ମାସ୍କ ବାଣ୍ଟୁଛନ୍ତି କଣ୍ଡକ୍ଟର

ମଦୁରାଇ: କରୋନା ସଂକ୍ରମଣ ରୋକିବା ଲାଗି ଲୋକଙ୍କୁ ସଚେତନ କରିବାକୁ ପ୍ରୟାସ ଜାରି ରହିଛି। ତେବେ ସରକାରଙ୍କ ଏହି ଉଦ୍ୟମକୁ କେତେଜଣ ବ୍ୟକ୍ତି ସ୍ବଇଚ୍ଛାରେ କରିବାରେ ଲାଗିଛନ୍ତି। ଆଉ ଏଥିପାଇଁ ନିଜେ ଖର୍ଚ୍ଚାନ୍ତ ହେବାକୁ ବି ପଛାଉ ନାହାନ୍ତି। ଏମିତି ଜଣେ ଉଦାର ହୃଦୟର ବ୍ୟକ୍ତି ହେଉଛନ୍ତି ଭି. କୃପାସ୍ବାମୀ।
ତାମିଲନାଡୁର ମଦୁରାଇ ଅଞ୍ଚଳରେ କୃପାସ୍ବାମୀ ବସ୍‌ କଣ୍ଡକ୍ଟର ଭାବେ କାମ କରନ୍ତି। ଏବେ ବସ୍‌ ଚଳାଚଳ ନେଇ ସରକାର କଟକଣାକୁ କୋହଳ କରିଥିବାରୁ ଅନେକେ ବସ୍‌ରେ ଯିବାଆସିବା ଆରମ୍ଭ ହୋଇଛିି। କିନ୍ତୁ ଏବେ ବି ଅନେକେ କରୋନା ସଂକ୍ରମଣ ନେଇ ସଚେତନ ନାହାନ୍ତି କିମ୍ବା କରୋନା ସମ୍ପର୍କରେ କିଛି ଜାଣନ୍ତି ନାହିଁ। ତେଣୁ ଏଭଳି ଲୋକଙ୍କୁ ସାହାଯ୍ୟ କରିବା ପାଇଁ କୃପାସ୍ବାମୀ ଚିନ୍ତା କରିଥିଲେ। ଏଥିପାଇଁ ନିଜର ମାସିକ ଦରମା ଟଙ୍କା ଖର୍ଚ୍ଚକରି ମାସ୍କ ଏବଂ ପିପିଇ କିଟ୍‌ କିଣି ସେସବୁକୁ ଆବଶ୍ୟକ ଲୋକଙ୍କୁ ବାଣ୍ଟୁଛନ୍ତି। ଅବଶ୍ୟ ବର୍ତ୍ତମାନ ସମୟରେ ନିଜ ପରିବାରର ଜରୁରୀ ଆବଶ୍ୟକତା ମେଣ୍ଟାଇବା ପାଇଁ ବହୁ ଅସୁବିଧାର ସମୁଖୀନ ହେବାକୁ ପଡୁଛି, କିନ୍ତୁ ନିଜେ ଅସୁବିଧାରେ ରହି ବି ସେ ଲୋକଙ୍କୁ ସାହାଯ୍ୟ କରିବା ପାଇଁ ଚିନ୍ତା କରିଛନ୍ତି। ତାଙ୍କର ଏଭଳି କାମରେ ତାଙ୍କ ପରିବାର ଲୋକଙ୍କ ମଧ୍ୟ ପୂର୍ଣ୍ଣ ସମର୍ଥନ ରହିଛି। ତେଣୁ ସେ ତାଙ୍କର ପୂରା ଦରମା ଟଙ୍କାକୁ ମାସ୍କ କିଣି ବାଣ୍ଟିବାରେ ଖର୍ଚ୍ଚ କରିଦେଇଛନ୍ତି। ତେଣୁ ଘରଖର୍ଚ୍ଚ ଏବଂ ପିଲାଙ୍କ ପାଠପଢା ଖର୍ଚ୍ଚ ଆସନ୍ତା ମାସରେ ଦେବାପାଇଁ ଚିନ୍ତା କରିଛନ୍ତି। ତାଙ୍କ ମତରେ ଲୋକେ ସଚେତନ ହୋଇ ମାସ୍କ ପିନ୍ଧିଲେ କରୋନା ଭାଇରସ୍‌ ନିୟନ୍ତ୍ରଣ ହୋଇପାରିବ ଏବଂ ସମସ୍ତେ ଭଲରେ ଜୀବନଯାପନ କରିପାରିବେ। ତେଣୁ ଏ ସମୟରେ ସମସ୍ତେ ଏଭଳି ସଚେତନ ହେବା ଆବଶ୍ୟକ।


Enter your email to get our daily news in your inbox.

All Right Reserved By Dharitri.Com

ଟଙ୍କା ନ ଦେବାରୁ କରୋନା ରୋଗୀଙ୍କୁ ଓହ୍ଲାଇ ଦେଲା ଆମ୍ବୁଲାନ୍ସ

କୋଲକାତା,୨୬।୭: ସାରା ଦେଶରେ କରୋନା ରୋଗୀ ଓ ଆମ୍ବୁଲାନ୍ସକୁ ନେଇ ଭିନ୍ନ ଭିନ୍ନ ଖବର ଆସୁଥିବା ବେଳେ ଏବେ କୋଲକାତାରୁ ଆସିଥିବା ଏକ ଖବର ପୁଣି...

