରେ ଯୋଗ ଦେଇଛନ୍ତି। ରାଜସ୍ଥାନର ରାଜ୍ୟପାଳ ଭାବେ ତାଙ୍କର କାର୍ଯ୍ୟକାଳ ପୂରଣ ହେବା ପରେ...

୧୦ ବର୍ଷୀୟା ଆଦିବାସୀଙ୍କୁ ୫୦ ହଜାରରେ ବିକ୍ରି

ଅହମଦାବାଦ,୧୭ା୧୦: ଗୁଜରାଟର ବନାସକାନ୍ଥାରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଜଣେ ବାପା ବିବାହ ପାଇଁ ତାଙ୍କ ୧୦ ବର୍ଷୀୟା ଝିଅଙ୍କୁ ୫୦ ହଜାର ଟଙ୍କାରେ...

ରାହୁଲଙ୍କ ଆଳତି କରୁଥିବାର ଫଟୋକୁ ଓଲଟା ଶେୟାର କଲେ ସ୍ମୃତି ଇରାନି, ଶିବସେନା କହିଲା ରୀତିନୀତିକୁ କରାଯାଉଛି ପରିହାସ

ମୁମ୍ବାଇ,୨୬ ।୧୧: ଉଦ୍ଧବ ଠାକରେ ଗ୍ରୁପର ଶିବସେନା ନେତା ପ୍ରିୟଙ୍କା ଚତୁର୍ବେଦୀ ମଧ୍ୟ ପ୍ରଦେଶର ଓଁକାରେଶ୍ୱରରେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ନର୍ମଦା ଆଳତି କରୁଥିବାର...

ଟିକା ନେଇ ନ ଥିଲେ ମଲ, ଶପିଂ କମ୍ପ୍ଲେକ୍ସ, ହୋଟେଲ ମନା

ମଦୁରାଇ,୪।୧୨: ଭାରତରେ ଓମିକ୍ରନ ମାମଲା ସାମ୍ନାକୁ ଆସିବା ପରେ ତାମିଲନାଡୁର ମଦୁରାଇ ପ୍ରଶାସନ ବଡ ପଦକ୍ଷେପ ନେଇଛି। ସଂକ୍ରମଣକୁ ରୋକିବା ପାଇଁ ଟିକାକରଣକୁ ବାଧ୍ୟତାମୂଳକ କରାଯାଇଛି।...

୨୦୫୦ ବେଳକୁ ୨ଗୁଣା ଟପିବେ ମଧୁମେହ ରୋଗୀ

ନୂଆଦିଲ୍ଲୀ ଅନ୍ୟ ଦେଶ ତୁଳନାରେ ଭାରତରେ ଅଣ-ସଂକ୍ରାମକ ରୋଗର ମାତ୍ରା ଅଧିକ। ଦେଶର ୧୦.୧ କୋଟି ଲୋକ ମଧୁମେହ ଏବଂ ୧୩.୬ କୋଟି ଲୋକ ପ୍ରାଥମିକ...

ଚାକରାଣୀ ସାଜି ୧୦୦ ଘରୁ କଲେ ଚୋରି, ଦିଲ୍ଲୀରେ କିଣିଲେ ଫ୍ଲାଟ୍‌

ଗାଜିଆବାଦ୍‌,୧୮।୮: ଗାଜିଆବାଦ୍‌ର ଇନ୍ଦିରାପୁରମରେ ଏକ ରୋଚକ ଘଟଣା ଘଟିଛି। ଚାକରାଣୀ ସାଜି ଜଣେ ମହିଳା ୧୦୦ରୁ ଅଧିକ ଘରେ ଚୋରି କରି ଦିଲ୍ଲୀରେ ଫ୍ଲାଟ କିଣିଛନ୍ତି।...

Advertisement
Archives

Model This Week