କେରଳ ରାଜ୍ୟପାଳ କରୋନା ପଜିଟିଭ

ଥିରୁଭାନନ୍ତପୁରମ,୭ ।୧୧: କେରଳର ରାଜ୍ୟପାଳ ଆରିଫ ମହମ୍ମଦ ଖାଁ କରୋନା ଭାଇରସ ଦ୍ୱାରା ସଂକ୍ରମିତ ହୋଇଛନ୍ତି । ତାଙ୍କର କରୋନା ଟେଷ୍ଟ ରିପୋର୍ଟ ପଜିଟିଭ ଆସିଛି...

ଫିଙ୍ଗର୍‌ ଟାଟୁ

ଟାଟୁ କ୍ରେଜ୍‌ ତ ପିଲାଠୁ ବୁଢ଼ା ସମସ୍ତଙ୍କଠାରେ ଦେଖିବାକୁ ମିଳୁଛି। କିଏ ହାତରେ ତ କିଏ ବେକରେ ଆଉ କିଏ ମୁହଁ ଅବା ଦେହର ବିଭିନ୍ନ...

ବିଶ୍ୱର ସବୁଠାରୁ ଦାୟିତ୍ୱବାନ ପିତା!

ନୂଆଦିଲ୍ଲୀ,୧୦।୨: ଟୁଇଟରରେ ଏବେ ଏକ ଫଟୋ ଭାଇରାଲ ହେବାରେ ଲାଗିଛି। ଏହା କୌଣସି ସେଲିବ୍ରିଟିଙ୍କର ନୁହେଁ ବରଂ ଏକ ଘଡିଆଲ କୁମ୍ଭୀରର। ଏହି ଫଟୋରେ ଦେଖାଯାଇଛି...

ଆମେରିକାରେ କରୋନା ମୃତ୍ୟୁ ସଂଖ୍ୟା ୫୨ ହଜାର ଟପିଲା

ଓ୍ବାଶିଂଟନ,୨୫।୪: କରୋନା ସଂକ୍ରମଣ ନେଇ ଆମେରିକାରେ ସଙ୍କଟ ଦେଖାଦେଇଛି। ପୃଥିବୀରେ କରୋନା ସଂକ୍ରମିତଙ୍କ ମୃତ୍ୟୁ ସଂଖ୍ୟା ଲକ୍ଷେ ୯୭ ହଜାର ୩୫୪ ରହିଛି। ସେହିପରି ସଂକ୍ରମିତଙ୍କ...

ଚାଙ୍ଗୁ ଗାଁ ୪୮ ଘଣ୍ଟା ଶଟ୍‌ଡାଉନ୍‌

ଚୌଦ୍ୱାର,୧୫ା୮(ଡି.ଏନ୍‌.ଏ.) : କଟକ ଜିଲା ଚୌଦ୍ୱାର ଥାନା ଅନ୍ତର୍ଗତ ବାଣିପଦା ପଞ୍ଚାୟତ ଚାଙ୍ଗୁ ଗାଁକୁ ୪୮ଘଣ୍ଟା ଅର୍ଥାତ୍‌ ଶନିବାର ସନ୍ଧ୍ୟା ୫ଟାରୁ ସୋମବାର ସନ୍ଧ୍ୟା ୫ଟା...

ପରଫ୍ୟୁମ୍‌-ଡିଓ ବି ମଶାଙ୍କୁ କରେ ଆକୃଷ୍ଟ…

କେତେକ ବ୍ୟକ୍ତିଙ୍କୁ ଅନ୍ୟମାନଙ୍କ ତୁଳନାରେ ଅଧିକ ମଶା କାମୁଡ଼ନ୍ତି। ଏହା ସ୍ଥଳ ବିଶେଷରେ ସମ୍ପୃକ୍ତ ବ୍ୟକ୍ତିଙ୍କ ବ୍ଲଡ୍‌ ଗ୍ରୁପ୍‌ ଉପରେ ନିର୍ଭର କରିଥାଏ। ତେବେ ପରଫ୍ୟୁମ୍‌,...

କାହିଁକି ଦୁର୍ଗାଙ୍କ ମୂର୍ତ୍ତି ନିର୍ମାଣରେ ବ୍ୟବହାର ହୁଏ ବେଶ୍ୟାଳୟର ମାଟି

କୁହାଯାଏ ଦୁର୍ଗାଙ୍କ ମୂର୍ତ୍ତି ନିର୍ମାଣରେ ମୁଖ୍ୟତଃ ୪ଟି ବସ୍ତୁ ବ୍ୟବହାର କରାଯାଇଥାଏ। ଗୋଟିଏ ହେଲା ଗଙ୍ଗା କୂଳର ମାଟି, ଗୋମୟ, ଗୋମୂତ୍ର ଓ ବେଶ୍ୟାଳୟର ମାଟି।...

Advertisement
Archives

Model This Week